Toxoptera aurantii
ପୋକ
5 mins to read
ଲେମ୍ବୁ ଫସଲ ବୃଦ୍ଧି ର ସମସ୍ତ ପର୍ଯ୍ୟାୟରେ ଏହି ପତ୍ର ମୋଡା ପୋକ ପ୍ରଭାବରେ ସଂକ୍ରମଣ ହୋଇପାରେ. ଏହି ପତ୍ର ମୋଡା ପୋକ ର ଲମ୍ବା ଛୁଞ୍ଚି ପରି ପାଟି ଥାଏ ଯାହା ଡାଳ ଓ ଯୁବ ପତ୍ରରୁ ରସ ଶୋଷିନିଏ ଯାହା ଫଳରେ ଡାଳ ବିକୃତ ହୋଇଯାଏ ତଥା, ଫଳଫୁଲ ଅଂଶ ମୋଡି ହୋଇଯାଏ, ପତ୍ର ମୋଡି ହୋଇ ଭାଙ୍ଗ ପଡ଼ିଯାଏ. ଗଛର ମିଠା ଫ୍ଲୋଏମ କୁ ଖାଇଲା ବେଳେ ଏହି ପତ୍ର ମୋଡା ପୋକ ମହୁ ପରି ଅଧିକ ଚିନି ଅଂଶ ନିର୍ଗତ କରିଥାଏ ଯାହାକୁ ହନିଡ଼ିଉ କୁହାଯାଏ. ଏହି ହନିଡ଼ିଉ ପାତ୍ରରେ ପଡିଲେ ଏଥିରେ କବକ ର ବିକାଶ ହୋଇଥାଏ ଯାହା ପତ୍ରକୁ କଳା କରିଦିଏ. ଏହାଦ୍ୱାରା ଆଲୋକ ବିଶ୍ଳେଷଣ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ହୁଏ ଏବଂ ଗଛର ଶକ୍ତି କମିଯାଇଥାଏ ତଥା ଫଳର ଗୁଣବତ୍ତା ମଧ୍ୟ ଖରାପ ହୋଇଯାଏ. ପତ୍ର ମୋଡା ପୋକ ଆଣୁଥିବା ଟ୍ରିସ୍ଟେଜା ଭୁତାଣୁର ସଂକ୍ରମଣ ଯୋଗୁଁ ମଧ୍ୟ ଲେମ୍ବୁ ଫସଲରେ କ୍ଷୟକ୍ଷତି ହୋଇଥାଏ.
ଅନେକ ପ୍ରଜାତିର ଭକ୍ଷକ ଯେପରିକି ହୋବରଫ୍ଲାଇ, ଲେଶଉଇଙ୍ଗ ଏବଂ ଲେଡିବାର୍ଡ ପତ୍ର ମୋଡା ପୋକ ବୃଦ୍ଧିର ସମସ୍ତ ଅବସ୍ଥା ରେ ଆକ୍ରମଣ କରିପାରନ୍ତି. ଏହି ପୋକ ପାଇଁ ବ୍ୟବହୃତ ହେଉଥିବା ଦୁଇଟି ସାଧାରଣ କକ୍ସିନେଲିଡ ହେଲା ସାଇକ୍ଲୋନେଡା ସାନକ୍ୟୁନେଆ ଓ ହିପ୍ପୋଡାମିଆ କନ୍ଭର୍ଜେନ୍ସ ର ଲାର୍ଭା ଓ ବୟସ୍କ ବିଟିଲ. ଲେମ୍ବୁ ପାଇଁ ଉତ୍ସାହିତ ଜାଗାରେ କିଛି ବିଶେଷ ପରଜୀବୀ ବିରୁଡି ମଧ୍ୟ ମିଳନ୍ତି. ଆର୍ଦ୍ର ସମୟରେ ନିଓଯ଼ାଇଜିଟ୍ସ ଫ୍ରେସେନ୍ସି ନାମକ କବକ ମଧ୍ୟ ପ୍ରଭାବୀ ରୂପରେ ପତ୍ର ମୋଡା ପୋକ ସଂଖ୍ୟା ନିୟନ୍ତ୍ରଣ ପାଇଁ ପ୍ରଭାବିତ ଭାବେ ସହାୟକ ହୋଇଥାଏ. ପ୍ରାକୃତିକ ପାଇରାଥ୍ରିନକୁ ଗରମ ପାଣି ସହ ମିଶାଇ ପ୍ରୟୋଗ କରି ପିମ୍ପୁଡି ମାନଙ୍କୁ ମାରି ହେବ. ଉଦାହରଣ ସ୍ୱରୁପ ସାବୁନ,ଡିଟରଜେଣ୍ଟ ସାବୁନ, ନିମ କିମ୍ବା ଲଙ୍କା ରୁ ପ୍ରସ୍ତୁତ କୀଟନାଶକ ମିଶ୍ରଣ ପ୍ରୟୋଗ କରି ମଧ୍ୟ ପତ୍ର ମୋଡା ପୋକ ନିୟନ୍ତ୍ରଣ କରା ଯାଇପାରେ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାର କୁ ମଧ୍ୟ ଧ୍ୟାନ ଦେବା ଦରକାର. ପତ୍ର ମୋଡା ପୋକ ନିୟନ୍ତ୍ରଣ ପାଇଁ ଅନେକ କୀଟନାଶକ ଅଛି. କିନ୍ତୁ ଏହି କୀଟନାଶକ ଗୁଡିକର ପ୍ରଭାବ, ଉପଯୁକ୍ତ ସମୟ ଯେମିତିକି ପତ୍ର ମୋଚିହେବ ଆରମ୍ଭ ସମୟରେ କିମ୍ବା ଅତ୍ୟଧିକ ପୋକ ସଂଖ୍ୟା ସମୟରେ ପ୍ରୟୋଗ କଲେ ହିଁ ହୋଇଥାଏ. ପେଟ୍ରୋଲିଅମ ତେଲ ଥିବା ଫର୍ମୁଲା ପତ୍ରର ତଳ ପଟେ ବ୍ୟବହାର କଲେ ସିଧାସଳଖ ପତ୍ର ମୋଡା ପୋକ ସଂସ୍ପଶରେ ଆସିଥାଏ. ସିନ୍ଥେଟିକ ପାଇରାଥ୍ରଇଡ଼ ମଧ୍ୟ ପତ୍ର ମୋଡା ପୋକ ଓ ପିମ୍ପୁଡି ପାଇଁ ପ୍ରଭାବୀ ହୋଇଥାଏ କିନ୍ତୁ ପ୍ରାକୃତିକ ଶିକାରୀ ମାନକ ଉପରେ ଖରାପ ପ୍ରଭାବ ପକାଇପାରେ.
ଲେମ୍ବୁର କଳା ପତ୍ର ମୋଡା ପୋକ ଟୋକ୍ସୋପ୍ଟେରା ଓଉରାଣ୍ଟି ର ବୟସ୍କ ଓ ଶୁକ ଯୋଗୁଁ ଲକ୍ଷଣ ଗୁଡିକ ଦେଖାଦେଇଥାଏ. ସେମାନେ ବହୁତ ସମୟରେ ଅନ୍ୟ ଜାତିର ପତ୍ର ମୋଡା ପୋକ ଟି.ସିଟ୍ରିସିଡା ଓ ଅନ୍ୟ ପୋକ ସହ ମିଶି ଲେମ୍ବୁ ଜାତୀୟ ଫସଲରେ ଆକ୍ରମଣ କରିଥାନ୍ତି, ଯାହାକୁ ସାଧାରଣତଃ ମାଟିଆ ଲେମ୍ବ ପତ୍ର ମୋଡା ପୋକ କୁହାଯାଏ. ବୟସ୍କ ପତ୍ର ମୋଡା ପୋକ ଦୁଇ ପ୍ରକାର ହୋଇପାରେ, କେତେକଙ୍କର ଡେଣା ଥାଏ ଏବଂ କେତେକଙ୍କର ଡେଣା ନ ଥାଏ. ଡେଣା ଥିବା ପତ୍ର ମୋଡା ପୋକ ବହୁତ ଦୂର 30 କମି ପର୍ଯ୍ୟନ୍ତ ଉଡ଼ିପାରେ ଯେତେବେଳେ ଖାଦ୍ୟ ଯୋଗାଣ କମ ହୋଇଯାଏ. ଏମାନଙ୍କର ମଳିନ ବାଦାମୀ ରୁ କଳା ଶରୀର ଥାଏ ଯାହା 1.5 ମିମି ଲମ୍ବା ହୋଇଥାଏ. ଏହି ପତ୍ର ମୋଡା ପୋକ ଅତ୍ୟଧିକ ପ୍ରଜନନକ୍ଷମ ତଥା ଏହାର ଜୀବନ ଚକ୍ର ସରଳ ଅଟେ. ଅଧିକ ପ୍ରଜନନ ଯୋଗୁଁ କ୍ଷୀପ୍ର ଓ ତୀବ୍ର ସଂକ୍ରମଣ ହୋଇପାରେ. 9.4 and 30.4 °C ତାପମାନ ଏହି ପୋକର ବିକାଶ, ବଞ୍ଚି ରହିବା ଏବଂ ପ୍ରଜନନ ପ୍ରକ୍ରିୟା ପାଇଁ ଅନୂକୁଳ ହୋଇଥାଏ. ହନିଡ଼ିଉ ପିମ୍ପୁଡି ମାନଙ୍କୁ ଆକର୍ଷଣ କରେ ଯାହା ପତ୍ର ମୋଡା ପୋକ ପାଇଁ ହାନିକାରକ ପୋକଜୋକ ଠାରୁ ସୁରକ୍ଷା ଦେଇଥାନ୍ତି. ଏହି ପତ୍ର ମୋଡା ପୋକ ଲେମ୍ବୁ ଜାତୀୟ ଫସଲର ଟ୍ରିସ୍ଟେଜା ରୋଗର ଭୁତାଣୁ ଓ ଯ଼ୁଚିନି ହଳଦିଆ ମୋଯ଼ାୟିକ୍ ଭାଇରସ୍ ର ବାହକ ଅଟେ.