ଲେମ୍ବୁଜାତୀୟ

ଲେମ୍ବୁର ଥ୍ରୀପ ପୋକ

Scirtothrips citri

ପୋକ

ସଂକ୍ଷେପରେ

  • ଫଳ ଚୋପାରେ ଯାଦୁରା, ଧୂସର କିମ୍ବା ରୂପେଲି ରଙ୍ଗର ଦାଗ ଦେଖାଯାଏ.
  • କ୍ଷତ ହୋଇଥିବା ଟିସୁ ଫଳ ପାଚିବା ସହିତ ବଡ଼ ହୋଇ ଚାଲିଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ଥ୍ରୀପର ବୟସ୍କ ଓ ଲାର୍ଭା ଗୁଡିକକଅଁଳ, ଅପରିପକ୍ବ ପତ୍ର ଓ ଫଳର ଅଧିଚର୍ମ କୁ କଣା କରି ଏହାର ଟିସୁ ଉପରେ ଯାଦୁରା, ଧୂସର କିମ୍ବା ରୂପେଲି ରଙ୍ଗର ଦାଗ ଛାଡିଯାଆନ୍ତି. ବୟସ୍କ ଲାର୍ଭା ଗୁଡିକ ସବୁଠାରୁ ଅଧକ କ୍ଷତି କରିଥାଏ କାରଣ ଏହା ନୁଆଁ ଧରିଥିବା ଫଳର ସେପାଲ (କଅଁଳ ଚୋପା) କୁ ଖାଇଥାଏ. ଫଳ ବଢି ଚାଲିଲେ ଏହି କ୍ଷତ ଚୋପା ବାହାରକୁ ଆସି ଦାଗ ଥିବା ଟିସୁର ଏକ ସ୍ପଷ୍ଟ ବଳୟ ପରି ଦେଖାଯାଏ. ଫୁଲର ପାଖୁଡା ଝଡିଲା ପରେ ଫଳ 3.7 ସେମି ବ୍ୟାସ ହେଲା ପର୍ଯ୍ୟନ୍ତ ଫଳ ଗୁଡିକ ଏହି ପୋକ ଦ୍ୱାରା ସଂକ୍ରମିତ ହେବା ପାଇଁ ସବୁଠାରୁ ଅଧିକ ସମ୍ବେଦନଶୀଳ ରହିଥାନ୍ତି. ଡାଳପତ୍ର ର ବାହାରେ ଥିବା ଫଳ ରେ ଥରିପ ଆକ୍ରମଣର ଆଶଙ୍କା ଅଧିକ ଥାଏ ଯେଉଁଠି ଖରାରେ ଶୁଖିଯିବା ଏବଂ ପବନ ଦ୍ୱାରା କ୍ଷୟକ୍ଷତି ହେବାର ଆଶଙ୍କା ଅଧିକ ଥାଏ. ଯଦିଓ ଲେମ୍ବୁ ରସ ର ସଂରଚନ ଓ ଗୁଣ ରେ କିଛି ପରିବର୍ତନ ହୋଇନଥାଏ କିନ୍ତୁ ଫଳ ଗୁଡିକ ବଜାର ଉପଯୋଗୀ ହୋଇ ନଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ପରଜୀବୀ ମାଇଟ ଇଉସେଇଉସ ଟୁଲରେନ୍ସିସ (Euseius tularensis), ବୁଢିଆଣୀ, ଲେସଉଇଙ୍ଗ ଏବଂ ଛୋଟ ପାଇରେଟ ବଗ୍ ଲେମ୍ବୁ ଥ୍ରୀପ କୁ ଆକ୍ରମଣ କରିଥାଏ. ଇ. ଟୁଲରେନ୍ସିସ ଏହି ପୋକର ନିୟନ୍ତ୍ରଣ କରିଥାଏ ଏବଂ ଏକ ସଙ୍କେତ ଭାବରେ କାମ କରିଥାଏ ମାନେ, ଏହା ଜମିରେ ପ୍ରାକୃତିକ ଶତ୍ରୁ ର ଉପସ୍ଥିତିର ସାଧାରଣ ମାତ୍ରା ଜଣାଇଥାଏ. ବ୍ୟାପକ ପ୍ରଭାବୀ କୀଟନାଶକ ବ୍ୟବହାର କରି ଏହି ଶିକାରୀ ଯିବା ମାନଙ୍କୁ ନଷ୍ଟ ନ କରିବା ସୁନିଶ୍ଚିତ କରନ୍ତୁ. ଜୈବିକ ଚାଷ ପାଇଁ ସ୍ୱୀକୃତ କୀଟନାଶକ ସ୍ଟିନୋସାଡ଼, କାଓଲିନ କିମ୍ବା ସାବାଡିଲା ଆଲକାଲଇଡ଼ କୁ ଗୁଡ କିମ୍ବା ଚିନି ଦାନା ସହ ମିଶାଇ ପ୍ରୟୋଗ କରା ଯାଇପାରେ. ଏହିଁ ପଦ୍ଧତି ଜୈବିକ ଭାବେ ପରିଚାଳିତ ତୋଟା ରେ ଅବଲମ୍ବନ କରିବା ପାଇଁ ଅନୁମୋଦନ କରାଯାଇଛି.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟ କୁ ମଧ୍ୟ ଧ୍ୟାନ ଦେବା ଦରକାର. ଯଦିଓ ଡାଳପତ୍ର ସଂକ୍ରମିତ ହୋଇଥାଏ ସାଧାରଣତଃ ସୁସ୍ଥ ଗଛ କମ ଜନସଂଖ୍ୟାର ଥ୍ରୀପ ଆକ୍ରମଣ କୁ ସହିପାରେ. ଫଳ ଧରୁନଥିବା ଗଛରେ ବାରମ୍ବାର କୀଟନାଶକ ପ୍ରୟୋଗ କରିବା ଅନୁଚିତ କାରଣ ଏହା ପୋକର ପ୍ରତିରୋଧ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ ଯାହା ପରବର୍ତ୍ତୀ ସମୟରେ ଥ୍ରୀପ ନିୟନ୍ତ୍ରଣ କଠିନ ହୋଇଥାଏ. ଅବମେକ୍ଟିନ (abamectin), ସ୍ପିନେଟୋରାମ (spinetoram), (ଡାଇମେଥୋଏଟ) dimethoate ଏବଂ ସାଇଫ୍ଲୁଥ୍ରୀନ (cyfluthrin) ଥିବା କୀଟନାଶକ ମିଶ୍ରଣକୁ ଲେମ୍ବୁ ଥ୍ରୀପ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଇପାରେ.

ଏହାର କାରଣ କଣ

ସ୍କିର୍ଟୋଥ୍ରୀପିସ ସାଇଟ୍ରି ନାମକ ଏକ ଲେମ୍ବୁ ଥ୍ରୀପ ଦ୍ୱାରା ଏହି ସବୁ ଲକ୍ଷଣ ଦେଖାଦେଇଥାଏ. ବୟସ୍କ ଥ୍ରୀପ ଗୁଡିକ ଛୋଟ, ନାରଙ୍ଗୀ-ହଳଦିଆ ରଙ୍ଗର ହୋଇଥାନ୍ତି ଓ ଏମାନଙ୍କର ଝାଲରଯୁକ୍ତ ଡେଣା ଥାଏ. ମାଈ ଥ୍ରୀପ ନୁଆଁ ପତ୍ର କୋଷ, ନୁଆଁ ଫଳ କିମ୍ବା ସବୁଜ ଡାଳ ଉପରେ ପ୍ରାୟ 250 ଟି ଅଣ୍ଡା ଦେଇଥାଏ. ମୁଖ୍ୟତଃ ସିଜନରେ ଫଳ ଧରିବାର ଶେଷ ପର୍ଯ୍ୟାୟରେ ଶୀତ ଦିନ ପୂର୍ବରୁ ଥ୍ରୀପ ଅଣ୍ଡା ଦେଇଥାଏ. ଏହି ଅଣ୍ଡା ପର ବସନ୍ତ ଋତୁରେ ଯେତେବେଳେ ଗଛର ନୁଆଁ ବୃଦ୍ଧି ଆରମ୍ଭ ହୋଇଥାଏ ସେତେବେଳେ ଅଣ୍ଡା ଫୁଟିଥାଏ. ନୁଆଁ ଫୁଟିଥିବା ଲାର୍ଭା ଗୁଡିକ ବହୁତ ଛୋଟ ହୋଇଥାନ୍ତି କିନ୍ତ ବଡ ଲାର୍ଭା ଗୁଡିକ ବୟସ୍କ ଥ୍ରୀପ ର ଆକାର ର ହୋଇଥାନ୍ତି, ସ୍ଟିଣ୍ଡଲ ଆକାରର ଏବଂ ଡେଣାବିହୀନ ହୋଇଥାନ୍ତି. ପ୍ୟୁପା ହେବା ପୂର୍ବରୁ ଥ୍ରୀପ ଖାଇ ନଥାଏ ଏବଂ ଜମିରେ କିମ୍ବା ଗଛର ଫାଟରେ ରହି ନିଜ ବିକାଶ ପ୍ରକ୍ରିୟା କୁ ସମ୍ପୂର୍ଣ୍ଣ କରିଥାଆନ୍ତି. ଯେତେବେଳେ ବୟସ୍କ ଥ୍ରୀପ ବାହାରନ୍ତି ସେମାନେ ଗଛର ଡାଳପତ୍ରରେ ସକ୍ରିୟ ଭାବେ ଚଳ ପ୍ରଚଳ କରିଥାନ୍ତି. 14°C ରୁ କମ ତାପମାନରେ ଲେମ୍ବୁ ଥ୍ରୀପ ବିକଶିତ ହୋଇପାରି ନଥାଏ. ଅନୁକୂଳ ପରିବେଶରେ ଏମାନେ ଗୋଟିଏ ବର୍ଷରେ 8-12 ପିଢ଼ି ପର୍ଯ୍ୟନ୍ତ ବଂଶବୃଦ୍ଧି କରିପାରନ୍ତି.


ସୁରକ୍ଷାତ୍ମକ ଉପାୟ

  • ଯଦି ଉପଲବ୍ଧ ଥାଏ ତାହେଲେ ପ୍ରତିରୋଧି କିସମର ବିହନ ଲଗାନ୍ତୁ.
  • ପୋକ ସଂକ୍ରମଣର ଲକ୍ଷଣ ଦେଖିବା ପାଇଁ ନିୟମିତ ଭାବେ ତୋଟା ର ନିରୀକ୍ଷଣ କରନ୍ତୁ.
  • ଜମିରେ ଏକ ବଡ଼ ଅଂଶରେ ଅଠାଳିଆ ଜାଲ ବ୍ୟବହାର କରି ବହୁ ସଂଖ୍ୟାରେ ପୋକ ଧରନ୍ତୁ.
  • ବ୍ୟାପକ ପ୍ରଭାବୀ କୀଟନାଶକ ବ୍ୟବହାର କରି ଶିକାରୀ ପ୍ରଜାତି ମାନଙ୍କୁ ନଷ୍ଟ ନ କରିବା ସୁନିଶ୍ଚିତ କରନ୍ତୁ.
  • ବିକଳ୍ପ ପୋଷକ ଗଛ ପାଖାପାଖି ଲେମ୍ବୁ ଗଛ ଲଗାନ୍ତୁ ନାହିଁ.
  • ଜମି ଭିତରେ ଓ ଆଖପାଖ ଅଂଚଳରେ ଅନାବନା ଘାସ ଓ ଗଛ ନିୟନ୍ତ୍ରଣ କରନ୍ତୁ.
  • ଗଛ ସବୁକୁ ଭଲ ଭାବେ ଜଳସେଚିତ ରଖନ୍ତୁ ଏବଂ ଅତ୍ୟଧିକ ଯବକ୍ଷାରଜାନ ସାର ବ୍ୟବହାର କରନ୍ତୁ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ