ଧାନ

ଧାନର ଶୋଷକ କୀଟ

Leptocorisa spp.

ପୋକ

ସଂକ୍ଷେପରେ

  • ଧାନ ଉପରେ ପୋକ ଖାଇବା ଯୋଗୁଁ କ୍ଷତ ଦେଖାଯାଏ.
  • ଭର୍ତି ହୋଇ ନଥିବା କିମ୍ବା ଖାଲି ଶସ୍ୟ ରହି ଥାଏ.
  • ବର୍ଣହୀନତା.
  • ଶସ୍ୟ ବିକୃତ ହୋଇ ଯିବା.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଏହି ପୋକ ସବୁଠାରୁ ଅଧିକ କ୍ଷତି କ୍ଷୀର ଝରିବା ସ୍ତର ରେ କରିଥାଏ, ଯେଉଁ ସ୍ତର ରେ କି ଧାନ ଶସ୍ୟ ଭରିଥାଏ. ଉଭୟ ଛୁଆ ଓ ବୟସ୍କ ଧାନ ପୋକ ଧାନ ଶସ୍ୟ ରୁ ନିଜ ପୋଷଣ କରି ଥାନ୍ତି. ଧାନ ପୋକ ଗୁଡିକ ଫୁଲ ଅଙ୍କୁରଣ ହେବା ସ୍ତର ରୁ ଆରମ୍ଭ କରି ଭ୍ରୁଣ ପୋଷକ (ଏଣ୍ଡୋସ୍ପର୍ମ) ସ୍ତର ଯାଇଁ ବିକାଶଶୀଳ ଧାନ ଭିତର ର ଉପାଦାନ ଗୁଡିକୁ ଶୋଷି ନିଅନ୍ତି, ଯାହା ଦ୍ୱାରା କି ଭର୍ତି ହୋଇ ନଥିବା କିମ୍ବା ଖାଲି ଶସ୍ୟ, ବର୍ଣହୀନତା ଓ ସଳଖ କେଣ୍ଡା ଦେଖା ଯାଇଥାଏ. ଧାନ ଶସ୍ୟ ର ବୃଦ୍ଧି ସ୍ତର ଉପରେ ନିର୍ଭର କରି, ପୋଷଣ ର ଫଳ ସ୍ୱରୂପ ଖାଲି ଶସ୍ୟ କିମ୍ବା ଛୋଟ, ଶୁଖିଯାଇଥିବା, ବିକୃତ ଶସ୍ୟ ହୋଇଥାଏ ଯାହା ଉପରେ କି ଦାଗ ଦାଗ ବର୍ଣହୀନତା ଦେଖା ଯାଏ, ବେଳେ ବେଳେ ଏଥିରୁ ଗନ୍ଧ ମଧ୍ୟ ବାହାରିଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଧାନ ପୋକ କୁ ବାହାର କରିବା ପାଇଁ ସୁଗନ୍ଧ ହେଉଥିବା (ଲେମ୍ବୁ ଘାସ ଭଳି) ସାବୁନ ମିଶ୍ରଣ କୁ ସ୍ପ୍ରେ କରନ୍ତୁ. ଜମି ପାଖରେ ଧାନ ପୋକ କୁ ଆକର୍ଷିତ କରିବା ଓ ମାରିବା ପାଇଁ "ପ୍ରହୋକ" (କାମ୍ବୋଡ଼ିଆ ରେ ଏହା ଆଂଚଳିକ ଛେନା ଭାବେ ଜଣାଶୁଣା) ବ୍ୟବହାର କରନ୍ତୁ. ଧାନ ପୋକ କୁ ବାହାର କରିବା ପାଇଁ ଭୋର ସଖାଳୁ ଓ ଡେରି ସନ୍ଧ୍ୟା ରେ ଏକ ମଶାରୀ ର ବ୍ୟବହାର କରନ୍ତୁ. ଏହାକୁ ବାହାର କରି ଛେଚି ଓ ପାଣି ରେ ପକେଇ ଏହାକୁ ଅନ୍ୟ ଧାନ ପୋକ କୁ ବାହାର କରିବା ପାଇଁ ସ୍ପ୍ରେ କରା ଯାଇ ପାରେ. ଜୈବିକ ନିୟନ୍ତ୍ରକ ମାନଙ୍କୁ ପ୍ରୋତ୍ସାହିତ କରନ୍ତୁ : କିଛି ବିରୁଡି, ଝୀଂଟିକା ଓ ବୁଢିଆଣୀ ଧାନ ପୋକ ଓ ଧାନ ପୋକ ର ଅଣ୍ଡା ଉପରେ ଆକ୍ରମଣ କରନ୍ତି. ଦାୟିତ୍ବହୀନ ଭାବେ କୀଟନାଶକ ବ୍ୟବହାର କଲେ ଜୈବିକ ନିୟନ୍ତ୍ରଣ ବାଧାପ୍ରାପ୍ତ ହୋଇଥାଏ, ଯାହା ଦ୍ୱାରା କିଛି ସମୟ ପାରେ କୀଟ ମାନେ ପୁନର୍ଭାବ ହୋଇ ଯାଆନ୍ତି.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ହୁଏ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ପ୍ରୟୋଗ କରିବାର ଯୋଜନା କରନ୍ତୁ. ଜମି ଗୁଡିକ ର ଧାର ରୁ ଆରମ୍ଭ କରି କେନ୍ଦ୍ର ଯାଏଁ ଗୋଲାକାର ଭାବେ ଆବାମେକ୍ଟିନ କିମ୍ବା କ୍ଲୋରୋପାଇରିଫୋସ ଭଳି କୀଟନାଶକ କୁ ସନ୍ଧ୍ୟା ବେଳେ ବ୍ୟବହାର କରନ୍ତୁ. ଏହା ପୋକ ମାନଙ୍କୁ କେନ୍ଦ୍ର କୁ ଆଣିଦିଏ ଓ ଏମାନଙ୍କୁ ସଫଳତା ର ସହ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିଥାଏ. ଫସଲ ର ସୁସ୍ଥତା ଓ ପରିବେଶ ଉପରେ କୀଟନାଶକ ର ବିଭିନ୍ନ ପ୍ରକାର ର କୁପ୍ରଭାବ ପଡୁଛି, ଓ ଏହାର ଭଲ ପ୍ରଭାବ କୁ ହିସାବ କରନ୍ତୁ. କ୍ଲୋରୋପାଇରିଫୋସ 50EC @2.5 ମିଲି + ଡାଇକ୍ଲୋର୍ବୋଶ @1 ମିଲି କୁ ସନ୍ଧ୍ୟା ସମୟ ରେ ଜମି ଗୁଡିକ ର ଧାର ରୁ ଆରମ୍ଭ କରି କେନ୍ଦ୍ର ଯାଏଁ ଗୋଲାକାର ଭାବେ ବ୍ୟବହାର କରନ୍ତୁ. ଏହା ପୋକ ମାନଙ୍କୁ କେନ୍ଦ୍ର କୁ ଆଣିଦିଏ ଓ ଏମାନଙ୍କୁ ସଫଳତା ର ସହ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିଥାଏ.

ଏହାର କାରଣ କଣ

ଧାନ ପୋକ ଗୁଡିକ କେବଳ ରେଣୁ ଦ୍ୱାରା କ୍ଷୀର ଝରିବା ସ୍ତର ରୁ ଆରମ୍ଭ କରି ଧାନ ଶସ୍ୟ ଭରିବା ସ୍ତର ଯାଏଁ ବ୍ୟାପିଥାଏ ଓ ସନ୍ଧ୍ୟା ସମୟରେ ଖରାପ ଗନ୍ଧ ବ୍ୟାପିଯାଏ. ଏମାନେ ସାଧାରଣତଃ ସବୁ ପ୍ରକାର ର ଧାନ ପରିବେଶ ରେ ଦେଖା ଯାଇଥାଆନ୍ତି. ଜଙ୍ଗଲ, ଧାନ ଜମି ପାଖରେ ଅତ୍ୟଧିକ ଅନାବନା ଘାସ ଦେଖାଯିବା, କେନାଲ ପାଖରେ ଜଙ୍ଗଲୀ ଘାସ ଓ ଅତ୍ୟଧିକ ଧାନ ଚାଷ କରିବା ପୋକର ଘନତ୍ଵଅଧିକ ପାଇଁ ଅନୁକୂଳ ହୋଇଥାଏ. ଯେତେ ବେଳେ ମୌସୁମୀ ବର୍ଷା ହୁଏ, ଏହା ଅଧିକ ସକ୍ରିୟ ହୋଇଯାଏ. ଗରମ ପାଣିପାଗ, ମେଘୁଆ ଆକାଶ ଓ ଲଗାତାର ବର୍ଷା ଜନସଂଖ୍ୟା ବୃଦ୍ଧି ପାଇଁ ଅନୁକୂଳ ହୋଇଥାଏ. ଏମାନେ ଶୁଷ୍କ ଋତୁ ରେ କମ ସକ୍ରିୟ ହୋଇଥାନ୍ତି.


ସୁରକ୍ଷାତ୍ମକ ଉପାୟ

  • ଯଦି ସମ୍ଭବ ହୁଏ ତାହେଲେ, ଚରମ କୀଟ ସଂଖ୍ୟାରୁ ବଂଚିବା ପାଇଁ ଡେରି ରେ ବଢ଼ୁ ଥିବା କିସମ ର ବ୍ୟବହାର କରନ୍ତୁ.
  • ସମକାଳୀନ ଫସଲ ଲଗେଇବା ଦ୍ୱାରା ଧାନ ପୋକ ଯୋଗୁଁ ହେଉଥିବା ଅସୁବିଧା କୁ କମ କରାଯାଇ ପାରେ.
  • ଫସଲ ଫୁଲ ଫୁଟିବା ସ୍ତର ଆରମ୍ଭ ହେବା ପୂର୍ବରୁ ଜମିକୁ ପୋକ ର ଲକ୍ଷଣ ଗୁଡିକ ପାଇଁ ନିରୀକ୍ଷଣ କରନ୍ତୁ.
  • କ୍ରାବଘାସ , ଗୁଜଘାସ ଭଳି ଅସମ୍ବେଦନଶୀଳ ପୋଷକ ଗଛ କୁ ବାହାର କରି ଦିଅନ୍ତୁ.
  • ଧାନ ପୋକ କୁ ଆକର୍ଷିତ କରିବା ପାଇଁ ଫସଲ ଚାରି ପାଖରେ ଜାଲ ବ୍ୟବହାର କରନ୍ତୁ.
  • ଏକ ସନ୍ତୁଳିତ ଉର୍ବରୀକରଣ ଯୋଜନା ବ୍ୟବହାର କରନ୍ତୁ.
  • ଧାନ ର ବିକାଶ ଓ ବୃଦ୍ଧି କୁ ପ୍ରୋତ୍ସାହିତ କରିବା ପାଇଁ ନିୟମିତ ଭାବେ ପାଣି ଦିଅନ୍ତୁ କିନ୍ତୁ ଅତ୍ୟଧିକ ଆର୍ଦ୍ରତା ରୁ ବଞ୍ଚନ୍ତୁ.
  • ଭୋର ସଖାଳୁ କିମ୍ବା ସନ୍ଧ୍ୟା ରେ ଡେରି ରେ ଜାଲ ବ୍ୟବହାର କରି ଧାନ ପୋକ ଗୁଡିକୁ ଧରି ନିଅନ୍ତୁ.
  • ପୋକ ମାନଙ୍କୁ ବୁଡେଇ ଦେବା ପାଇଁ କିମ୍ବା ଏମାନଙ୍କୁ ଫସଲ ର ଉପର ଅଂଶ ଆଡକୁ ଠେଲି ଦେବା ପାଇଁ ଜମି କୁ ଵନ୍ୟପ୍ଲାଵିତ କରି ଦିଅନ୍ତୁ.
  • ଉପର ଅଂଶ ରେ ଥିଲେ ଏମାନଙ୍କ ଉପରେ ସହଜରେ କୀଟନାଶକ ର ପ୍ରୟୋଗ କରାଯାଇ ପାରିବ.
  • ପ୍ରଶସ୍ତ-କ୍ଷମତା ଥିବା କୀଟନାଶକ କୁ କମ ପ୍ରୟୋଗ କରି ସାହାଯ୍ୟକାରୀ ପୋକ ମାନଙ୍କର ସଂରକ୍ଷଣ କରନ୍ତୁ (ବିରୁଡି, ଝୀଂଟିକା ଓ ବୁଢିଆଣୀ).

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ