Orseolia oryzae
ପୋକ
ପିଲ ଗୁଡିକର ମୂଳପାଖରେ କୀଟ ନଳି ଆକୃତିର ଫୁଲା ବା କାହାଳି ତିଆରି କରିଥାଏ, ଯାହା କି ଲମ୍ବାଳିଆ ରୂପେଲି ପତ୍ର ଛଦ ପ୍ରସ୍ତୁତ କରିଥାଏ ଯାହାକୁ ପିଆଜ ପତ୍ର କିମ୍ବା ରୂପେଲି ଡାଳ କୁହାଯାଏ(ପ୍ରାୟ 1 ସେମି ଚଉଡା ଓ 10-30 ସେମି ଲମ୍ବା) । ପ୍ରଭାବିତ ପିଲଗୁଡିକର ପତ୍ର ଗୁଡିକର ବୃଦ୍ଧି ବାଧା ପାଇଥାଏ ଓ ଧାନ କେଣ୍ଡା ସୃଷ୍ଟି କରିବା ପାଇଁ ଅକ୍ଷମ ହୋଇ ଯାଇଥାଏ । ଫସଲର ବୃଦ୍ଧି ରୁଗୁଡିଆ ହେବା ଓ ପତ୍ର ବିକୃତ, ମଉଳା ଓ ମୋଡି ହୋଇ ଯିବା ଆଦି ମରୁଡି, ପୋଟାସିୟମ ଅଭାବ, ଲବଣତା ଓ ଧାନ ଉଇର ମଧ ଲକ୍ଷଣ ହୋଇଥାଏ । ଅସୁବିଧାର କାରଣର ସ୍ପଷ୍ଟୀକରଣ ପାଇଁ, କୀଟ ମାନଙ୍କ ଉପସ୍ଥିତି ନିରୀକ୍ଷଣ କରନ୍ତୁ । ମୁଖ୍ୟତଃ, ବଢୁଥିବା କଢ ଭିତରେ ଲମ୍ବାଳିଆ ନଳି ଆକୃତିର ଅଣ୍ଡା ଓ ଲାଙ୍ଗୁଡା ପୋକ ସଦୃଶ ଲାର୍ଭା ବା ଶୂକ ପୋଷଣ କରୁଥିବା ନିରୀକ୍ଷଣ କରନ୍ତୁ.
ପ୍ଲାଟିଗ୍ୟାଷ୍ଟେରିଡ଼, ଇଉପେଲମିଡ଼ ଓ ଟେରୋମାଲିଡ଼ ବିରୁଡି(ଲାର୍ଭା କୁ ନିଷ୍କ୍ରିୟ କରିଥାଆନ୍ତି), ବୁଢିଆଣୀ (ବୟସ୍କ ମାନଙ୍କୁ ଖାଇଥାଆନ୍ତି) ମାନଙ୍କ ସାହାଯ୍ୟରେ ପରଜୀବିକରଣକୁ ସଫଳତାର ସହିତ ବ୍ୟବହାର କରାଯାଇଅଛି । ଧାନ ଫସଲ ଚାରିପାଖେ କୀଟ ମାନଙ୍କୁ ଆକର୍ଷିତ କରୁଥିବା ଫୁଲ ଗଛ ଗୁଡିକୁ ଲଗେଇବା ମଧ୍ୟ ସାହାଯ୍ୟ କରିପାରେ ।
ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଧାନରେ ହେଉଥିବା କାହାଳୀ ଫୁକା ଉପରେ ସମୟୋଚିତ କୀଟନାଶକ ଭଲଭାବରେ ଭାବେ ସିଞ୍ଚନ ବ୍ୟବହାର କରିବା ଦ୍ୱାରା ପ୍ରାଦୁର୍ଭାବକୁ ନିୟନ୍ତ୍ରଣ କରାଯାଇପାରେ । କ୍ଲୋରୋପାଇରିଫୋସ ଆଧାରିତ ସାମଗ୍ରୀକୁ ଧାନରେ କାହାଳୀ ବା ଫୁକା କରୁଥିବା ଏସୀୟ ଡାଆଁଶ ପାଇଁ , ଏହାର ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରା ଯାଇ ପାରେ ।
ଧାନର କାହାଳିଆ ପୋକ ଧାନ ଫସଲର ପିଲ ଅବସ୍ଥାରେ ଜଳସେଚିତ କିମ୍ବା ବର୍ଷାଧାର ସନ୍ତସନ୍ତିଆ ଧାନ ପରିବେଶରେ ଦେଖିବାକୁ ମିଳିଥାଏ । ଏହା ଢିପ ଜମି ଅଂଚଳ ଓ ଗଭୀର ଜଳ ଧାନରେ ସାଧାରଣ ଅଟେ । ଏହି କୀଟଟି କୋଷାବସ୍ଥାରେ ନିଷ୍କ୍ରିୟ ଭାବେ ପଡି ରହିଥାଏ କିନ୍ତୁ ବର୍ଷା ପରେ କଢ ବଢିବା ଆରମ୍ଭ ହେବା ସମୟରେ ପୁଣି ସକ୍ରିୟ ହୋଇ ଯାଆନ୍ତି । ସଂଖ୍ୟାର ଘନତ୍ଵ ମେଘୁଆ କିମ୍ବା ବର୍ଷା ପାଣିପାଗ, ଅଧିକ ପିଲ ଦେଉଥିବା କିସମର ଚାଷ ଓ ପ୍ରଗାଢ ପରିଚାଳନା ପ୍ରଣାଳୀ ଦ୍ୱାରା ଅନୁକୂଳ ହୋଇଥାଏ ।