ଅଲିଭ

ଅଲିଭ କାତି ପୋକ

Parlatoria oleae

ପୋକ

5 mins to read

ସଂକ୍ଷେପରେ

  • ସାଇଟ୍ରସ/ଲେମ୍ବୁ ଜାତୀୟ ଫସଲରେ ପର୍ଯ୍ୟାୟକ୍ରମେ ଦେଖାଯାଉଥିବା ଏକ କୀଟ, ଯାହା ଖାଇବା ଯୋଗୁଁ ବାହାରୁଥିବା ଏକ ଉପ ଉତ୍ପାଦ ଗଛ ଉପରେ ଜମା କରିଥାଏ। ସଂକ୍ରମିତ ଫଳଗୁଡିକ ବାଇଗଣୀ ଦାଗ ବିକଶିତ କରେ ଯାହା ଅମଳ ସମୟରେ ଅଧିକ ଦେଖାଯାଏ। ଅଧିକ ମାତ୍ରାରେ ସଂକ୍ରମଣ ପତ୍ରର ସହଳ ପତନ କିମ୍ବା ବର୍ଷ ବର୍ଷ ଧରି ଫଳର ଅଭାବ ସୃଷ୍ଟି କରିପାରେ।.

ମଧ୍ୟ ଦେଖା ଯାଇପାରେ

6 ଫସଲ ଗୁଡିକ
ବାଦାମ
ଆପେଲ
ଆପ୍ରିକଟ
ଅଲିଭ
More

ଅଲିଭ

ଲକ୍ଷଣ

ପ୍ରାଥମିକ ଭାବରେ, ପୋଷକ ଗଛର ସମସ୍ତ ବାୟବୀୟ ଅଂଶ ଅଲିଭ୍ ସ୍କେଲ/କାତି ଦ୍ୱାରା ଆକ୍ରମଣର ଶିକାର ହୋଇପାରେ। ଏହା ସାଧାରଣତଃ ଗଣ୍ଡି, ଶାଖା ଏବଂ ଡାଳର ବକଳ ଉପରେ ଲାଗି ରହିଥାଏ। ତଥାପି, ଏହାର ଉପସ୍ଥିତି ପତ୍ରରେ ଛୋଟ ଧଳା ବିନ୍ଦୁ ଦ୍ୱାରା ସୂଚିତ କରାଯାଇପାରେ। ଅଲିଭ୍ ଉପରେ, ସଂକ୍ରମଣ ଦ୍ଵାରା ବିକୃତି ଏବଂ ଖାଇବା ସ୍ଥାନ ଚାରିପାଖରେ ଏକ ଧୂସର କେନ୍ଦ୍ର ସହିତ କଳା ଦାଗର ବିକାଶ ହୁଏ। ଅନ୍ୟ ଫଳଗୁଡିକ (ଉଦାହରଣ ସ୍ୱରୂପ, ଏପଲ୍ ଏବଂ ପିଚ) ଏହା ବଦଳରେ ଏକ ଗାଢ ଲାଲ ଦାଗ ପ୍ରଦର୍ଶନ କରିପାରନ୍ତି। ଅତ୍ୟଧିକ କୀଟସଂଖ୍ୟା ପତ୍ର ଝାଉଁଳା, ବିବର୍ଣ୍ଣତା ଏବଂ ପତ୍ରହୀନତା ସୃଷ୍ଟି କରିଥାଏ। ଏହି ଅବସ୍ଥାରେ ଫଳର ରଙ୍ଗ, ଅକାଳ ଫଳ ଝଡା, ଡାଳ ଏବଂ ଶାଖାର ଦୁର୍ବଳତା ଏବଂ ଅଗମାରୀ ରୋଗ ମଧ୍ୟ ସାଧାରଣ ଅଟେ।

Recommendations

ଜୈବିକ ନିୟନ୍ତ୍ରଣ

ପରଭକ୍ଷୀ ବିରୁଡି ମଧ୍ୟରେ, ଅନେକ ପ୍ରଜାତିର ଆପିଟିସ୍, କୋକୋଫାଗୋଏଡ୍ ଏବଂ ଏନକାରସିଆ ସଫଳତାର ସହିତ ଅଲିଭ୍ କାତିପୋକ ସଂଖ୍ୟାକୁ ଅଧାକୁ ହ୍ରାସ କରିପାରନ୍ତି ଯଦି ବସନ୍ତ ପିଢୀ ପାଇଁ ବ୍ୟବହୃତହୁଏ। ଗ୍ରୀଷ୍ମଦିନେ କୀଟସଂଖ୍ୟା ଉପରେ କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ। ପରଭକ୍ଷୀ ମାଇଟ୍ ଚେଲେଟୋଜେନସ୍ ଅର୍ନାଟସ୍ ଏବଂ ବିଭିନ୍ନ ପ୍ରକାରର ଚିଲୋରସ୍ ମଧ୍ୟ ନିମ୍ଫ/ଶୂକ ଏବଂ ବୟସ୍କଙ୍କ ଉପରେ ଆକ୍ରମଣ କରି ଅଲିଭ୍ କାତିପୋକର ସଂଖ୍ୟାକୁ ଦମନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଶୀତଦିନେ ଗଛର କାଠ ଅଂଶରେ ଉଦ୍ୟାନ ତେଲ ସ୍ପ୍ରେ କରାଯାଇପାରେ। ବସନ୍ତରେ, କୀଟ ନିୟନ୍ତ୍ରକ କିମ୍ବା ଅର୍ଗାନୋଫୋସଫେଟ୍ ଉପରେ ଆଧାରିତ କୀଟନାଶକ, ବସନ୍ତରେ କ୍ରଲର/ଶୂକର ଆବିର୍ଭାବରେ ବ୍ୟବହାର କରାଯାଇପାରେ। ସଠିକ୍ ପ୍ରୟୋଗ ସମୟ ନିର୍ଣ୍ଣୟ କରିବା ପାଇଁ ନିରୀକ୍ଷଣ କରିବା ଜରୁରୀ ଅଟେ।

ଏହାର କାରଣ କଣ

ଲକ୍ଷଣଗୁଡିକ ବୟସ୍କମାନଙ୍କ ଖାଇବା କାର୍ଯ୍ୟକଳାପ ଏବଂ ଅଲିଭ୍ କାତିର ପାର୍ଲାଟୋରିଆ ଓଲିଆର ନିମ୍ଫ/ଶୂକ ଦ୍ୱାରା ହୋଇଥାଏ। ସେଗୁଡିକ ପତ୍ର ଏବଂ ଫଳ ଉପରେ ଏବଂ ଗଣ୍ଡି ର ବକଳ, ଶାଖା ଏବଂ ଡାଳରେ ବୋଳି ହୋଇଥିବାର ଦେଖାଯାଏ। ସେମାନଙ୍କର ବିକାଶ ଏତେ ଦ୍ରୁତ ଅଟେ ଯେ ସେମାନେ ପ୍ରକୃତରେ ସମାନ ଟିସୁରେ ଜୀବନ୍ତ କୀଟମାନଙ୍କର ଅନେକ ସ୍ତର ସୃଷ୍ଟି କରିପାରନ୍ତି। ମୃତ କାତି ସେମାନଙ୍କ ଉପରେ ରହି କୀଟନାଶକରୁ ରକ୍ଷା କରିପାରେ। ତାପମାତ୍ରା ଏବଂ ପୋଷକ ଗଛ ଉପରେ ନିର୍ଭର କରି ସେମାନେ ବର୍ଷକୁ ଦୁଇ କିମ୍ବା ତିନି ପିଢୀ ପାଇପାରିବେ। ବୃଦ୍ଧିର ନିମ୍ନ ସୀମା 10 ° C, କିନ୍ତୁ ସେମାନେ ଶୁଷ୍କ ଅବସ୍ଥା ପ୍ରତି ମଧ୍ୟ ସମ୍ବେଦନଶୀଳ। ଫଳ ଉପରେ ଥିବା ଦାଗଗୁଡ଼ିକ ଏକ ବିଷାକ୍ତ ପଦାର୍ଥର ପ୍ରବେଶ ହେତୁ ହୋଇଥାଏ ଏବଂ କାତିପୋକ ମରିଗଲେ ମଧ୍ୟ ଏହି ଦାଗ ସ୍ଥାୟୀ ଅଟେ। ଅଲିଭ୍ କାତିପୋକ ଅଲିଭ୍ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ହୋଇପାରେ, ମୁଖ୍ୟତଃ ଟେବୁଲ୍ କିସମ ପାଇଁ ଅଟେ।


ସୁରକ୍ଷାତ୍ମକ ଉପାୟ

  • ଆପଣଙ୍କ ଅଞ୍ଚଳରେ କିମ୍ବା ଦେଶରେ କ୍ଵାରାଣ୍ଟାଇନ ନିୟମାବଳୀ ଯାଞ୍ଚ କରନ୍ତୁ। ଅଲିଭ୍ କାତିର ଚିହ୍ନ ପାଇଁ ବଗିଚା ଉପରେ ନଜର ରଖନ୍ତୁ ଏବଂ କ୍ରଲର/ଶୂକର ଉତ୍ପତ୍ତି ଯାଞ୍ଚ କରନ୍ତୁ। ଏକ ସୁସ୍ଥ ଉତ୍ପାଦନ ପାଇଁ ବଗିଚାର ପରିଛନ୍ନତା ଜରୁରୀ ଅଟେ। ପଡିଥିବା ଫଳ କାଢି ଦିଅନ୍ତୁ, ଯାହା ମାଈମାନଙ୍କ ପାଇଁ ପୋଷକଭାବରେ କାର୍ଯ୍ୟ କରିପାରେ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ