Sogatella furcifera
ପୋକ
ଏହି କୀଟ ଗୁଡିକ ଧାନରେ କେଣ୍ଡା ବାହାରିବା ଅବସ୍ଥା ସହ ସଂଯୋଗ ହୋଇଥାଏ । ଉଭୟ ନବଜାତ ଓ ବୟସ୍କ ଗୁଡିକ ହୁଏତ ଫସଲ ର ଉପର ଅଂଶର ମୂଳରେ ମିଳିପାରେ କିମ୍ବା ସାଧାରଣତଃ ପତ୍ର ଓ କାଣ୍ଡର ସନ୍ଧି ସ୍ଥଳରେ ଦେଖା ଯାଇଥାଏ । ଏମାନେ ପରିବାହୀ କୋଷର ରସ ଓ କ୍ଷତ କୋଷ ଗୁଡ଼ିକରୁ ନିଜ ପୋଷଣ କରି ଥାଆନ୍ତି, ଫଳସ୍ୱରୂପ ପାଣି ଓ ଖାଦ୍ୟସାର ନଷ୍ଟି ହୋଇଥାଏ, ପତ୍ର ଗୁଡିକ ଝାଉଁଳି ଯାଏ ଓ ଗଛର ରୁଗୁଡିଆ ବୃଦ୍ଧି ହୋଇଯାଏ । ଘଞ୍ଚ ଫସଲ "ହୋପ୍ପରଜଳା" ରେ ପରିଣତ ହୋଇଯାଏ, ଯଥା: ପତ୍ର ଗୁଡିକ ଅଗରୁ ଆରମ୍ଭ କରି ମଧ୍ୟଶିରା ଯାଏଁ ଗୋଟିଏ ଗୋଟିଏ କରି ନାରଙ୍ଗୀ-ହଳଦିଆ ରେ ପରିଣତ ହୋଇଯାଏ ଓ ପରେ ଶୁଖି ଯାଇ ମରିଯାଏ । ଗଛଗୁଡିକର ରୁଗୁଡିଆ ବୃଦ୍ଧି ହୋଇଯାଏ, କମ ସଂଖ୍ୟାରେ ପିଲ ସୃଷ୍ଟି କରିଥାଏ ଓ ପଡିଯାଇପାରେ । ଏମାନେ କେଣ୍ଡା ଗୁଡିକୁ ଆକ୍ରମଣ କରିପାରନ୍ତି, ଯାହା ଫଳରେ ବାଦାମୀ କେଣ୍ଡା , କଳଙ୍କି କିମ୍ବା କଳା-ଫଟା ଦାନା ଦେଖାଯାଏ ଓ ଦାନା ଉତ୍ପାଦନ ମଧ୍ୟ କମିଯାଏ ।
ପ୍ରାକୃତିକ ଭାବେ ସୃଷ୍ଟି ହେଉଥିବା ଜୈବିକ ନିୟନ୍ତ୍ରଣ କାରକ ଗୁଡିକ ସାଧାରଣତଃ ଏସ ଫୁର୍କୀଫେରାର ସଂଖ୍ୟା କମ କରି ପାରନ୍ତି । ଶତ୍ରୁ ଗୁଡିକ ମଧ୍ୟରେ ସାଇଟୋରହିନସ ଲିଭିଡିପେନ୍ନିସ ମିରିଡି ପୋକ ଓ (ଏ.ଫ୍ଲାଭେଓଲୁସ, ଏ.ପରଫୋରେଟର, ଏ.ଓପଟାବିଳିସ ଓ ଏ.ଫ୍ରେକ୍ଯୁଏନ୍ସ) ଆଙ୍ଗୁରସ ପ୍ରଜାତିର କିଛି କଙ୍କି ଅନ୍ୟତମ ଅଟନ୍ତି ଯାହାକି କୀଟ ମାନଙ୍କର ଅଣ୍ଡା ଉପରେ ଆକ୍ରମଣ କରିଦିଅନ୍ତି । ଏଥି ସହ କୀଟ ମାନଙ୍କୁ ଆକ୍ରମଣ କରୁଥିବା କିଛି ପରଭକ୍ଷୀ ବୁଢିଆଣୀ ମଧ୍ୟ ଉପଲବ୍ଧ ଅଛନ୍ତି, ଉଦାହରଣ ସ୍ୱରୂପ ଲାଇକୋଷା ସିଉଡୋଆନୁଆଲାଟା । ଶେଷରେ, କବକ ଜନିତ ପରଜୀବି ଏର୍ଣ୍ୟଇଆ ଡେଲଫାକିସ ମଧ୍ୟ କୀଟ ମାନଙ୍କର ସଂଖ୍ୟାକୁ କମେଇବାରେ ସାହାଯ୍ୟ କରିପାରେ ।
ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି କରନ୍ତୁ । କୀଟନାଶକ ଗୁଡିକୁ ପରିଚାଳନା ପାଇଁ ପ୍ରବଳ ଭାବେ ବ୍ୟବହାର କରନ୍ତୁ ନାହିଁ, ଯାହା ଫଳରେ କି ପ୍ରତିରୋଧି କ୍ଷମତା ବୃଦ୍ଧି ହୋଇଥାଏ ।ଫଳପ୍ରସୂ ଉପଚାର ପାଇଁ ଓକସାମାଇଲ, କିଛି ପ୍ରକାରର ପାଇରେଥ୍ରୋଏଡ଼, ବ୍ୟୁପ୍ରୋଫେଯ଼ିନ ଓ ପାଈମେଟ୍ରୋଯ଼ିନକୁ ଏକାନ୍ତର ଭାବେ ବ୍ୟବହାର କରନ୍ତୁ ।
କ୍ଷତି ଗୁଡିକ ସୋଗାଟେଲ୍ଲା ଫୁରକିଫେରା ନାମକ ଧଳା ପିଠି ଥିବା ପତ୍ରଡିଆଁ ପୋକ ଦ୍ୱାରା ସୃଷ୍ଟି ହୋଇଥାଏ । ବୟସ୍କ କୀଟ ଗୁଡିକ 3 ମିମି ଲମ୍ବା ହୋଇଥାଏ, ହାଲୁକା ମାଟିଆ ରୁ କଳା ରଙ୍ଗର, ଓ ଏମାନଙ୍କର ସ୍ୱଳ୍ପ ସ୍ଵଛ ଆଗ ପର ଥାଏ ଯାହାର ଅଗ ଉପରେ ନିର୍ଦ୍ଦିଷ୍ଟ ମାଟିଆ ଦାଗ ଦେଖା ଦେଇଥାଏ । କୀଟ ଗୁଡିକ ବିଶେଷ ଭାବେ ଉଚ୍ଚ ଅମଳ କିସମ ଉପରେ ଆକ୍ରମଣ କରିଥାଆନ୍ତି । ଏହାର ଉଚ୍ଚ ପ୍ରଜଯନ କ୍ଷମତା ଓ ଏହାର ପ୍ରବାସନ ଅଭ୍ୟାସ ଗୁଡିକ ଯୋଗୁଁ ପୂର୍ବ-ଏସୀୟ ଓ ଅଷ୍ଟ୍ରେଲିଆ ରେ ଧାନ ଫସଲ ରେ ଏକ ଗୁରୁତ୍ୱପୂର୍ଣ୍ଣ କୀଟ ଅଟେ । ଏହା ଭୁତାଣୁ ଗୁଡିକୁ ସ୍ଥାୟୀ ଭାବେ ବ୍ୟାପିବାରେ ସାହାଯ୍ୟ କରିଥାଆନ୍ତି, ଉଦାହରଣ ସ୍ୱରୂପ ଧାନ କଳା ଧାର ବାଙ୍ଗରା ଭୁତାଣୁ ଓ ଦକ୍ଷିଣ ଧାନ କଳା-ଧାର ଥିବା ବାଙ୍ଗରା ଭୁତାଣୁ । ବିହନ ବୁଣିବା ସମୟରେ, ଯବକ୍ଷାରଜାନ ର ଅତ୍ୟଧିକ ପ୍ରୟୋଗ ଓ ଜଳସେଚନ ପାଣିରେ ଉପଲବ୍ଧତା ଜନସଂଖ୍ୟା ଉପରେ ଗୁରୁତ୍ୱପୂର୍ଣ୍ଣ ଭାବେ ପ୍ରଭାବ ପକେଇ ପାରେ । ପରିବେଶ ସମ୍ବନ୍ଧୀୟ କାରକ ଯଥା ତାପମାତ୍ରା, ଆର୍ଦ୍ରତା ଓ ବର୍ଷା ଜୀବନ ଚକ୍ର ପାଇଁ ଏକ ପ୍ରଧାନ କାରକ ଅଟନ୍ତି ।