ଧାନ

ଧାନର ସବୁଜ ପତ୍ର ଡିଆଁ ପୋକ

Nephotettix spp.

ପୋକ

5 mins to read

ସଂକ୍ଷେପରେ

  • ଏହା ଟୁଙ୍ଗରୋ ରୋଗର ବାହକ ଅଟେ । ପତ୍ର ଅଗ ବର୍ଣ୍ଣ ହରେଇଥାଏ । କମ ସଂଖ୍ୟକ ପିଲ ସୃଷ୍ଟି ହୋଇଥାଏ । ବୃଦ୍ଧି ରୁଗୁଡିଆ ହୁଏ । କଳା ଦାଗ ଥିବା କିମ୍ବା ନଥିବା ଫିକା ସବୁଜ ପତ୍ର ଡିଆଁ ପୋକ ଥାଆନ୍ତି ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ସବୁଜ ପତ୍ର ଡିଆଁ ପୋକ ଗୁଡିକ ଧାନ ଜମି ଗୁଡିକରେ ସବୁଠାରୁ ସାଧାରଣ ପତ୍ର ଡିଆଁ ପୋକ ଅଟନ୍ତି ଓ ଏମାନେ ଟୁଙ୍ଗରୋ ନାମକ ଏକ ଭୁତାଣୁଜନିତ ରୋଗ କୁ ବିସ୍ତାର କରିଥାଆନ୍ତି । ଏହି ଭୁତାଣୁ ଦ୍ୱାରା ପତ୍ର ଅଗ ବର୍ଣ୍ଣ ହରେଇଥାଏ. କମ ସଂଖ୍ୟକ ପିଲ ସୃଷ୍ଟି ହୋଇଥାଏ , ଚେହେରାରେ ହ୍ରାସ ସହ ରୁଗୁଡିଆ ହୋଇଥାଏ ଓ ସବୁଠାରୁ ଖରାପ କ୍ଷେତ୍ରରେ ଫସଲ ଝାଉଁଳି ଯାଇପାରେ । ଟୁଙ୍ଗରୋ ରୋଗ ଦ୍ୱାରା ସଂକ୍ରମିତ ରୋଗର ଲକ୍ଷଣ ଗୁଡିକୁ ଯବକ୍ଷାରଜାନ ଅଭାବ କିମ୍ବା ଲୌହ ବିଷାକ୍ତତା ଭଳି ରୋଗର ଲକ୍ଷଣ ଠାରୁ ଅଲଗା କରିବା ପାଇଁ, କୀଟ ମାନଙ୍କର ଉପସ୍ଥିତିକୁ ଅନୁଧ୍ୟାନ କରନ୍ତୁ: ପତ୍ର ଛଦ କିମ୍ବା ମଝି ଶିରା ଭିତରେ ଧଳା କିମ୍ବା ଫିକା ହଳଦିଆ ରଙ୍ଗର ଅଣ୍ଡା; କଳା ଦାଗ ଥିବା କିମ୍ବା ନଥିବା ହଳଦିଆ କିମ୍ବା ଫିକା ସବୁଜ ଛୁଆ ପୋକ ଥିବା ; ଏକ ନିର୍ଦ୍ଦିଷ୍ଟ ତେରଛା ଚଳ ପ୍ରଚଳ କରୁଥିବା କଳା ଦାଗ ଥିବା କିମ୍ବା ନଥିବା ଫିକା ସବୁଜ ରଙ୍ଗ ର ବୟସ୍କ ପୋକକୁ ଖୋଜନ୍ତୁ ।

Recommendations

ଜୈବିକ ନିୟନ୍ତ୍ରଣ

ଜୈବିକ ନିୟନ୍ତ୍ରଣ ଗୁଡିକ ମଧ୍ୟରେ ଛୋଟ ବିରୁଡି (ଯାହା ଅଣ୍ଡାଗୁଡିକୁ ସଂକ୍ରମିତ କରିଥାଏ), ମିରିଡି ପୋକ; ସ୍ଟ୍ରେପ୍ସିପଟେରାନ୍ସ, ପାଇପୁନକୁଲିଡ଼ ମାଛି ଓ ସୂତ୍ରଜୀବ (ଏମାନେ ଉଭୟ ଛୁଆ ଓ ବୟସ୍କ ମାନଙ୍କୁ ନିଷ୍କ୍ରିୟ କରିଦିଅନ୍ତି), ଜଳୀୟ ଭେଲିଡ଼ ପୋକ, ନବିଡ ପୋକ, ଏମ୍ପିଡ଼ ମାଛି, ଡାର୍ମସେ ମାଛି, କଙ୍କି ଓ ବୁଢିଆଣୀ କିମ୍ବା କବକଜନିତ ପରଜୀବି ଅନ୍ୟତମ ଅଟନ୍ତି.

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଏହି ପୋକ ପାଇଁ ନାନା ପ୍ରକାରର କୀଟନାଶକ ବଜାରରେ ଉପଲବ୍ଧ ଅଛି । ଆପଣଙ୍କ ଜମିରେ ହେଉଥିବା ଅସୁବିଧା ସହ ମେଳ ଖାଉଥିବା ସମାଧାନ କୁ ନିଜ ଆଞ୍ଚଳିକ ବିକ୍ରେତାଙ୍କଠାରୁ ବୁଝି ନିଅନ୍ତୁ । ବ୍ୟୁପ୍ରୋଫେଯ଼ିନ କିମ୍ବା ପାଇମେଟ୍ରୋଯ଼ିନ ର ବୈକଲ୍ପିକ ଉପଚାର ସହାୟକ ହୋଇଥାଏ । କ୍ଲୋରୋପାଇରିଫୋସ, ଲାମ୍ବଡା ସାଇହାଲୋଥ୍ରୀନ କିମ୍ବା ଅନ୍ୟ କୃତ୍ରିମ ପାଇରେଥ୍ରୋଏଡ଼ ମିଶ୍ରଣ ପରି ରସାୟନ ର ବ୍ୟବହାର କରନ୍ତୁ ନାହିଁ ଯାହା ପ୍ରୟୋଗ କରିବା ଦ୍ୱାରା କି ପୋକ ମାନଙ୍କ ଦେହରେ ପ୍ରତିରୋଧି ଶକ୍ତିର ବିକାଶ ହୋଇଯାଏ ।

ଏହାର କାରଣ କଣ

ସବୁଜ ପତ୍ର ଡିଆଁ ପୋକ ଗୁଡିକ ଉଭୟ ଵନ୍ୟପ୍ଲାଵିତ ଅଞ୍ଚଳ ଓ ଜଳସେଚିତ ଓଦାଳିଆ ପରିବେଶରେ ସାଧାରଣ ଅଟେ । ଏମାନେ ଢିପ ଜମି ଧାନ ଫସଲରେ ଏତେ ଦେଖା ଯାଆନ୍ତି ନାହିଁ . ଉଭୟ ଛୁଆ ଓ ବୟସ୍କ ପୋକ ଗୁଡିକ ପତ୍ର ଛଦ ଓ ମଝି ପତ୍ର ଖାଇବା ପରିବର୍ତେ ପତ୍ର ଫଳକର ତଳ ପଟୁ ନିଜ ପୋଷଣ କରିଥାଆନ୍ତି । ଏମାନେ ଅଧିକ ପରିମାଣରେ ଯବକ୍ଷାରଜାନ ଦିଆ ଯାଇଥିବା ଧାନ ଫସଲ ଗୁଡିକୁ ପସନ୍ଦ କରିଥାଆନ୍ତି । ଏହି ପୋକ ଗୁଡିକ ସାଧାରଣତଃ ଆରଟିଭି ସଂକ୍ରମଣ କରିବାର ସମ୍ଭାବନା ବ୍ୟତୀତ ଅନ୍ୟ କିଛି ପାଇଁ ଉଦବେଗର କାରଣ ନୁହନ୍ତି ।


ସୁରକ୍ଷାତ୍ମକ ଉପାୟ

  • ପୋକ ପ୍ରତି ପ୍ରତିରୋଧି ଓ ଟୁଙ୍ଗରୋ ପ୍ରତିରୋଧି କିସମ ର ବ୍ୟବହାର କରନ୍ତୁ(ଉଦାହରଣ: ସିଆର-1009) । ବର୍ଷ ପିଛା ଧାନ ଫସଲ ସଂଖ୍ୟା ଦୁଇକୁ କମେଇ ଦିଅନ୍ତୁ । ଜମିରେ ଫସଲ ସ୍ଥାପନ ସମକାଳୀନ ଭାବେ କରନ୍ତୁ । ମୁଖ୍ୟତଃ ଶୁଷ୍କ ଋତୁ ରେ, ଉଦ୍ଦିଷ୍ଟ ରୋପଣ ସମୟ କାଳ ମଧ୍ୟରେ ସହଳ ଲଗାନ୍ତୁ। ଶୁଷ୍କ ଋତୁ ସମୟରେ ଅଣ ଧାନ ଫସଲ ସହିତ ପର୍ଯ୍ୟାୟ କରନ୍ତୁ । ଏମାନଙ୍କୁ ଦେଖେଇବା ପାଇଁ କିମ୍ବା ଏମାନଙ୍କ ସଂଖ୍ୟା କମେଇବା ପାଇଁ ଆଲୋକ ଜନ୍ତା ବ୍ୟବହାର କରାଯାଇ ପାରେ । ସୁପାରିସ ପରିମାଣର ଯବକ୍ଷାରଜାନ ଉପଯୋଗ କରନ୍ତୁ । ଜମି ଭିତରେ ଓ ଏହାର ସୀମା ପାଖରେ ବିକଳ୍ପ ପୋଷକ ଗଛ ସଂଖ୍ୟା କମେଇବା ପାଇଁ ଅନାବନା ଘାସକୁ ନିୟନ୍ତ୍ରଣ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ