ଆମ୍ବ

କାଜୁ ପତ୍ର କୋରା ପୋକ

Acrocercops syngramma

ପୋକ

5 mins to read

ସଂକ୍ଷେପରେ

  • ଆମ୍ବ ପତ୍ର ପୃଷ୍ଠ ଏବଂ କଅଁଳ ଡାଳ କୋରା ହୋଇଥାଏ । ନୂଆ ପତ୍ରରେ ପୋଡା ଚିହ୍ନ ଥାଏ । ଧୂସର ଧଳା ଫୋଟକା ଭଳି ଚିହ୍ନ ପତ୍ରରେ ଥାଏ ଯାହା ପରେ ବଡ କଣା ହୁଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆମ୍ବ

ଲକ୍ଷଣ

ସହଳ ଲକ୍ଷଣ ଭାବରେ ନୂଆପତ୍ରରେ ଶୂକ ଦ୍ଵାରା କୋରା ହୋଇଥିବା ଦେଖାଯାଏ ।ଏହି ଶୂକ ଉପର ଚର୍ମକୁ ଛାଡି ପତ୍ର ଟିସୂ ଖାଆନ୍ତି । ଯେଉଁଠାରେ କେତେକ କୋରା ଅଂଶ ମିଶେ ଧଳା ଫୋଟକା ଭଳି ଦାଗ ଦେଖାଯାଏ । ପୁରୁଣା ,ପରିପକ୍ଵ ପତ୍ରରେ ବଡ କଣା ଭଳି କ୍ଷତ ଦେଖାଯାଏ । ଏହା ପତ୍ରର କୋରା ହୋଇଥିବା ଅଂଶର ଶୁଖିବା ଓ ଛୋଟ ଛୋଟ ଖଣ୍ଡ ହେବା ଯୋଗୁଁ ହୋଇଥାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଡିଗ୍ଲିଫସ ଆଇଜାଇ ଭଳି ପରଜୀବୀ ବିରୁଡି ବ୍ୟବହାର କରନ୍ତୁ , ଯାହାକି ପତ୍ର କୋରା ଶୂକକୁ କୋଷା ହେବା ପୂର୍ବରୁ ମାରି ନିଷ୍କ୍ରିୟ କରିଦିଏ ।ଗଛକୁ ସୁସ୍ଥ ରଖିବା ପାଇଁ ଜୈବିକ ସାର ବ୍ୟବହାର କରନ୍ତୁ । ଭାସମାନ ଧାଡି ଆବରଣ ବ୍ୟବହାର କରି ବୟସ୍କ କୋରା ପୋକକୁ ଅଣ୍ଡା ଦେବାରେ ବାଧା ଦିଅନ୍ତୁ । ଅଣ୍ଡା ଦେଉଥିବା ବୟସ୍କକୁ ଧରିବା ଲାଗି ହଳଦିଆ କିମ୍ବା ନୀଳ ଅଠାଳିଆ ଜନ୍ତା ବ୍ୟବହାର କରନ୍ତୁ । ସଂକ୍ରମିତ ଗଛ ତଳ ମାଟିରେ ପ୍ଲାଷ୍ଟିକ ଦ୍ଵାରା ଛାଦିକରଣ କରି ଶୂକ ଭୁଇଁକୁ ଆସି କୋଷା କରିବାକୁ ବାଧା ଦିଅନ୍ତୁ । ନିମ୍ବ ତେଲ ଓ ସାଇପରମେଥ୍ରିନର ଗାଢ ସିଞ୍ଚନ ପୋକର ବୃଦ୍ଧି ଓ ବିକାଶରେ ଅବ୍ୟବସ୍ଥା କରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା ,ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ମୋନୋକ୍ରୋଟୋଫସ 36 ଡ଼ବଲଇଉଏସସି 0.5 % ( @ 0.5 ମିଲି /ଲିଟର ପାଣି ) । ଶେଷ ଚେଷ୍ଟା ଭାବରେ ଶୀଘ୍ର କାମ କରୁଥିବା ଉଦ୍ଭିଦଜାତ କୀଟନାଶକ ବ୍ୟବହାର କରିବା ଉଚିତ ।

ଏହାର କାରଣ କଣ

ପତ୍ର କୋରା ପୋକର ଶୂକ ଯୋଗୁଁ କ୍ଷତି ହୋଇଥାଏ । କଅଁଳ ପତ୍ର ଉପରେ ରୁପେଲି ଧୂସର ବୟସ୍କ ପ୍ରଜାପତି ଅଣ୍ଡା ଦିଏ । ପରିପକ୍ଵତା ପୂର୍ବରୁ ଶୂକମାନେ ସାଧାରଣତଃ ମୃଦୁ ଧଳା ଏବଂ ପରେ ଗୋଲାପି କିମ୍ବା ଲାଲ ବାଦାମୀରେ ପରିଣତ ହୁଅନ୍ତି । ଶୂକ ମାଟିରେ ପଡେ , ପରିପକ୍ଵ ହୁଏ ଏବଂ 7-9 ଦିନ ପରେ ବାହାରେ । ପୁରା ଜୀବନ ଚକ୍ର 20 ରୁ 40 ଦିନ ନିଏ । ଏହି କ୍ଷତି ଗଛର ଆଲୋକ ସଂଶ୍ଳେଷଣ କ୍ଷମତା କମାଏ , ଯାହାଫଳରେ ପତ୍ର ଶୁଖିଯାଏ ଓ ଝଡିପଡେ ଏବଂ ଉତ୍ପାଦନରେ ବହୁତ କ୍ଷତି ହୁଏ ।


ସୁରକ୍ଷାତ୍ମକ ଉପାୟ

  • ଋତୁ ଆରମ୍ଭରେ ଦ୍ରୁତ ପଦକ୍ଷେପ ନେବା ପାଇଁ ଗଛର ପତ୍ର ଭଲଭାବରେ ନିରୀକ୍ଷଣ କରନ୍ତୁ । ଛୋଟ ବଗିଚାରେ ଅତି ମାତ୍ରାରେ ସଂକ୍ରମିତ ପତ୍ର କାଢି ନଷ୍ଟ କରନ୍ତୁ । ଗଛର ଆଘାତକୁ ପ୍ରତିରୋଧ କରିବାକୁ ବା ସହିବାକୁ ଉପଯୁକ୍ତ ଜଳସେଚନ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ