Chaetoptelius vestitus
ପୋକ
କଢରେ ବୟସ୍କ ଭୃଙ୍ଗ ଖାଇବା ଗାଲେରୀ ଖୋଳି ତାହାକୁ ନଷ୍ଟ କରିଥାଏ ଓ ଫଳ ପ୍ରସ୍ତୁତି କୁ ପ୍ରଭାବିତ କରିଥାଏ। ଗଣ୍ଡି ଓ ଡାଳରେ ଥିବା ଗାଲେରୀ ଡାଳ ଉପରକୁ ରସ ପରିବହନରେ ବାଧା ସୃଷ୍ଟି କରି ଜଳ ଓ ପୋଷଣ ପରିବହନରେ ବ୍ୟାଘାତ ସୃଷ୍ଟି କରିଥାଏ।ବୟସ୍କ ଭୃଙ୍ଗ ଅନମନୀୟ ଲୋମ ଚିତ୍ରିତ ହୋଇଥିବା ଗାଢ ଡେଣା ଆବରଣ ସହିତ ଗାଢ ମାଟିଆ ଓ 2.5 ମିମି ଲମ୍ବା ହୋଇଥାଏ। ଲାର୍ଭା ସାଧାରଣତଃ ଏକ ମାଟିଆ ମୁଣ୍ଡ ସହିତ ଧଳା ହୋଇଥାଏ। ଏହା ଏକ ଅବସରବାଦୀ କୀଟ ଏବଂ ମୁଖ୍ୟତଃ ଦୁର୍ବଳ ଗଛ ଓ ଶୁଖିଲା ଡାଳକୁ ଆକ୍ରମଣ କରିଥାଏ। ଥଣ୍ଡା ଋତୁରେ, ଯେ ପର୍ଯ୍ୟନ୍ତ ତାପମାତ୍ରା +5°C ତଳେ ଥାଏ, ବକଳ ଭୃଙ୍ଗ ଖାଇବା ବନ୍ଦ କରିଥାଏ। ଅନୁକୂଳ ପରିସ୍ଥିତିରେ, ଏହା ପିସ୍ତାଚିଓ ଗଛ ପାଇଁ ଅତ୍ୟନ୍ତ ହାନିକାରକ ହୋଇପାରେ।
ବକଳ ଭୃଙ୍ଗ ନିୟନ୍ତ୍ରଣ କରିବା ପାଇଁ ଏକ ହୃଷ୍ଟପୁଷ୍ଟ, ସୁସ୍ଥ ଗଛ ପାଇବା ଆବଶ୍ୟକ ଅଟେ ଏବଂ ଆଖପାଖ କୃଷି କ୍ଷେତ୍ର ସହିତ ଏକତ୍ର ଏକ ନିରାକରଣ ପଦ୍ଧତିର ଏକ କ୍ରମ ସୁନିଶ୍ଚିତ କରନ୍ତୁ। କିଛି ପରଭକ୍ଷୀ ଭୃଙ୍ଗ ଏବଂ ମାଇଟ ଭଳି କିଛି ପରଜୀବୀ ବିରୁଡି ଏହି ଭୃଙ୍ଗକୁ ଆକ୍ରମଣ କରିଥାଏ। ସେମାନଙ୍କ ମୋଟାମୋଟି ନିୟନ୍ତ୍ରଣ ପ୍ରଭାବ କୀଟ ସଂଖ୍ୟାର ପ୍ରାୟ 10% ବୋଲି ଅଟକଳ କରାଯାଇଛି।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। କୀଟନାଶକ ପ୍ରବେଶର ସୁବିଧା କରିବା ପାଇଁ ଏପରି କି ଖଣିଜ ତେଲ ମିଶାଇଲେ ମଧ୍ୟଏକ ସରଳ ରାସାୟନିକ ପୟୋଗ ଏହି କୀଟ ପାଖରେ ପହଞ୍ଚି ପାରେ ନାହିଁ। ତେଣୁ, ଏହାର ବିସ୍ତାର ଏଡାଇବା ପାଇଁ ନିରାକରଣ ପଦ୍ଧତି ଆବଶ୍ୟକ ଅଟେ। ଏକ ଅଞ୍ଚଳର ସମସ୍ତ ଚାଷୀ ଏହା ପ୍ରୟୋଗ କରିବା ଉଚିତ ଯେପରି କି କୀଟ ଆକ୍ରାନ୍ତ ବଗିଚାରୁ ଅନ୍ୟ ସୁସ୍ଥ ବଗିଚାକୁ ବିସ୍ତାରିତ ହେବା ପାଇଁ ପାଇବ ନାହିଁ। ବକଳ ଭୃଙ୍ଗ ମୁଖ୍ୟତଃ ଦୁର୍ବଳ ଗଛକୁ ଆକ୍ରମଣ କରିଥାଏ, ତେଣୁ ଗଛକୁ ସୁସ୍ଥ ରଖିବା ଆବଶ୍ୟକ ଅଟେ (ସାର ପ୍ରୟୋଗ, ଜଳସେଚନ, କାଟଛାଣ୍ଟ, କୀଟ ଓ ରୋଗ ନିୟନ୍ତ୍ରଣ ଦ୍ଵାରା)।
ସ୍କୋଲାଇଟିଡେ ପରିବାରର ଏକ ସଦସ୍ୟ କେଟୋଟିଲିୟାସ ଭେଷ୍ଟିତସ ନାମକ ବିଟଲ ବା ଭୃଙ୍ଗ ଦ୍ଵାରା ଏହି କ୍ଷତି ହୋଇଥାଏ। ଏପ୍ରିଲ-ମଇ ମାସରେ ଯେତେବେଳେ ତାପମାତ୍ରା 25°C ରୁ ଅଧିକ ହୋଇଥାଏ, ବୟସ୍କ ବାହାରି ଥାଏ। ସୁସ୍ଥ ଗଛର କଅଁଳ ଡାଳର ପ୍ରାନ୍ତ କିମ୍ବା ଫୁଲ କଢରେ ଛୋଟ ସୁଡଙ୍ଗ ଖୋଳିବା ପାଇଁ ମାଇ ଭୃଙ୍ଗ ଉଡି ଯାଇଥାଏ ଏବଂ ତାହାକୁ ନଷ୍ଟ କରିଥାଏ। ତାପରେ, ସେମାନେ କଅଁଳ ଡାଳ ଖାଇବା ଆରମ୍ଭ କରିଥାଏ, ଯାହାକି କ୍ଷତ ହୋଇ ମଉଳି ଯାଇଥାଏ। ଗ୍ରୀଷ୍ମ ଓ ଶୀତ ଦିନେ ପିସ୍ତାଚିଓ ଡାଳରେ ସେମାନେ ସୁପ୍ତ ହୋଇ ରହିଥାନ୍ତି। ଶୀତ ଋତୁର ଶେଷରେ, ମାଇ ଭୃଙ୍ଗ ଦୁର୍ବଳ ଓ ଭଙ୍ଗା ଡାଳ ଖୋଜିଥାଏ, ଯେଉଁଠି ଗାଲେରୀ ଖୋଳି ପ୍ରାୟ 80 - 85 ଅଣ୍ଡା ଦେଇଥାଏ।