Astylus atromaculatus
ପୋକ
ହଳଦିଆ ଲମ୍ବାଳିଆ ପୋକ ସମୂହ, ଫୁଲ ଓ ମକା ଚଅଁର ଉପରେ କଳା କଳା ଦାଗ. ଦାନା ଓ ମକା ର ବାଳ କୁ କ୍ଷତି ହୋଇଥାଏ. ମଞ୍ଜିରେ କିମ୍ବା ଗଜା ହୋଉଥିବା ମକା ଗଛ ରେ କ୍ଷତ ଏବଂ ଗଛ ସଂଖ୍ୟା କମିଯାଏ. ଏହି ପୋକ ପରାଗଣର ଏକ ଭଲ ଏଜେଣ୍ଟ ଭାବରେ କାମ କରିଥାଏ କାରଣ ବହୁତ ଦୁରକୁ ଉଡିପାରେ. କେବେ କେବେ ଏହା 200 ମିଟର ରୁ ଅଧିକ ଦୂର କୁ ଯାଇପାରେ. କେବଳ ଯେତେବେଳେ ପାଗ ସୁହାଇଥାଏ ଏହା ହାନିକାରକ ହୋଇଥାଏ (ଗରମ ଶୁଖିଲା ପାଗ ଓ 15°C ରୁ ଅଧିକ ତାପମାନ). ଅନୁକୂଳ ପରିବେଶରେ ମଧ୍ୟ ସାଧାରଣତଃ ଏହି ପୋକ ବହୁତ କ୍ଷତି କରି ନଥାଏ ଓ ଏଥିପାଇଁ କୀଟନାଶକ ପ୍ରୟୋଗର ଆବଶ୍ୟକତା ନାହିଁ.
ପରିଚିତ ପରଭକ୍ଷୀ (ଶସ୍ୟ କାଣ୍ଡ ବିନ୍ଧା ପୋକ) ର ପ୍ରୟୋଗ, ଡେସମୋଡିଅମ ସହ ଅନ୍ତଃ ଫସଲ ଏବଂ ନାପିଏର ଘାସ ର ବାଧକ ଦ୍ୱାରା ପାରିପାର୍ଶ୍ବିକ ପରିବର୍ତ୍ତନ କଲେ କେବେକେବେ ଲାଗୁଥିବା ଏହି ପୋକ କୁ ଫସଲ ନଷ୍ଟରୁ ରକ୍ଷା କରା ଯାଇପାରେ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ କୁ ମଧ୍ୟ ଧ୍ୟାନ ଦେବା ଦରକାର. ଏହାର ନିୟନ୍ତ୍ରଣ ପାଇଁ ବିହନର ରାସାୟନିକ ଉପଚାର ଏବଂ ସ୍ପ୍ରେ ର ଅନୁମୋଦନ କରାଯାଏ.
ଚିତ୍ରିତ ମକା ପୋକ ଆସ୍ଟିଲସ ଆଟ୍ରୋମାକ୍ୟୁଲାଟସ (Astylus atromaculatus) ଦ୍ୱାରା କ୍ଷୟକ୍ଷତି ହୋଇଥାଏ. ବୟସ୍କ ପୋକ ଟିକେ ଅଧିକ ଲମ୍ବା ଓ ଏହାର ହଳଦିଆ ଡେଣା ରେ କଳା ଚିହ୍ନ ଥାଏ. ସେମାନେ ମୁଖ୍ୟତଃ ନିରାମିଷାଶୀ ଏବଂ ମକାର ଵାଳ, ପରାଗ କିମ୍ବା ଦାନା ଖାଇଥାନ୍ତି. ମକା, ଧାନ, ଯଅ ଓ ସୂର୍ଯ୍ୟମୁଖୀ ଫସଲରେ ଏମାନେ ଆକ୍ରମଣ କରିଥାନ୍ତି. ସାଧାରଣତଃ ଏହି ସବୁ ଫସଲରେ ଅଧିକ କ୍ଷୟକ୍ଷତି କରି ନଥାନ୍ତି. ଯଦି କମ ଫସଲ ଥାଏ ତାହେଲେ ଏହି ପୋକ ପ୍ରବଳ ଭାବେ ଘାସ ଖାଇଥାନ୍ତି ଏବଂ ଏହା ଗାଈଗୋରୁ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ଯେତେବଳେ ଏହି ପୋକଙ୍କୁ ଖାଇଥାନ୍ତି. ଏହାଦ୍ୱାରା ଗାଈଗୋରୁ ମରିଯିବାର ସମ୍ଭାବନା ମଧ୍ୟ ରହିଛି. ମାଇ ପୋକ ଶୁଖିଲା ପତ୍ରର ତଳେ ଅଣ୍ଡା ଦେଇଥାନ୍ତି. ଲାର୍ଭା ବା ଶୂକ ଜମିରେ ରହିଥାଏ ଓ ପଚାସଢ଼ା ଡାଳପତ୍ର ଖାଇଥାଏ. ବେଳେବେଳେ ସେମାନେ ବିହନ କିମ୍ବା ଗଜା ହୋଉଥିବା ଗଛ କୁ ନଷ୍ଟ କରିଦିଅନ୍ତି ଯାହା ଫଳରେ ଗଛ ସଂଖ୍ୟା କମିଯାଏ. ଗରମ ଶୁଖିଲା ପାଗ ( 15°C ରୁ ଅଧିକ) ଏହି ପୋକର ଜୀବନ ଚକ୍ର ପାଇଁ ଅନୁକୂଳ.