ଧାନ

ଧାନ ପତ୍ର ମୋଡା ପୋକ

Cnaphalocrocis medinalis

ପୋକ

ସଂକ୍ଷେପରେ

  • ସଂବାଳୁଅ ଚାରି ପାଖରେ ମୋଡି ହୋଇ ଯାଇଥିବା ଧାନ ପତ୍ର ଦେଖା ଯାଏ.
  • ପତ୍ର ଧାର ଉପରେ ଲମ୍ବାଳିଆ ଧଳା ରଙ୍ଗ ର ଓ ସ୍ଵଛ ଗାର ଦେଖା ଯାଇଥାଏ.
  • ପତ୍ର ଅଗ ଉପରେ ବଳୟ ଆକୃତି ର ଅଣ୍ଡା ଥାଏ.
  • ପର ଉପରେ ମାଟିଆ ତେଢା ମେଢା ଗାର ଥିବା ପ୍ରଜାପତି ଦେଖାଯାଏ.

ମଧ୍ୟ ଦେଖା ଯାଇପାରେ


ଧାନ

ଲକ୍ଷଣ

ପତ୍ରମୋଡା ପୋକ ଭାବେ ମଧ୍ୟ ଜଣାଶୁଣା. ବୟସ୍କ ପ୍ରଜାପତି ଗୁଡିକ ଆପଣଙ୍କ ହାତ ନଖ ଲମ୍ବା ର ହୋଇ ଥାଆନ୍ତି ଓ ଏମାନଙ୍କ ପର ଉପରେ ମାଟିଆ ତେଢା ମେଢା ଗାର ଦେଖାଯାଏ. ଅଣ୍ଡା ଗୁଡିକ ସାଧାରଣତଃ ପତ୍ର ର ଅଗ ଉପରେ ଦେଇଥାଏ. ସଂବାଳୁଆ ଗୁଡିକ ନିଜ ଚାରିପାଖରେ ଥିବା ଧାନ ପତ୍ର ମୋଡି ଦିଅନ୍ତି ଓ ପତ୍ର ଧାର ଗୁଡିକୁ ରେଶମ ତଣ୍ଡା(silk strand) ସହ ଲଗେଇଦିଅନ୍ତି. ଏହା ପରେ ଏମାନେ ନଳୀ ଆକୃତି ର ମୋଡି ହେଇଯାଇଥିବା ପତ୍ରରୁ ପୋଷଣ କରନ୍ତି ଯାହା ଦ୍ୱାରା ଧାର ଉପରେ ଲମ୍ବାଳିଆ ଧଳା ରଙ୍ଗ ର ଓ ସ୍ଵଛ ଗାର ଦେଖା ଯାଇଥାଏ. ବେଳେବେଳେ, ପତ୍ର ଗୁଡିକ ଅଗରୁ ଆରମ୍ଭ କରିକି କାଣ୍ଡ ଜାଗା ଯାଏଁ ମୋଡି ହୋଇଯାଆନ୍ତି. ବଳୟ ଆକାରର ଡିମ୍ଵାକୃତି ଅଣ୍ଡା ଗୋଟିଏ ଗୋଟିଏ କିମ୍ବା ମଳ ପଦାର୍ଥ ମଧ୍ୟ ସଂକ୍ରମଣ ର ଲକ୍ଷଣ ହୋଇଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ବିହନ ବୁଣିବାର 15 ଦିନରୁ ଆରମ୍ଭ କରି 5-6 ଟି ଅଣ୍ଡା ସଂକ୍ରମଣ କରୁଥିବା ଟ୍ରାଇକୋଗ୍ରାମ୍ମା କାଇଲୋନିସ ପୋକ କୁ (ହେକଟର ପ୍ରତି 100, 000 ବୟସ୍କ ପୋକ) ଛାଡି ଦେବା ପ୍ରଭାବଶାଳୀ ଓ ଲାଭଦାୟକ ହୋଇଥାଏ. ଏଥି ସହ ବୁଢିଆଣୀ, ଭକ୍ଷକ ବିରୁଡି, ବେଙ୍ଗ ଓ କଙ୍କି ଭଳି ପ୍ରାକୃତିକ ଶତ୍ରୁ ମାନଙ୍କ ସଂରକ୍ଷଣ ମଧ୍ୟ କରନ୍ତୁ. ରୋଗକାରକ କବକ କିମ୍ବା ଜୀବାଣୁ ଓ କିଛି ଭୁତାଣୁ ଗୁଡିକ ମଧ୍ୟ ଭଲ ଜୀବାଣୁ ସଂଖ୍ୟା ନିୟନ୍ତ୍ରଣ ପାଇଁ ସହାୟକ ହୋଇ ଥାନ୍ତି. ଜମି ମଧ୍ୟରେ ଅନିୟମିତ ଭାବେ ନିମ ପତ୍ର କୁ ବିଛେଇ ଦେବା ମଧ୍ୟ ବୟସ୍କ ପୋକ ମାନଙ୍କୁ ଅଣ୍ଡା ଦେବାରୁ ରୋକି ଦେଇଥାଏ.

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ଗଜା ବଢୁଥିବା ସ୍ତର ବେଳେ ଯଦି ସଂକ୍ରମଣ ସ୍ତର ଅଧିକ ଥାଏ (>50%), ଫ୍ଲୁବେନଡାଇଆମାଇଡ @0.1 ମିଲି କିମ୍ବା କ୍ଲୋରାନ୍ତ୍ରନୀଳିପ୍ରୋଲ @ 0.3 ମିଲି/ପାଣି ର 1 ଲି ସହ ସ୍ପ୍ରେ କରା ଯାଇପାରେ. କ୍ଲୋରୋପାଇରିଫୋସ, କ୍ଲୋରାନ୍ତ୍ରନୀଳିପ୍ରୋଲ, ଇଣ୍ଡୋକ୍ସକାର୍ବ, ଆଯ଼ାଡାଇରାକ୍ଟିଂ( ନିମ୍ବ ଜାତୀୟ ), ଗାମ୍ମା କିମ୍ବା ଲମ୍ବଡା- ସାଇହାଲୋଥ୍ରୀନ ଉପରେ ଆଧାରିତ କୀଟନାଶକ ର ପ୍ରୟୋଗ ମଧ୍ୟ ସହାୟକ ହୋଇଥାଏ, ମୁଖ୍ୟତଃ ଯେତେବେଳେ ସଂକ୍ରମଣ ମାରାତ୍ମକ ହୋଇଥାଏ. ଲାର୍ଭା ଗୁଡିକୁ ମାରିବା ପାଇଁ ଅନ୍ୟ କୀଟନାଶକ ମଧ୍ୟରେ ଆଲଫା-ସାଇପରମେଥ୍ରୀନ, ଆବାମେକଟିଂ 2% ଅନ୍ୟତମ ଅଟେ. କୀଟ ମାନଙ୍କୁ ପୁନର୍ଜୀବନ ଦେଉଥିବା ରସାୟନ ରା ବ୍ୟବହାର ନ କରିବା ପ୍ରତି ଧ୍ୟାନ ଦେବା ଉଚିତ.

ଏହାର କାରଣ କଣ

ଧାନ ପତ୍ର ମୋଡା ପୋକ ଗୁଡିକ ସମସ୍ତ ଧାନ ପରିବେଶ ରେ ହୋଇ ପାରେ ଓ ବର୍ଷା ଋତୁ ବେଳେ ଏହା ପ୍ରଚୁର ଭାବେ ଦେଖା ଯାଇଥାଏ. ଉଚ୍ଚ ଆର୍ଦ୍ରତା, ଜମି ଭିତରେ ଛାଇ ସ୍ଥାନ ଓ ଧାନ ଜମି ଭିତରେ ଓ ଚାରି ପାଖରେ ଥୁବା ହିଡ଼ ଉପରେ ବୁଦାଳିଆ ଅନାବନା ଘାସ ର ଉପସ୍ଥିତି କୀଟ ର ବିକାଶ ପାଇଁ ଅନୁକୂଳ ହୋଇଥାଏ. ଜଳସେଚନ ସଂସ୍ପର୍ଶରେ ଥିବା ଧାନ ଅଞ୍ଚଳ, ଏକାଧିକ ଧାନ କିସମ ଚାଷ ଓ କୀଟନାଶକ ସହାୟକ ରେ କୀଟ ର ପୁନର୍ଭାଵ କୀଟ ର ପ୍ରଚୁରତା ପାଇଁ ଏକ ଜରୂରୀ କାରକ ଅଟେ. ଉର୍ବରକ ର ଅତ୍ୟଧିକ ଉପଯୋଗ କୀଟ ର ତୀବ୍ର ବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ. କ୍ରାନ୍ତୀୟ ଧାନ ଅଂଚଳ ମଧ୍ୟରେ, ଏମାନେ ବର୍ଷ ସାରା ସକ୍ରିୟ ରୁହନ୍ତି, ଯେତେବେଳେ କି ଶୀତୋଶ୍ଣ୍ଟ ଦେଶ ଗୁଡିକରେ ଏମାନେ କେବଳ ମେ ରୁ ଅକ୍ଟୋବର ମଧ୍ୟରେ ସକ୍ରିୟ ରହି ଥାଆନ୍ତି. ଅନୁକୂଳ ତାପମାତ୍ରା ଓ ଆର୍ଦ୍ରତା ଗୁଡିକ ଯଥାକ୍ରମେ 25-29°C ଓ 80% ଯଥାକ୍ରମେ ହୋଇଥାଏ. କଅଁଳ ଓ ସବୁଜ ଧାନ ଫସଲ ଗୁଡିକ ଅଧିକ ମାରାତ୍ମକ ଭାବେ ସଂକ୍ରମିତ ହୋଇ ଯାଇ ଥାଆନ୍ତି.


ସୁରକ୍ଷାତ୍ମକ ଉପାୟ

  • ସଂକ୍ରମଣ କୁ ରୋକିବା ପାଇଁ ପ୍ରତିରୋଧି କିସମ ର ବ୍ୟବହାର କରନ୍ତୁ.
  • କୀଟ ମାନଙ୍କ ଲକ୍ଷଣ ଗୁଡିକ ପାଇଁ ଜମି ନିରୀକ୍ଷଣ କରନ୍ତୁ.
  • ବିହନ ବୁଣିଲା ବେଳେ ବିହନ ମାତ୍ରା କମ କରିଦିଅନ୍ତୁ.
  • ଋତୁ ସାରା ଧାନ ଫସଲ ଯେପରି ଯଥେଷ୍ଟ ପାଣି ପାଏ ଏହା ସୁନିଶ୍ଚିତ କରନ୍ତୁ.
  • ଅଧା ଅଧା ଯବକ୍ଷାରଜାନ ପ୍ରୟୋଗ ଦ୍ୱାରା ଏକ ସନ୍ତୁଳିତ ଉର୍ବରୀକରଣ ଯୋଜନା କରନ୍ତୁ.
  • ବୟସ୍କ ପୋକ ମାନଙ୍କୁ ଆକର୍ଷିତ ଓ ସଂଗ୍ରହ କରିବା ପାଇଁ ହାଲୁକା କିମ୍ବା ଅଠାଳିଆ ଯନ୍ତା(trap) ର ବ୍ୟବହାର କରନ୍ତୁ.
  • ଜମି ଭିତରୁ ଓ ହିଡ଼ ଚାରି ପାଖରୁ ବୁଦାଳିଆ ଅନାବନା ଘାସ ସବୁ ବାହାର କରି ଦିଅନ୍ତୁ.
  • କୀଟ ମାନଙ୍କୁ ଭଗେଇ ଦେବା ପାଇଁ ପତ୍ର ଉପରେ କଣ୍ଟା କାଠ ବ୍ୟବହାର କରନ୍ତୁ.
  • ମୂଳୀଚାଷ ଚାଷ (ରା଼ଟୁନିଙ୍ଗ) କରନ୍ତୁ ନାହିଁ, ଯଥା, ପର ଋତୁ ପାଇଁ କଟା କେଣ୍ଡା କୁ ଛାଡି ଦିଅନ୍ତୁ ନାହିଁ.
  • କୀଟନାଶକ ର ବ୍ୟବହାର କୁ ନିୟନ୍ତ୍ରଣ କରନ୍ତୁ ଯେପରିକି ଭକ୍ଷକ ମାନେ (ବୁଢିଆଣୀ, ପରଜୀବି ବିରୁଡି, ଭକ୍ଷକ ଭଅଁର, ବେଙ୍ଗ ଓ କଙ୍କି) ଧାନ ପତ୍ର ମୋଡା ପୋକ ର ଜନସଂଖ୍ୟା କୁ ନିୟନ୍ତ୍ରଣ କରି ପାରିବେ.
  • ଏକ ଉତ୍ତମ ଯୋଜନା ସହ ଧାନ କୁ ଅନ୍ୟ ଶସ୍ୟ ସହିତ ପର୍ଯ୍ୟାୟ କରନ୍ତୁ.
  • ଅମଳ ପରେ ଫସଲ ଅବଶେଷ କୁ ବାହାର କରିଦେବା ପାଇଁ ଜମି ଗୁଡିକୁ ହଳ କରି ଦିଅନ୍ତୁ.
  • ଅମଳ ପରେ କିଛି ସପ୍ତାହ କିମ୍ବା ମାସ ଯାଏଁ ଜମି କୁ ଚାଷ ରହିତ ରଖିବାର ଯୋଜନା କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ