Lepidosaphes beckii
ପୋକ
ବାଇଗଣୀ ଗେଣ୍ଡା କାତି ପୋକଗୁଡିକ ଫଳ, ପତ୍ର, ଡାଳ ଏବଂ ଗଣ୍ଡି ସହିତ ଗଛର ପୃଷ୍ଠରେ ଲାଗି ରହିଥାନ୍ତି। ସେମାନେ ଗଛର ରସ ଖାଆନ୍ତି, ଯାହା ଅନେକ ଲକ୍ଷଣ ଦେଖାଇ ଥାଏ। ଯେଉଁଠାରେ କାତି ପୋକ ଖାଇଥାନ୍ତି ପାଚିଲା ଫଳ ସବୁଜ ହେବାକୁ ଲାଗେ। ପତ୍ର ହଳଦିଆ ହୋଇଯାଏ ଏବଂ ଗଛରୁ ଝଡି ଯାଇପାରେ। ଗୁରୁତର ପରିସ୍ଥିତିରେ, ଶାଖାଗୁଡ଼ିକର ପ୍ରାନ୍ତ ମରିବା ଆରମ୍ଭ କରିପାରେ ଏବଂ ଏହି କ୍ଷତି ଶାଖାଗୁଡ଼ିକର ମୁଖ୍ୟ ଅଂଶ ଆଡକୁ ପଛକୁ ବିସ୍ତାର ହୋଇପାରେ।
ବିଳମ୍ବ ଶୀତଦିନେ ପ୍ରଥମ ଅଣ୍ଡା ଫୁଟିବା ପୂର୍ବରୁ କିମ୍ବା ଆପଣ ପୋକ ଆକ୍ରମଣ ଚିହ୍ନଟ କରିବା ପରେ ଗଛରେ ସୁପ୍ତ ତେଲ ଏବଂ ଚୂନ ସଲଫର/ଗନ୍ଧକ ସ୍ପ୍ରେ କରନ୍ତୁ। ଛୋଟ ଗଛଗୁଡିକ ପାଇଁ, କିମ୍ବା ବଡ଼ ଗଛଗୁଡିକର ପହଞ୍ଚି ପାରୁଥିବା ଅଂଶଗୁଡିକ ପାଇଁ, ଆପଣ ଏକ ପ୍ଲାଷ୍ଟିକ୍ ବାସନ ସ୍କ୍ରବର ବ୍ୟବହାର କରି କାତିଗୁଡିକୁ ଘଷି କାଢି ପାରିବେ। ସାଧାରଣତଃ, ପ୍ରାକୃତିକ ଶତ୍ରୁମାନେ ଏହି କୀଟ ସଂଖ୍ୟାକୁ ନିୟନ୍ତ୍ରଣରେ ରଖନ୍ତି, ତେଣୁ ସେମାନେ ସାଧାରଣତଃ ଏକ ବଡ଼ ସମସ୍ୟା ନୁହଁନ୍ତି।
ଏହି କୀଟ ସାଧାରଣତଃ ସର୍ବନିମ୍ନ କ୍ଷତି ଘଟାଇଥାଏ, କିନ୍ତୁ ବହୁ ସଂଖ୍ୟାରେ ଥିଲେ ଏହା ଗୁରୁତର କ୍ଷତି ଘଟାଇପାରେ, ସମ୍ଭବତଃ ଏହା ରାସାୟନିକ ନିୟନ୍ତ୍ରଣ ଆବଶ୍ୟକ କରିଥାଏ। ଏହି କୀଟକୁ ଥରେ ଦେଖିବା ପରେ କୀଟନାଶକ ଦ୍ଵାରା ମାରିବା କଷ୍ଟକର କାରଣ ସେମାନଙ୍କର କଠିନ କାତି ସେମାନଙ୍କୁ ସୁରକ୍ଷା ଦେଇଥାଏ। ସେମାନଙ୍କୁ ନିୟନ୍ତ୍ରଣ କରିବାର ସର୍ବୋତ୍ତମ ଉପାୟ ହେଉଛି ସେମାନେ ଛୋଟ ଓ ଅସୁରକ୍ଷିତ ଅବସ୍ଥାରେ ବସତି କରିବା ପୂର୍ବରୁ ଖାଇବା ପାଇଁ ବୁଲୁଥିବା ସମୟରେ ଋତୁ ଆରମ୍ଭରେ ଉପଚାର କରିବା। ସିନ୍ଥେଟିକ୍ ପାଇରେଥ୍ରଏଡ୍ ପରି ଶକ୍ତିଶାଳୀ, ବ୍ୟାପକ ଫଳପ୍ରଦ କୀଟନାଶକ ବ୍ୟବହାର ନକରିବା ଭଲ, କାରଣ ଏହା ଉପକାରୀ ପରଭକ୍ଷୀଙ୍କୁ ମାରିଦେଇ ପାରନ୍ତି। ଗଛ ଦ୍ଵାରା ଶୋଷିତ ହୋଇପାରୁଥିବା କୀଟନାଶକ ବ୍ୟବହାର କରିବାକୁ ପସନ୍ଦ କରନ୍ତୁ।
ଆପଣଙ୍କ ଗଛ ଉପରେ ଥିବା ଆବୁ ହେଉଛି ବୟସ୍କ ମାଈ ବାଇଗଣୀ ଗେଣ୍ଡା କାତି ପୋକ। ସେମାନେ ଘୁଞ୍ଚନ୍ତି ନାହିଁ ଏବଂ ଏକ ବାଇଗଣି-ବାଦାମୀ ସୁରକ୍ଷିତ ଆବରଣ ମଧ୍ୟରେ ଲୁଚି ରହିଥାନ୍ତି। ମାଇ ପୋକ ତା’ର ସୁରକ୍ଷିତ କାତି ତଳେ ଅଣ୍ଡା ଦେଇଥାଏ, ଯେଉଁଠାରେ ସେମାନେ ଶୀତଦିନେ ସୁରକ୍ଷିତ ରୁହନ୍ତି ଏବଂ ମେ କିମ୍ବା ଜୁନ୍ ଶେଷରେ ଅଣ୍ଡା ଫୁଟିଥାଏ। ଏହି କୀଟମାନେ ବର୍ଷକୁ ଥରେ ପ୍ରଜନନ କରନ୍ତି । ଛୋଟ ପୋକ ଚାଲିବା କିମ୍ବା ପବନ, ଯାନବାହାନ, ପ୍ରାଣୀ, ପକ୍ଷୀ ଏବଂ ଲୋକଙ୍କ ପୋଷାକ ଦ୍ୱାରା ବାହିତ ହୋଇ ନୂତନ ଗଛକୁ ବିସ୍ତାର କରିପାରେ। ସେମାନେ ପୋକ ଥିବା ଉଦ୍ଭିଦ ସାମଗ୍ରୀ ମାଧ୍ୟମରେ ବିସ୍ତାର କରିପାରନ୍ତି।