Parapoynx stagnalis
ପୋକ
5 mins to read
ପି.ଷ୍ଟାଗ୍ନାଲିସ ର ନୂଆ ଶୂକ ପତ୍ର ଉପରେ ଖାଇବା ଜନିତ ରୈଖିକ ଦାଗ ସୃଷ୍ଟି କରି ଥାଏ। ଧାନର ନଳୀ ପୋକ ଗୁଡିକ ପତ୍ର ବସା(ପତ୍ର ନଳୀ ) ବନେଇବା ପାଇଁ ଧାନ ପତ୍ରର ଅଗକୁ ସମକୋଣରେ କାଟି ନିଅନ୍ତି।ଧାନର ନଳୀ ପୋକ ଯୋଗୁଁ ହେଉଥିବା କ୍ଷତି ସବୁ କଇଁଚି ସାହାଜ୍ୟ ରେ ପତ୍ର ଗୁଡ଼ିକୁ ସମକୋଣରେ କାଟି ନେଲା ଭଳି ଓ ପତ୍ର ବସା(ପତ୍ର ନଳୀ ) ସବୁ ପାଣି ଉପରେ ଭାସିଲା ଭଳି ଦେଖାଯିବା ଦ୍ଵାରା ଚିହ୍ନିତ ହୁଏ । । ଲାର୍ଭା ବା ଶୂକଗୁଡିକ ପତ୍ର କୋଷ ଖାଇ ନିଜ ପୋଷଣ କରିବା ବେଳେ, ପତ୍ରର ଉପର ପୃଷ୍ଠକୁ କାଗଜ ଭଳି କରି ଦେଇଥାଏ। ଯେଉଁ ପତ୍ରଗୁଡିକକୁ ଖାଇ ପୋଷଣ କରାଯାଇଥିଲା, ତାହା ଶକ୍ତ ତନ୍ତୁର ସିଢି ଭଳି ଆକୃତି ଦେଖା ଯାଏ। କ୍ଷତି ର ଲକ୍ଷଣ ଗୁଡିକ ପତ୍ରଝଡା ପୋକ ର ଲକ୍ଷଣ ସହ ବିଭ୍ରାନ୍ତ ହୋଇ ଯାଇ ପାରନ୍ତି। ଧାନର ନଳୀ ପୋକର ଉପସ୍ଥିତି ସଠିକ ଜାଣିବା ପାଇଁ : ପ୍ରଥମେ, ସିଢି ଭଳି ପତ୍ର କୋଷ; ତା ପରେ, ପତ୍ର କଟା ସବୁ; ଓ ତୃତୀୟ ରେ, ପତ୍ରଛଦ ସହ ଲାଗି ରହି ଥିବା ପତ୍ର ବସା ଓ ପାଣି ରେ ଭାସୁ ଥିବା ନିରୀକ୍ଷଣ କରନ୍ତୁ।
ଜୈବିକ ନିୟନ୍ତ୍ରକ ଯେପରିକି ଗେଣ୍ଡା (ଏମାନେ ଅଣ୍ଡା ରୁ ପୋଷଣ କରନ୍ତି), ହାଇଡ୍ରୋଫାଇଲିଡ ଓ ଡାୟୀଟିସିଡ ପାଣି ଭଅଁର (ଏମାନେ ଲାର୍ଭା ରୁ ପୋଷଣ କରନ୍ତି), ମାଙ୍କଡସା, କଙ୍କି ଓ ପକ୍ଷୀ (ଏମାନେ ବୟସ୍କ କୀଟ ରୁ ପୋଷଣ କରନ୍ତି) ମାନଙ୍କୁ ପ୍ରୋତ୍ସାହନ ଦିଅନ୍ତୁ। ଯେଉଁ ଠାରେ କୀଟ ଦେଖା ଯାଇଥାଏ ସେଠାରେ ପାଉଁଶ କିମ୍ବା ନିମ ପତ୍ର ଉତ୍ପନ୍ନ ଦ୍ରବ୍ୟ ପ୍ରୟୋଗ କରନ୍ତୁ।
ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଅଧିକୃତ କାର୍ବାମେଟ କୀଟନାଶକ ଦ୍ବାରା ପତ୍ର ସମୂହକୁ ଉପଚାର କରନ୍ତୁ ଓ ପାୟୀରେଥ୍ରୋଏଡ ଠାରୁ ବଞ୍ଚନ୍ତୁ ଯାହା ଦ୍ବାରା କି ପୋକମାନେ ପ୍ରତିରୋଧି ହୋଇଯାଇଛନ୍ତି ।
ଉଭୟ ସନ୍ତସନ୍ତିଆ ଜମି ଓ ଜଳସେଚିତ ପରିବେଶରେଏହି ପୋକଟି ସମ୍ଭବପର ଭାବେ ପାଣି ଥିବା ଧାନ ଜମି ରେ ଦେଖାଯାଇ ଥାଏ। ଏହା ଜମି ରେ ଓ ଆଖ ପାଖରେ ଥିବା ଅନାବନା ଘାସ ଓ ଅଦରକାରୀ ଧାନ ଗଛରେ ବଞ୍ଚି ରହିଥାଏ ଓ ଯେତେବେଳେ ପାଣିପାଗ ଅନୁକୂଳ ହୁଏ ନୂଆ ଧାନ ଫସଲକୁ ସଂକ୍ରମିତ କରି ଦେଇଥାଏ। କମ ଦିନର ଚାରା ପ୍ରତିରୋପଣ କରିଲେ ଏହି ରୋଗର ବିକାଶ ପାଇଁ ଅନୁକୂଳ ହୋଇଥାଏ। ଭଲଭାବରେ ଜମି ପ୍ରସ୍ତୁତି ନ ହେଲେ ଓ ଜିଙ୍କ ଅଭାବ ଥିବା ମାଟି ଏହି ରୋଗ ପ୍ରତି ଫସଲର ପୂର୍ବପ୍ରବଣତା ଦେଖାଇଥାଏ। କିନ୍ତୁ, ଏହା ସତ୍ବେ, ଏହି ପୋକଟି ସାଧାରଣତଃ ଧାନ ଜମିରେ କମ ସଂଖ୍ୟାରେ ଦେଖାଦେଇଥାଏ।