ଧାନ

ଏସୀୟ ଧାନ ବିନ୍ଧା ପୋକ

Chilo suppressalis

ପୋକ

ସଂକ୍ଷେପରେ

  • ଚାରାଗୁଡିକ ମରିଯାଆନ୍ତି । ପତ୍ରଛଦ , ପତ୍ର ଓ କାଣ୍ଡ ଉପରେ ପୋଷଣ ଜନିତ କ୍ଷତି ଦେଖା ଯାଇଥାଏ । କଂଅଳ ଗଛ ଗୁଡିକରେ 'ମଞ୍ଜ କିଳା ' ହୋଇଯାଏ । କେଣ୍ଡାର ଦାନା ଭର୍ତି ହୋଇନଥାଏ, 'ଧଳା କେଣ୍ଡା ' । ହଳଦିଆ ଦେହ ଓ ଆଗ ପର ସହ ଧଳା ପଛ ପର ଵାଲା ପ୍ରଜାପତି ଦେଖା ଯାଆନ୍ତି.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଚାରାଗୁଡିକରେ(ପ୍ରାୟତଃ ନର୍ସରୀରେ ଥିବା ବେଳେ), ଏହି ଆକ୍ରମଣ କୁ କଅଁଳ ପତ୍ର ଗୁଡିକ ଝାଉଁଳିବା ଓ ବୃଦ୍ଧି ଅଗ୍ରରୁ ମରିଯିବା ଦ୍ୱାରା ଚିହ୍ନିତ କରାଯାଇଥାଏ, ଏହି ଲକ୍ଷଣ ଟି "ମଞ୍ଜ କିଳା " ଭାବେ ବେଶ ଜଣାଶୁଣା ଅଟେ । ବୟସ୍କ ଫସଲ ଗୁଡିକରେ, ଯୁବ ଲାର୍ଭା ବା ଶୂକଗୁଡିକ ପତ୍ର ଉପରେ,ମୁଖ୍ୟତଃ ପତ୍ରଛଦ ଉପରେ ଛୋଟ କଣା କରି ଦେଇଥାଏ । ବୟସ୍କ ଲାର୍ଭା ଗୁଡିକ ପବର ମୂଳ ଉପରେ ଛୋଟ କଣା କରି ଦିଅନ୍ତି, ଏହା ଭିତର ଦେଇ ଏମାନେ ଗଛ ଭିତରକୁ ପସିଯାଆନ୍ତି ଓ ନରମ ପରିବାହି କୋଷ ଗୁଡ଼ିକରୁ ପୋଷଣ କରି ଥାଆନ୍ତି, ଯାହାକି ବେଳେବେଳେ ସେମାନଙ୍କୁ ସମ୍ପୂର୍ଣ ଭାବେ ଫମ୍ପା କରି ଦେଇଥାଏ । ଏହି ଫସଲ ଗୁଡିକ ରୁଗୁଡିଆ ହୋଇ ଯାଆନ୍ତି ଓ ପାଣ୍ଡୁର ପତ୍ର ଦେଖାଯାଇ ଥାଏ ଯାହାକି ପରେ ଶୁଖିଯାଏ ଓ କୁଞ୍ଚିତ ଯାଏ, ଶେଷରେ ଝଡି ପଡନ୍ତି । କେଣ୍ଡାରେ ଦାନା ଗୁଡିକ ଭର୍ତ୍ତି ହୋଇ ନଥାଏ, ଏହି ଅବସ୍ଥା କୁ ସାଧାରଣତଃ "ଧଳା କେଣ୍ଡା" ଭାବେ ଜଣାଶୁଣା । ଗୋଟେ ଲାର୍ଭା ବହୁତ ଗୁଡ଼ାଏ ଗଛକୁ ଧ୍ବଂସ କରି ଦେଇପାରେ ଓ ମାରାତ୍ମକ ସଂକ୍ରମଣ ଅମଳ ରେ 100% ପର୍ଯ୍ୟନ୍ତ କ୍ଷତି କରିପାରେ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

କିଛି ଦେଶ ଗୁଡିକରେ ପାରାଥେରେସିଆ କ୍ଲାରିପାଲପିଶ ଓ ଏରିବୋରସ ସିନିକଶ ଭଳି ପରଜୀବିନାଶକ ବିରୁଡି କୁ ଛାଡ଼ିଦେବା ସଂଖ୍ୟା ବୃଦ୍ଧି ଓ କ୍ଷତି କୁ ସୀମିତ କରିବାରେ ଏକ ପ୍ରଭାବଶାଳୀ ଉପାୟ ଅଟେ । ଭକ୍ଷକ ଗୁଡିକ ମଧ୍ୟରେ କିଛି ପ୍ରଜାତି ର ବୁଢିଆଣୀ ଅନ୍ୟତମ ଅଟେ.

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି କରନ୍ତୁ । ଯଦି କୀଟନାଶକର ଦରକାର ପଡିଲେ, କ୍ଲୋରାଣ୍ଟରାନିଲିପ୍ରୋଲ ଥିବା ଦ୍ରବ୍ୟ ଗୁଡିକୁ ସିଂଚନ କରନ୍ତୁ । ବିହନ ବୁଣିବା ସମୟରେ ଓ ବୃଦ୍ଧି ବେଳେ ସଂକ୍ରମଣ କୁ କମେଇବା ପାଇଁ କୀଟନାଶକ ଦାନାଦାର ପ୍ରୟୋଗ କରନ୍ତୁ । ଆଗ ଲକ୍ଷଣ ଗୁଡିକ ସାହାଯ୍ୟ ରେ କୀଟ ରା ସ୍ପଷ୍ଟୀକରଣ କରିଦେବା ଜରୂରୀ ଅଟେ, ନହେଲେ କୃଷି କାର୍ଯ୍ୟକୁ ବଂଚେଇବା ମୂଲ୍ୟହୀନ ଅଟେ.

ଏହାର କାରଣ କଣ

କାଇଲୋ ସପ୍ରେସାଲିସ ନାମକ ଏକ ଏସୀୟ କାଣ୍ଡ ବିନ୍ଧା ପୋକ ଯୋଗୁଁ କ୍ଷତି ସବୁ ହୋଇଥାଏ । ଏହା ମୁଖ୍ୟତଃ ଦକ୍ଷିଣ ଏସିଆ ରେ ଦେଖିବାକୁ ମିଳିଥାଏ ଓ ବର୍ଷକୁ ସାଧାରଣତଃ ଦୁଇଟି ପିଢ଼ି ପ୍ରସ୍ତୁତ କରିଥାଏ । ସଂବାଳୁଆ ଗୁଡିକ ମୁଖ୍ୟତଃ ଆଭ୍ୟନ୍ତରୀଣ କୋଷରୁ ପୋଷଣ କରି ଥାଆନ୍ତି, ଯେତେବେଳେ କି ବୟସ୍କ ମାନେ ବାହ୍ୟ ରସରୁ ପୋଷଣ କରି ଥାଆନ୍ତି । ଧାନ ବ୍ୟତୀତ , ଏହା ଜୋୱାର ଫସଲ ଓ ଜଙ୍ଗଲି ଘାସକୁ ଆକ୍ରମଣ କରିପାରେ । ଲାର୍ଭା ଗୁଡିକ ଶୀତ ଋତୁ ବେଳେ ପାଳ ଓ ନଡା ରେ ବଞ୍ଚି ରହିଥାଏ ଓ ମୃଦୁ ତୁଷାରରେ ମଧ୍ୟ ବଞ୍ଚିପାରେ । ମାଇ ମାନେ ପତ୍ରର ତଳ ପାର୍ଶ୍ୱରେ ଗୁଚ୍ଛ ଆକାରରେ ମୁଖ୍ୟ ଶିରାର ସାମନ୍ତରରେ 300 ସଂଖ୍ୟା ଯାଏଁ ଅଣ୍ଡା ଦେଇ ଥାଆନ୍ତି, ଯାହାକୁ କି ଏମାନେ ମାଟିଆ କ୍ଷରଣ ଦ୍ୱାରା ଆଚ୍ଛାଦିତ କରିଦେଇଥାନ୍ତି . ଅଣ୍ଡାରୁ ବାହାରିବା ପରେ, ଲାର୍ଭା ଗୁଡିକ ପତ୍ର ଅଧିଚର୍ମରୁ ଖାଇବା ଆରମ୍ଭ କରିଦିଅନ୍ତି ଓ ପରେ ପତ୍ର ଛଦ ମଧ୍ୟକୁ ସୁଡ଼ଙ୍ଗ କରି ପଶି ଯାଆନ୍ତି, ଯାହା ଦ୍ୱାରା ପତ୍ର ଗୁଡିକ ହଳଦିଆ ହୋଇଯାଏ ଓ ପରେ ପରେ ମରିଯାଏ । ଯେତେବେଳେ ଏମାନେ କାଣ୍ଡ ପାଖକୁ ପହଞ୍ଚନ୍ତି, ଏମାନେ ଏହାକୁ ଫମ୍ପା କରିଦିଅନ୍ତି,( ଗୋଟିଏ ଥର ରେ ଗୋଟିଏ ପବ ), ଗୋଟିଏ ପରେ ଗୋଟିଏ ପବକୁ କଣା କରି ଚାଲନ୍ତି । ଫସଲ ରେ ଉଚ୍ଚ ସିଲିକା ଉପାଦାନ ଲାର୍ଭାର ପୋଷଣ ଓ କଣା କରିବାର କ୍ଷମତା ସହ ହସ୍ତକ୍ଷେପ କରିଥାଏ.


ସୁରକ୍ଷାତ୍ମକ ଉପାୟ

  • ନିଜ ଅଞ୍ଚଳ ରେ ଯଦି ଉପଲବ୍ଧ ଥାଏ ତାହେଲେ ପ୍ରତିରୋଧି କିମ୍ବା ସହନଶୀଳ କିସମ ର ବ୍ୟବହାର କରନ୍ତୁ । ଉଚ୍ଚ ସିଲିକା ଉପାଦାନ ଥିବା ଫସଲ କିସମ ଲଗାନ୍ତୁ, ଯାହାକି ଲାର୍ଭା ବା ଶୂକ ଗୁଡିକର ପୋଷଣ ଓ ବିନ୍ଧା କରିବାକୁ ବାଧା ଦିଏ । ଧାନ ଫସଲ ପରିସର ର ଅନ୍ୟ ବିକଳ୍ପ ପୋଷକ ଫସଲ (ଜୋୱାର ) ଲଗେଇବା ବାରଣ କରନ୍ତୁ । ଆକ୍ରମଣରୁ ବଂଚିବା ପାଇଁ ଋତୁ ର ଆରମ୍ଭ ରୁ ଫସଲ ଲଗାନ୍ତୁ କିମ୍ବା ସହଳ କିସମ ବ୍ୟବହାର କରନ୍ତୁ । ଲକ୍ଷଣ ଗୁଡିକୁ ଶୀଘ୍ର ଧରିବା ପାଇଁ ଜମିରେ ନିରୀକ୍ଷଣ କରନ୍ତୁ । କୀଟ ମାନଙ୍କୁ ବୁଡେଇ ଦେବା ପାଇଁ ଜମି ଗୁଡିକୁ ମଝି ମଝିରେ ବନ୍ୟାପ୍ଲାବିତ କରି ଦିଅନ୍ତୁ ।ଅବଶେଷ ଓ ନଡା ପୋତିବା ପାଇଁ ଏବଂ ପରବର୍ତ୍ତୀ ଫସଲକୁ ଯିବାରେ ବାଧା ଦେବା ପାଇଁ ଅମଳ ପରେ ଚାଷ କରନ୍ତୁ । ଜୀବନଚକ୍ର କୁ ଭାଙ୍ଗିବା ପାଇଁ ପଡୋଶୀ ଜମି ଗୁଡିକ ସହିତ ସମକାଳୀନ ଭାବେ ବିହନ ବୁଣନ୍ତୁ । ପ୍ରାକୃତିକ ଶତ୍ରୁମାନଙ୍କୁ ପରିଚାଳନା କରିବା ପାଇଁ କୀଟନାଶକଗୁଡିକୁ ଆବଶ୍ୟକ ହିସାବ ରେ ବ୍ୟବହାର କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ