ଧାନ

ମାଟିଆଗୁଣ୍ଡି ପୋକ

Nilaparvata lugens

ପୋକ

ସଂକ୍ଷେପରେ

  • ଗଛର ପତ୍ରଛାଦ ଗୁଡିକ ଉପରେ ଛୋଟ ମାଟିଆଗୁଣ୍ଡି ପୋକ ଦେଖା ଯାଇଥାଏ.
  • ଏହା ପ୍ରଥମେ ନାରଙ୍ଗୀ - ହଳଦିଆ ପରେ ମାଟିଆ ରଙ୍ଗ ର ହୋଇଥାଏ.
  • ଶୁଖିଲା ପତ୍ର ଦେଖା ଯାଇଥାଏ.
  • ଫସଲ ଝାଉଁଳିବା ଓ ହଳଦିଆ ହୋଇଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଉଭୟ ଶୁକ ଓ ବୟସ୍କ ପୋକ ଗୁଡିକ ଗଛର ର ମୂଳ ପାଖରେ ନିଜ ବସା ବାନ୍ଧି ଥାଆନ୍ତି ଏବଂ କାଣ୍ଡ ଓ ପତ୍ର ରୁ ରସ ସବୁ ଶୋଷଣ କରି ନିଅନ୍ତି. ଗଛ ଗୁଡିକ ଝାଉଁଳି ଯାଏ ଓ ବର୍ଣ୍ଣହୀନ ହୋଇ ଯାଏ. ଅତ୍ୟଧିକ ପୋକସଂଖ୍ୟା ପତ୍ର କୁ ପ୍ରଥମେ ନାରଙ୍ଗୀ - ହଳଦିଆ ରଙ୍ଗ ର କରିଦେଇ ଥାଏ, ପରେ ଏହା ମାଟିଆ ରଙ୍ଗ ର ହୋଇ ଯାଏ ଓ ଶୁଖିଯାଏ (ହୋପ୍ପର ପୋଡା), ଓ ଏଥି ସହ ଗଛ ସୁଖୀ ଯାଏ ଓ ମରି ଯାଏ. ଜମି ମଧ୍ୟ ରେ, ଲକ୍ଷଣ ଗୁଡିକ ପ୍ରଥମେ କିଛି କିଛି ଚକଡା଼ରେ ଦେଖା ଦେଇ ଥାଏ କିନ୍ତୁ ମାଟିଆଗୁଣ୍ଡି ପୋକ ବ୍ୟାପିବା ସହ ଏହା ତୀବ୍ର ଭାବେ ବଢିବାକୁ ଲାଗି ଥାଏ. ମାଈ ପୋକ କାଣ୍ଡ ଉପରେ ଓ ପତ୍ର ର ମଝି ଶିରାରେ ଅଣ୍ଡା ଦେଇ ଥାନ୍ତି, ଯାହା ଦ୍ୱାରା ଅତିରିକ୍ତ କ୍ଷତି ହୋଇଥାଏ. ପୋକ ଦ୍ୱାରା ପ୍ରସ୍ତୁତ ହନିଡ଼ିଉ ଉପରେ ସୁତି ଫିମ୍ପି ସୃଷ୍ଟି ହୋଇଥାଏ. ଗଛରେ ଛୋଟ କେଣ୍ଡା ହୁଏ, ଧାନ ଅପେକ୍ଷାକୃତ କମ ପାଚିଥିବା ଓ ହାଲୁକା ହୋଇ ଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ପୋକସଂଖ୍ୟା ଯେତେବେଳେ କମ ଥାଏ ସେତେ ବେଳେ ଜୈବିକ ଉପଚାର କୁ ବ୍ୟବହାର କରାଯାଇ ପାରିବ. ମାଟିଆଗୁଣ୍ଡି ପୋକ ର ପ୍ରାକୃତିକ ଶତ୍ରୁ ମାନଙ୍କ ମଧ୍ୟରେ ପାଣି ସ୍ଟ୍ରାଇଡ଼ର, ମିରିଡି ପୋକ, ବୁଢିଆଣୀ ଓ ବିଭିନ୍ନ ପ୍ରକାରର ଅଣ୍ଡା ଦ୍ୱାରା ଆକ୍ରମଣ କରୁଥିବା ପରଜୀବୀ ବିରୁଡି ଓ ମାଛି ଅନ୍ୟତମ ଅଟେ. ପୋକସଂଖ୍ୟା କୁ ନିୟନ୍ତ୍ରଣ ରେ ରଖିବା ପାଇଁ ଗୋଟେ ଦିନ ଧରି ତଳିଘରା କୁ ଏପରି ଜଳ ପ୍ଲାବିତ କରନ୍ତୁ ଯେପରିକି କେବଳ ଚାରା ଗୁଡିକ ର ଅଗ ହିଁ ଦେଖା ଯାଉଥିବ. ନହେଲେ, ପୋକ ମାନଙ୍କୁ ଧରିବା ପାଇଁ ଏକ ଜାଲ ସାହାଯ୍ୟ ରେ ଛୋଟ ତଳିଘରାକୁ ଝାଡୁ ମଧ୍ୟ କରା ଯାଇ ପାରେ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଯଦି ଅଧିକ ସଂଖ୍ୟା ରେ ପୋକ ଦେଖା ଯାଇଥାଏ କିମ୍ବା ଏହାର ପ୍ରାକୃତିକ ଶତ୍ରୁ ମାନଙ୍କ ଠାରୁ ମାଟିଆଗୁଣ୍ଡି ପୋକସଂଖ୍ୟା ଅଧିକ ଦେଖା ଯାଇ ଥାଏ, ତେବେ ଯାଇ କୀଟନାଶକ ର ପ୍ରୟୋଗ ପରାମର୍ଶନୀୟ ଅଟେ. ବୁପ୍ରୋଫେଜିନ (buprofezin), ପାଇରୋମେଟ୍ରୋଜିନ (pyrometrozin) କିମ୍ବା ଏଟୋଫେନପ୍ରୋକ୍ସ (etofenprox) କୀଟନାଶକ ର ଫର୍ମୁଲା କୁ ଅଦଳ ବଦଳ କରି ଏହି ପୋକ ନିୟନ୍ତ୍ରଣ କର ଯାଇପାରେ. କୁଇନାଲଫସ, କ୍ଲୋପାଇରିଫସ କିମ୍ବା ଲମ୍ବଡା ସାଇହାଲୋଥ୍ରୀନ କିମ୍ବା ଅନ୍ୟ ସିନ୍ଥେଟିକ ପାଇରାଥ୍ରଏଡ଼ର ମିଶ୍ରଣ ର ବ୍ୟବହାର କରନ୍ତୁ ନାହିଁ ଯାହାକି ପୋକର ପ୍ରତିରୋଧ କ୍ଷମତା ବଢେଇବାରେ ସାହାଯ୍ୟ କରିଥାଏ ଓ ପୋକ ମାନଙ୍କର ପୁନରୁତ୍ଥାନ ପାଇଁ ମଧ୍ୟ ସାହାଯ୍ୟ କରିଥାଏ.

ଏହାର କାରଣ କଣ

ମାଟିଆଗୁଣ୍ଡି ପୋକ, ନୀଳପର୍ବତ ଲୁଜେନ୍ସ (Nilaparvata lugens) ଦ୍ୱାରା ଫସଲ ରେ କ୍ଷତି ହୋଇ ଥାଏ. ବର୍ଷା ଆଧାରିତ ଓ ଜଳସେଚିତ ଆର୍ଦ୍ର ଜମି ପରିବେଶ ଏବଂ ଲଗାତାର ଭାବେ ପାଣିରେ ବୁଡି ରହୁଥିବା ଜମି, ବହୁତ ଛାଇ ଓ ଅଧିକ ଆର୍ଦ୍ର ପରିବେଶରେ ଏହି ପୋକ ସମସ୍ୟା ସୃଷ୍ଟି କରିପାରେ. ଧାନ ଫସଲର ଗହଳିଆ ପରିବେଶ, ପାଖା ପାଖି ଲଗା ଯାଇ ଥିବା ଫସଲ, ଯବକ୍ଷାରଜାନ ର ଅତ୍ୟଧିକ ପ୍ରୟୋଗ ଓ ସିଜନ ଆରମ୍ଭ ରୁ କୀଟନାଶକ ସ୍ପ୍ରେ କରିବା (ଯାହାକି ଏହାର ପ୍ରାକୃତିକ ଶତ୍ରୁ ମାନଙ୍କୁ ନଷ୍ଟ କରିଦିଏ) ଏହି ପୋକ ର ବିକାଶ ପାଇଁ ଅନୁକୂଳ ହୋଇଥାଏ. ମାଟିଆଗୁଣ୍ଡି ପୋକ ଗୁଡିକ ଓଦା ପାଣିପାଗ ଅପେକ୍ଷା ଶୁଷ୍କ ପାଣିପାଗ ରେ ସାଧାରଣତଃ ଅଧିକ ସଂଖ୍ୟା ରେ ଦେଖା ଯାଇଥାଏ. ଗଛ ଗୁଡିକୁ ଅଳ୍ପ ମୋଡି ଏହାର ମୂଳ ପାଖରେ ଧୀରେ ଧୀରେ ହଲେଇଲେ ଯଦି ମାଟିଆଗୁଣ୍ଡି ପୋକ ପାଣି ଉପରେ ପଡେ ତାହେଲେ ପୋକ ମାନଙ୍କୁ ନିରୀକ୍ଷଣ କରା ଯାଇପାରେ.


ସୁରକ୍ଷାତ୍ମକ ଉପାୟ

  • ଯଦି ଉପଲବ୍ଧ ଥାଏ ତାହେଲେ, ନିଜ ଅଞ୍ଚଳ ପାଇଁ ଅନୁମୋଦିତ ପ୍ରତିରୋଧି କିସମର ବିହନ ବ୍ୟବହାର କରନ୍ତୁ.
  • ସଂକ୍ରମଣରୁ ବଞ୍ଚିବା ପାଇଁ ଗୋଟିଏ ଜାଗାରେ ପୁରା ଜମିରେ ଏକା ସମୟରେ ଧାନ ଲଗାନ୍ତୁ.
  • ଖରିଫ ଋତୁ ବେଳେ ପୂର୍ବ-ପଶ୍ଚିମ ଦିଗ ରେ ଓ ରବି ଋତୁ ବେଳେ ଉତ୍ତର-ଦକ୍ଷିଣ ଦିଗ ରେ ପ୍ରତି 2 ମିଟର ବ୍ୟବଧାନରେ 20 ସେମି ର ଓସାରିଆ ନାଳର ପ୍ରବନ୍ଧ କରନ୍ତୁ.
  • ତଲିଘରା ରେ କିମ୍ବା ମୁଖ୍ୟଜମି ରେ, କାଣ୍ଡରେ ଓ ପାଣି ଉପରେ ନିୟମିତ ଭାବେ ପୋକ ପାଇଁ ନିରୀକ୍ଷଣ କରନ୍ତୁ.
  • ପୋକ ଗୁଡିକୁ ଧରିବା ପାଇଁ ଏକ ଜାଲରେ ଛୋଟ ତଳିଘରା ଗୁଡିକୁ ଝାଡୁ କରନ୍ତୁ.
  • ଜମି ଭିତରୁ ଓ ଚାରି ପାଖରୁ ଅନାବନା ଘାସ ନିୟମିତ ଭାବେ ବାହାର କରି ଦିଅନ୍ତୁ.
  • ଅଧିକ ମାତ୍ରାରେ ଯବକ୍ଷାରଜାନ ପ୍ରୟୋଗ କରନ୍ତୁ ନାହିଁ.
  • ଆଲୋକିତ ଟ୍ରାପ ଯେମିତିକି ଇଲେକ୍ଟ୍ରିକ ବଲବ କିମ୍ବା କିରୋସିନ ଦୀପ (ଏକର ପ୍ରତି 5ଟି ହିସାବରେ) ହାଲୁକା ରଙ୍ଗ ର ପରଦା କିମ୍ବା ପାଣି ପାତ୍ର ପାଖରେ ରଖନ୍ତୁ.
  • ଏଥି ସହିତ ଆଉ 20ଟି ହଳଦିଆ ଅଠାଳିଆ ଟ୍ରାପ ବ୍ୟବହାର କରନ୍ତୁ.
  • ଉପକାରୀ ପୋକ ମାନଙ୍କ ପାଇଁ ଅନୁକୂଳ ହେବା ପାଇଁ ବ୍ୟାପକ ପ୍ରଭାବୀ କୀଟନାଶକ ବ୍ୟବହାର କରନ୍ତୁ ନାହିଁ.
  • ପୋକ ମାନଙ୍କୁ ପାଣିରେ ବୁଡେଇ ଦେବା ପାଇଁ ଜମିକୁ ଶୁଖାଇ ପୁଣି ପାଣି ମଡାନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ