ଧାନ

ଧାନ କେଣ୍ଡା ଛେଦକ ସଂବାଳୁଆ

Mythimna separata

ପୋକ

ସଂକ୍ଷେପରେ

  • ସଂବାଳୁଆ ଗୁଡିକ ପତ୍ର ଅଗ, ଧାର ଓ ବେଳେ ବେଳେ ସମ୍ପୂର୍ଣ ପତ୍ରରୁ ନିଜ ପୋଷଣ ଖାଆନ୍ତି.
  • କେଣ୍ଡା ଗୁଡିକ ମୂଳ ରୁ କଟିଯାଇଥାଏ.
  • ଘାସ ଭଳି ସବୁଜ ରଙ୍ଗର କଅଁଳ ଲାର୍ଭା ବା ଶୂକପିଠିରେ ଗାର ଥାଏ ଏବଂ ଏହା ଫସଲଉପରେ ଥିବା ଦେଖା ଯାଇଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଲକ୍ଷଣ ଗୁଡିକ ମଧ୍ୟରେ ପତ୍ର ଅଗରେ ଖାଇବା ଜନିତ କ୍ଷତି କିମ୍ବା ପତ୍ର ଧାର ସମାନ୍ତର ରେ କ୍ଷତି ଅନ୍ୟତମ ଅଟେ, ବେଳେବେଳେ କେବଳ ମଝି ଶିରାରେ ରହି ଯାଇଥାଏ(ପତ୍ର କଂକାଳୀକରଣ). ମାରାତ୍ମକ ସଂକ୍ରମଣ କ୍ଷେତ୍ରରେ, ବୟସ୍କ ଶୂକ ବା ଲାର୍ଭା ଗୁଡିକ ସମସ୍ତ ପତ୍ର ଗୁଡିକୁ ବାହାର କରିଦିଅନ୍ତି, ଏପରିକି ମୂଳରୁ ଅଙ୍କୁରଣ ଗୁଡିକୁ ମଧ୍ୟ ବାହାର କରିଦିଅନ୍ତି. ଏମ.ସେପାରାଟା ର ଲକ୍ଷଣ ଗୁଡିକ ମଧ୍ୟରେ କେଣ୍ଡାକୁ ମୂଳରୁ କାଟିଦେବା ଓ ଯେଉଁ ଗୁଡିକ ରହିଯାଇଥାଏ ତାହା ଏମିତି ହି ମୋଡି ହୋଇ ଯାଆନ୍ତି କିମ୍ବା ପଡିଯାଆନ୍ତି. ଘାସ ଭଳି ସବୁଜ କଅଁଳ ଲାର୍ଭା ଫସଲ ଗୁଡିକ ଉପରେ ଗାର ଗୁଡିକ ଥିବା ଦେଖା ଯାଇଥାଏ. ଯେହେତୁ ଲାର୍ଭା ଗୁଡିକ ଦଳବଦ୍ଧ ଭାବେ ଅନ୍ୟ ଜମିକୁ ଗମନାଗମନ କରିପାରେ ସଂକ୍ରମଣ ସମୟରେ ବହୁତ ଗୁଡ଼ାଏ ଜମି ଗୋଟିଏ ଥର ରେ ପ୍ରଭାବିତ ହୋଇ ପାରନ୍ତି.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

କୋଟେସିଆ ରୁଫିକରୁସ ଓ ଇଉପଟେମାଲୁସ ଭଳି ବିରୁଡି ର ପ୍ରବଳ ଆକ୍ରାତ୍ମକ ପ୍ରଜାତି କୁ ଜମି ଗୁଡିକ ରେ ସଫଳତା ର ସହିତ ଉପଯୋଗ କରାଯାଇ ଅଛି. ଏହି କୀଟ ଗୁଡିକ ଏମ.ସେପାରାଟା ର ଲାର୍ଭା ଗୁଡିକ ରେ ଅଣ୍ଡା ଦେଇଥାନ୍ତି, ଯାହା ଦ୍ୱାରା ଏମାନେ ଧୀରେ ଧୀରେ ମରି ଯାଆନ୍ତି. ଯେତେବେଳେ କୀଟ ଗୁଡିକର ଅଧିକାଂଶ ସଂଖ୍ୟା ପ୍ୟୁପାବସ୍ଥା ରେ ଥାଏ ସେତେବେଳେ ଏମାନଙ୍କୁ ପାଣି ର ସ୍ତର ବଢ଼େଇ ବୁଡେଇ ଦେବା ଏକ ଜରୂରୀ ସାଂସ୍କୃତିକ ଉପାୟ ମଧ୍ୟରେ ଅନ୍ୟତମ ଅଟେ.ପାଣି ଛାଡି ଦେବା ଦ୍ୱାରା ଏମ.ସେପାରାଟା ର ଲାର୍ଭା ଗୁଡିକର ଫସଲ ରୁ ଫସଲ କୁ ଗମନା ଗମନ ସୀମିତ ହୋଇଯାଏ. ଧାନ ଜମି ରେ ବତକ ମାନେ ମଧ୍ୟ ଜନସଂଖ୍ୟା ନିୟନ୍ତ୍ରଣ ରେ ସାହାଯ୍ୟ କରିଥାଏ.

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ସଂବାଳୁଆ ଗୁଡିକୁ ଅନ୍ୟ ଏକ ଜମି କୁ ଯିବାରୁ ରୋକିବା ପାଇଁ ସଂକ୍ରମିତ ଜମିର ବାଡ଼ ସମାନ୍ତର ରେ ସାଇପରମେଥରିନ ର ସ୍ପ୍ରେ ପ୍ରୟୋଗ କରନ୍ତୁ ଯାହା ଦ୍ୱାରା କି ଲାର୍ଭା ମାନଙ୍କ ପ୍ରବାସନ ରୁ ବଞ୍ଚି ପାରିବେ. ଯଦି ସୈନିକ କୀଟ ମାନେ ମାରାତ୍ମକ ଭାବେ ସଂକ୍ରମଣ କରିଥାନ୍ତି ତାହେଲେ ରାସାୟନିକ ସ୍ପ୍ରେ ଦରକାର ପଡିଥାଏ. ପ୍ରତି 1 ଲି ପାଣିରେ/ 1 ମିଲି ସାଇପରମେଥରିନ ସ୍ପ୍ରେ କରିବା ପରାମର୍ଶନୀୟ ଅଟେ. ଦିନର ଅପରାହ୍ନ ଅଂଶ ସ୍ପ୍ରେ କରିବାର ସର୍ବୋତ୍ତମ ସମୟ ଅଟେ.

ଏହାର କାରଣ କଣ

ମାଇଥିମନା ସେପାରାଟା ନାମକ ଏକ ଧାନ ଶସ ଖାଉଥିବା ସଂବାଳୁଆ ର ଲାର୍ଭା ଗୁଡିକ ଦ୍ୱାରା କ୍ଷତି ହୋଇଥାଏ. ବୟସ୍କ ମାନଙ୍କର ଧୂସରିଆ-ହଳଦିଆ ରଙ୍ଗ ର ଆଗ ପର ଥାଏ ଯାହା ଉପରେ ଗାଢ଼-ଧୂସର କିମ୍ବା ନାଲିଆ-ହଳଦିଆ ରଙ୍ଗ ର ଦାଗ ଥାଏ ଓ କେତେକ କଳା ଦାଗ ବିଛେଇ ହୋଇ ମଧ୍ୟ ଥାଏ. ମାଇ ମାନେ ପତ୍ର ଉପରେ ଗୋଲାକୃତ, ସବୁଜ-ଧଳାଳିଆ ରୁ ଧଳା ରଙ୍ଗ ର ଅଣ୍ଡା ଦେଇ ଥାନ୍ତି, ହୁଏତ ଆବୃତ ବା ଅନାବୃତ ଅଣ୍ଡା କିମ୍ବା କଳାଳିଆ ପଶମ ର ଏକ ପତଳା ଆବରଣ ଦ୍ୱାରା ଆଚ୍ଛାଦିତ ହୋଇଥାନ୍ତି. ଘାସ ଭଳି ସବୁଜ କଅଁଳ ଲାର୍ଭା ଫସଲ ଗୁଡିକ ଉପରେ ଗାର ଗୁଡିକ ଥିବା ଦେଖା ଯାଇଥାଏ ଓ କ୍ଷତି କରିବା ଆରମ୍ଭ କରି ଦେଇଥାଏ. ମରୁଡି ସମୟକାଳ ପରେ ପରେ ଭାରି ବର୍ଷା ବୟସ୍କ ମାନଙ୍କ ଦୀର୍ଘ ଜୀବନ, ଅଣ୍ଡା ଦେବା ସମୟକାଳ ର ଲମ୍ବେଇ ଓ ଅଣ୍ଡା ଫାଟିବା ପାଇଁ ଅନୁକୂଳ ହୋଇଥାଏ. ଯବକ୍ଷାରଜାନ ଉର୍ବରକ ଗୁଡିକ ଫସଲ ବିକାଶ କୁ ଉନ୍ନତ କରି ଦିଅନ୍ତି ଓ ଫଳସ୍ୱରୂପ ଅଧିକ ଲାର୍ଭା ଜନିତ ପୋଷଣ ଓ ଜୀବିତ ଅବସ୍ଥା ବଢିଥାଏ. ବିକଳ୍ପ ଫସଲ ଗୁଡିକ ମଧ୍ୟରେ ବାରଲି, ଗହମ, ମକା, ଓଟ, ସୋରହୂମ, ଆଖୁ, ବାଉଁଶ, କପା, କନ୍ଦମୂଳ, ଟୋବାକୋ ଓ ସୋରିଷ ଜାତୀୟ ଫସଲ ର କିଛି ପ୍ରଜାତି.


ସୁରକ୍ଷାତ୍ମକ ଉପାୟ

  • ଯଦି ଉପଲବ୍ଧ ଥାଏ ତାହେଲେ ଅଧିକ ପିଲ ଦେଉଥିବା ଫସଲ ଲଗାନ୍ତୁ.
  • ଏମ.
  • ସେପାରାଟା ର ଲକ୍ଷଣ ଗୁଡିକ ପାଇଁ ଜମି କୁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ.
  • ଯେତେବେଳେ ଅଣ୍ଡା ଭଳି ପଦାର୍ଥ କିମ୍ବା ଲାର୍ଭା ଦେଖାଯାଇ ଥାଏ ତାକୁ ହାତ ରେ ବାହାର କରିଦିଅନ୍ତୁ ଓ ଧ୍ବଂସ କରିଦିଅନ୍ତୁ.
  • ଯେହେତୁ ଅନାବନା ଘାସ ଗୁଡିକ ବିକଳ୍ପ ପୋଷକ (ଘାସ) ଭାବେ କାମ କରିଥାଏ, ଏଗୁଡ଼ିକୁ ନିୟନ୍ତ୍ରଣ ରେ ରଖନ୍ତୁ.
  • ଉର୍ବରକ ଗୁଡିକୁ ଦରକାର ହିସାବ ରେ ବ୍ୟବହାର କରନ୍ତୁ, କାରଣ ଏହା କୀଟ ପାଇଁ ଅନୁକୂଳ ହୋଇଥାଏ.
  • ଗାତ କିମ୍ବା ଖାଲ ଖୋଲନ୍ତୁ ଓ ସେଗୁଡିକୁ ପତ୍ର କିମ୍ବା ପାଉଁଶ ଦ୍ୱାରା ଘୋଡେଇ ଦିଅନ୍ତୁ ଯାହା ଦ୍ୱାରା କି ସଂବାଳୁଆ ଗୁଡିକ ସେଠାରେ ରହି ପାରିବେ.
  • ସଂବାଳୁଆ ଗୁଡିକୁ ଧରି ରଖିବା ପାଇଁ ଜମି ଚାରି ପାଖରେ ଡାଳ କୁ ରଖନ୍ତୁ.
  • ଲାର୍ଭା ଗୁଡିକୁ ବୁଡ଼େଇଦେବା ପାଇଁ ବିହନ ବାଡ଼ କୁ ଵନ୍ୟପ୍ଲାଵିତ କରିଦିଅନ୍ତୁ ଯାହା ଏମାନଙ୍କୁ ଫସଲର ଉପରକୁ ଯିବା ପାଇଁ ବାଧ୍ୟ କରି ଦେଇଥାଏ, ଯେଉଁଠି ଏମାନଙ୍କୁ କୀଟନାଶକ ଦ୍ୱାରା ଲକ୍ଷ କରିହେବ.
  • ଅସମ୍ବେଦନଶୀଳ ଫସଲ ସହିତ ଫସଲ ପର୍ଯ୍ୟାୟ ଯୋଜନା କରନ୍ତୁ କିନ୍ତୁ ଉଦାହରଣ ସ୍ୱରୂପ ଗହମ କିମ୍ବା ମକା ଲଗାନ୍ତୁ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ