କପା

କପା ପତ୍ରକଣା ପୋକ

Bucculatrix thurberiella

ପୋକ

ସଂକ୍ଷେପରେ

  • ଯୁବ ସମ୍ବାଳୁଆ ଗୁଡିକ ପତ୍ର ଭିତରେ ଖୋଳି ଧଳା କିମ୍ବା ଧୂସର ରଙ୍ଗର ସର୍ପିଳ ସୁଡ଼ଙ୍ଗ ସୃଷ୍ଟି କରିଥାଏ.
  • ଯେତେବେଳେ ଏମାନେ ବଢ଼ନ୍ତି ଏହି ସୁଡ଼ଙ୍ଗରୁ ବାହାରି ଯାଆନ୍ତି ଏବଂ ଉପର କିମ୍ବା ତଳ ପଟର ବାହ୍ୟ ସ୍ତରକୁ କାଟି ଦିଅନ୍ତି ଯାହା ଫଳରେ ଝରକାର କାଚ ପରି କଣା ସୃଷ୍ଟି ହୋଇଥାଏ.
  • ଅତାଧିକ ସଂକ୍ରମିତ ପତ୍ର କେବଳ ଏକ ଶିରା ପ୍ରଶିରାର ଜାଲି ପରି ରହିଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କପା

ଲକ୍ଷଣ

ଗଛର ଉପର ଥିବା ଅଂଶ ରେ ସର୍ବାଧିକ କ୍ଷୟକ୍ଷତି ହୋଇଥାଏ. ସବୁଠାରୁ ଛୋଟ ସମ୍ବାଳୁଆ ପତ୍ର ଭିତରେ ଖୋଳି ଧଳା କିମ୍ବା ଧୂସର ରଙ୍ଗର,ଅତି ଛୋଟ ସର୍ପିଳ ସୁଡ଼ଙ୍ଗ ସୃଷ୍ଟି କରିଥାଏ. ଯେତେବେଳେ ଏମାନେ ବଢ଼ନ୍ତି ଏହି ସୁଡ଼ଙ୍ଗରୁ ବାହାରି ଯାଆନ୍ତି ଏବଂ ପତ୍ରରେ ରହି ଉପର କିମ୍ବା ତଳ ପଟର ପତ୍ର ଧାରର ବାହ୍ୟ ସ୍ତରକୁ କାଟି ଦିଅନ୍ତି. ଏହା ଫଳରେ ହାଲୁକା ବାଦାମୀ ରଙ୍ଗର ଝରକା ର କାଚ ପରି କଣା ସୃଷ୍ଟି ହୋଇଥାଏ. ପତ୍ରଗୁଡ଼ିକ ବେଳେବେଳେ ଅସମ କଣା ହୁଏ ଓ ଶୁଖିଯାଇ ଝଡି ଯାଏ. ଅତ୍ୟଧିକ ସଂକ୍ରମଣ ହୋଇଥିବା ବେଳେ ପତ୍ରଝଡ଼ା ଯୋଗୁଁ ବକରା ଅସମୟରେ ଖୋଲିଯାଏ କିମ୍ବା ଛୋଟ ଛୋଟ ବକରା ଝଡ଼ିଯାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ପରଭକ୍ଷୀ ଯଥା ଓରିୟସ୍(Orius) ର କିଛି ପ୍ରଜାତିର ଶୁଙ୍କ, କ୍ରାଇସୋପା(Chrysopa) ର ଲାର୍ଭା ଏବଂ କୋଲ୍ଲୋପ୍ସ (Collops) ଓ ହିପ୍ପୋଡାମିଆ (Hippodamia) ର ବୟସ୍କ ପ୍ରଜାପତି ବି.ଥୁରବେରିଏଲା(B. Thurberiella) ର ଲାର୍ଭାକୁ ଖାଉଥିବା ଦେଖାଯାଇଥାଏ. ପରୀକ୍ଷାଗାରରେ ଅନ୍ୟ ପରଭକ୍ଷୀ ଯଥା ଜିଓକୋରିସ୍ (Geocoris), ସିନିଏ (Sinea) ଏବଂ ଯ଼େଲସ୍ (Zelus) ଜାତିର ବୟସ୍କ ଓ ନୋବିସ୍(Nobis) ଜାତିର ବୟସ୍କ ତଥା ଶୁଙ୍କ ପତ୍ରକଣା ପୋକର ଲାର୍ଭା ଖାଇଥିବା ଦେଖାଯାଇଛି. ଏହି ସବୁ ଉପକାରୀ ପୋକର ସଂଖ୍ୟା ବଜାୟ ରଖିବା ପାଇଁ ବ୍ୟାପକ କୀଟ ପ୍ରଭାଵୀ କୀଟନାଶକ ର ଅତ୍ୟଧିକ ପ୍ରୟୋଗ କୁ କମ କରିବା ଆବଶ୍ୟକ. ସ୍ଟିନୋସାଡ଼ ର ସ୍ପ୍ରେ କୁ ଜୈବିକ କପା ଉତ୍ପାଦନ ରେ ଗ୍ରହଣ କରାଯାଏ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ଅନେକ ପ୍ରକାର କୀଟନାଶକ ଫର୍ମୁଲା ଏହି ପୋକର ନିୟନ୍ତ୍ରଣ ପାଇଁ ପ୍ରୟୋଗ କର ଯାଇପାରେ. ଯେହେତୁ ଯୁବ ଲାର୍ଭା ପାତ୍ରାଭିତରେ ରହିଥାନ୍ତି, କୀଟନାଶକ ପ୍ରୟୋଗ ପରବର୍ତୀ ସମୟରେ ଆରମ୍ଭ କରିବା ଦରକାର ଯେତେବେଳେ ଲାର୍ଭା ବଡ଼ ହୋଇ ବାହାରକୁ ଆସିଥାଏ. କେତେକ କୀଟନାଶକ ର ସକ୍ରିୟ ଉପାଦାନ ହେଲା: ମାଲାଥିଅନ, ଡାଇମିଥଓଟ ଏବଂ ବିଭିନ୍ନ ଉପାଦାନର ମିଶ୍ରଣ.

ଏହାର କାରଣ କଣ

କପା ପତ୍ର କଣା ପୋକ ବୁକ୍ୟୁଲାଟ୍ରିକ୍ସ ଥୁରବେରିଏଲା ର ଲାର୍ଭା ଦ୍ୱାରା ଏହି ଲକ୍ଷଣ ସବୁ ଦେଖାଦେଇଥାଏ. ଏହି ପୋକର ପ୍ରଜାପତି ର ଡେଣା 7-9 ମିମି ଲମ୍ବା ଥାଏ. ଆଗ ଡେଣା ଧଳା ଥାଏ କିନ୍ତୁ ଡେଣା ର ମୂଳରୁ ମଝି ପର୍ଯ୍ୟନ୍ତ କଳାଳିଆ ଧାର ଥାଏ. ପଛ ଡେଣା ମଳିନ ଧଳା ଥାଏ. ଲାର୍ଭା କପା ର ପତ୍ର ସବୁ ଖାଇଥାଏ. ଏହା କପା ର କିଛି ଜଙ୍ଗଲୀ ପ୍ରଜାତି ଯେମିତିକି ଥୁରବେରିଆ ଥେସ୍ପେସିଓଆଇଡ୍ସ ରେ ମଧ୍ୟ ଦେଖାଦେଇଥାଏ. ଯୁବ ଲାର୍ଭା ଚେପଟା, ହଳଦିଆ ରୁ ନାରଙ୍ଗୀ ସମ୍ବାଳୁଆ ଯାହା ପାତ୍ର ଭିତରେ କଣା କରିଥାଏ. ବୟସ୍କ ଲାର୍ଭା ଭିତର ଟିସୁ କୁ ଛାଡି ଉପର କିମ୍ବା ତଳ ପାଖର ପତ୍ର ରେ ଖାଇବା ଆରମ୍ଭ କରିଥାଏ. ଯେତେବେଳେ ଏହି ଟିସୁର ଏହି ସ୍ତରର ପୋଷଣ କାର୍ଯ୍ୟ ସବୁ ସରିଯାଏ ଲାର୍ଭା ଏକ ଛୋଟ ଗୋଲାକୃତି ରେଶମୀ ଘର ପତ୍ରର ତଳ ପଟେ କୌଣସି ଖାଲୁଆ ଜାଗାରେ ତିଆରି କରେ. ଅତ୍ୟନ୍ତ ଖରାପ ସଂକ୍ରମଣରେ ପତ୍ର ଜାଳି ପରି ହୋଇ ଝଡି ଯାଇଥାଏ ଓ ପତ୍ରଝଡା ଆରମ୍ଭ ହୋଇ ଯାଇଥାଏ.


ସୁରକ୍ଷାତ୍ମକ ଉପାୟ

  • ଫେରମୋନ ଜାଲ ବ୍ୟବହାର କରି ପୋକ ସଂଖ୍ୟା ନିରୀକ୍ଷଣ କରନ୍ତୁ.
  • ଉପର ପତ୍ର ପୃଷ୍ଠ ଉପରେ ଲାର୍ଭାର ଉପସ୍ଥିତି ପାଇଁ ଜମିକୁ ନିରୀକ୍ଷଣ କରନ୍ତୁ.
  • କେବଳ ଆବଶ୍ୟକ କୀଟନାଶକର ବ୍ୟବହାର କରନ୍ତୁ କାରଣ ଅଧିକ କୀଟନାଶକ ଦ୍ୱାରା ଉପକାରୀ ପରଜୀବୀ ନଷ୍ଟ ହେଇଜିବାର ସମ୍ଭାବନା ଥାଏ.
  • ସଅଳ ଅମଳ କଲେ ସର୍ବାଧିକ ସଂଖ୍ୟାରୁ ମୁକ୍ତି ମିଳିବ.
  • ଅମଳ ପରେ ଜମି ହଳ କରିଦିଅନ୍ତୁ ଯାହା ଫଳରେ ଶୀତଋତୁରେ ରହୁଥିବା ପୋକ ସଂଖ୍ୟା କମ ହୋଇଯିବ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ