ଧାନ

ଡେମେରାର ବେଙ୍ଗଡିଆଁ ପୋକ

Deois flavopicta

ପୋକ

5 mins to read

ସଂକ୍ଷେପରେ

  • ପତ୍ର ଗୁଡିକ ହଳଦିଆ ହୋଇଯିବା ଓ ଝାଉଁଳି ଯିବା । କଅଁଳ ଗଛ ମରିଯିବା । ଧଳା ଫେଣ ଭଳି ତରଳ - 'ଛେପ ଆକୃତି ' ବାହାରିବା ଦେଖାଯାଏ.
  • କଳା ମାଟିଆ ବେଙ୍ଗଡିଆଁ ପୋକ ଦେଖା ଯାଆନ୍ତି ଯାହା ପିଠି ଉପରେ ହାଲୁକା ମାଟିଆ ସଂରଚନା ଦେଖା ଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଉଭୟ ଛୁଆ ଓ ବୟସ୍କ ପୋକ ଗୁଡିକ ଫସଲକୁ କ୍ଷତି ପହଂଚାଇଥାନ୍ତି ଓ ଏମାନଙ୍କ ଉପରେ ଶୋଷଣ କରି ଫସଲକୁ ଦୁର୍ବଳ କରି ଦିଅନ୍ତି ଓ ବିଷାକ୍ତ ପଦାର୍ଥ କୁ ଭିତରକୁ ଛାଡି ଦିଅନ୍ତି ଯାହା ଜଳବିଶେଷର ପରିବହନକୁ ବାଧା ଦେଇ ଥାଏ । ମକାରେ, କେବଳ ବୟସ୍କ ପୋକ ମାନେ ହି ଜନ୍ମ ହେବା ସାଙ୍ଗେ ସାଙ୍ଗେ ପତ୍ର ଗୁଡିକୁ ଆକ୍ରମଣ କରିବା ଦ୍ୱାରା କ୍ଷତି କରିଥାନ୍ତି, ବେଳେବେଳେ ମାରିଦିଅନ୍ତି । 10 ଦିନର ଗଛ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାନ୍ତି ଓ ପ୍ରତି ଗଛରେ 2 ରୁ 3 ଟି ପତ୍ରଡିଆଁ ପୋକ ମଧ୍ୟ ପତ୍ର ରେ ପାଣ୍ଡୁରତା ଓ ପତ୍ର ଝାଉଁଳିବା ଭଳି ଲକ୍ଷଣ ଦେଖାଇ ଥାଏ କିମ୍ବା ସିଧା ମାରିଦିଏ । ବୟସ୍କ ଗଛରେ (17 ଦିନରୁ ଉର୍ଦ୍ଧ୍ଵ) ମଧ୍ୟମ ଧରଣ ପଂର୍ଯ୍ୟନ୍ତ ସଂକ୍ରମଣକୁ ସହିପାରେ ।ସାଧାରଣ ଭାବେ, ଯେତେବେଳେ ଡେମେରାର ବେଙ୍ଗଡିଆଁ ପୋକର ସଂଖ୍ୟା କୁ ନିୟନ୍ତ୍ରଣ କରା ଯାଇଥାଏ ସେତେ ବେଳେ ଫସଲ ପୁନର୍ଲାଭ କରନ୍ତି ।

Recommendations

ଜୈବିକ ନିୟନ୍ତ୍ରଣ

ରାତି ବେଳ ର ତାପମାତ୍ରା ରେ ହ୍ରାସ ଓ ଥଣ୍ଡା ତାପମାତ୍ରା ସହ ସଂସ୍ପର୍ଶରେ ଅଣ୍ଡା ଗୁଡିକୁ ଲଗାତାର ଭାବେ ରହିବା ଦ୍ୱାରା ଅଣ୍ଡା ଫୁଟିବା ସମୟ ଗୁରୁତ୍ୱପୂର୍ଣ୍ଣ ଭାବରେ କମ କରାଯାଇପାରେ । ଏହି ଅଣ୍ଡା ଶୀଘ୍ର ଫୁଟିଯିବା ଦ୍ୱାରା ପୋକର ସଂଖ୍ୟା କମ କରା ଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ହୁଏ ତାହାଲେ ସର୍ବଦା, ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଡେଓଇସ ଫ୍ଲାଭୋପିକଟା ର ଆକ୍ରମଣ କୁ ରୋକିବା ପାଇଁ ବିହନ ଗୁଡିକୁ ଶରୀର ଚର କୀଟନାଶକ ଗୁଡିକ ସହ ଉପଚାର କରନ୍ତୁ ।

ଏହାର କାରଣ କଣ

ଡେମେରାର ବେଙ୍ଗଡିଆଁ ପୋକ, ଯାହାକି ଛେପ ପୋକ(ଡେଓଇସ ଫ୍ଲାଭୋପିକଟା) ନାମ ଦ୍ୱାରା ମଧ୍ୟ ଜଣାଶୁଣା ଅଟେ, ଏକ ପୋକ ଯିଏକି ବିଭିନ୍ନ ଫସଲର କ୍ଷତି କରିଥାଏ, ଏମାନଙ୍କ ମଧ୍ୟ ରେ ଧାନ ଓ ମକା ଅନ୍ୟତମ ଅଟେ । ମାଇ ମାନେ ମାଟି ଉପରେ ପୋଷାକ ଫସଲ ର ଅତି ପାଖରେ ଅଣ୍ଡା ଦେଇ ଥାଆନ୍ତି । ଅଣ୍ଡା ଫାଟିବା ପରେ ଛୁଆ ଗୁଡିକ ମାଟି ପୃଷ୍ଟ ସହ ଲାଗି ରହିଥିବା ଚେର ଓ କାଣ୍ଡ ଗୁଡିକୁ ତୀବ୍ର ଭାବେ ଖାଇ ଚାଲନ୍ତି । ଏମାନେ ଏକ 'ଛେପ ଆକୃତି' ସୃଷ୍ଟି କରିଥାନ୍ତି, ଯାହାକି ଏକ ଧଳା ଫେଣ ଭଳି ତରଳ ପଦାର୍ଥ ଅଟେ ଯାହା ଏମାନଙ୍କ ନିଜ ଦେହରୁ ବାହାରୁ ଥିବା ପଦାର୍ଥ ଭିତରକୁ ପବନ ଫୋଟକା ସହ ସଂସ୍ପର୍ଶ ରେ ଆସିବ ଦ୍ୱାରା ସୃଷ୍ଟି ହୋଇ ଥାଏ । ଏକ ଛେପ ଆକୃତି ସେହି ଜାଗା ରେ ସୃଷ୍ଟି ହେବା ଛୁଆ ଦ୍ୱାରା ଗଛ ର ଏକ ଅଂଶ କୁ ଖାଇବାର ପ୍ରମାଣ ଅଟେ । ଜମି ଭିତରେ ଓ ଚାରି ପାଖରେ ସମ୍ବେଦନଶୀଳ ଘାସ (ଵ୍ରକାରିଆ କିମ୍ବା ଆକ୍ସଓନପୋଷ ପ୍ରଜାତି ର ଘାସ)ର ଉପସ୍ଥିତି ସଂଖ୍ୟା କୁ ବଢ଼େଇ ଦେଇ ପାରେ । ନିଜ ଜୀବନ ଚକ୍ର କୁ ସାହାଯ୍ୟ କରିବା ପାଇଁ ଏମାନେ ଏହି ଗଛ ଆଡକୁ ଆକୃଷ୍ଟ ହୋଇ ଥାନ୍ତି ଓ ବିକଳ୍ପ ପୋଷକ ଭାବେ ବ୍ୟବହାର କରିଥାନ୍ତି ।


ସୁରକ୍ଷାତ୍ମକ ଉପାୟ

  • ପତ୍ର ଉପରେ ଧଳା ଫେଣ ଭଳି ତରଳ - 'ଛେପ ଆକୃତି' ର ଉପସ୍ଥିତି ପାଇଁ ଜମିକୁ ନିରୀକ୍ଷଣ କରନ୍ତୁ । ଜମି ଭିତରୁ ଓ ଚାରିପାଖରୁ ବିକଳ୍ପ ପୋଷକ ନିୟନ୍ତ୍ରଣ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ