ମେ ( ମେ ମାସ) ବିଟଲ ବା ଭୃଙ୍ଗ

ଅନ୍ୟ

ମେ ( ମେ ମାସ) ବିଟଲ ବା ଭୃଙ୍ଗ

Phyllophaga spp.

ପୋକ

ସଂକ୍ଷେପରେ

  • ଝାଉଁଳି ଯାଇଥିବା ଓ ବର୍ଣହୀନ ଫସଲ ଦେଖାଯାଏ.
  • ଫସଲର ବୃଦ୍ଧି ରୁଗୁଡିଆ ହୋଇଥାଏ.ପୋକ ଗୁଡିକ 12 ରୁ 25 ମି.ମି.
  • ଲମ୍ବା,ହଳଦିଆ ରୁ ନାଲି ବାଦାମୀ ରଂଗ କିମ୍ବା କଳା ରଂଗର ହେବା ସହ ଟାଣୁଆ ଓ ଆୟତାକୃତିର ହୋଇଥାଏ.

ମଧ୍ୟ ଦେଖା ଯାଇପାରେ


ମେ ( ମେ ମାସ) ବିଟଲ ବା ଭୃଙ୍ଗ

ଅନ୍ୟ

ଲକ୍ଷଣ

ମେ ବିଟଲ ବା ଭୃଙ୍ଗ ଗୁଡିକ ପରିପକ୍ୱ ଫସଲର ମୂଖ୍ୟ ଚେରକୁ କାଟି ନିଅନ୍ତି ବା ପତଳା ଚେରକୁ ଖାଇ ଯାଆନ୍ତି. ଏହା ଫସଲର ଜଳ ଓ ପୋଷକ ଗୁଡିକୁ ଗ୍ରହଣ କରିବା ଶକ୍ତିକୁ କମେଇ ଦେଇଥାଏ ଯାହା ଫଳରେ କି ଫସଲର ବୃଦ୍ଧି ରୁଗୁଡିଆ ହୋଇଥାଏ ଓ ଝାଉଁଳି ଯାଇ ପତ୍ର ସମୂହ ( କେନୋପି ) ବର୍ଣହୀନ ହୋଇଯାଏ. ବାହାରୁଥିବା ଚାରା ମଧ୍ୟ ସଂକ୍ରମିତ ହୋଇପାରନ୍ତି, ଯାହାଦ୍ୱାରା ଜମିର କିଛି ଅଂଶରେ ଝାଉଂଳା ଦେଖିବାକୁ ମିଳିଥାଏ କିମ୍ବା ଧାଡି ମଝିରେ ଖାଲି ସ୍ଥାନ ଦେଖିବାକୁ ମିଳିଥାଏ. ସାଧାରଣତଃ ଆଘାତପ୍ରାପ୍ତ ଫସଲର କାଣ୍ଡ ବାଇଁଗଣୀ ରଂଗର ହୋଇଯାଏ, ଯାହାକି ଫସ୍ଫରସ୍ ଅଭାବ ଦର୍ଶାଇ ଥାଏ. ଥଣ୍ଡା ଓ ଓଦା ମାଟି ଏହି ଅବସ୍ଥାକୁ ଆହୁରି ଖରାପ କରି ଦେଇଥାଏ କାରଣ ଚାରାର ବୃଦ୍ଧି ଆହୁରି ଧୀର ହୋଇଯାଏ ଓ ଏହା ଦୀର୍ଘ ସମୟ ଧରି ସଂବେଦନଶୀଳ ହୋଇ ରହିଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ପ୍ରାକୃତିକ ଶତ୍ରୁ ଯେଉଁ ମାନେ କି ଧଳା ଭୃଙ୍ଗକୁ ନିୟନ୍ତ୍ରଣ କରନ୍ତି, ସେମାନେ ହେଲେ ଟିଫିଆ ଓ ମାଇଯ଼ିନମ୍ ପ୍ରଜାତି ଓ ପେଲେସିନସ୍ ପଲିଟ୍ୟୁରେଟର୍ ପ୍ରଜାତିର ପରଜୀବି ବୀରୁଡି କିମ୍ବା ପୋକ.ପରଜୀବି ମାଛିଗୁଡିକ ମଧ୍ୟରେ ପାଇର୍ଗୋଟା ଉଣ୍ଡାଟା (Pyrgota Undata) ପ୍ରଜାତି ଅନ୍ୟତମ. କୋର୍ଡିସେପ୍ସ ପ୍ରଜାତିର କବକ ମଧ୍ୟ ଲାର୍ଭା ଗୁଡିକୁ ଆକ୍ରାନ୍ତ କରିପାରନ୍ତି ଓ ଏମାନଂକ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଆନ୍ତି. ମାଟିକୁ ବ୍ୟାସିଲସ୍ ପୋପିଲିଏ ଓ ବ୍ୟାସିଲସ୍ ଲେଣ୍ଟିମୋର୍ବସ୍ ଭଳି ବ୍ୟାକ୍ଟେରିଆଲ୍ ରେଣୁ ଦ୍ୱାରା ଟିକା କରଣ କରିବା ମଧ୍ୟ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ. ଉପରୋକ୍ତ ସମସ୍ତ ସାମଗ୍ରୀ ବଜାରରେ ମିଳେ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟ ସହ ଜୈବିକ ଉପଚାରର ଏକୀକୃତ ଭାବେ ଯୋଜନା କରନ୍ତୁ. ଧଳା ଭୃଙ୍ଗର ନିୟନ୍ତ୍ରଣ ପାଇଁ ବିହନ ବୁଣିବା ପୂର୍ବରୁ ସେମାନଂକ ଉପସ୍ଥିତି ପାଇଁ ଜମିକୁ ଭଲ ଭାବେ ନିରୀକ୍ଷଣ କରନ୍ତୁ. ମାଟି କୀଟନାଶକର ଧୂମ ଉପଚାର ପ୍ରୟୋଗ କରିବା ଦ୍ୱାରା ଏମାନଂକ ଜନସଂଖ୍ୟାକୁ ଗ୍ରହଣୀୟ ସ୍ତରକୁ ଅଣା ଯାଇ ପାରିବ. ବିହନ ଉପଚାର ମଧ୍ୟ ଧଳା ପୋକର ପ୍ରଭାବକୁ ନିୟନ୍ତ୍ରିତ କରିବା ପାଇଁ ସହାୟକ ହୋଇଥାଏ କିନ୍ତୁ କୌଣସି ରସାୟନିକ ଉପଚାର ପରାମର୍ଶନୀୟ ନୁହେଁ.

ଏହାର କାରଣ କଣ

କିଛି ପୋକର ଲାର୍ଭା ଗୁଡିକ ଯେଉଁମାନେ ଫସଲର କ୍ଷତି କରି ଥାଆନ୍ତି, ସେମାନେ ଫାଇଲୋଫେଗା(100 ରୁ ଅଧିକ ପ୍ରଜାତିର ପୋକ) ନାମକ ପ୍ରଜାତିର ଅଟନ୍ତି । ଅନ୍ୟ ପ୍ରକାରର ଲାର୍ଭା ବା ପୋକ ମଧ୍ୟ ସମ୍ପୃକ୍ତ ଥାଇ ପାରନ୍ତି, ତେଣୁ ଏଗୁଡିକୁ କିପରି ଚିହ୍ନିବ ତାହା ଶିଖିବା ଅତ୍ୟନ୍ତ ଆବଶ୍ୟକ ଅଟେ. ପୋକ ଗୁଡିକ 12 ରୁ 25 ମି.ମି. ଲମ୍ବା,ହଳଦିଆ ରୁ ନାଲି ବାଦାମୀ ରଂଗ କିମ୍ବା କଳା ରଂଗର ହେବା ସହ ଟାଣୁଆ ଓ ଆୟତାକୃତିର ହୋଇଥାଆନ୍ତି. ଲାର୍ଭା ବା ଶୂକ ଗୁଡିକ 20 ରୁ 45 ମି.ମି. ହୋଇଥାଆନ୍ତି ଓ ତିନି ଯୋଡା ଗୋଡ ରହିଥାଏ ଓ ଏମାନେ ଲମ୍ବା ଧଳା ରଂଗର ହୋଇଥିବା ବେଳେ ଏମାନଂକ ମାଟିଆ ମୁଣ୍ଡ ଥାଏ ଓ ଏହା ଇଂରାଜୀ ଅକ୍ଷର C ଭଳି ଦେଖା ଯାଆନ୍ତି. ଏଗୁଡିକର ତଳି ପେଟର ପଛ ଭାଗଟି କଳା ଓ ପୋକ ଦେହରୁ ମାଟି ଦେଖା ଯାଉ ଥିବାରୁ ଟିକିଏ ବଡ ଦେଖାଯାଇଥାଏ. ଏଗୁଡିକର ବୟସ ଅବଧି ଅଲଗା-ଅଲଗା ହୋଇଥାଏ ଓସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ଏହା ନିବାରଣ ନିୟନ୍ତ୍ରଣ ଉପାୟକୂ ମହତ୍ତ୍ୱପୂର୍ଣ କରି ଦେଇଥାଏ.


ସୁରକ୍ଷାତ୍ମକ ଉପାୟ

  • ଯଦି ସମ୍ଭବ ତାହେଲେ ପ୍ରତିରୋଧୀ କିସମର ଫସଲ ଲଗାନ୍ତୁ.
  • ଲାର୍ଭା ବା ପୋକର ଚରମ ଜନସଂଖ୍ୟାରୁ ବଂଚିବା ପାଇଁ ଯୋଜନାବଦ୍ଧ ରୋପଣ ସମୟକୁ ବଦଳେଇ ଦିଅନ୍ତୁ.
  • ପ୍ରଭାବିତ କ୍ଷେତ୍ରରୁ ଫସଲକୁ ଖୋଳନ୍ତୁ ଓ ଏହାର ଚେରରେ ଧଳାଲାର୍ଭା ପାଇଁ ଏହାକୁ ନିରୀକ୍ଷଣ କରନ୍ତୁ.
  • ଫସଲକୁ ଗଭୀର ଚେର ଥିବା ଶିମ୍ବ ଜାତୀୟ ପୋଷକ ନଥିବା ଅସଂବେଦନଶୀଳ ଫସଲ(ଆଲଫାଲଫା ବା ରସୁଣ) ସହ ଫସଲ ପର୍ଯ୍ୟାୟ କରନ୍ତୁ.
  • ଅଣ୍ଡା ସଂଖ୍ୟା କମେଇବା ପାଇଁ ଜମିକୁ ଅନାବନା କିମ୍ବା ଅଦରକାରୀ ଘାସରୁ ମୁକ୍ତ ରଖନ୍ତୁ.
  • ଆଗରୁ ଯେଉଁ ଜମିରେ ସୋୟାବିନ୍ ବା ଆଳୁ ଫସଲ ଲଗାଯାଇଥାଏ, ସେଥିରେ ମକା ବିହନ ବୁଣନ୍ତୁ ନାହିଁ.
  • ଋତୁ ମଝିରେ ଜମିକୁ ହଳ କରି ପୋକଗୁଡିକୁ ପରଭକ୍ଷୀ ସାମନାକୁ ଆଣି ଦିଅନ୍ତୁ.
  • ଅମଳ ପରେ ଗଭୀର ହଳ କରି ଅବଶେଷଗୁଡିକୁ ବାହାର କରି ଜଳେଇ ଦିଅନ୍ତୁ.
  • ଅତ୍ୟଧୀକ କୀଟନାଶକର ପ୍ରୟୋଗ ମଧ୍ୟ କରନ୍ତୁ ନାହିଁ କାରଣ ଏହା ଧଳା ପୋକର ପ୍ରାକୃତିକ ପରଭକ୍ଷୀମାନଂକୁ ମଧ୍ୟ ପ୍ରଭାବିତ କରିଥାଏ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ