Chaetanaphothrips signipennis
ପୋକ
ସଂକ୍ରମଣ ଯେ କୌଣସି ବୃଦ୍ଧି ଅବସ୍ଥାରେ ହୋଇପାରେ ଏବଂ ପତ୍ର ,କଦଳୀ ପଟୁ ଓ ଫଳ ଉପରେ ଦେଖାଯାଏ । ପତ୍ର ଛଦ ମୂଳରେ ବୟସ୍କ ଓ ଶୂକ ଆଶ୍ରୟ ନେଇଥାନ୍ତି । ଶୂକ ମାନେ ଏକାଠି ରହି ଗଛ ରସ ପାଟିରେ ଶୋଷି ଖାଆନ୍ତି । ଫଳ ଉପରେ ପାଣିଭିଜା ଦାଗ ପ୍ରାରମ୍ଭିକ ଲକ୍ଷଣ ରୂପେ ଦେଖାଯାଏ । ସମୟକ୍ରମେ ,ଏହି ଚିହ୍ନ ଗାଢ ଲାଲ ଠୁ ଘନ ବାଦାମୀ କଳଙ୍କି ଭଳି ଚୋପାରେ ଦେଖାଯାଏ । ପ୍ରାୟତଃ ଚୋପା କ୍ଷତ ଦେଖାଏ କିନ୍ତୁ ଅତିରିକ୍ତ କ୍ଷେତ୍ରରେ ପୁରା ଫଳ ଏହା ଦେଖାଏ । ପରିପକ୍ଵ ଫଳରେ ଫାଟ ଦେଖାଯାଏ । ବେଳେବେଳେ ଫଳ ଫାଟି ଫାଳ ହୋଇଯାଏ । ଯେତେବେଳେ ସହଳ ବୃଦ୍ଧି ଅବସ୍ଥାରେ ସଂକ୍ରମଣ ହୁଏ ଫଳକୁ ଏହା ଅଧିକ କ୍ଷତିକାରକ ହୁଏ ।
ଏହି ପୋକ ନିୟନ୍ତ୍ରଣ କରିବାକୁ କ୍ରୀସୋପୀଡେ ପରିବାର ଏବଂ ଲେଡି ଶୋଷକ ବିଟଲ ଆଦି ପରଭକ୍ଷୀ ଜାତି ବ୍ୟବହାର କରାଯାଏ । କେତେକ ପିମ୍ପୁଡି ଜାତି ମଧ୍ୟ ଫଳପ୍ରସୂ ଭାବେ ବ୍ୟବହାର କରାଯାଏ । ସେମାନେ ମାଟିରେ ପ୍ୟୁପାକୁ ଆକ୍ରମଣ କରେ । ଯଦି ସୁସ୍ଥ ଉତ୍ସରୁ ରୋପଣ ସାମଗ୍ରୀ ଆସିଥିବା ଜଣାନଥିବ ,ଗରମ ପାଣି ଉପଚାର ସଂକ୍ରମଣ ବିପତ୍ତିକୁ କମାଇପାରେ ।
ଜୈବିକ ଉପଚାର ସହ , ସର୍ବଦା ,ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଯଦି କୀଟନାଶକ ଦରକାର ପଡେ , ପ୍ୟୁପା ମାରିବା ପାଇଁ ମାଟିରେ ବୟସ୍କକୁ ମାରିବା ପାଇଁ ଗଛ ଓ ଫଳ ଉପରେ ପ୍ରୟୋଗ କରନ୍ତୁ ।ପୁନଃ ସଂକ୍ରମଣରୁ ବଞ୍ଚିବା ପାଇଁ କେବଳ ଏହା ଏକ ସମ୍ଭାବନା ଅଟେ ।
ମୁଖ୍ୟତଃ ଚେତନାଫୋଥ୍ରିପ୍ସ ସିଗ୍ଣିପେନିସ ଉକୁଣି ଯୋଗୁଁ ଲକ୍ଷଣ ଦେଖାଯାଏ । କିନ୍ତୁ ଅନ୍ୟ ଜାତି( ହେଲିଆନଥ୍ରିପ୍ସ କଡାଳିଫିଲସ ) ମଧ୍ୟ ଏଥିରେ ସମ୍ପୃକ୍ତ ଥାଏ ।ମୁଖ୍ୟତଃ ସଂକ୍ରମିତ ଗଛ ଅଂଶ ଦ୍ଵାରା ଏହା ପରିବାହିତ ହୋଇଥାଏ ଓ କମ ମାତ୍ରାରେ ଉଡୁଥିବା ପୋକ ଦ୍ଵାରା ହୁଏ। ବୟସ୍କମାନେ ପତଳା,ହଳଦିଆ ଠୁ ବାଦାମୀ , 1.3 ମିମି ଆକାରର ଏବଂ ସାରୁ ସୂତା ଗୁଚ୍ଛ ପ୍ରାନ୍ତ ଡେଣା ଯୁକ୍ତ ଅଟନ୍ତି । ମାଈପୋକ ପତ୍ରଛଦ ତଳେ ଓ ଫଳ ଯେଉଁଠାରେ ଗଛକୁ ସ୍ପର୍ଶ କରେ ଛୋଟ ଅଣ୍ଡା (ଖାଲି ଆଖିରେ ଦେଖାଯାଏ ନାହି ) ଦିଏ । ପ୍ରାୟ 7 ଦିନ ପରେ ଡେଣାହୀନ ,ଧଳା କ୍ରିମ ରଙ୍ଗର ଶୂକ ବାହାରେ । 7 ଦିନ ମଧ୍ୟରେ ସେମାନେ ବୟସ୍କ ହୋଇଯାନ୍ତି ।ତାପରେ ସେମାନେତଳକୁ ଆସନ୍ତି ମାଟି ଭିତରେ ପଶନ୍ତି ଏବଂ ପ୍ୟୁପା ଅବସ୍ଥାକୁ ଆସନ୍ତି । ଏହାର 7 ରୁ 10 ଦିନ ପରେ ଏଥିରୁ ନୂଆ ପିଢୀ ବୟସ୍କ ଉକୁଣି ବାହାରେ ।ଗୋଟିଏ ବର୍ଷରେ ଅନେକ ପିଢୀ ହୁଏ। ଗରମ ଓ ଆର୍ଦ୍ର ପାଗରେ ଏହି ସଂଖ୍ୟା ଅଧିକ ହୁଏ ।