Otiorhynchus cribricollis
ପୋକ
ବୟସ୍କ କୁର୍କୁଲିୟ ଘୁଣିପୋକ ପତ୍ର ସମୂହକୁ ଆକ୍ରମଣ କରିଥାଏ, ପତ୍ର ଧାର ଖାଇ ଏକ କରତ ଦାନ୍ତ ଭଳି ଧାର ସୃଷ୍ଟି କରିଥାଏ। ସେମାନେ କଅଁଳ କାଣ୍ଡ ଖାଇଥାନ୍ତି, ବେଳେବେଳେ ସେମାନଙ୍କ ଚାରିପଟେ ଥିବା ବକଳର ବଳୟ ଖାଇଥାନ୍ତି। ଏହା ଜଳ ଓ ପୋଷଣ ପରିବହନରେ ବାଧା ସୃଷ୍ଟି କରିଥାଏ ଏବଂ ତେଣୁ ଡାଳ ସୃଷ୍ଟି ହୋଇପାରେ ନାହିଁ। କେତେକ ଫସଲରେ, ଘୁଣିପୋକ ଫୁଲ ମଧ୍ୟକୁ ମୁହଁ ସାହାଯ୍ୟରେ ଯାଇଥାନ୍ତି ଏବଂ ଜନନ ଅଂଶକୁ ନଷ୍ଟ କରିଥାନ୍ତି। ସଂଖ୍ୟା ଅଧିକ ହେଲେ, ମୁଖ୍ୟତଃ ନୂଆ ଗଛର କ୍ଷତି ଅଧିକ ହୋଇଥାଏ। ପୂର୍ବରୁ ଚରାଭୂମି ପାଲଟି ଥିବା ସ୍ଥାନରୁ ବାହାରି ଥିବା ବୟସ୍କ ନୂଆରେ ଲଗା ହୋଇଥିବା ଅଙ୍ଗୁର ବଗିଚାକୁ ମଧ୍ୟ ଆକ୍ରମଣ କରିପାରେ। ସାଧାରଣତଃ, ଅଙ୍ଗୁର କିମ୍ବା ଫଳର କ୍ଷତି ହୁଏନାହିଁ। ଲାର୍ଭା ଫସଲର ଚେର ଖାଇଥାଏ, କିନ୍ତୁ କ୍ଷତି ନଗଣ୍ୟ ହୋଇଥାଏ।
ଆଜି ପର୍ଯ୍ୟନ୍ତ, ଏହାର କୌଣସି ଜୈବିକ ନିୟନ୍ତ୍ରକ ଉପଲବ୍ଧ ହୋଇନାହିଁ। ଯଦି ଆପଣ ଜାଣିଛନ୍ତି, ଦୟାକରି ଆମକୁ ସୂଚନା ଦିଅନ୍ତୁ।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। କୁର୍କୁଲିୟ ଘୁଣିପୋକ ନିୟନ୍ତ୍ରଣ ପାଇଁ ସିନ୍ଥେଟିକ ପାଇରେଥ୍ରଏଡ ଉପଚାର ସବୁଠାରୁ ଅଧିକ ଫଳପ୍ରସୂ ଅଟେ। ଆଲ୍ଫା-ସାଇପରମେଥ୍ରୀନ ପତ୍ର ସିଞ୍ଚନ ଫଳ ନଥିବା ଓ ଫଳ ବହନ କରୁନଥିବା ଗଛରେ ବ୍ୟବହାର କରାଯାଇ ପାରେ।
କୁର୍କୁଲିୟ ଘୁଣିପୋକ (ଓଟିୟରାଇଞ୍ଚଶ କ୍ରିବ୍ରିକୋଲିସ) ଦ୍ଵାରା ଏହି କ୍ଷତି ହୋଇଥାଏ। ବଯସ୍କମାନେ ରାତିରେ ଖାଇଥାନ୍ତି। ଦିନବେଳେ, ସେମାନେ ବକଳ ତଳେ, ଶାଖା କୋଣରେ, ଫଳ ଓ ପତ୍ର ମଝିରେ କିମ୍ବା ମାଟିରେ ଗାତ କରି ଆଶ୍ରୟ ନେଇଥାନ୍ତି। ଗଛ କିମ୍ବା ମାଟିରେ ଥିବା ହାଲୁକା ଜୈବିକ ବସ୍ତୁରେ ଅଣ୍ଡା ଦେଇଥାନ୍ତି। ଅଣ୍ଡା ଫୁଟିବା ପରେ, ନୂଆ ଲାର୍ଭା ମାଟିରେ ଖୋଳି ଗଛର ଚେରକୁ ଖାଇଥାଏ। ସେମାନେ ଶରଦ ଋତୁରେ ପ୍ୟୁପା କରିଥାନ୍ତି। ପ୍ୟୁପା ଅବସ୍ଥାର ଅବଧି ପାଣିପାଗ ଉପରେ ନିର୍ଭର କରିଥାଏ, କିନ୍ତୁ ଏହା ସାଧାରଣତଃ ତିନିରୁ ଚାରି ସପ୍ତାହ ନେଇଥାଏ। କୁର୍କୁଲିୟ ଘୁଣିପୋକର ଜୀବନ ଚକ୍ର ମଧ୍ୟମ ତାପମାତ୍ରାରେ ଅନୁକୂଳତମ ହୋଇଥାଏ। ପ୍ରତି ବର୍ଷରେ ଏହାର କେବଳ ଗୋଟିଏ ପିଢୀ ଥାଏ, କିନ୍ତୁ ଗ୍ରୀଷ୍ମର ତାପ ପରେ ତାହାର ପୁନଃ ସକ୍ରିୟତା ଦ୍ଵିତୀୟ ପିଢୀର ଭ୍ରମ ଦେଇଥାଏ। ଅଧିକାଂଶ ବୟସ୍କ ଘୁଣିପୋକ ଉଡି ପାରନ୍ତି ନାହିଁ, କିନ୍ତୁ କେତେକ କିଛି ଦୂର ଉଡି ପାରନ୍ତି।