ବାଇଗଣ

ବାଇଗଣ କାଣ୍ଡ ଓ ଫଳ ବିନ୍ଧା ପୋକ

Leucinodes orbonalis

ପୋକ

ସଂକ୍ଷେପରେ

  • ଫୁଲ ଏବଂ କଢ ଉପରେ ଖାଇବା ଦାଗ ଦେଖାଯାଏ। ନୂଆ ଡାଳର ଅଗ ଏବଂ କାଣ୍ଡ ଝାଉଁଳି ଯାଏ। ଫଳ ଉପରେ ପ୍ରବେଶ ଓ ପ୍ରସ୍ଥାନ କଣାରେ ଶୁଖିଲା ମଳ ଦ୍ଵାରା ବନ୍ଦ ହୋଇଯାଏ। ଫମ୍ପା ଫଳ ମଳରେ ପୂରଣ ହୋଇଥାଏ। ଲାର୍ଭା/ଶୂକ ଏକ ବାଦାମୀ ମୁଣ୍ଡ ସହିତ ଗୋଲାପୀ ରଙ୍ଗର ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ବାଇଗଣ

ଲକ୍ଷଣ

ପ୍ରଥମ ଦୃଶ୍ୟମାନ ଲକ୍ଷଣ ହେଉଛି ଶୂକର ପ୍ରାରମ୍ଭିକ ଖାଇବା ଯୋଗୁଁ ଡାଳ ଅଗ ଝାଉଁଳା। ପରେ ଫୁଲ, ଫୁଲର କଢ ଏବଂ ଡାଳ ମଧ୍ୟ ପ୍ରଭାବିତ ହୁଏ। ଛୋଟ ଲାର୍ଭା/ଶୂକ ବଡ଼ ପତ୍ରର ମଧ୍ୟଶିରାର ପ୍ରାନ୍ତ ଅଂଶ ଏବଂ କଅଁଳ ଡାଳ ଦେଇ କାଣ୍ଡ ଭିତରକୁ ଯାଇ “ମଞ୍ଜ କିଳା” ସୃଷ୍ଟି କରିଥାଏ। ପରିପକ୍ୱ ଲାର୍ଭା ଫଳରେ ପ୍ରବେଶ କରିଥାଏ ଏବଂ ଶୁଖିଲା ମଳ ଦ୍ୱାରା ଛୋଟ ପ୍ରବେଶ କଣା ବନ୍ଦ ହୋଇଯାଏ। ଫଳର ଭିତର ଅଂଶ ଫମ୍ପା, ବିବର୍ଣ୍ଣ ଏବଂ କଳାମଳରେ ପରିପୂର୍ଣ୍ଣ ହୋଇଥାଏ। ସଂକ୍ରମଣର ମାତ୍ରା ଅଧିକ ହେଲେ, ଗଛର ଝାଉଁଳା ଏବଂ ଦୁର୍ବଳତା ଦେଖାଯାଏ, ଯାହା ଫସଲ ର ଉତ୍ପାଦକତା ହ୍ରାସ କରିଥାଏ। ସେହି ଗଛ ଦ୍ଵାରା ଉତ୍ପାଦିତ ଫଳଗୁଡିକ ଖାଇବା ପାଇଁ ଅନୁପଯୁକ୍ତ ହୋଇପାରେ। ଯେତେବେଳେ ଅନେକ ପିଢୀ ପରେ ପର୍ଯ୍ୟାପ୍ତ ସଂଖ୍ୟା ବୃଦ୍ଧି ହୋଇଥାଏ, କ୍ଷତି ସବୁଠାରୁ ଅଧିକ ହୋଇଥାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଏଲ. ଅର୍ବୋନାଲିସର ଶୂକକୁ କେତେକ ପରଜୀବୀ ଖାଆନ୍ତି, ଉଦାହରଣ ସ୍ୱରୂପ ପ୍ରିଷ୍ଟୋମେରସ୍ ଟେଷ୍ଟେସିସ୍, କ୍ରେମାଷ୍ଟସ୍ ଫ୍ଲାଭୋର୍ବାଟାଲିସ୍ ଏବଂ ଶିରାକିଆ ସ୍କୋନୋବିକ୍। ସିଉଡୋପେରାଇଚେଟା, ବ୍ରାକୋନିଡସ୍, ଏବଂ ଫାନେରୋଟୋମା ର ପ୍ରଜାତିଗୁଡିକ ମଧ୍ୟ ପ୍ରୋତ୍ସାହିତ ହେବା ଉଚିତ କିମ୍ବା ଏସବୁକୁ ଜମିରେ ବ୍ୟବହାର କରାଯାଇପାରେ। ନିମ ମଞ୍ଜି ରସ (NSKE) 5% କିମ୍ବା ସ୍ପିନୋସାଡ୍ ମଧ୍ୟ ସଂକ୍ରମିତ ଫଳ ଉପରେ ବ୍ୟବହାର କରାଯାଇପାରେ। ଅଣ୍ଡା ନଦେବା ପାଇଁ ଉପର 10 ସେମି ଧାରରେ ଅଠାଳିଆ ପଦାର୍ଥ ସହିତ ଜାଲ ପ୍ରୟୋଗ କରାଯାଇପାରେ। ଯଦି ଅଠା ଉପଲବ୍ଧ ନଥାଏ, ତେବେ ଜାଲଟି 2 ମିଟର ଉଚ୍ଚତା ଉପରେ 40 ସେ.ମି. ପ୍ରସାରିତ କରାଯାଇ ପାରେ, ତାପରେ ଏହାକୁ ବାହାରକୁ ଆଣି ଭୂଲମ୍ବ ଜାଲରୁ 80-85 ଡିଗ୍ରୀ କୋଣ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ସଂକ୍ରମଣର ଅବସ୍ଥା ଏବଂ ଋତୁ ଉପରେ ନିର୍ଭର କରି ଉପଚାର ଭିନ୍ନ ହୋଇଥାଏ। ସେଭିମୋଲ (0.1 %), କିମ୍ବା ମାଲାଥିଅନ୍ 0.1%) ନିୟମିତ ବ୍ୟବଧାନରେ ସ୍ପ୍ରେ କରିବା ଦ୍ଵାରା କୀଟ ନିୟନ୍ତ୍ରଣରେ ରହିଥାଏ। ଫଳ ପରିପକ୍ୱତା ଏବଂ ଅମଳ ସମୟରେ ସିନ୍ଥେଟିକ୍ ପାଇରେଥ୍ରଏଡ୍ ଏବଂ କୀଟନାଶକ ବ୍ୟବହାରରୁ ଦୂରେଇ ରୁହନ୍ତୁ।

ଏହାର କାରଣ କଣ

ଏକ ପୋକ ଲ୍ୟୁସିନୋଡ୍ ଅର୍ବୋନାଲିସ୍ ର ଲାର୍ଭା ଦ୍ୱାରା ଏହି କ୍ଷତି ହୋଇଥାଏ। ବସନ୍ତରେ, ମାଈମାନେ ପୃଥକ ଭାବରେ କିମ୍ବା ପତ୍ରର ତଳ ଭାଗରେ, ଡାଳ, ଫୁଲର କଢ କିମ୍ବା ଫଳର ମୂଳରେ କ୍ରିମ-ଧଳା ଅଣ୍ଡା ଦେଇଥା’ନ୍ତି। 3 ରୁ 5 ଦିନ ପରେ ଲାର୍ଭା ଫୁଟିଥାଏ ଏବଂ ସାଧାରଣତଃ ସିଧାସଳଖ ଫଳରେ ବିନ୍ଧ କରିଥାଏ। ସମ୍ପୁର୍ଣ୍ଣ ବଢିଥିବା ଲାର୍ଭା ଏକ ବାଦାମୀ ମୁଣ୍ଡ ସହିତ ସବଳ ଏବଂ ଗୋଲାପୀ ରଙ୍ଗର ହୋଇଥାଏ। ଯେତେବେଳେ ଖାଇବା ସମାପ୍ତ ହୁଏ, ଡାଳ, ଶୁଖିଲା ଡାଳ କିମ୍ବା ପଡିଥିବା ପତ୍ର ମଧ୍ୟରେ ବୁଣା ହୋଇଥିବା ଏକ ଧୂସର, କଠିନ କୋଷାରେ ପ୍ୟୁପା ହୋଇଥାଏ। ପ୍ୟୁପା ଅବସ୍ଥା 6 ରୁ 8 ଦିନ ପର୍ଯ୍ୟନ୍ତ ରହିଥାଏ, ସେଥିରୁ ପରେ ବୟସ୍କମାନେ ଦେଖାଯାନ୍ତି। ବୟସ୍କ ପୋକମାନେ ଦୁଇ ରୁ ପାଞ୍ଚ ଦିନ ବଞ୍ଚନ୍ତି, ଏକ ଜୀବନଚକ୍ର ସଂପୂର୍ଣ୍ଣ କରିଥାନ୍ତି ଯାହା ପରିବେଶ ଅବସ୍ଥା ଉପରେ ନିର୍ଭର କରି 21-43 ଦିନ ହୋଇଥାଏ। ଗୋଟିଏ ବର୍ଷରେ ସେମାନଙ୍କର ସକ୍ରିୟ ପର୍ଯ୍ୟାୟରେ ପାଞ୍ଚଟି ମିଶ୍ରିତ ପିଢୀ ରହିପାରେ। ଶୀତଦିନେ, ଲାର୍ଭା ମାଟି ଭିତରେ ଶୀତସୁପ୍ତି କରେ। ଏହି କୀଟ ଟମାଟୋ ଏବଂ ଆଳୁ ପରି ଅନ୍ୟାନ୍ୟ ସୋଲାନାସିଅସ ଫସଲକୁ ଆକ୍ରମଣ କରିଥାଏ।


ସୁରକ୍ଷାତ୍ମକ ଉପାୟ

  • ଯଦି ଆପଣଙ୍କ ଅଞ୍ଚଳରେ ଉପଲବ୍ଧ ତେବେ ପ୍ରତିରୋଧକ କିମ୍ବା ସହନଶୀଳ କିସମ ଲଗାନ୍ତୁ। ଦୁଇଟି ଋତୁ ପାଇଁ ଯଦି ସମ୍ଭବ ହୁଏ, ସମ୍ବେଦନଶୀଳ ପୋଷକ ସହିତ ପାନମହୁରୀ, ଜୁଆଣୀ, ଧନିଆ ଏବଂ କଳାଜୀରା ପରି ଅନ୍ୟ ପ୍ରଜାତିର ଅନ୍ତଃ ଫସଲ କରନ୍ତୁ। ରୋଗର ଲକ୍ଷଣ ପାଇଁ ନିୟମିତ ଭାବରେ ଚାଷ ଜମି ଉପରେ ନଜର ରଖନ୍ତୁ। ପ୍ରଭାବିତ ପତ୍ର, କଢ କିମ୍ବା ଫଳଗୁଡିକ କ୍ଷେତରୁ କିଛି ଦୂରରେ ନଷ୍ଟ କରାଯିବା ଉଚିତ୍। ପଡିଥିବା ଫଳ, ପତ୍ର ଏବଂ ଡାଳ କାଢି ଜମି ସଫା ରଖନ୍ତୁ। ଅତ୍ୟଧିକ ସଂକ୍ରମଣ ହୋଇଥିଲେ ସଂପୂର୍ଣ୍ଣ ଗଛକୁ ମୂଳରୁ ନଷ୍ଟ କରି ଦିଆଯିବା ଉଚିତ୍। ଅନ୍ୟ ଫସଲ କିମ୍ବା କ୍ଷେତକୁ ପୋକର ସ୍ଥାନାନ୍ତରଣକୁ ରୋକିବା ପାଇଁ ନାଇଲନ୍ ଜାଲି ପ୍ରତିବନ୍ଧକ ବ୍ୟବହାର କରନ୍ତୁ। ପୋକକୁ ଆକର୍ଷିତ କରିବା କିମ୍ବା ଧରିବା ପାଇଁ ଫେରୋମୋନ ଜନ୍ତା ବ୍ୟବହାର କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ