Amsacta albistriga
ପୋକ
ସାଧାରଣତଃ ବର୍ଷା ଋତୁରେ ଛୁଆ ସଁବାଳୁଆ ଗୁଡିକ ଅଧିକ ସଂଖ୍ୟାରେ ଦେଖା ଦେଇ ଥାଆନ୍ତି ଓ ପତ୍ରର ତଳ ପୃଷ୍ଠକୁ ଖାଇ ଚାଲନ୍ତି. ବୟସ୍କ ସଁବାଳୁଆ ଗୁଡିକ ଫସଲର କଢି, ପତ୍ର, କାଣ୍ଡ ଭଳିି ସମସ୍ତ ଅଂଶରୁ ଖାଇ ଚାଲନ୍ତି. କେବଳ ମଧ୍ୟ ଶିରା, ଶୀରା ଓ ଡେମ୍ଫ ଭଳି ଶକ୍ତ କୋଷ ହିଁ ବଂଚି ରହି ଥାଆନ୍ତି. ବୟସ୍କ ଲାଲ ବାଳୁଆ ବାଲା ସଁବାଳୁଆ ଗୁଡିକ ଦଳବଦ୍ଧ ଭାବେ ଜମିରୁ ଜମିକୁ ବ୍ୟାପି ଚାଲନ୍ତି, ସମଗ୍ର ଜାଗାରେ ମାରାତ୍ମକ ଫସଲ ଗୁଡିକ ପତ୍ର ବିହୀନ ହୋଇଯାଆନ୍ତି ଓ ଅମଳରେ ବହୁତ କ୍ଷତି ହୋଇଥାଏ. ସମ୍ପୁର୍ଣ ଭାବେ ବିକଶିତ ଲାର୍ଭା ବା ଶୂକ ଗୁଡିକ କୋଷା ତିଆରି କରିବା ପାଇଁ ମାଟି ଭିତରକୁ ପଶି ଯାଆନ୍ତି, ସାଧାରଣତଃ ଚାଷ ନ ହୋଇଥିବା ମାଟିକୁ ପଶି ଯାଆନ୍ତି ।
ଜୈବୀକ ଉପଚାର ଗୁଡିକ ମଧ୍ୟରେ ଟ୍ରାଇକୋଗ୍ରାମା ପାରାସାଇଟୋଏଡ୍ ବୀରୁଡି ଅନ୍ୟତମ ଅଟେ. ଏମାନେ ଏହି ସଁବାଳୁଆର ଅଣ୍ଡା ଓ ଲାର୍ଭାକୁ ଆକ୍ରାନ୍ତ କରି ଦେଇଥାଆନ୍ତି. ନ୍ୟୁକ୍ଲିୟର୍ ପଲିହେଡ୍ରୋସିସ୍ ଭାଇରସ୍ (ଏନ୍.ପି.ଭି) ବା ବ୍ୟାସିଲସ୍ ଥ୍ୟୁରିଂଜିଏନ୍ସିସ୍ ଉପରେ ଆଧାରିତ ଜୈବୀକ କୀଟନାଶକ ସ୍ପ୍ରେ କରିବା ଦ୍ୱାରା ଏହି କୀଟକୁ ଫଳପ୍ରସୂ ଭାବେ ନିୟନ୍ତ୍ରଣ କରାଯାଇ ପାରିବ ।
ସଁବାଳୁଆଂକ ଜନସଂଖ୍ୟା କମେଇବା ପାଇଁ ଯଦି ସମ୍ଭବ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟ ସହ ଜୈବୀକ ଉପଚାରର ଏକୀକୃତ ଭାବେ ଯୋଜନା କରନ୍ତୁ. ଯଦି ରସାୟନିକ ଉପଚାରର ଆର୍ଥିକ ସୀମା ଅତିକ୍ରମ ହୋଇ ସାରିଥାଏ(100 ମି. ଦୈର୍ଘରେ 8ଟି ଅଣ୍ଡା ସମୂହ ଥାଏ ବା 10 ପ୍ରତିଶତ ପତ୍ର କ୍ଷତିଗ୍ରସ୍ତ ହୋଇଥାଏ), ତାହାଲେ ନୁଆ ଲାର୍ଭାବା ଶୂକ ଗୁଡିକର ନିୟନ୍ତ୍ରଣ ପାଇଁ କୀଟନାଶକର ସିଞ୍ଚନ ସହାୟକ ହୋଇପାରେ. ସମ୍ପୂର୍ଣ ଭାବେ ବିକଶିତ କୀଟ ମାନଂକ ପାଇଁ ଅନ୍ୟ କୀଟନାଶକର ପ୍ରୟୋଗ ସହାୟକ ହୋଇପାରେ.
ମୌସମୀ ବର୍ଷା ପରେ ସଂଗେ ସଂଗେ ବୟସ୍କ ପ୍ରଜାପତି ଗୁଡିକ ମାଟିରୁ ବାହାରକୁ ବାହାରି ଯାଆନ୍ତି. ଏହାର ଧଳା ରଂଗର ଲମ୍ବା ଦାଗ ସହ ଧାରର ଭିତର ପଟରେ ହଳଦିଆ ରଂଗର ପଟ୍ଟି ସହ ହାଲୁକା ମାଟିଆ ରଂଗର ପର ରହିଥାଏ। ଏହାର ପଛ ପରଟି ସ୍ପଷ୍ଟ କଳା ଦାଗ ସହ ଧଳା ରଂଗର ହୋଇଥାଏ. ମାଇଁ ପ୍ରଜାପତି ଗୁଡିକ ପତ୍ରର ତଳ ପୃଷ୍ଠରେ ବା ମାଟି ଉପରେ 1000 ସଂଖ୍ୟାରେ କ୍ଷୀର ସର ହଳଦିଆ ଅଣ୍ଡା ଗୁଚ୍ଛ ଗୁଚ୍ଛ କରି ଦେଇଥାଏ । ହାଲୁକା ମାଟିଆ ରଂଗର ଲାର୍ଭା ବା ଶୂକ ଗୁଡିକର ଚୁଟି ନଥାଏ ଓ ପତ୍ରକୁ ଖାଇ ଚାଲନ୍ତି. ବୟସ୍କ ଗୁଡିକ ଦେଖିବାକୁ କଳା ରେଖା ସହ ମାଟିଆ ନାଲି ରଂଗର ହୋଇଥାଆନ୍ତି ଓ ସେମାନଂକ ଦେହ ସାରା ନାଲିଆ ଚୁଟି ରହିଥାଏ. ଏଗୁୁଡିକ ଅତ୍ୟଧୀକ ସକ୍ରିୟ ଓ ବିନାଶକାରୀ ହୋଇଥାଆନ୍ତି.ଏଗୁୁଡିକ ଗଛ ତଳ ମାଟି, ବାଡ ବା ଛାଇ ଥିବା କୋଣ ଗୁଡିକର 10 ରୁ 20 ସେ.ମି.ର ପ୍ୟୁପା ବା କୋଷା କରିବା ପାଇଁ ଗାତ କରି ମାଟି ଭିତରକୁ ଚାଲି ଯାଆନ୍ତି ଓ ବୟସ୍କ ପ୍ରଜାପତି ଭାବେ ପୁଣିଥରେ 10 ମାସ ପରେ ବାହାରନ୍ତି.