ଚିନାବାଦାମ

ଜଡ଼ା ଫସଲର ଘୋଡା ପୋକ

Achaea janata

ପୋକ

ସଂକ୍ଷେପରେ

  • ପତ୍ରରେ ଖାଇବା ଯୋଗୁଁ କ୍ଷତି ହୋଇଥାଏ.
  • ପତ୍ରରେ କେବଳ ଶିରା ପ୍ରଶିରା ରହିଯାଏ କିମ୍ବା ପୁରାପୁରି ପତ୍ରଝଡା ହୁଏ.
  • କାତି ଯୁକ୍ତ ଫିକା ବାଦାମୀ ରଙ୍ଗର ପ୍ରଜାପତି.
  • କଳା ମୁଣ୍ଡ ଥିବା ଚିକ୍କଣ ଧୂସରିତ ବାଦାମୀ ସମ୍ବାଳୁଆ.

ମଧ୍ୟ ଦେଖା ଯାଇପାରେ


ଚିନାବାଦାମ

ଲକ୍ଷଣ

ଚିକ୍କଣ ଧୂସରିତ ବାଦାମୀ ରଙ୍ଗର ସମ୍ବାଳୁଆ ଫସଲରେ କ୍ଷତି କରାଇଥାନ୍ତି. ପତ୍ରରେ ସବୁ ଟିସୁ ନଷ୍ଟ ହୋଇ କେବଳ ଶିରା ପ୍ରଶିରା ରହିଯିବା ରୁ ଗଛରେ ପୁରାପୁରି ପତ୍ରଝଡ଼ା ହୋଇଥାଏ କିମ୍ବା ପୁରା ଫସଲ ଧ୍ୱସ୍ତ ହୋଇପାରେ. ନୁଆଁ ଶୂକ ପତ୍ରର ଉପର ଅଂଶ ଖାଇଥାନ୍ତି ଏବଂ ବୟସ୍କଶୂକ ଗୁଡିକ ପୁରା ଗଛକୁ ଖାଇପାରେ ଓ ଯଥେଷ୍ଟ କ୍ଷୟକ୍ଷତି କରିଥାନ୍ତି.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ସଅଳ ଶୂକ ଅବସ୍ଥାରେ ନିମ ମଞ୍ଜି ରସ 5% ଏବଂ ନିମ ତେଲ 2% ମିଶାଇ ସ୍ପ୍ରେ କଲେ ଶୂକ ସଂଖ୍ୟା କମ ହୋଇପାରେ. ଟ୍ରାଇକୋଗ୍ରାମା ଇଭାନେସେନ୍ସ ମିନ୍ୟୁଟମ (Trichogramma evanescens minutum) ନାମକ ବିରୁଡି ଅଣ୍ଡା ଉପରେ ବାସ ବାନ୍ଧେ ଓ ଏହାର ଶୂକ ପ୍ରବଳ ଭାବେ ଏହି ବ୍ରାକୋନିଡ୍ ପରଜୀବୀ ଦ୍ୱାରା ସଂକ୍ରମିତ ହୋଇଯାଏ. ଅନ୍ୟ ପରଜୀବୀ ମଧ୍ୟ ବଜାରରେ ମିଳେ କିମ୍ବା ଏମାନଙ୍କ ଉପରେ ପରୀକ୍ଷା ଚାଲିଛି. ବିଳମ୍ବିତ ଶୂକ ଅବସ୍ଥାର ସମ୍ବାଳୁଆକୁ କିଛି ପକ୍ଷୀ ଖାଇଥାନ୍ତି. ପକ୍ଷୀ ମାନଙ୍କୁ ଜାଗା ଦେଲେ ଏହି ପୋକର ସଂକ୍ରମଣ କୁ କମ କରାଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଫୁଲ ହେବା ପରେ ମାଲାଥିଅନ ତିନି ସପ୍ତାହ ଅନ୍ତରରେ ସ୍ପ୍ରେ କରନ୍ତୁ. ଯଦି ପୋକ ସଂଖ୍ୟା ସଂକଟମୟ ହୁଏ ତାହେଲେ କ୍ଲୋରୋପାଇରିଫସ (2 ମିଲି / ଲିଟର ପାଣି) ସ୍ପ୍ରେ କରନ୍ତୁ.

ଏହାର କାରଣ କଣ

ଓଫିଉସା ମେଲିସେର୍ଟା (Ophiusa melicerta) ପୋକର ଶୂକ ଖାଇବା ଦ୍ୱାରା କ୍ଷୟକ୍ଷତି ହୋଇଥାଏ. ବୟସ୍କ ପ୍ରଜାପତି ଫିକା ବାଦାମୀ ରଙ୍ଗର ହୋଇଥାଏ ଓ ଏହାର ପୁରା ଶରୀରରେ କାତି ଥାଏ ଏବଂ ଏହା ଏକ ଝୁଲା ଗ୍ଲାଇଡର ପରି ଦେଖାଯାଏ. ଏହାର ଏକ ବିଶେଷ ପ୍ରକାରର କଳା ଓ ଧଳା ପ୍ୟାଟର୍ନ ପଛ ଦେଣାର ପଛ ପଟେ ଥାଏ. ମାଈ ପୋକ ଗୁଛ ଗୁଛ ଭାବେ ପତ୍ର ଉପରେ ଓ ଅନ୍ୟ କୋମଳ ଅଂଶରେ ଅଣ୍ଡା ଦେଇଥାଏ. ଅଣ୍ଡା ଗୁଡି଼କ ସବୁଜ ଏବଂ ସୁନ୍ଦର ଭାବେ ଖାଲ ଢିପ ହୋଇ ସଜ୍ଜିତ ହୋଇଥାଏ. ପୁରା ବଢିଥିବା ସମ୍ବାଳୁଆ 60 ମିମି ପର୍ଯ୍ୟନ୍ତ ଲମ୍ବା ହୋଇପାରେ ଏବଂ ଏହାର ଏକ କଳା ମୁଣ୍ଡ ଏବଂ ବିଭିନ୍ନ ରଙ୍ଗର ସମିଶ୍ରଣର ଶରୀର ଥାଏ. ଶରୀରଟି ମଖମଲ୍ଲୀ ପରି ହୋଇଥାଏ ଯାହାର ମଝି ପିଠିରେ ଏକ କଳା ଗାର ଲମ୍ବାରେ କଳା ପୃଷ୍ଠଭୂମି ରେ ଦେଖାଯାଏ. ଶୂକ ସମୟସୀମା 15-19 ଦିନ ଏବଂ ସମ୍ପୂର୍ଣ୍ଣ ବିକାଶ ପାଇଁ 33-41 ଦିନ ଲାଗିଥାଏ.


ସୁରକ୍ଷାତ୍ମକ ଉପାୟ

  • ଫସଲ ନିରୀକ୍ଷଣ କରନ୍ତୁ ଓ ବୁଢା ଶୂକ କିମ୍ବା ସଂକ୍ରମିତ ଗଛ ର ଅଂଶ ସଂଗ୍ରହ କରନ୍ତୁ.
  • ନିୟନ୍ତ୍ରିତ କୀଟନାଶକ ପ୍ରୟୋଗ କରନ୍ତୁ ଯାହା ଉପକାରୀ କୀଟ ପ୍ରତି ହାନିକାରକ ହେବ ନାହିଁ.
  • ସମ୍ବାଳୁଆ ଖାଉଥିବା ପକ୍ଷୀ ମାନଙ୍କ ପାଇଁ ଖୋଲା ଜାଗା ରଖନ୍ତୁ.
  • ଟ୍ରାପ ବ୍ୟବହାର କରି ପ୍ରଜାପତି ଧରନ୍ତୁ.
  • ଅମଳ ପରେ ଜମି ଖୋଲା ରଖିଲେ ପରଭକ୍ଷୀ ମାନଙ୍କ ପାଇଁ ସମ୍ବାଳୁଆ ସବୁ ସହଜରେ ଦେଖାଯିବେ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ