ବନ୍ଧାକୋବି

ଠିକିରିଆ ପୋକ

Plutella xylostella

ପୋକ

5 mins to read

ସଂକ୍ଷେପରେ

  • ସମ୍ବାଳୁଆ ଗଛର ପତ୍ର ଖାଇ ଖାଇ ଛୋଟ ଛୋଟ କଣା ସୃଷ୍ଟି କରିଥାଏ ଏବଂ ଅନେକ ସମୟରେ ପତ୍ରରେ ଝରକା ଭଳି ଜାଲି ମଧ୍ୟ ସୃଷ୍ଟି କରିଥାଏ। ସେମାନେ ବ୍ରକୋଲି ଓ ଫୁଲକୋବିର ଫୁଲ ମଧ୍ୟରେ ପ୍ୟୁପା ସୃଷ୍ଟି କରି ବ୍ରକୋଲି ଓ ଫୁଲକୋବିକୁ ନଷ୍ଟ କରି ଦିଅନ୍ତି।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ
ବନ୍ଧାକୋବି
କାନୋଲା
ଫୁଲକୋବି

ବନ୍ଧାକୋବି

ଲକ୍ଷଣ

ଠିକିରିଆ ପୋକ ସାଧାରଣତଃ ଏକ ଗୁରୁତ୍ଵହୀନ କୀଟ ଭାବରେ ଗଣା ଯାଏ। ଯାହାହେଲେବି, ସଂଖ୍ୟା ଅଧିକ (ଘଞ୍ଚ) ହେଲେ ଏମାନେ ବ୍ରାସିକା ପରିବାରର ଫସଲ ପ୍ରତି ସମସ୍ୟା ସୃଷ୍ଟି କରିଥାନ୍ତି। କ୍ଷତି ଏହି କୀଟ ଦ୍ଵାରା ସୃଷ୍ଟି ହୋଇଥାଏ, ଯାହାକି ପତ୍ର ଟିସୁରେ ସୁଡଙ୍ଗ ସୃଷ୍ଟି କରିଥାଏ କିମ୍ବା ପତ୍ର ଫଳକର ତଳ ପଟକୁ କୋରିଥାଏ। ଅନିୟମିତ ପ୍ୟାଚ ଦେଖାଯାଏ (ଯଦିଓ ପତ୍ରର ଉପର ସ୍ତର ଅକ୍ଷୁର୍ଣ୍ଣ ରହିପାରେ), ଯାହାକି ଏକ ଝରକା ସଦୃଶ ହୋଇଥାଏ। ବୟସ୍କ ଲାର୍ଭା ଖାଦ୍ୟ ଲୋଭୀ ହୋଇଥାଏ ଏବଂ ଅତ୍ୟଧିକ ଆକ୍ରମଣରେ ସଂପୂର୍ଣ୍ଣ ପତ୍ର (ପତ୍ର ଶିରା ବ୍ୟତୀତ) ଖିଆଯାଇ ପାରେ (ପତ୍ର କଙ୍କାଳିକରଣ)। ବ୍ରକୋଲି ଓ ଫୁଲକୋବିରେ ଲାର୍ଭାର ଉପସ୍ଥିତି କୋବି ସୃଷ୍ଟିରେ ବାଧା ଦେଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଡାଇଆଡେଗ୍ମା ଇନସୁଲାରେ, ଉମାଇଜସ ଶୋକୋଲୌସ୍କି, ମାଇକ୍ରୋପ୍ଳିଟିସ ପ୍ଲୁଟେଲା, ଡାଇଆଦ୍ରୋମାସ ସତିଲିକାର୍ନିଶ ଏବଂ କୋଟେସିଆ ପ୍ଲୁଟେଲା ଆଦି ପରଜୀବୀ ବିରୁଡି ଠିକିରିଆ ପୋକର ପ୍ରଧାନ ଶତ୍ରୁ ଅଟନ୍ତି। ପରଜୀବୀ ବ୍ୟତୀତ, କୀଟରେ ରୋଗ ସୃଷ୍ଟିକାରୀ କବକ କିମ୍ବା ନିଉକ୍ଳିଆର ପଲିହେଡ୍ରୋସିସ ଭୂତାଣୁ ଥିବା ଦ୍ରବଣ ମଧ୍ୟ ଏହାର ସଂଖ୍ୟା କମାଇବା ପାଇଁ ବ୍ୟବହାର କରାଯାଇ ପାରେ। ବେଶିଲସ ଥୁରିଞ୍ଜେଂସିସ ଥିବା କୀଟନାଶକ ଦ୍ରବଣ ମଧ୍ୟ ସହାୟକ ଅଟେ, ଯଦିଓ ପ୍ରତିରୋଧକତା ବିକାଶର ବାରଣ ପାଇଁ ପଦାର୍ଥର ପର୍ଯ୍ୟାୟ ସୁପାରିସ କରାଯାଏ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଅଧିକାଂଶ କୀଟନାଶକ( କିଛି ଜୈବିକ ସହିତ) ପ୍ରତି ଏହି କୀଟର ପ୍ରତିରୋଧତା ଅଛି, ତେଣୁ ସକ୍ରିୟ ଉପାଦାନର ପର୍ଯ୍ୟାୟ ବହୁଳ ଭାବରେ ସୁପାରିସ କରାଯାଏ। ଅଶି ଦଶକରେ ପାଇରେଥ୍ରାଏଡ ଥିବା ପଦାର୍ଥର ବହୁଳ ବ୍ୟବହାର ପରେ ଏହା ଏହି କୀଟ ଦମନ ପାଇଁ ବିଫଳ ହୋଇଛି।

ଏହାର କାରଣ କଣ

ପ୍ଲୁଟେଲା ଯାଇଲୋସ୍ଟେଲା ନାମକ ଠିକିରିଆ ପୋକର ଲାର୍ଭା ଦ୍ଵାରା ଏହି କ୍ଷତି ହୋଇଥାଏ। ସେମାନଙ୍କ ମୁଖ୍ୟ ପୋଷକ ଗଛ ବ୍ରାସିକା ପରିବାରର ଅନ୍ତର୍ଭୁକ୍ତ ଅଟେ ଯାହାକି ବ୍ରକୋଲି, ବନ୍ଧାକୋବି, ଫୁଲକୋବି, ମୂଳା ଓ ସାଲଗମ ଆଦି ସମେତ ଅନେକ ଗୁଡିଏ ବାଳୁଙ୍ଗା ହୋଇଥାଏ। ବଯସ୍କମାନେ ସ୍ପଷ୍ଟ ଆଣ୍ଟିନା ସହିତ ଛୋଟ, ପତଳା ଏବଂ 6 ମିମି ଲମ୍ବ ବିଶିଷ୍ଟ ଅଟନ୍ତି। ପିଠିରେ ନିର୍ଦ୍ଦିଷ୍ଟ ଏକ ଫିକା ମାଟିଆ ରଙ୍ଗର ପଟ୍ଟି ସହିତ ଶରୀରଟି ଗାଢ ମାଟିଆ ରଙ୍ଗର ହୋଇଥାଏ। ସେମାନେ ଭଲ ଭାବରେ ଉଡି ପାରନ୍ତି ନାହିଁ , କିନ୍ତୁ ଦୂର ସ୍ଥାନକୁ ପବନ ଦ୍ଵାରା ପରିବାହିତ ହୋଇ ଯାଇ ପାରନ୍ତି। ପ୍ରତ୍ୟେକ ମାଇ କୀଟ ସାଧାରଣତଃ ପତ୍ର ଶିରା ପାଖରେ ଆଠଟି ପର୍ଯ୍ୟନ୍ତ ଗୁଚ୍ଛରେ ପ୍ରାୟ 150ଟି ଅଣ୍ଡା ଦେଇଥାଏ। ଯୁବ ଲାର୍ଭା ଠାରେ ପତ୍ର ଖାଇ ସୁଡଙ୍ଗ କରିବା ଅଭ୍ୟାସ ଥାଏ, ଯେଉଁ ସ୍ଥଳେ ବଯସ୍କମାନେ ପତ୍ର ତଳ ପଟେ ଖାଇଥାନ୍ତି, ଯାହା ଫଳରେ ଅନିୟମିତ ପେଚ ସୃଷ୍ଟି ହୋଇଥାଏ। ଯୁବ ଲାର୍ଭା ପାଇଁ ବର୍ଷା ବିନାଶର ଏକ ମୁଖ୍ୟ କାରଣ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ସୋରିଷ, ସାଲଗମ ଏବଂ ଗଣ୍ଠି କୋବି ଭଳି ପ୍ରତିରୋଧୀ କିସମ ଚୟନ କରନ୍ତୁ। ସାଧାରଣ ମହମ ପୃଷ୍ଠ ନଥିବା (ଧୂସର-ସବୁଜ ଅପେକ୍ଷା ସବୁଜ) ଚିକ୍କଣ କିସମ ଚୟନ କରନ୍ତୁ, କାରଣ ତାହା ଏହି କୀଟ ପାଇଁ ଅଧିକ ପ୍ରତିରୋଧୀ ଅଟେ। ସୁନିଶ୍ଚିତ କରନ୍ତୁ ଯେ ଲଗାଇବା ପୂର୍ବରୁ ଚାରା କୀଟ ମୁକ୍ତ ଅଛି। କ୍ଷତି ଚିହ୍ନ ବା ଲାର୍ଭାର ଉପସ୍ଥିତି ଜାଣିବା ପାଇଁ ଜମି ନିରୀକ୍ଷଣ କରନ୍ତୁ (ଅର୍ଥନୈତିକ ସୀମା ହେଉଛି 3ଟି ଗଛ ପିଛା ଏକ କୀଟ କିମ୍ବା ଗଛ ପିଛା ଗୋଟିଏ କଣା)। ବୟସ୍କ କୀଟକୁ ଧରିବା ପାଇଁ ଫେରୋମୋନ ଜନ୍ତା ବ୍ୟବହାର କରନ୍ତୁ ଏବଂ ସଂଖ୍ୟା ଆକଳନ କରନ୍ତୁ। ଯଦି ସମ୍ଭବ, ଗଛରେ ସିଞ୍ଚନ ପ୍ରଣାଳୀରେ ଜଳସେଚନ କରନ୍ତୁ, ଯେହେତୁ ଏହା ବର୍ଷା ଭଳି କାମ କରିବ। ଉପଯୁକ୍ତ ପୋଷକ ନଥିବା ଗଛ ସହିତ ଅନ୍ତଃ ଫସଲ ଯୋଜନା କରନ୍ତୁ। ଅନ୍ୟ ପରିବାରର ଫସଲ ସହିତ ଏକ ଫସଲ ପର୍ଯ୍ୟାୟ ଯୋଜନା କରନ୍ତୁ। ଅମଳ ପରେ ଫସଲ ଅବଶେଷ କାଢି ନଷ୍ଟ କରି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ