ଅନ୍ୟ

ସ୍ଵଛ କାତି ପୋକ

Aspidiotus destructor

ପୋକ

ସଂକ୍ଷେପରେ

  • ପତ୍ର, କାଣ୍ଡ ଏବଂ ଫଳରୁ ରସ ଖାଇ ଟିସୁକୁ ରଙ୍ଗହୀନ ଓ ବିକୃତ କରିଦେଇଥାନ୍ତି.
  • ଫଳ ସମ୍ପୂର୍ଣ୍ଣ ଭାବେ ହଳଦିଆ ରୁ ବାଦାମୀ ରଙ୍ଗର ହୋଇ ଝଡ଼ିଯାଏ.
  • ପୁରା ଗଛ ବାଙ୍ଗରା ହୋଇଯାଏ କିମ୍ବା ମରିଯାଏ.

ମଧ୍ୟ ଦେଖା ଯାଇପାରେ


ଅନ୍ୟ

ଲକ୍ଷଣ

କାତି ପୋକ ପତ୍ରରୁ ରସ ଖାଇ ଟିସୁକୁ ରଙ୍ଗହୀନ ଓ ବିକୃତ କରିଦେଇଥାଏ. ମୁଖ୍ୟତଃ ପତ୍ରର ତଳ ପଟେ ସଂକ୍ରମଣ ହୋଇଥାଏ, କିନ୍ତୁ କାଣ୍ଡ, ଫୁଲ ଗୁଚ୍ଛ ଏବଂ ନୁଆଁ ଫଳ ମଧ୍ୟ ସଂକ୍ରମିତ ହୋଇପାରେ. ପ୍ରବଳ ସଂକ୍ରମଣ ସମୟରେ ସମ୍ପୂର୍ଣ୍ଣ ପତ୍ର ହଳଦିଆ ରୁ ବାଦାମୀ ରଙ୍ଗର ହୋଇଯାଇ ଝଡ଼ିଯାଇପାରେ. ସଂକ୍ରମଣ ଯୋଗୁଁ ପୋକସବୁ ପାଖାପାଖି ବସାବାନ୍ଧି ଥାନ୍ତି ଯାହା ଛୋଟ ଛୋଟ ଅଣ୍ଡା ଛଣା ପରି ଦେଖାଯାଏ. ସଂକ୍ରମିତ ଗଛରେ ଚମକିଲା ହଳଦିଆ ରଙ୍ଗ ସ୍ପଷ୍ଟ ଭାବେ ବହୁତ ଦୂରରୁ ଦେଖାଯାଏ. ଫଳ ମଧ୍ୟ ରଙ୍ଗହୀନ ହୋଇ ଅସମୟରେ ଝଡ଼ିଯାଇପାରେ. ପୁରା ଗଛ ବାଙ୍ଗରା ହୋଇଯାଏ କିମ୍ବା ଅତ୍ୟଧିକ ସଂକ୍ରମଣ ହେଲେ ଗଛ ମରିଯାଇପାରେ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

47 ଏବଂ 49°C ତାପମାନର ଗରମ ପାଣିରେ ଯଥାନୁକ୍ରମେ 15 ଏବଂ 10 ମିନଟ ପର୍ଯ୍ୟନ୍ତ ଉପଚାର କଲେ ଗଛରୁ କାତି ପୋକ ନିୟନ୍ତ୍ରଣ କରି ହେବ. ନଡ଼ିଆ କାତି ପୋକର ପରଜୀବୀ ସ୍ପେସିସ ମଧ୍ୟରେ ଲେଡିବାର୍ଡ଼ ବିଟିଲର ବିଭିନ୍ନ ପ୍ରଜାତି ଯଥା ରାଇଜୋବିଅସ ଲୋପାନ୍ଥେ (Rhyzobius lophanthae), ଚିଲୋ କୋରସନାଇଗ୍ରିଟସ (Chilocorus nigritus), ତେଲସିମିୟା ନିଟିଡା (Telsimia nitida), ସିଉଡୋସ୍କାଇମନସ ଆନୋମାଲସ (Pseudoscymnus anomalus) ଏବଂ କ୍ରିପ୍ଟୋଗନାଥା ନୋଡିସେପ୍ସ (Cryptognatha nodiceps) ଅନ୍ୟତମ. ବିଭିନ୍ନ ପରଜୀବୀ ବିରୁଡି ମଧ୍ୟ କାତି ପୋକ ସଂଖ୍ୟା ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଇପାରେ. ଏଗୁଡିକ ହେଲା ଆଫିଟିସ ଲିଙ୍ଗନାନେନ୍ସିସ ଏବଂ କମ୍ପେରିଏଲା ବାଇଫାସ୍କିଆଟା. ଏସବୁ ପ୍ରାକୃତିକ ଶତ୍ରୁ ମାନଙ୍କ ବିନା ପୋକସଂଖ୍ୟା ବିସ୍ଫୋରଣ ହୋଇପାରେ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଗୁରୁଣ୍ଡୁ ଥିବା ଅବସ୍ଥା କୀଟନାଶକ ପ୍ରତି ସବୁଠାରୁ ଦୁର୍ବଳ ଅବସ୍ଥା. ଯେତେବଳେ ଏହି ପୋକ ମହମ ପରି ସୁରକ୍ଷାତ୍ମକ କବଚ ସୃଷ୍ଟି କରିଥାଏ ସେତେବେଳେ ଏମାନେ କୀଟନାଶକ ପ୍ରତି ଅଧିକ ସହନଶୀଳ ହୋଇ ଯାଆନ୍ତି. ଏହାର ନିୟନ୍ତ୍ରଣ ପାଇଁ ଅନୁମୋଦିତ କୀଟନାଶକ ହେଲା ପାଇରିପ୍ରକ୍ସିଫେନର (pyriproxyfen). 15-20 ଦିନ ବ୍ୟବଧାନରେ ବହୁତ ଥର ସ୍ପ୍ରେ କଲେ ଅତ୍ୟଧିକ ସଂକ୍ରମଣର ପୁରା ନିୟନ୍ତ୍ରଣ କର ଯାଇପାରେ.

ଏହାର କାରଣ କଣ

ନଡ଼ିଆ କାତି ପୋକ, ଆସିପିଡିଓଟସ ଡେସ୍ଟ୍ରକ୍ଟର (Aspidiotus destructor) ଯୋଗୁଁ କ୍ଷୟକ୍ଷତି ହୋଇଥାଏ. ନଡ଼ିଆ ସହିତ ଏହା ଅନ୍ୟାନ୍ୟ ଆର୍ଥିକ ଦୃଷ୍ଟିରୁ ମହତ୍ଵପୂର୍ଣ୍ଣ କ୍ରାନ୍ତୀୟ ଫସଲ ଯଥା ଆମ୍ବ, ତାଳ, ଅମୃତଭଣ୍ଡା, ଡ଼ିମିରି, ଆଭୋକାଡୋ ଏବଂ ଲେମ୍ବୁଜାତୀୟ ଫସଲ ରେ ଆକ୍ରମଣ କରିଥାଏ. ଅନ୍ୟ କାତି ପୋକ ପରି ଏମାନେ ପତ୍ରର ତଳପଟେ ବାସ ବାନ୍ଧନ୍ତି ଏବଂ ଏକ ମହମ ପରି ପଦାର୍ଥ ଦ୍ୱାରା ନିଜକୁ ସୁରକ୍ଷିତ ରଖିଥାନ୍ତି ଯାହା ଛୋଟ ଛୋଟ ଛଣା ଅଣ୍ଡା ପରି ଦେଖାଯାଏ. ଖାଇବା ସମୟରେ ଏକ ବିଷାକ୍ତ ଲାଳ ଗଛର ଟିସୁ ଭିତରକୁ ଛାଡ଼ିଥାନ୍ତି ଯଦ୍ୱାରା ପତ୍ର ବିକୃତ ଦେଖାଯାଏ. ମାଈ ପୋକ ଧଳାଳିଆ ଅଣ୍ଡା ନିଜ ଶରୀର ଚାରିପାଖରେ ଦିଥାନ୍ତି ଯାହା ପ୍ରବଳ ସଂକ୍ରମଣ ସମୟରେ ପୁରା ଏପିଡେର୍ମିସ କୁ ଘୋଡାଇ ରଖିଥାଏ. ନୁଆଁ ନୁଆଁ ହୋଇଥିବା ଶୁକ ଗୁଡିକର ଗୋଡ ଥାଏ ଯାହା ଦ୍ୱାରା ସେମାନେ ଆରାମରେ ଅପେକ୍ଷାକୃତ ଦୂର ଜାଗା (1 ମିଟର ପର୍ଯ୍ୟନ୍ତ) ଯାଇଥାନ୍ତି. ଏହି ଗୁରୁଣ୍ଡୁ ଥିବା ପୋକସବୁ ପବନ ଦ୍ୱାରା ଆହୁରି ଅଧିକ ଦୁରକୁ ପରିବାହିତ ହୋଇପାରନ୍ତି. ଉଡୁଥିବା ପୋକ ଓ ପକ୍ଷୀ ଦ୍ୱାରା ମଧ୍ୟ ଏହି ପୋକ ବ୍ୟାପିଥାଏ. ଚାଷୀ ମାନଙ୍କ ଦ୍ୱାରା ସଂକ୍ରମିତ ଡାଳପତ୍ର ନେଦ ଆଣିବାରେ ମଧ୍ୟ ଏହିଁ ପୋକ ପରିବାହିତ ହୋଇଥାଏ. ଏ. ଡେସ୍ଟ୍ରକ୍ଟର (A. destructor) ର ଜୀବନ ଚକ୍ର ସାଧାରଣତଃ 32-34 ଦିନ ଯାଇଥାଏ.


ସୁରକ୍ଷାତ୍ମକ ଉପାୟ

  • ଅତ୍ୟଧିକ ଯବକ୍ଷାରଜାନ ସାର ବ୍ୟବହାର କରନ୍ତୁ ନାହିଁ କାରଣ ପୋକ ମାନେ ଭଲଭାବେ ଖାଦ୍ୟସାର ଦିଆଯାଇଥିବା ଗଛକୁ ପସନ୍ଦ କରନ୍ତି.
  • କାନୋପି ଯେମିତି ଗହଳିଆ ନ ହୁଏ ସେଥିପାଇଁ ଗଛକୁ କାଣ୍ଟଛାଣ୍ଟ କରନ୍ତୁ.
  • ସଂକ୍ରମିତ ପତ୍ର, ଶାଖା ଓ ଡାଳ କୁ ବାହାର କରିଦିଅନ୍ତୁ ଯାହାଫଳରେ ନର୍ସରୀ ରେ କାତି ପୋକ ନିୟନ୍ତ୍ରଣ ହୋଇପାରିବ.
  • ତୋଟାରେ ଉଚ୍ଚ ମାନର ସ୍ୱଛତା ରଖନ୍ତୁ.
  • ଭେଣ୍ଡି ଓ ପେଡି ପେଡ଼ିକା ଗଛ ଆଖପାଖରେ ରଖନ୍ତୁ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ