ସିମଳା ଏବଂ ଲଙ୍କା

ଲଙ୍କାର ଥ୍ରିପ୍ ବା ଲଙ୍କାରେ ଉକୁଣିଆ ପୋକ

Scirtothrips dorsalis

ପୋକ

ସଂକ୍ଷେପରେ

  • ପତ୍ର ଉପର ପଟକୁ ବଙ୍କା ହୋଇଯାଏ.
  • ଗଛରେ ଶୀଘ୍ର ପତ୍ର ଝଡା ହୋଇଯାଏ.
  • ଫୁଲ ଏବଂ ଫଳ ପ୍ରଭାବିତ ହୋଇଥାଏ.
  • ଛୋଟ ଏବଂ ପତଳା ପୋକ ଯାହାର କଳାଳିଆ ବାଦାମୀ ରଙ୍ଗର ଶରୀର ଏବଂ ହଳଦିଆ ଡେଣା ଥାଏ.

ମଧ୍ୟ ଦେଖା ଯାଇପାରେ


ସିମଳା ଏବଂ ଲଙ୍କା

ଲକ୍ଷଣ

ଉଭୟ ଶୁକ ଓ ବୟସ୍କ ପୋକ ପତ୍ରର ତଳ ପଟେ ଖାଇ ଥାନ୍ତି. ସେମାନେ ଟିସୁକୁ ରାମ୍ପୁଡ଼ି ଏବଂ କଣା କରି ବାହାରୁଥିବା ରସ ଖାଇଥାନ୍ତି. ସଂକ୍ରମିତ ପତ୍ରଗୁଡିକ ଇସତ ବାଦାମୀ ରୀ ରୂପେଲି ଦାଗ ସୃଷ୍ଟି କରିଥାନ୍ତି ଏବଂ କୁଞ୍ଚିତ ହେଲା ପରି ବିକୃତ ସଙ୍କେତ ଦେଖାଇଥାନ୍ତି. ଚରମ ପରିସ୍ଥିତିରେ ପତ୍ର ସମ୍ପୂର୍ଣ୍ଣ ଭାବେ ବିକୃତ ହୋଇଯାଏ ଏବଂ ପରେ ଅପରିପକ୍ବ ଅବସ୍ଥାରେ ପତ୍ରଝଡ଼ା ହୋଇଥାଏ. ଫୁଲ ଖାଇବା ଯୋଗୁଁ ଏହାର ପାଖୁଡା ଗୁଡିକରେ ଗାର ଦେଖାଯାଏ ଯାହା ଶୁଖି ଝଡ଼ିଯାଇପାରେ. ଫଳରେ ଯାଦୁରା ଓ ଅନ୍ୟ ଦାଗ ଦେଖାଯାଏ ଏବଂ ଫଳ ବିକୃତ ହୋଇଯିବ ଯୋଗୁଁ ଏହାର ବଜାର ମୂଲ୍ୟ କମି ଯାଇଥାଏ. ଯଦିଓ ସଂକ୍ରମଣ ବର୍ଷ ସାରା ହୋଇଥାଏ, କିନ୍ତୁ ଏହା ଶୁଖିଲା ମାସ ଗୁଡିକରେ ତଥା ଅତ୍ୟଧିକ ଯବକ୍ଷାରଜାନ ପ୍ରୟୋଗ ହୋଇଥିବା ଜମିରେ ସର୍ବାଧିକ ହୋଇଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ବିଭିନ୍ନ ଜୈବିକ ନିୟନ୍ତ୍ରକ ଯଥା ଓରିଅସ (Orius) ଜିନସ ର ମିନିଟ ପାଇରେଟ ବଗ୍ (minute pirate bugs) ଏବଂ ଫାଇଟୋସିଡ଼ (phytoseiid) ମାଇଟଗୁଡିକ, ନିଓସେଇଉଲସ କୁକୁମେରିସ (Neoseiulus cucumeris) ଏବଂ ଆମ୍ବ୍ଲିସେଇଅସ ସ୍ଵିର୍ସକି (Amblyseius swirskii) ର ପ୍ରୟୋଗ ଡାଳିମ୍ବର ଥ୍ରିପ୍ ନିୟନ୍ତ୍ରଣ କରିବାରେ ଭଲ କାମ ୱାକରେ ବୋଲି ରିପୋର୍ଟ ଅଛି. ଶିକାରୀ ମାଇଟ ଯଥା ଇଉସେଇଅସ ସୋଜାଏଏନ୍ସିସ (Euseius sojaensis), ଇ. ହିବିସ୍କି (E. hibisci) ଏବଂ ଇ. ଟୁଲାରେନ୍ସିସ (E. tularensis) ଲଙ୍କା ଓ ଅଙ୍ଗୁର ପରି ବୈକଳ୍ପିକ ପୋଷକ ଫସଲରେ ଥ୍ରିପ୍ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବହାର କରାଯାଇଅଛି. ସନ୍ଧ୍ୟା ସମୟରେ ଗଛର ମୂଳ ଅଞ୍ଚଳରେ କିମ୍ବା ପାତ୍ରରେ ଡାଇଆଟୋମାସିଅସ (diatomaceous) ମାଟି ବ୍ୟବହାର କରି ଥ୍ରିପ୍ ଓ ଶୁକ ଗୁଡିକୁ ଶୁଷ୍କ ବା ଜଳହୀନ କରି ଦିଅନ୍ତୁ. ନିମ ତେଲ, ସ୍ଟିନେଟୋରାମ କିମ୍ବା ସ୍ପିନୋସାଡ଼ ପତ୍ରର ଉଭୟ ପାର୍ଶ୍ୱରେ ଓ ଗଛ ମୂଳେ ବ୍ୟବହାର କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଥ୍ରିପ୍ ନିୟନ୍ତ୍ରଣ ପାଇଁ ମଲାଥିଅନ ର ପତ୍ର ସିଞ୍ଚନ ଅନୁମୋଦନ କରାଯାଇଥାଏ. ଅନ୍ୟ କୀଟନାଶକ ର ପ୍ରୟୋଗ ମଧ୍ୟ ଏସ ଡୋର୍ସାଲିସ (S. dorsalis) ସଂଖ୍ୟା କମେଇବା ପାଇଁ ପ୍ରଭାବଶାଳୀ ହୋଇଥାଏ. ଉଦାହରଣ ସ୍ୱରୂପ ଆବାମେକ୍ଟିନ (abamectin) ଏବଂ ଡାଇମେଥୋଏଟ (dimethoate) ର ବ୍ୟବହାର ସାଧାରଣତଃ କାକୁଡି ଥ୍ରିପ୍ ର ନିୟନ୍ତ୍ରଣ ପାଇଁ ପ୍ରଭାବଶାଳୀ ହୋଇଥାଏ.

ଏହାର କାରଣ କଣ

ଥ୍ରିପ୍ ର ଦୁଇଟି ସ୍ପେସିସ ସ୍କିରୋଥ୍ରିପ୍ସ ଡୋର୍ସାଲିସ (Scirtothrips dorsalis) ଏବଂ ରିପିଫୋରୋଥ୍ରିପ୍ସ କ୍ରୁଏଣ୍ଟାଟସ (Rhipiphorothrips cruentatus) ଦ୍ୱାରା ଏହିଁ ରୋଗର ଲକ୍ଷଣ ଦେଖାଦେଇଥାଏ. ବୟସ୍କ ସ୍କିରୋଥ୍ରିପ୍ସ ଡୋର୍ସାଲିସର ରଙ୍ଗ ପାଳ ପରି ହଳଦିଆ. ମାଈ ଥ୍ରିପ୍ ପ୍ରାୟ 50 ଟି ଧୂସରିତ-ଧଳା ବିନ ଆକାରର ଅଣ୍ଡା ସାଧାରଣତଃ ନୁଆଁ ପତ୍ର ଓ କଢ ରେ ଦେଇଥାଏ. ପୋକ ସଂଖ୍ୟା ବଢିଚାଲିଲେ ସେମାନେ ବୁଢା ପତ୍ର ଉପରେ ବି ରହିବା ଆରମ୍ଭ କରିଦିଅନ୍ତି. ନୁଆଁ କରି ଫୁଟିଥିବା ଶୁକ ଗୁଡିକ ଅତି ଛୋଟ ଯାହାର ଶରୀର ଲାଲ ରଙ୍ଗ ର ହୋଇଥାଏ ଯାହା ପରେ ହଳଦିଆ ବାଦାମୀ ରଙ୍ଗରେ ପରିଣତ ହୋଇଯାଏ. ଶୁକ ରୂପାନ୍ତରିତ ପ୍ରକ୍ରିୟା ରେ ପ୍ରବେଶ କଲାବେଳେ ଗଛରୁ ଝଡି ଯାନ୍ତି ଏବଂ ଜୀବନ ଚକ୍ରର ବାକି ସମୟ ଫୁସଫୁସିଆ ମାଟି ରେ କିମ୍ବା ପତ୍ର ର ଆବର୍ଜନାରେ ଗଛର ମୂଳେ ମୂଳେ ସମ୍ପୁର୍ଣ୍ଣ କରିଥାନ୍ତି. ପ୍ୟୁପା ସମୟ 2-5 ଦିନ ଲାଗିଥାଏ. ବୟସ୍କ ଆର. କ୍ରୁଏଣ୍ଟାଟସ (R. cruentatus) ଗୁଡିକ ଅତି ଛୋଟ, କୋମଳ ଶରୀର ବିଶିଷ୍ଟ ଓ ଝାଲର ପରି ଡେଣା ଯୁକ୍ତ ହୋଇଥାନ୍ତି. ଏମାନଙ୍କର କଲାଳିଆ ବାଦାମୀ ଶରୀର ଓ 1.4 ମିମି ଲମ୍ବର ହଳଦିଆ ଡେଣା ଥାଏ.


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ ପ୍ରତିରୋଧି କିସମ ଚୟନ କରନ୍ତୁ.
  • ଅଠାଳିଆ ଟ୍ରାପ୍ ବ୍ୟବହାର କରି ଥ୍ରିପ୍ ସଂଖ୍ୟା ନିରୀକ୍ଷଣ କରନ୍ତୁ.
  • ନହେଲେ, ସଂକ୍ରମିତ ଗଛରୁ ପତ୍ର ବାହାର କରି ଏକ ଧଳା କାଗଜ ଉପରେ ଧୀରେ ଧୀରେ ବାଡାନ୍ତୁ.
  • ଜମିରୁ ପ୍ରବଳ ମାତ୍ରାରେ ସଂକ୍ରମିତ ହୋଇଥିବା ଗଛ କୁ ବାହାର କରି ଦିଅନ୍ତୁ.
  • ଜମିକୁ ଭଲଭାବେ ଜଳସେଚିତ କରି ରଖନ୍ତୁ ଏବଂ ଅତ୍ୟଧିକ ଯବକ୍ଷାରଜାନ ସାର ପ୍ରୟୋଗ ରୁ ବିରତ ରୁହନ୍ତୁ.
  • ଉପକାରୀ କୀଟ ମାନଙ୍କ ସଂରକ୍ଷଣ ପାଇଁ ଆବଶ୍ୟକତାରୁ ଅଧିକ କୀଟନାଶକ ପ୍ରୟୋଗ କରନ୍ତୁ ନାହିଁ.
  • ଫସଲ ଚାରିପାଖରେ ବୈକଳ୍ପିକ ପୋଷକ ଫସଲ/ଗଛ ଲଗାନ୍ତୁ ନାହିଁ.
  • ଜମି ଚାରିପାଖରେ ଥିବା ବାଳୁଙ୍ଗା ବାହାର କରିଦିଅନ୍ତୁ.
  • ଇଣ୍ଡବ୍ରେକ ବା ପବନରୋଧକ ବ୍ୟବହାର କରି ଦୂର ଜାଗାରୁ ହେଉଥିବା ସଂକ୍ରମଣରୁ ସୁରକ୍ଷା କରା ଯାଇ ପାରିବ.
  • ଥ୍ରିପ୍ ର ପ୍ୟୁପା କୁ ମାଟି ଉପରକୁ ଆଣି ଖରାରେ ଛାଡିବା ପର୍ଯ୍ୟନ୍ତ ଜମିକୁ ଚାଷ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ