ଲେମ୍ବୁଜାତୀୟ

ଲେମ୍ବୁ ସବୁଜ ଆଫିଡ଼

Aphis spiraecola

ପୋକ

5 mins to read

ସଂକ୍ଷେପରେ

  • ଯୁବ ପତ୍ର ଗୁଡିକ କୁଞ୍ଚିତ ହୋଇଯାଆନ୍ତି.
  • ଡାଳଗୁଡିକ ବିକୃତ ହୋଇଯାଏ.
  • ଫୁଲଫଳ ଏବଂ କଞ୍ଚା ଫଳ ଅସମୟରେ ଝଡ଼ିଯାଏ.
  • ସୁତି ଫିମ୍ପିର ମାତ୍ରା ବିକାଶ ପାଇଁ ହନିଡ଼ିଉ ସାହାଯ୍ୟ କରେ.
  • ଗଛ ବାଙ୍ଗରା ବିକାଶ ହୋଇଥାଏ.

ମଧ୍ୟ ଦେଖା ଯାଇପାରେ


ଲେମ୍ବୁଜାତୀୟ

ଲକ୍ଷଣ

ଏହାର ଲକ୍ଷଣ ଗୁଡିକୁ ଯୁବ ପତ୍ରସବୁ ଭିତରପଟକୁ ଭୀଷଣ ଭାବେ ମୋଡି ହୋଇଯିବା ଓ ଡାଳ ବିକୃତ ହୋଇଯିବା ଦ୍ୱାରା ବର୍ଣନା କରାଯାଏ. ସଂକ୍ରମିତ ଫୁଲଫଳ ଓ କଞ୍ଚା ଫଳ ଅସମୟରେ ଝଡ଼ିଯାଏ, ବିଶେଷ କରି ଯାହାର କଅଁଳିଆ ଚୋପା ଥାଏ ତାହା କ୍ଷତି ପାଇଁ ସମ୍ବେଦନଶୀଳ ହୋଇଥାଆନ୍ତି. ଏହା ସହ ଏହି ପୋକ ବହୁତ ପରିମାଣରେ ହନିଡ଼ିଉ ପ୍ରସ୍ତୁତ କରିଥାଏ ଯାହା ତଳେ ଥିବା ପତ୍ର ଉପରେ ପଡିଥାଏ. ଯେହେତୁ ଏହାର ଚିନି ଅଂଶ ଥାଏ ଏଥିରେ କଳା ସୁତି ଫିମ୍ପି ବସା ବାନ୍ଧନ୍ତି. ପିମ୍ପୁଡି ମାନେ ମଧ୍ୟ ଏହି ହନିଡ଼ିଉ ଖାଇଥାନ୍ତି ଓ ବଦଳରେ ଆଫିଡ଼ ମାନଙ୍କ ଯତ୍ନ ନେଇଥାନ୍ତି. ଆଫିଡ଼ ମାନଙ୍କ ଦ୍ୱାରା ନିୟମିତ ଭାବେ ଖାଇବା, ସୁତି ଫିମ୍ପିର ବିକାଶ ଦ୍ୱାରା ଆଲୋକ ସଂଶ୍ଳେଷଣର କମ ହୋଇଯିବା ଯୋଗୁଁ ଗଛ ଦୁର୍ବଳ ହୋଇଯାଏ. ଯୁବ ଗଛ ଗୁଡିକ ବିଶେଷ କରି ଏହି ପୋକ ପାଇଁ ସମ୍ବେଦନଶୀଳ ଅଟନ୍ତି ଓ ସେମାନଙ୍କର ବୃଦ୍ଧି କମ ହୋଇଯାଇଥାଏ. ଫସଲ ବଢୁଥିଵା ଅବସ୍ଥାରେ ଆଫିଡ଼ ର ଆକ୍ରମଣ ହେଲେ ଏହି ଲକ୍ଷଣ ସବୁ ଅତି ଖରାପ ହୋଇଥାଏ. ଫଳର ଗୁଣବତ୍ତା ମଧ୍ୟ ପ୍ରଭାବିତ ହୋଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ସ୍ପିରି ଆଫିଡ଼ର ଶିକାରୀ ସ୍ପେସିସ ମଧ୍ୟରେ ମାଛି, ଲେସଉଇଙ୍ଗ, ପାଟପୋକ ଏବଂ ହୋଭରଫ୍ଲାଇ ଅନ୍ୟତମ ଅଟନ୍ତି. କିଛି ପରଜୀବୀ ଅଫିଡିଡା (Aphidiidae)ପରିବାରର ବିରୁଡି ଏ. ସ୍ପିରିଆ କୁ ଆକ୍ରମଣ କରନ୍ତି, କିନ୍ତୁ କେବେବି ନିଜର ନିବଂ ଚକ୍ର ପୁରା କରି ପାରନ୍ତିନାହିଁ, ସେଥିପାଇଁ ଏହା ଉପରେ ନିର୍ଭର କରିବା ଠିକ ନୁହେଁ. ବହୁତ ରୋଗକାରୀ କବକ ମଧ୍ୟ ଆଫିଡ଼ କୁ ଆକ୍ରମଣ କରିଥାନ୍ତି କିନ୍ତୁ କୌଣସି କବକକୁ ଏହି ଆଫିଡ଼ ନିୟନ୍ତ୍ରଣ ପାଇଁ ପୂର୍ବରୁ ବ୍ୟବହାର କରା ଯାଇ ନାହିଁ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟ କୁ ମଧ୍ୟ ଧ୍ୟାନ ଦେବା ଦରକାର. ଯୁବା ଗଛ ଏହି ପୋକ ପ୍ରତି ସମ୍ବେଦନଶୀଳ ଅଟେ, ଏଥିରେ କ୍ଷୟକ୍ଷତି କମ କରିବା ପାଇଁ ଉପାୟ ବହୁତ କମ ଥାଏ. ଅଧିକ ତାପମାନ ଓ କମ ଆର୍ଦ୍ର ପାଗରେ ସ୍ପ୍ରେ କରନ୍ତୁ ନାହିଁ. କାର୍ବାମେଟ, କିଛି ଅର୍ଗାନୋଫସଫେଟ, ଏସିଟାମିପ୍ରିଡ଼, ପିରିମିକାର୍ବ ଏବଂ ଇମିଡୋକ୍ଲୋରିଡ ପ୍ରୟୋଗ କରି ସ୍ପିରି ଆଫିଡ଼ ର ନିୟନ୍ତ୍ରଣ କରାଯାଇପାରେ.

ଏହାର କାରଣ କଣ

ଏହି ସବୁ ଲକ୍ଷଣ ବହୁତ ପ୍ରକାର ଗଛରେ ଖାଉଥିବା ଆଫିଡ଼ ଆଫିସ ସ୍ପାଇରାଏକୋଲା (Aphis spiraecola) ଯାହାକୁ ସ୍ପିରେଲା ଆଫିଡ଼ ମଧ୍ୟ କୁହାଯାଏ ଦ୍ୱାରା ଖାଇବା କାର୍ଯ୍ୟକଳାପ ଯୋଗୁଁ ଦେଖାଦେଇଥାଏ. ଆପେଲ, ଲେମ୍ବୁ, ଅମୃତଭଣ୍ଡା ଛଡା ଏମାନେ ବିକଳ୍ପ ପୋଷକ ଭାବେ ଅନ୍ୟ ମହତ୍ଵପୁର୍ଣ ଫସଲରେ ମଧ୍ୟ ଆକ୍ରମଣ କରିଥାଏ. ଜଙ୍ଗଲୀ ପୋଷକ ଗଛ ମଧ୍ୟରେ କ୍ରାଟାଗସ Crataegus (hawthorn) ପ୍ରଜାତିର ଓ ସ୍ଟିରା Spiraea ର ବିଭିନ୍ନ ଜାତି ରେ ଏହି ଆଫିଡ଼ ଆକ୍ରମଣ କରିଥାଏ ସେଥିପାଇଁ ଏହାର ନାମ ସ୍ଟିରା ଆଫିଡ଼ ମଧ୍ୟ ଅଟେ. ଏହାର ଶରୀର ହଳଦିଆ ରୁ ମଳିନ ସବୁଜ ରଙ୍ଗର ହୋଇଥାଏ ଏବଂ 2 ମିମି ଲମ୍ବା ଅଟେ. ତିନୋଟି କଳା ଜିନିଷ ପେଟର ତଳ ପଟୁ ବାହାରିଥାଏ. ବୟସ୍କ ଓ ଶୁକ ପ୍ରବଳ ରୂପେ ପତ୍ର ଓ ଡାଳ ଖାଇଥାନ୍ତି, ରସ ଶୋଷିଥାନ୍ତି ଏବଂ ପ୍ରଚୁର ପରିମାଣରେ ହନିଡ଼ିଉ ନିର୍ଗତ କରିଥାନ୍ତି. ଏହି ଚିନି ମିଠା ରସ ପରି ଜିନିଷ (ହନିଡ଼ିଉ) ଉପରେ ପରେ ସୁତି ଫିମ୍ପି ବସା ବାନ୍ଧିଥାଏ. ଏହି ଆଫିଡ଼ ର ଜୀବନ ଚକ୍ରରେ ତାପମାନ ର ପ୍ରଭାବ ସ୍ପଷ୍ଟ ଜଣାପଡେ. ଉଦାହରଣ ସ୍ୱରୂପ 25ºC ତାପମାନରେ ଆଫିଡ଼ ଗୋଟିଏ ପିଢ଼ି 7-10 ଦିନରେ ପୁରା କରି ପାରେ. କିନ୍ତୁ ଅଧିକ ତାପମାନ ଏବଂ କମ ଆର୍ଦ୍ରତା ଏହି ପୋକ ପାଇଁ ପ୍ରତିକୂଳ ହୋଇଥାଏ. ଏହା ଥଣ୍ଡା ପାଗ କୁ ଭଲ ଭାବେ ସହିପାରି ଥାଏ, ଯାହାକି ହାଲୁକା ଶୀତ ପରେ ବସନ୍ତ ଆରମ୍ଭରେ ହେଉଥିବା ଆଫିଡ଼ ସଂକ୍ରମଣକୁ ବର୍ଣନା କରେ. ଶେଷରେ ଏହି ପୋକ ଟ୍ରିସ୍ଟେଜା ଭୁତାଣୁ ଏବଂ ଅନ୍ୟ ଭୁତାଣୁ ର ବାହକ ଅଟେ ଯାହା ଗଛରୁ ଗଛ ମଧ୍ୟରେ ଭୁତାଣୁ ସଂକ୍ରମଣ କରିଥାଏ.


ସୁରକ୍ଷାତ୍ମକ ଉପାୟ

  • ଆଫିଡ଼ ଉପସ୍ଥିତି ଦେଖିବା ପାଇଁ ତୋଟାକୁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ.
  • ପିମ୍ପୁଡି ମାନଙ୍କ ଚଳପ୍ରଚଳ ବନ୍ଦ କରିବା ପାଇଁ ବାଡ଼ ସୃଷ୍ଟି କରନ୍ତୁ.
  • ପାଣି ପ୍ରତି ପ୍ରତିକ୍ରିୟାଶୀଳ କାଗଜ ଭଳି ନିରୀକ୍ଷଣ ବ୍ୟବସ୍ଥା ବ୍ୟବହାର କରି ହନିଡ଼ିଉର ଉପସ୍ଥିତି କେତ ଅଛି ତାହା ଆକଳନ କରନ୍ତୁ.
  • ଅଠାଳିଆ ଟ୍ରାପ ବ୍ୟବହାର କରି ପିମ୍ପୁଡି ମାନଙ୍କୁ ରୋକନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ