Lepidiota stigma
ପୋକ
ଶୂକ ଚେର ଖାଏ ଓ କ୍ଷତି କରେ ,ଫଳତଃ ଜଳ ଓ ପୋଷକ ଯୋଗାଣ ହ୍ରାସ କରେ । ମରୁଡି ଦ୍ଵାରା କ୍ଷତି ହୋଇଥିବା ଲକ୍ଷଣ ଯଥା ପ୍ରାରମ୍ଭିକ ଭାବରେ ପତ୍ରର ହଳଦିଆ ହେବା ଓ ଝାଉଁଳିବା ସହିତ ଏହାର ଲକ୍ଷଣର ସାଦୃଶ୍ୟ ରହିଅଛି । ସମୟ କ୍ରମେ , ପତ୍ର ବାଦାମୀ ହୁଏ ଓ ପରିପକ୍ଵ ହେଉଥିବା ଆଖୁର ଅବନତି ହୁଏ । ଅତ୍ୟଧିକ ସ୍ଥଳେ , ଭୃଙ୍ଗ ଚେର ଓ ଆଖୁ ଖାଏ ଏବଂ ପ୍ରତିକୂଳ ପାଗରେ ନିଜର ଓଜନ ଯୋଗୁଁ ଗଛ ତଳେ ପଡିଯାଏ । ସଂକ୍ରମଣ ର ମାତ୍ରା ଅଧିକ ହେଲେ , ଏବଂ ବୃଦ୍ଧିର ସହଳ ଅବସ୍ଥାରେ ଥିଲେ , ଏହାକୁ କାଢି ନୂଆ ଚାରା ଲାଗାଯାଇପାରେ ।
ବିଟଲମାନଙ୍କୁ ଆକ୍ରୁଷ୍ଟ କରିବା ପାଇଁ ଜନ୍ତା ଗଛ ବ୍ୟବହାର କରାଯାଇପାରେ ଓ ସହଜରେ ନଷ୍ଟ କରାଯାଇପାରେ । ଆଖପାଖ ଆଖୁ କ୍ଷେତରେ ଧବଳ ଭୃଙ୍ଗ ଆକ୍ରମଣ କମାଇବା ପାଇଁ ଏହା ଅଧିକ ଫଳପ୍ରସୂ ଅଟେ । ଜୟନ୍ତୀ ( ସେସବାନିଆ ସେସବାନ ), ତୁରି ( ସେସବାନିଆ ଗ୍ରାଣ୍ଡିଫ୍ଲୋରା ), ଆକାଶିଆ ଟୋମେଣ୍ଟୋସା , ଆସାମ ( ତେମେରଣ୍ଡସ ଇଣ୍ଡିକା , ତେନ୍ତୁଳି ) , ଜେଙ୍ଗକୋଲ( ପିଥେସେଲୋବିଅମ ଜିରିଙ୍ଗା ) ଏବଂ କାଜୁ ବାଦାମ ( ଆନାକାରଡିଆମ ଆକ୍ସିଡେଣ୍ଟାଲେ ) ଆଦି ଜନ୍ତା ଗଛ ରୂପେ ବ୍ୟବହାର କରାଯାଇପାରେ । କାଜୁ ସବୁଠାରୁ ଉତ୍କୃଷ୍ଟ ଅଟେ , ଏହା ଅନୁର୍ବର ମାଟିରେ ବଢିପାରେ ଓ ଫଳ ବି ଦିଏ । ଆକ୍ରମଣ କମାଇବା ପାଇଁ ବେଭୁରିଆ ପ୍ରଜାତିର ଜୈବ କୀଟନାଶକ ବ୍ୟବହାର କରନ୍ତୁ ।
ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ମୃତ୍ତିକା କୀଟନାଶକ ବ୍ୟବହାର କରି ରାସାଯନିକ ନିୟନ୍ତ୍ରଣ କରାଯାଏ ।ଧୀରେ ଧୀରେ ଛାଡୁଥିବା କ୍ଳୋରୋପାରିଫାସ କିମ୍ବା କ୍ଳୋରୋପାଇରିଫାସ - ମିଥାଇଲ ଲଗାଇବା ପୂର୍ବରୁ ମୂଳ ଅଞ୍ଚଳରେ ପ୍ରୟୋଗ କଲେ ଅଧିକ ଫଳପ୍ରସୂ ହୁଏ । ଯାହାହେଲେବି , ମୂଳି ଫସଲରେ ଏହା ପ୍ରୟୋଗ କରିବା ସମ୍ଭବ ନୁହେ ।
ବିଭିନ୍ନ ପ୍ରକାର ବିଟଲର ଭୃଙ୍ଗ ଯୋଗୁଁ କ୍ଷତି ହୁଏ , ସେମାନଙ୍କ ମଧ୍ୟରେ ପ୍ରଧାନ ହେଉଛି ଲେପିଡିୟଟା ଷ୍ଟିଗ୍ମା । ଅନ୍ୟ ପ୍ରଜାତି ଯଥା ଫାଇଲୋଫାଗା ହେଲେରୀ , ପଚନେସା ନିକୋବାରିକା , ଲିଉକୋଫିଲିସ ପ୍ରଜାତି ଏବଂ ସିଲୋଫୋଳିଶ ପ୍ରଜାତି ମଧ୍ୟ ଏହି ଲକ୍ଷଣ କରୁଥିବା ଦେଖାଯାଇଛି । ଏହି ଭୃଙ୍ଗର କ୍ଷୀର ଭଳି ଧଳା ଓ ସି- ଆକାରର ଶରୀର ଥାଏ । ଯେତେବେଳେ ସେମାନେ ବଢନ୍ତି ଅଧିକ ଅଧିକ ଖାଇଥାନ୍ତି ଓ କ୍ଷତିର ମାତ୍ରା ବଢନ୍ତି , ଯଦି ନିୟନ୍ତ୍ରଣ କରାନଯାଏ । କ୍ଷତିର ପରିମାଣ ସେମାନଙ୍କ ସଂଖ୍ୟା ,ବୟସ ,ଆଖୁ କିସମ ଓ ବୃଦ୍ଧି ଅବସ୍ଥା( ଯେତେବେଳେ ଭୃଙ୍ଗ ଆକ୍ରମଣ କରେ ) ଉପରେ ନିର୍ଭର କରେ । ପରିପକ୍ଵ ଆଖୁରେ ଆକ୍ରମଣ ଅମଳ କମାଇଦିଏ ।