ବାଇଗଣ

ବାଇଗଣ ଲେସ ଭୃଙ୍ଗ

Gargaphia solani

ପୋକ

5 mins to read

ସଂକ୍ଷେପରେ

  • ପତ୍ରର ତଳପଟେ ମାଟିଆ ମଳ ଦେଖାଯାଏ। ପତ୍ରରେ ବର୍ଣ୍ଣହୀନ ପ୍ୟାଚ ଥାଏ। ପତ୍ର ହଳଦିଆ ହୋଇ କୁଞ୍ଚିତ ହୋଇଥାଏ। ଛୋଟ, ଫିକା ମାଟିଆ ଏବଂ ଧଳା ଭୃଙ୍ଗ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ


ବାଇଗଣ

ଲକ୍ଷଣ

ବାଇଗଣ ଗଛ ଚାରା ଅବସ୍ଥାରେ ଥିବା ବେଳେ ସହଳ ବସନ୍ତରେ ସଙ୍କଟ ସମୟ ଥାଏ। ପତ୍ର ତଳପଟେ ମାଟିଆ ମଳମୂତ୍ରରେ ଆବରଣ କରି ଶିଶୁ କୀଟ ଖାଇଥାଏ। ପତ୍ର ଚୋବାଇ ଖାଇବା ଦ୍ଵାରା ଗୋଲାକାର, ବିବର୍ଣ୍ଣ ପ୍ୟାଚ ସୃଷ୍ଟି ହୋଇଥାଏ ଯାହାକି ପତ୍ରର ଉପର ପଟେ ସ୍ପଷ୍ଟ ଦେଖାଯାଏ। ବର୍ଦ୍ଧିତ ଆଘାତ ପତ୍ରକୁ ହଳଦିଆ କରିଦିଏ ଏବଂ ଘଟଣାକ୍ରମେ କୁଞ୍ଚିତ ଓ ସଙ୍କୁଚିତ ହୋଇଯାଏ। ଅତ୍ୟଧିକ ଆକ୍ରମଣ ସଂପୂର୍ଣ୍ଣ ଗଛକୁ ମାରି ଦେଇପାରେ କିମ୍ବା ଦୁର୍ବଳ କରିଦେଇ ପାରେ ଯାହାକି ଫଳଝଡା କରାଇ ଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଲେଡିବଗ, ବୁଢିଆଣୀ ଏବଂ ପାଇରେଟ ଭୃଙ୍ଗ ଭଳି ବାଇଗଣ ଲେସ ଭୃଙ୍ଗର ପ୍ରାକୃତିକ ଶତ୍ରୁ ସଂରକ୍ଷଣ କରନ୍ତୁ। କୀଟନାଶକଯୁକ୍ତ ସାବୁନ, ପାଇରେଥ୍ରିନ ଏବଂ ନିମ୍ବ ତେଲ ପତ୍ରର ତଳପଟେ ସିଞ୍ଚନ କରାଯାଇ ପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ମାଲାଥିଆନ କିମ୍ବା ପାଇରେଥ୍ରଏଡ ଭିତ୍ତିକ ବ୍ୟାପକ ପ୍ରଭାବୀ କୀଟନାଶକ ପତ୍ର ସିଞ୍ଚନ ଭାବରେ ବ୍ୟବହାର କରାଯାଇ ପାରେ, କିନ୍ତୁ ସାବଧାନତାର ସହିତ ବ୍ୟବହାର କରିବାକୁ ହେବ, କାରଣ ଏହା ଉପକାରୀ କୀଟର କ୍ଷତି କରିପାରେ।

ଏହାର କାରଣ କଣ

ବାଇଗଣ ଲେସ ଭୃଙ୍ଗର ବୟସ୍କ ଡେଣାରେ ସ୍ଵଚ୍ଛ ସବୁଜ, ଝାଲର ଭଳି ଶିରା ସହିତ ଫିକା ବାଦାମି ଏବଂ ଧଳା ହୋଇଥାଏ। ସେମାନେ ପ୍ରାୟ 4 ମିମି ଲମ୍ବ, ଗଛ ଅବଶେଷରେ ବଞ୍ଚି ରହିଥାନ୍ତି ଓ ଅନୁକୂଳ ପରିସ୍ଥିତି ଅପେକ୍ଷାରେ ରହିଥାନ୍ତି ଏବଂ ଅଣ୍ଡା ଦେଇଥାନ୍ତି। ଅଣ୍ଡାଗୁଡିକ ସବୁଜ ଓ ପତ୍ରର ତଳପଟେ ଅଠାରେ ଗୁଚ୍ଛ ହୋଇ ଲାଗି ରହିଥାନ୍ତି। ଶିଶୁ କୀଟ ଡେଣାବିହୀନ, ବକ୍ଷ ସ୍ଥଳର ଅଗ୍ରରେ ଏକ ଗାଢ ଦାଗ ସହିତ ହଳଦିଆ ହୋଇଥାଏ। ଉଭୟ ଶିଶୁ କୀଟ ଓ ବୟସ୍କ ପତ୍ରର କ୍ଷତି କରନ୍ତି, କିନ୍ତୁ ଶିଶୁ କୀଟ ସ୍ଥାନୀୟ ଭାବରେ ଖାଇଥାଏ ବୟସ୍କ ଅନ୍ୟ ଗଛକୁ ଯାଇ କ୍ଷତିର ପ୍ରସାର କରିଥାଏ। ଅମଳ କ୍ଷତି କମ ହୋଇଥାଏ, କିନ୍ତୁ କେତେକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ କ୍ଷତି ଅଧିକ ହୋଇପାରେ। ବାଇଗଣ ବ୍ୟତୀତ ଟମାଟୋ, ଆଳୁ, ସୂର୍ଯ୍ୟମୁଖୀ, କପା, ନାଇଟସେଡ଼ ଏବଂ ହର୍ସନେଟଲ ବାଳୁଙ୍ଗା ଆଦି ବିକଳ୍ପ ପୋଷକ ଅଟନ୍ତି।


ସୁରକ୍ଷାତ୍ମକ ଉପାୟ

  • ଏହି କୀଟର ଲକ୍ଷଣ ପାଇଁ ଗଛକୁ ଭଲ ଭାବରେ ମନିଟର କରନ୍ତୁ। ବସତି ହୋଇଥିବା ପତ୍ର କିମ୍ବା କୀଟକୁ ହାତରେ କାଢି ଦିଅନ୍ତୁ। ହର୍ସନେଟଲ ଏବଂ ନାଇଟସେଡ଼ ଭଳି ବିକଳ୍ପ ପୋଷକ କିମ୍ବା ସହାୟକ ଗଛ କାଢି ଦିଅନ୍ତୁ। ଉପକାରୀ ଜୀବ ଉପରେ ପ୍ରଭାବ ନ ପକାଇବା ପାଇଁ କୀଟନାଶକ ବ୍ୟବହାର ନିୟନ୍ତ୍ରଣ କରନ୍ତୁ। ବୟସ୍କଙ୍କ ଶୀତସୁପ୍ତି ସ୍ଥାନ ଦୂର କରିବା ପାଇଁ ଫସଲ ଅବଶେଷ ଓ ବାଳୁଙ୍ଗା କାଢି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ