Spodoptera littoralis
ପୋକ
ଲାର୍ଭା ଅତ୍ୟଧିକ ଖାଇ ଅଧିକ କ୍ଷତି କରିଥାଏ, ଅନେକ ସମୟରେ ସଂପୂର୍ଣ୍ଣ ପତ୍ର ହୀନତା କରିପାରେ। ସେମାନେ ନୂଆ, କଅଁଳ ପତ୍ର ପସନ୍ଦ କରନ୍ତି, କିନ୍ତୁ ବଢୁଥିବା ଅଂଶ, ନୂଆ ଡାଳ, ଡେମ୍ଫ, କଢ, ଫଳ ଏବଂ ଗଛର ସବୁ ଅଂଶ ଖାଇଥାନ୍ତି। ଲାର୍ଭା କାଣ୍ଡର ଭିତର ଅଂଶକୁ ଖାଇ କଣା କରିଥାଏ ଏବଂ ଅନ୍ୟ ରୋଗ ସଂକ୍ରମଣ ପାଇଁ ସୁବିଧା ଦେଇଥାଏ। ଯଦି ଲାର୍ଭା ନୂଆ ଗଛରେ ଅଧିକ ଖାଇଥାଏ, ଗଛର ବୃଦ୍ଧି ହ୍ରାସ କରିଥାଏ ଏବଂ ଏହା ଛୋଟ ଫଳ କିମ୍ବା ବିଳମ୍ବରେ ଫଳ ଉତ୍ପାଦନ କରିଥାଏ।
ନିରାକରଣ ସହିତ ଉପଯୁକ୍ତ ସମନ୍ଵିତ କୀଟ ପରିଚାଳନା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ଚିହ୍ନଟ, ସମୂହ କୀଟକୁ ଧରିବା ଏବଂ ସଂଗମରେ ବିଭ୍ରାଟ କରିବା ପାଇଁ ଫେରୋମୋନ ଜନ୍ତାର ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ଅଟେ।
ଏହି କୀଟ ଅନେକ ରାସାୟନିକ କୀଟନାଶକକୁ ପ୍ରତିରୋଧ କରିଥାଏ। ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ।
ଶୀତଦିନେ ଅଳ୍ପ କାକର ହେଉଥିବା ଅଞ୍ଚଳରେ ଏହା ସାଧାରଣ ଅଟେ। ଉଭୟ ଅଣ୍ଡା ଏବଂ ଲାର୍ଭା ରୋପଣ ସାମଗ୍ରୀ କିମ୍ବା ଚାରା ଦ୍ଵାରା ଜମିରେ ପ୍ରବେଶ କରିପାରେ। ବୟସ୍କର ଆକାର ଛୋଟ ଅଙ୍ଗୁର କୋଳି ଭଳି ଅଟେ। ଏହାର ଡେଣା ଧଳା ଗାର ସହିତ ଧୂସର-ବାଦାମୀ ଅଟେ। ମାଈ ପ୍ରଜାପତି ପତ୍ରର ତଳ ପଟେ କିମ୍ବା ଗଛର ଉପର ଅଂଶରେ ଅଧିକାଂଶ ଅଣ୍ଡା (20 ରୁ 1000 ଅଣ୍ଡା) ଦେଇଥାଏ: ଅଣ୍ଡା ଧଳା-ହଳଦିଆ ଏବଂ ମାଈ ପୋକର ପେଟରୁ ଲୋମ କାତି ଦ୍ଵାରା ଆବୃତ ହୋଇଥାଏ। ଲାର୍ଭା ବୁଢା ଆଙ୍ଗୁଠି ଲମ୍ବା ଭଳି ହୋଇଥାଏ, ଲୋମ ହୀନ ହୋଇଥାଏ ଏବଂ ରଙ୍ଗହୀନ ହୋଇଥାଏ (ଗାଢ ଧୂସରରୁ ଗାଢ ସବୁଜ, ପରବର୍ତ୍ତୀ ପର୍ଯ୍ୟାୟରେ ଲାଲ-ବାଦାମୀ କିମ୍ବା ହାଲୁକା ହଳଦିଆ ହୋଇଥାଏ)।