Brassicogethes aeneus
ପୋକ
ଆକ୍ରାନ୍ତର ସ୍ପଷ୍ଟ ଲକ୍ଷଣ ହେଉଛି ପୋଷକ ଗଛର ଫୁଲ ଚାରିପଟେ ଉଜ୍ଜଳ କଳା ଭୃଙ୍ଗ ଗୁରୁଣ୍ଡିବା। କଢର କଣା ସୁଚାଏ ଯେଉଁଠି ବୟସ୍କ କଢ ଖାଇଥାଏ କିମ୍ବା ଅଣ୍ଡା ଦେଇଥାଏ। ଅତ୍ୟଧିକ କ୍ଷତି ହେଲେ କଢ ଝଡିଯାଏ ଓ ଛୁଇଁ ବିହୀନ ଡେମ୍ଫ ରହିଯାଏ। ଫଳର ପରାଗ ଧାରଣ କରିଥିବା କେଶର ମଧ୍ୟରେ ଖାଇବା ସୀମିତ ରହିଥାଏ ଏବଂ ବାହ୍ୟ ଲକ୍ଷଣ ସ୍ପଷ୍ଟ ହୋଇଥାଏ।
ବି. ଏନିଅସ ପାଇଁ ବେଶିଲସ ଥୁରିଞ୍ଜିଏଂସିସ ଥିବା ପଦାର୍ଥ ମଧ୍ୟ ସଫଳ ରୂପରେ ବ୍ୟବହାର କରାଯାଇ ପାରେ।
ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ସାଧାରଣତଃ ଡେଲ୍ଟାମେଥ୍ରିନ କୀଟନାଶକ ସିଞ୍ଚନ କରାଯାଇଥିବା ବ୍ରକୋଲି ଏବଂ ଫୁଲକୋବି ଗଛକୁ ଜନ୍ତା ଫସଲ ଭାବେ ବ୍ୟବହାର କରାଯାଇ ପାରେ। କିଛି ପରୀକ୍ଷାରୁ ଦେଖାଯାଇଛି ଯେ ସଂପୂର୍ଣ୍ଣ ସୁରକ୍ଷା ସମ୍ଭବ ଅଟେ, କିନ୍ତୁ ଏହା ମୁଖ୍ୟ ଫସଲ ର ଫୁଲ ଧାରଣ ପୂର୍ବରୁ ଜନ୍ତା ଫସଲ ଉତ୍ପାଦନ କରିବା ଉପରେ ନିର୍ଭର କରିଥାଏ, ଯାହା କି କଷ୍ଟକର ହୋଇପାରେ। ବି. ଏନିଅସ ନିୟନ୍ତ୍ରଣ ପାଇଁ ପାରେଥ୍ରଏଡ ମଧ୍ୟ ବ୍ୟବହାର କରାଯାଇ ପାରେ, ଯଦି ଏହି ରାସାୟନିକ ପ୍ରତି ପ୍ରତିରୋଧକତା ନଥାଏ। ଯାହାହେଲେବି, ପାଇରେଥ୍ରଏଡ କୀଟନାଶକ ପରଭକ୍ଷୀ ଉପରେ ପ୍ରଭାବ ପକାଇ ଥାଏ। ପାଇରେଥ୍ରଏଡର ବିକଳ୍ପ ଭାବରେ ନିୟନିକୋଟିନଏଡ, ଇଣ୍ଡୋକ୍ସାକାର୍ବ କିମ୍ବା ପାଇମେଟ୍ରୋଜିନ ର ବ୍ୟବହାର ବିଚାର କରନ୍ତୁ। ଫୁଲ ଆରମ୍ଭ ହେବା ପରେ ସିଞ୍ଚନ କରନ୍ତୁ ନାହିଁ।
ଜଙ୍ଗଲ ଓ ଅନ୍ୟ ଚାଷ ହୋଇନଥିବା ସ୍ଥାନରେ ଆଶ୍ରୟ ନେଇ ଶୀତସୁପ୍ତି ପରେ ବସନ୍ତରେ ବୟସ୍କମାନେ ବାହାରନ୍ତି। ତାପମାତ୍ରା 12-15°C ରୁ ଅଧିକ ହେଲେ ସେମାନେ ସକ୍ରିୟ ଭାବରେ ଉଡିଥାନ୍ତି, ଏବଂ ସେମାନଙ୍କ ପ୍ରଜନନ ପୋଷକ ସନ୍ଧାନ କରିବା ପୂର୍ବରୁ ଯେ କୌଣସି ଉପଲବ୍ଧ ଫୁଲର ପରାଗ ଖାଇଥାନ୍ତି। କଢରେ ଅତି କମରେ 3 ମିମି ଲମ୍ବ ଅଣ୍ଡା ଦେଇଥାଏ। ଦୁଇଟି ଲାର୍ଭା ଅବସ୍ଥା ସଂପୂର୍ଣ୍ଣ କରିବା ପାଇଁ 9-13 ଦିନ ନେଇ ଲାର୍ଭା ଫୁଲରେ ପରାଗ ଖାଇଥାଏ। ସଂପୂର୍ଣ୍ଣ ବୃଦ୍ଧି ପାଇଥିବା ଲାର୍ଭା ତାପରେ ତଳେ ପଡିଯାଏ ଏବଂ ନିଜକୁ ବାଲିରେ ପୋତି ଦିଏ। ପରେ ନୂଆ ବୟସ୍କ ବାହାରେ ଏବଂ ପୁନଃ ଶୀତସୁପ୍ତି ସ୍ଥାନ ସନ୍ଧାନ କରିବା ପୂର୍ବରୁ ଉପଲବ୍ଧ ଥିବା ଯେ କୌଣସି ଫୁଲର ପରାଗ ଖାଇଥାଏ। ଫସଲରେ ବି. ଏନିଅସ ର ବଣ୍ଟନ ସାଧାରଣତଃ ଜଟିଳ ଓ ଅନିୟମିତ ହୋଇଥାଏ।