ଧାନ

ଲେଡା ପୋକ

Spodoptera mauritia

ପୋକ

ସଂକ୍ଷେପରେ

  • ପତ୍ର ଉପରେ ଗୁଳି ବିଦ୍ଧ କଣା ଭଳି ଦେଖାଯାଏ । କଙ୍କାଳ ଭଳି ପତ୍ର । କାଣ୍ଡ ଅଙ୍ଗମାରୀ । ମାରତ୍ମକ କ୍ଷେତ୍ରରେ , ଫସଲ ରାତିକ ଭିତରେ ଧ୍ବଂସ ହୋଇଯାଏ । ମସୃଣ , ନଳୀ ଆକୃତି ର ଲାର୍ଭା ବା ଶୂକ ଯାହାରକି ଫିକା ଦେହ ସହ ପିଠି ଗାର,( ଦୁଇ ଧାଡ଼ିର C-ଆକୃତିର କଳା ଦାଗ ସବୁ ଦେଖା ଯାଏ) ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ସଂବାଳୁଆ ଗୁଡିକ ଫସଲରୁ ପୋଷଣ କରିଥାଆନ୍ତି ଓ ପତ୍ର ଧାର ଉପରେ ଗୋଳି ମାରିଲା ଭଳି କଣା କରିବା, ପତ୍ର କଂକାଳିକାରଣ, କାଣ୍ଡ ଅଙ୍ଗମାରୀ ରୂପ ରେ କ୍ଷତି କରିଥାଏ । ମାରାତ୍ମକ କ୍ଷେତ୍ରରେ , ସମଗ୍ର ସଂବାଳୁଆ ବହୁ ସଂଖ୍ୟାରେ ଆସି ଜମିରେ ରୋପଣ କରା ଯାଇଥିବା ଫସଲ ରାତିକ ଭିତରେ ଧ୍ବଂସ କରିଦିଅନ୍ତି , ଯେପରିକି ଗାଈ ମଇଁଷି ଖାଇଲା ଭଳି ଦେଖାଯାଏ । ଧାନରେ ଲେଡା ଗୁଡିକ ଧାନ ପତ୍ର ଅଗ କାଟି, ପତ୍ର ଧାର ଓ ଗଛର ମୂଳକୁ ମଧ୍ୟ କାଟି ଧାନ ଶସ୍ୟରେ କ୍ଷତି କରିଦେଇ ଥାନ୍ତି । କ୍ଷତି ଗୁଡିକ ନର୍ସରୀର ଚାରାରେ , ସିଧାସଳଖ ରୋପିତ ଶସ୍ୟ ଓ ଧାନର ପିଲ ବାହାରିବା ଅବସ୍ଥାରେ ଅଧିକ ମାରାତ୍ମକ ଭାବେ ହୋଇ ଥାଏ । ଶସ୍ୟ ଗୁଡିକୁ ସମ୍ପୂର୍ଣ୍ଣ ଧ୍ବଂସ କରି ସାରିବା ପରେ, ଲାର୍ଭାର ଦଳ ଗୁଡିକ ଅନ୍ୟ ଏକ ଜମିକୁ ବ୍ୟାପି ଯାଆନ୍ତି ଯାହାକି ଏକ ନିୟମିତ ସୈନିକ ଆକ୍ରମଣ ଭଳି ଜଣାପଡେ଼ । ଗତ ଦଶନ୍ଧି ରେ, ଏହି ରୋଗଟି ଧାନ ଚାରାରେ ଏକ ସଙ୍କଟ ଜନକ କୀଟ ଭାବେ ଆବିର୍ଭାବ ହୋଇଛି ଯାହାକି ଅମଳରେ 10 ରୁ 20% କ୍ଷତି କରିପାରିଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ସାନ ଅଞ୍ଚଳ ଗୁଡିକରେ, ବତକ ଗୁଡିକୁ ଜମି ଭିତରେ ଲାର୍ଭା ଗୁଡିକୁ ଖାଇବା ପାଇଁ ଛାଡି ଦିଅନ୍ତୁ । ବୋଲାସ ବୁଢିଆଣୀ କୁ ଛାଡିବା ଦ୍ୱାରା ବୟସ୍କ ମାନଙ୍କୁ ମଧ୍ୟ ମରା ଯାଇପାରିବ, ଯାହା ପାଖରେକି ମାଇ ପ୍ରଜାପତି ଭଳି ଫେରୋମୋନ ତିଆରି କରିବାର କ୍ଷମତା ରହିଥାଏ । ଏହା ପୁରୁଷ ପ୍ରଜାପତି ମାନଙ୍କୁ ଆକର୍ଷିତ କରିଥାଏ ଓ ଏହା ଫଳରେ କମ ସଂଗମ ହୋଇଥାଏ । ସୂତ୍ରଜୀବ ଷ୍ଟାଇନରନେମା କାର୍ପୋକାପସେୟା ଓ ନ୍ୟୁକ୍ଲିଓପଲିହେଡ୍ରୋ ଭୁତାଣୁ ସିଞ୍ଚନ ଦ୍ରବଣ ବ୍ୟବହାର କରିବା ମଧ୍ୟ ଫଳପ୍ରସୂ ଭାବେ ଲେଡା ପୋକ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ସଂବାଳୁଆ ଗୁଡିକର ଗମନାଗମନକୁ ରୋକିବା ପାଇଁ ସଂକ୍ରମଣର ସହଳ ଅବସ୍ଥାରେ ଫସଲ ଚାରିପଟେ କୀଟନାଶକ ଗୁଣ୍ଡ ଛିଞ୍ଚା ଯାଇପାରେ । କ୍ଲୋରୋପାଇରିଫୋସ ଥିବା ସଂସ୍ପର୍ଶ କୀଟନାଶକଗୁଡିକୁ ସଂବାଳୁଆ ର ଫଳପ୍ରସୂ ନିୟନ୍ତ୍ରଣ ପାଇଁ ମଧ୍ୟ ପ୍ରୟୋଗ କରାଯାଇପାରେ.

ଏହାର କାରଣ କଣ

ଏହି ରୋଗର କ୍ଷତି ସ୍ପୋଡୋପଟେରା ମାଉରିଟିଆ ନାମକ ଲେଡା ପୋକ ଦ୍ୱାରା ହୋଇଥାଏ । ଏହି ବିବିଧ ଭକ୍ଷୀ ପ୍ରଜାତିର କୀଟ ଧାନ ଫସଲରେ ବେଳେବେଳେ ମାରତ୍ମକ କ୍ଷତି କରିଥାଏ । ପ୍ରଜାପତି ଗୁଡିକ ପାଉଁଶିଆ ଧୂସର ରଙ୍ଗର ହୋଇଥାଏ ଓ ଏମାନଙ୍କ ପରର ଦୈର୍ଘ୍ୟ 40 ମିମି ଯାଏଁ ହୋଇଥାଏ । ମାଇ ଗୁଡିକ ରାତ୍ରିଚର ଅଟନ୍ତି ଓ ଆବିର୍ଭାବ ହେବାର ମାତ୍ର 24 ଘଣ୍ଟା ପରେ ସଂଗମ କରିବା ଆରମ୍ଭ କରି ଦିଅନ୍ତି । ସଂଗମ କରିବାର ଗୋଟିଏ ଦିନ ପରେ, ଏମାନେ ବିଭିନ୍ନ ପ୍ରକାରର ଘାସ, ବୁଦା ଓ ଧାନ ପତ୍ର ଗୁଡିକ ଉପରେ ଗୁଚ୍ଛ ଭାବେ 200-300 ଅଣ୍ଡା ଦେବା ଆରମ୍ଭ କରି ଦିଅନ୍ତି । ଲାର୍ଭା ଗୁଡିକ ପତ୍ର କୋଷ ଗୁଡ଼ିକରୁ ନିଜ ପୋଷଣ କରନ୍ତି ଓ ଶୂକର ଛଅଟି ଅବସ୍ଥା ଦେଇ ଗତି କରନ୍ତି ଯାହାକି ଏମାନଙ୍କୁ 3.8 ସେମିର ଏକ ଶେଷ ଲମ୍ବ ପ୍ରଦାନ କରିଥାଏ । ସମ୍ପୂର୍ଣ୍ଣ ବିକଶିତ ଲାର୍ଭା ବା ଶୂକ ଗୁଡିକ ମସୃଣ, ନଳୀ ଆକୃତି ର ଲାର୍ଭା ଯାହାରକି ଫିକା ଓ ବଡ଼ ଦେହ ସହ ତା ଉପରେ ଗାର ଦେଖା ଯାଇଥାଏ । ଦୁଇ ଧାଡ଼ିର C-ଆକୃତିର କଳା ଦାଗ ସବୁ ମଧ୍ୟ ଏମାନଙ୍କ ପିଠି ଉପରେ ଦେଖା ଯାଏ । ଏମାନେ ରାତି ବେଳା ଖାଆନ୍ତି ଓ ଦିନ ବେଳା ମାଟି ଭିତରେ ଲୁଚି ରୁହନ୍ତି । କୋଷା ଅବସ୍ଥା ମାଟି ଭିତରେ ଖୋଳା ଯାଇଥିବା ଖୋସା ଭିତରେ ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ପ୍ରପୀଡନର ଲକ୍ଷଣ ଗୁଡିକ ପାଇଁ ଜମିକୁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ । ସଂବାଳୁଆ ମାନଙ୍କ ସଂଖ୍ୟା କମେଇବା ପାଇଁ, ଏଗୁଡ଼ିକୁ ହାତ ଜାଲି କିମ୍ବା ଝାଡୁ ଝୁଡି ସାହାଯ୍ୟରେ ସଂଗ୍ରହ କରନ୍ତୁ । ପ୍ୟୁପା ଗୁଡିକୁ ମାରିଦେବା ପାଇଁ ଗ୍ରୀଷ୍ମ ଋତୁ ରେ ଜମିକୁ ଗଭୀର ଭାବେ ଚାଷ କରନ୍ତୁ । ଜମି ଭିତରୁ ଓ ଚାରିପାଖରୁ ଅତିରିକ୍ତ ନର୍ସରୀ ଫସଲ ଓ ଅନାବନା ଘାସ ଗୁଡିକୁ ବାହାର କରିଦିଅନ୍ତୁ । କୀଟ ର ଜୀବନ ଚକ୍ର ଭାଙ୍ଗିବା ପାଇଁ ଜମିରେ ଏକାନ୍ତର ଓଦା ଓ ଶୁଷ୍କ ଉପଚାର ସୁନିଶ୍ଚିତ କରନ୍ତୁ । ଯବକ୍ଷାରଜାନ ର ଅତ୍ୟଧିକ ପ୍ରୟୋଗ କରନ୍ତୁ ନାହିଁ । ରୋଗକୁ ଦୂରେଇବା ପାଇଁ ପୋଷକ ନଥିବା ଫସଲ ସହ ପର୍ଯ୍ୟାୟ ସହାୟକ ହୋଇଥାଏ । ବୟସ୍କ ପ୍ରଜାପତି ଗୁଡିକୁ ଧରିବା ପାଇଁ ପ୍ରଜାପତି ଜନ୍ତା ବ୍ୟବହାର କରନ୍ତୁ । ମାରାତ୍ମକ ଆକ୍ରମଣ କ୍ଷେତ୍ରରେ, ଜମିରେ ଗାତ ଖୋଳି ଏହାକୁ ବିଛିନ୍ନ କରି ଦିଅନ୍ତୁ କିମ୍ବା ହଳ କରି ଫସଲକୁ ନଷ୍ଟ କରିଦିଅନ୍ତୁ । ଏହା ପରେ ସଂବାଳୁଆ ଓ ପ୍ୟୁପା ଗୁଡିକ ଭକ୍ଷକ ପକ୍ଷୀ ମାନଙ୍କ ଦ୍ୱାରା ଶିକାର ଯାଆନ୍ତି.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ