ଚିନାବାଦାମ

ଜୁଏଲ ବିଟିଲ

Sphenoptera indica

ପୋକ

5 mins to read

ସଂକ୍ଷେପରେ

  • ମୂଳ ଏବଂ କାଣ୍ଡ ରେ ଖାଇବା ଯୋଗୁଁ କ୍ଷତି ହୋଇଥାଏ.
  • ଗଛ ଝାଉଁଳିଯାଏ ଏବଂ ଶୁଖିଯାଏ.
  • କାଣ୍ଡ ଫମ୍ପା ହୋଇଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଚିନାବାଦାମ

ଲକ୍ଷଣ

ଗ୍ରବ ମାଟିକୁ ଲାଗିଥିବା ଥିବା କାଣ୍ଡ ରେ କଣା କରି କାନ୍ଦ ଓ ମୁଖ୍ୟ ମୂଳର ଟିସୁକୁ ଖାଇଥାନ୍ତି. ଏପରି ନଷ୍ଟ ହେବା ଯୋଗୁଁ ଗଛର ଉପର ଭାଗକୁ ଜଳ ଓ ଅନ୍ୟାନ୍ୟ ଖାଦ୍ୟସାର ପରିବାହିତ ହୋଇପାରେ ନାହିଁ ଏବଂ ଶେଷରେ ଗଛ ଝାଉଁଳି ମରିଯାଏ. ଗ୍ରବ ର ଖାଇବା ପ୍ରକ୍ରିୟା ଏବଂ ଜମିରେ ଏହାର ବିତରଣ ପ୍ୟାଟର୍ନ ଯୋଗୁଁ ଜମିରେ ସାଧାରଣତଃ ମଲା ଓ ଝାଉଁଳା ଗଛ ର ଚକଡା ଚକଡା ଦେଖିବାକୁ ମିଳିଥାଏ. ଯେତେବେଳେ ଗଛଗୁଡ଼ିକୁ ମାଟିରୁ ଟଣା ଯାଏ ଫମ୍ପା କାଣ୍ଡ ରେ ଗ୍ରବ ଗୁଡିକ ଦେଖାଯାଆନ୍ତି.

Recommendations

ଜୈବିକ ନିୟନ୍ତ୍ରଣ

ପରଜୀବୀ ବିରୁଡି, ବ୍ରାକୋନିଡ (Braconids) ଏବଂ ଟ୍ରାଇକୋଗ୍ରାମ୍ମିଡସ୍ (trichogrammatids) ଅଣ୍ଡା ଓ ଗ୍ରବ କୁ ଖାଇଥାନ୍ତି. ଡ୍ରାଗନ ମାଛି ଜୁଏଲ ବିଟିଲ ର ଏକ ଶତ୍ରୁ ପୋକ ଅଟେ. ନ୍ୟୁକ୍ଲିଅର ପଲିହେଡ୍ରୋସିସ୍ ଭାଇରସ (NPV) ଥିବା ଜୈବ କୀଟନାଶକ କିମ୍ବା ସବୁଜ ମସ୍କାର୍ଡାଇନ୍ ଫିମ୍ପି ମଧ୍ୟ ସଫଳତା ପୂର୍ବକ ଏହି ପୋକ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଇଅଛି.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. କୀଟନାଶକ ଗୁଣ୍ଡ ଗଛ ଲାଗିଥିଆ ଧାଡିରେ ପ୍ରୟୋଗ କଲେ ବିଟିଲ ସଂଖ୍ୟା ପ୍ରଭାବୀ ରୂପେ କମ କରାଯାଇପାରେ. କ୍ଲୋରୋପାଇରିଫସ (Chlorpyriphos) ର ବ୍ୟବହାର ଫସଲ ଅଭିବୃଦ୍ଧିର ବିଳମ୍ବିତ ଅବସ୍ଥାରେ ପ୍ରବଳ କ୍ଷତିରୁ ବଞ୍ଚା ଯାଇପାରେ.

ଏହାର କାରଣ କଣ

ବୟସ୍କ ବିଟିଲ ଗାଢ଼ ରଙ୍ଗର ହୋଇଥାଏ ଏବଂ ଏହାର ରତ୍ନ ପରି ଚମକିଲା ଶରୀର ପ୍ରାୟ 10 ମିମି ଲମ୍ବା ଏବଂ 3 ମିମି ଓସାରିଆ ହୋଇଥାଏ. ମୁଖ୍ୟ କାଣ୍ଡର ମୂଳରେ ଗୋଟି ଗୋଟି କରି ଅଣ୍ଡା ଦେଇଥାଏ. ଅଭିବୃଦ୍ଧି ଅବସ୍ଥା ଉପରେ ନିର୍ଭର କରି ଏହାର ଲଭର ଆକାର ଏବଂ ରଙ୍ଗ ଭିନ୍ନ ହୋଇଥାଏ. ସାଧାରଣତଃ ଏଗୁଡିକର ରଙ୍ଗ ବାଦାମୀରୁ ହଳଦିଆ ମଧ୍ୟରେ ହୋଇଥାଏ. ନିଶ୍ଚିତଭାବେ ଗୋଡ଼ହୀନ ସେଗୁଡିକ 20 ମିମି ରୁ ଅଧିକ ଲମ୍ବା ପର୍ଯ୍ୟନ୍ତ ବଢି ପାରନ୍ତି. ଏଗୁଡିକର ଶରୀର ପେଟ ଓ ପିଠି ଉଭୟ ପଟେ ସପାଟ ହୋଇଥାଏ ଏବଂ ଗୋଲିଆ ମୁଣ୍ଡ ଓ ଛାତି ଥାଏ. ଏହା ଚିନାବାଦାମ ଫସଲ ବୃଦ୍ଧିର ବିଳମ୍ବ ଅବସ୍ଥାରେ, ବୁଣିବାର ପ୍ରାୟ 50 ଦିନ ପରେ ଆକ୍ରମଣ କରେ. ଗ୍ରବ ମୂଳରେ କିମ୍ବା କାଣ୍ଡ ରେ ସୁଡ଼ଙ୍ଗ କରି ଭିତରେ ଥିବା ଟିସୁକୁ ଖାଇଥାଏ ଯାହା ଫଳରେ ଜଳ ଓ ଖାଦ୍ୟସାର ପରିବହନରେ ବାଧା ସୃଷ୍ଟି ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ସହନଶୀଳ କିସମ ର ଫସଲ ଲଗାନ୍ତୁ.
  • ଫସଲ ନିରୀକ୍ଷଣ କରି ସଂକ୍ରମିତ ଗଛ ଗୁଡିକୁ ନଷ୍ଟ କରି ଦିଅନ୍ତୁ.
  • ମାଟିକୁ ଭଲଭାବେ ସଢା ଜୈବିକ ଖତ ଦ୍ୱାରା ଆଚ୍ଛାଦିତ କରି ଦିଅନ୍ତୁ.
  • ଜମି ଭିତରେ ଓ ଚାରିପାଖରେ ଜୈବ ବିବିଧତା ଉପରେ ଧ୍ୟାନ ଦିଅନ୍ତୁ.
  • ଅମଳ ପରେ ଗଭୀର ଚାଷ କରି ପୋକ ଗୁଡିକୁ ବାହାରକୁ ଅଣାନ୍ତୁ ଯାହା ଫଳରେ ପ୍ରାକୃତିକ ଶିକାରୀ ମାନେ ଖାଇପାରିବେ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ