କପା

କପା ର ପତ୍ରଡିଆଁ ପୋକ

Amrasca biguttula

ପୋକ

ସଂକ୍ଷେପରେ

  • ପତ୍ର ଗୁଡିକ ହଳଦିଆ ରଂଗର ଦେଖାଯାଏ ଯାହା ଉପର ଆଡକୁ ମୋଡି ହୋଇ ଯାଇଥାଏ.
  • ପରେ ପରେ ପତ୍ର ସୀମାରୁ ଆରମ୍ଭ କରି ମାଟିଆ ବର୍ଣହୀନତା ଦେଖାଯାଏ.
  • ଶୁଖି ଯାଇଥିବା ପତ୍ର ସବୁ ଝଡିଯିବା ଦେଖାଯାଏ.
  • ଫସଲର ବିକାଶ ବ୍ୟାଧିତ ହୋଇଥାଏ.

ମଧ୍ୟ ଦେଖା ଯାଇପାରେ


କପା

ଲକ୍ଷଣ

ଏହି ପୋକ ଦ୍ୱାରା ଆକ୍ରାନ୍ତ ପତ୍ର ସବୁ ପ୍ରଥମେ ହଳଦିଆ ଓ ପରେ ବାଦାମୀ ରଙ୍ଗ ଯାହା ପତ୍ରର ଧାରରୁ ଆରମ୍ଭ ହୋଇ ମଝି ପର୍ଯ୍ୟନ୍ତ ମାଡି ଥାଏ. ପତ୍ର ସବୁ ଧୀରେ ଧୀରେ ମୋଡି ହୋଇଯିବା ଲକ୍ଷଣ ଦିଶିଥାଏ ଏବଂ ପରେ ପୁରା ଶୁଖିଯାଇ ଝଡ଼ି ପଡ଼େ. ତୀବ୍ର ଆକ୍ରମଣରେ ଜଳିଲା ପରି ଦେଖାଯାଏ ଏବେ ପତ୍ର ମରିଯାଏ ଯାହାକୁ ''ହପର ବର୍ନ'' କୁହାଯାଏ. ଏହାଦ୍ୱାରା ଶେଷରେ ଯୁବ ଗଛ ବାଙ୍ଗରା ହୋଇଯାଏ. ପରବର୍ତୀ ସମୟରେ ଏହି ପୋକ ଆକ୍ରମଣ କଲେ ଗଛର ଫଳନ କ୍ଷମତା ବହୁତ କମ ହୋଇଯାଇଥାଏ ଯଦ୍ୱାରା ଉତ୍ପାଦନ କାମ ହୁଏ ଏବଂ ତୁଳା ରେ କ୍ୱାଲିଟି ଖରାପ ହୋଇଯାଏ. ରଙ୍ଗହୀନ ହେବ ପୂର୍ବରୁ ପତ୍ରର ତଳ ପଟେ ଅତ୍ୟଧିକ ବାଳୁଆ ଘନତ୍ୱ ଦେଖାଯାଏ ତଥା ଟିସୁ ଶକ୍ତ ହୋଇଯାଏ. ଏହି ସବୁ ଲକ୍ଷଣ ପୋକର ଅଣ୍ଡା ଦେବା ଓ ଚାଲ ପ୍ରଚଳ ପ୍ରତି କିଛି ପ୍ରତିରୋଧ ଦେଖାଏ. କିନ୍ତୁ ଏହା ଫସଲର ବଢିବା ତଥା ଉତ୍ପାଦକତା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ପତ୍ରଡିଆଁ ପୋକର ସାଧାରଣ ଶିକାରୀ ପୋକ ଗୁଡିକ ହେଲା ସବୁଜ ଲେସଉଇଙ୍ଗ (କ୍ରାଇସୋପର୍ଲା କାର୍ନେଆ), ଓରିୟସ୍ କିମ୍ବା ଜିଓକୋରିସ୍ ର ବିଭିନ୍ନ ପ୍ରଜାତି, କୋକିନେଲିଡ୍ସ ପରିବାରର କିଛି ପ୍ରଜାତି ତଥା ବୁଢିଆଣୀ. ଏହି ପୋକ ମାନଙ୍କୁ ବଢିବା ପାଇଁ ପ୍ରୋତ୍ସାହନ କରନ୍ତୁ ଓ ରାସାୟନିକ କୀଟନାଶକ ଅତ୍ୟଧିକ ବ୍ୟବହାର କରନ୍ତୁ ନାହିଁ.. ଯେତେବେଳେ ପ୍ରଥମ ଲକ୍ଷଣ ଦେଖାଯାଏ, ସ୍ପିନୋସାଡ୍ (0.35 ମିଲି/ଲି) ପ୍ରୟୋଗ କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାର କୁ ମଧ୍ୟ ଧ୍ୟାନ ଦେବା ଦରକାର. ମାଲାଥିୟନ୍, ସାଇପର୍ମେଥ୍ରିନ୍ (1 ମିଲି/ଲି), ସଲ୍ଫୋକ୍ସାଫ୍ଲୋର୍, କ୍ଲୋର୍ପିରିଫୋସ୍ (2.5 ମିଲି/ଲି), ଡାଇମେଥୋଲେଟ୍, ଲାମ୍ବଡାସାଇହାଲୋଥ୍ରୀନ୍ (1ମିଲି/ଲି) କିମ୍ବା କ୍ଲୋରାଣ୍ଟ୍ରାନିଲିପ୍ରୋଲ୍ + ଲାମ୍ବଡା-ସାଇହାଲୋଥ୍ରୀନ୍ (0.5 ମିଲି/ଲି) ଉପରେ ଆଧାରିତ ମିଶ୍ରଣର ର ପ୍ରୟୋଗ କରା ଯାଇପାରେ. କିନ୍ତୁ ଏହାଦ୍ୱାରା ପତ୍ରଡିଆଁ ପୋକର ପ୍ରାକୃତିକ ଶିକାରୀ ଉପରେ କୁପ୍ରଭାବ ପଡିଥାଏ. ସେଥିପାଇଁ ରାସାୟନିକ କୀଟନାଶକ ଅତ୍ୟଧିକ ସଂକ୍ରମଣରେ ସାମୟିକ ଭାବେ ହିଁ ପ୍ରୟୋଗ କରିବା ଆବଶ୍ୟକ. କୀଟନାଶକ ଦ୍ୱାରା 45-50 ଦିନ ପର୍ଯ୍ୟନ୍ତ କରିବା ଦ୍ୱାରା ମଧ୍ୟ ବିହନ ଉପଚାର ମଧ୍ୟ ପତ୍ରଡିଆଁ ପୋକସଂଖ୍ୟା ନିୟନ୍ତ୍ରଣ କରିପାରେ.

ଏହାର କାରଣ କଣ

ଉଭୟ ଛୋଟ ଏବଂ ବୟସ୍କ ଆମ୍ରାସ୍କା ଡେଭାସ୍ଟାନ୍ସ ପୋକ ପତ୍ରର ରସ ଶୋଷିନିଅନ୍ତି ଏବଂ ବିଷାକ୍ତ ଲାଳ ଛାଡିଥାନ୍ତି ଯାହା ପତ୍ର ଟିସୁର କ୍ଷତି କରି ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରି ଥାଏ. ପ୍ରଥମ ଓ ଦ୍ଵିତୀୟ ବଂଶର ଛୋଟ ପୋକ (nymph) ପତ୍ରର ଶିରା ର ମୂଳ ପାଖରେ ଖାଇ ଥାନ୍ତି. ପୋକ ବଡ଼ ହୋଇ ପତ୍ର ସାରା ମାଡି ଯାଆନ୍ତି କିନ୍ତୁ ମୁଖ୍ୟତ ତଳ ପଟୁ ଖାଇଥାନ୍ତି. ଅତି ସକାଳୁ କିମ୍ବା ସନ୍ଧ୍ୟା ହେବା ପରେ ମଧ୍ୟମ ରୁ ଅଧିକ ତାପମାନ (21 to 31°C) ଏବଂ ମଧ୍ୟମରୁ ଅଧିକ ଆର୍ଦ୍ରତା 55 to 85%), ସୂର୍ଯ୍ୟାଲୋକର ଅବଧି ପୋକସଂଖ୍ୟା ବଢ଼ିବାରେ ସାହାଯ୍ୟ କରିଥାଏ. କମ ତାପମାନ ଏବଂ ତୀବ୍ର ପବନ ପୋକ ସଂଖ୍ୟା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ.


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିମ୍ବା ସହନଶୀଳ କିସମର ବିହନ ଲଗାନ୍ତୁ (ବଜାରରେ ବହୁତ କିସମ ଉପଲବ୍ଧ ଅଛି).
  • ଫସଲରେ ପତ୍ର ଡିଆଁ ପୋକର ଉପସ୍ଥିତିର ଲକ୍ଷଣ ଗୁଡିକ ପାଇଁ ଜମିକୁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ.
  • ସନ୍ତୁଳିତ ଖାଦ୍ୟସାର ପରିଚାଳନା କରନ୍ତୁ ଏବଂ ମୁଖ୍ୟତଃ ଅତ୍ୟଧିକ ଯବକ୍ଷାରଜାନ ପ୍ରୟୋଗ କରନ୍ତୁ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ