ଆଖୁ

ସହଳ କାଣ୍ଡ ବିନ୍ଧା ପୋକ

Chilo infuscatellus

ପୋକ

5 mins to read

ସଂକ୍ଷେପରେ

  • କାଣ୍ଡ ଓ ପତ୍ରରେ ଖାଇବା ଜନିତ କ୍ଷତି ଥାଏ । ନୂଆ ଗଛରେ ମଞ୍ଜ କୀଳା ଥାଏ । କ୍ଷତିହୋଇଥିବା ଆଖୁ ଗଛ ଖରାପ ଗନ୍ଧ ଛାଡେ । ବଯସ୍କମାନେ ତମ୍ବା ରଙ୍ଗର , ନଡା ରଙ୍ଗର ଆଗ ଡେଣା ଏବଂ ଧଳା ରଙ୍ଗର ପଛ ଡେଣା ଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଖୁ

ଲକ୍ଷଣ

ପତ୍ର ତଳେ 3 ରୁ 5 ଟି ଧାଡିରେ 60 ଟି ପର୍ଯ୍ୟନ୍ତ ଧଳା , ଚେପଟା ଅଣ୍ଡା ଗୁଚ୍ଛ ଭାବରେ ଦେଖାଯାଏ । ନୂଆବା ଛୋଟ ଶୂକ ପତ୍ରରେ ମୁଖ୍ୟତଃ ପତ୍ର ଆଚ୍ଛାଦରେ ଛୋଟ କଣା କରେ । ପୁରୁଣା ବା ବଡ ଶୂକ କାଣ୍ଡ ମୂଳରେ କଣା କରେ , ଗଛ ଭିତରେ ପଶେ ଓ ନରମ ଅନ୍ତଃ ଟିସୂ ଖାଏ ଏବଂ ମଞ୍ଜ କିଳା ସୃଷ୍ଟି କରେ ।ଆଘାତପ୍ରାପ୍ତ ଗଛର କେନ୍ଦ୍ରରେ ଥିବା ପତ୍ରଗୁଡିକ ମଧ୍ୟ ଶୁଖିଯାନ୍ତି ଆକ୍ରମିତ ଗଛ ଖରାପ ଗନ୍ଧ ବାହାର କରେ । ସହଳ କାଣ୍ଡ ବିନ୍ଧା ପୋକ ପବ ବିନ୍ଧା ପୋକ ଭଳି କାମ କରେ ।

Recommendations

ଜୈବିକ ନିୟନ୍ତ୍ରଣ

ଲଗାଇବାର ପ୍ରଥମ ମାସରୁ ଅମଳର ଏକ ମାସ ପୂର୍ବ ପର୍ଯ୍ୟନ୍ତ 7 ରୁ 10 ଦିନ ବ୍ୟବଧାନରେ ଅଣ୍ଡା ପରଭକ୍ଷୀ ଟ୍ରାଇକୋଗ୍ରାମ୍ମା ଚିଲୋନିସ ଛାଡନ୍ତୁ ।ଲଗାଇବାର 30 ରୁ 45 ଦିନ ପରେ ସ୍ତରମିୟପସିସ ଇଂଫେରେନ୍ସ ଛାଡନ୍ତୁ । ବିକଳ୍ପ ଭାବରେ, ଆଖୁର କାଣ୍ଡ ବିନ୍ଧା ପୋକର ଗ୍ରାନୁଲୋସିସ ଭୂତାଣୁ ଏକ ମିଲିଲିଟରରେ 8ରୁ 10 ଭୂତାଣୁ ଗଛ ଲଗାଇବାର 30 , 45, 60 ଦିନରେ ପ୍ରୟୋଗ କରନ୍ତୁ । ଏହି ଭୂତାଣୁ ସନ୍ଧ୍ୟା ସମୟରେ ପ୍ରୟୋଗ କରାଯାଏ ଓ ସାଙ୍ଗେ ସାଙ୍ଗେ ଜଳସେଚନ ଦିଆଯାଏ ।

ରାସାୟନିକ ନିୟନ୍ତ୍ରଣ

ସର୍ବଦା , ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଯଦି କୀଟନାଶକ ଆବଶ୍ୟକ ହୁଏ , କ୍ଳୋରୋଠାନିଲପ୍ରୋଲ ଥିବା ପଦାର୍ଥ ରାସାଯନିକ ସିଂଚନ କରନ୍ତୁ । ଗଛ ଲଗାଇବା ସମୟରେ ଓ ବୃଦ୍ଧି ସମୟରେ କୀଟନାଶକର ଦାନାଦାର ପ୍ରୟୋଗ କଲେ ଆକ୍ରମଣ କମିଥାଏ ।

ଏହାର କାରଣ କଣ

1 ରୁ 3 ମାସର ଗଛ ଅଧିକ ସଂବେଦନଶୀଳ ଅଟନ୍ତି ।ମାଈ ପୋକ ପତ୍ର ତଳେ 3 ରୁ 5 ଟି ଧାଡିରେ 60 ଟି ପର୍ଯ୍ୟନ୍ତ ଧଳା , ଚେପଟା ଅଣ୍ଡା ଗୁଚ୍ଛ ଭାବରେ ଦିଏ । ଶୂକ ଅଣ୍ଡାରୁ 1 ରୁ 6 ଦିନ ଭିତରେ ବାହାରନ୍ତି , ବିଛୁରିତ ହୁଅନ୍ତି ଏବଂ ଭୁଇଁ ପାଖରେ କଣା କରି କାଣ୍ଡ ଭିତରେ ପଶନ୍ତି । ଏହିପରି ଭାବରେ ଶୂକ ଅନ୍ୟ ଆଡେ ଯାଇ ଅନ୍ୟ କାଣ୍ଡକୁ ମଧ୍ୟ ଆକ୍ରମଣ କରିପାରେ । 25 ରୁ 30 ଦିନ ମଧ୍ୟରେ ଏହା ପୂର୍ଣ ବୃଦ୍ଧି ପାଇ କାଣ୍ଡ ମଧ୍ୟରେ କୋଷା କରେ । 6 ରୁ 8 ଦିନ ପରେ ବୟସ୍କ ପ୍ରଜାପତି ବାହାରେ । ପୁରା ଜୀବନ କାଳ 35 ରୁ 40 ଦିନ ମଧ୍ୟରେ ଶେଷ ହୁଏ ।


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି ବା ସହନୀୟ କିସମ ବ୍ୟବହାର କରନ୍ତୁ । ଆଖୁ କ୍ଷେତ ପାଖରେ ବିକଳ୍ପ ପୋଷକ ଥିବା ଗଛ ଲଗାନ୍ତୁ ନାହି ( ସ୍ଵାଙ୍କ , ଦୁବ ଘାସ , ମକା ) । ଆକ୍ରମଣରୁ ବଞ୍ଚିବା ପାଇଁ ଋତୁରେ ସହଳ ଲଗାନ୍ତୁ । ପ୍ରଜାପଟିକୁ ଧରିବା ପାଇଁ ଫେରୋମୋନ ଜନ୍ତା ଓ ଆଲୋକ ଜନ୍ତା ବ୍ୟବହାର କରନ୍ତୁ । ଅମଳ ପରେ ଶୁଖିଲା କାଣ୍ଡ ଓ ଫସଲର ଅନ୍ୟ ଅବଶେଷକୁ କଢନ୍ତୁ ଓ ନଷ୍ଟ କରନ୍ତୁ । ମୁଗ ,ବିରି , ଧଣିଚା ସହିତ ଅନ୍ତଃ ଫସଲ ମଧ୍ୟ ବଯସ୍କମାନଙ୍କୁ ବିକର୍ଷିତ କରେ । ଯବକ୍ଷାରଜାନ ସାର ଅଧିକ ଦିଅନ୍ତୁ ନାହି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ