ଅନ୍ୟ

କନିଅର କାତି ପୋକ

Aspidiotus nerii

ପୋକ

5 mins to read

ସଂକ୍ଷେପରେ

  • ପତ୍ର ଝାଉଁଳେ ଓ ଅକାଳରେ ଝଡିଯାଇପାରେ । ଫଳ ବିକୃତ ହୁଏ । କଳା ଫିମ୍ପି ଆବରଣ ପତ୍ର ଓ ଫଳ ଉପରେ ଥାଏ । କାଣ୍ଡ ,ପତ୍ର ଓ ଫଳ ଉପରେ କିଛି କିଛି କାତି ଥାଏ ।.

ମଧ୍ୟ ଦେଖା ଯାଇପାରେ


ଅନ୍ୟ

ଲକ୍ଷଣ

ପୋଷକ ଗଛର ଅଧିକାଂଶ ଅଂଶକୁ କନିଅର କାତି ପୋକ ଖାଏ ଏବଂ ଲକ୍ଷଣ ଆକ୍ରାନ୍ତର ମାତ୍ରା ଉପରେ ନିର୍ଭର କରେ । ଆକ୍ରାନ୍ତର ପ୍ରଥମ ଲକ୍ଷଣ ହେଉଛିପୋଷକ ଗଛର କାଣ୍ଡ, ପତ୍ର ଓ ଫଳ ଉପରେ ଧଳା କାତି କବଚ ( ପ୍ରାୟ 2ମିମି ବ୍ୟାସ ) । ସେମାନେ ଖାଇବା ସମୟରେ ,ମହୁବିନ୍ଦୁ ଯାହାକି ଫଳ ଓ ପତ୍ର ଉପରେ ପଡେ ଏବଂ କଳା ଫିମ୍ପି ବୃଦ୍ଧି ଅନୁକୂଳ କରେ । ଅତ୍ୟଧିକ ଆକ୍ରାନ୍ତ ହେଲେ , ପତ୍ରରେ ଝାଉଁଳା ଦେଖାଯାଏ ଓ ଅକାଳରେ ଝଡିଯାଏ । ଡାଳ ଶୁଖିଯାଇପାରେ ଓ ଫଳ ବିକୃତ ହୋଇପାରେ ଯାହାକି ଟେବଲ ଅଲିଭ କ୍ଷେତ୍ରରେ ସାଂଘାତିକ ହୋଇପାରେ । ମୋଟାମୋଟି ଭାବରେ , ଗଛ ଦୁର୍ବଳ ଚେହେରା ଦେଖାଏ ଏବଂ ଅମଳ ଓ ମାନ ପ୍ରଭାବିତ ହୋଇପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ପରଭୋଜୀ ବିରୁଡି ଆଫିଟସ ମେଲିନସ ଏବଂ ଆଫିଟିସ ଚିଲେନସିସ ଓ କୋକସିନେଲିଡ ପରଭକ୍ଷୀ ଚିଲୋକୋରସ ବାଇପୁଶ୍ଚୁଲାଟସ , ରାଇଜୋବାଇଅସ ଲୋଫାଣ୍ଟେ ଓ ଚିଲୋକୋରସ କୁୱାନେ ଆଦି ଏ ॰ ନେରିଲର ପ୍ରାକୃତିକ ଶତ୍ରୁ ଅଟନ୍ତି । ଅଧିକ ଆକ୍ରାନ୍ତ ଓ ଖରା ଜାଗାରେ କାତି ପୋକ ନିୟନ୍ତ୍ରଣ କରିବାକୁ ଶେଷାକ୍ତ ଶତ୍ରୁ ( ପରଭକ୍ଷୀ ) ଅଧିକ ସଫଳତା ଦିଏ । ଗଛ ତେଲ , ଗଛ ନିର୍ଯ୍ୟାସ ,ଫେଟି ଏସିଡ କିମ୍ବା ପାଇରେଥ୍ରିଂସ ଭଳି କମ ଦିନ କାମ କରିବା ଜୈବିକ କୀଟନାଶକ ବ୍ୟବହାର କରାଯାଇପାରେ । ବାରମ୍ବାର ପ୍ରୟୋଗ ଆବଶ୍ୟକ ହୁଏ ଓ ପତ୍ର ତଳ ପଟେ ପ୍ରୟୋଗ କରିବା ଉଚିତ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା ,ଜୈବିକ ପଦ୍ଧତି ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଡେଲ୍ଟାମେଥ୍ରିନ ,ଳାମ୍ବଡା-ସିଆହାଲୋଥ୍ରିନ କିମ୍ବା ସାଇପରମେଥ୍ରିନ ସ୍ପର୍ଶ କୀଟନାଶକ ସିଂଚନ , ଯଦି ପତ୍ରର ତଳପଟେ ଭଲଭାବରେ ଦିଆଯାଏ , ଏହା ନିୟନ୍ତ୍ରଣ ହୋଇପାରେ । ଶରୀରଚର କୀଟନାଶକ ଏସିଟାମିପ୍ରିଡ ଗଛ ଟିସୂ ଦ୍ଵାରା ଶୋଷିତ ହୁଏ ଏବଂ ଖାଇବା ସମୟରେ କାତି ଦେହ ଭିତରକୁ ଯାଏ । ଜାଣି ରଖନ୍ତୁ ଯେ, ମୃତ କାତି ଗୁଡିକ ପତ୍ର କିମ୍ବା କାଣ୍ଡରେ ଦୃଢ ଭାବରେ ଲାଗିରହେ ।

ଏହାର କାରଣ କଣ

ଆସ୍ପିଡିୟତସ ନେରି ର କାର୍ଯ୍ୟକଳାପ ଯୋଗୁଁ ଏହି ଲକ୍ଷଣ ଦେଖାଯାଏ । ବଯସ୍କମାନେ ଚେପଟା , ଅଣ୍ଡାକାର , ପ୍ରାୟ 2ମିମି ଲମ୍ବ ଏବଂ ଧଳା , ମହମ ଆବରଣ ଥାଏ ଯାହା ତରଳ ପଦାର୍ଥକୁ ବିକର୍ଷିତ କରେ । ଅପ୍ରାପ୍ତ ଅବସ୍ଥାରେ ( ଗୁରୁଣ୍ଡିବା ) ଏମାନେ ଅତି ଛୋଟ ଥାଆନ୍ତି । କାଣ୍ଡରେ ଓ ପତ୍ରର ତଳ ପଟେ ଉଭୟ କଠିନ ପଦାର୍ଥ ଦ୍ଵାରା ଆବୃତ ହୋଇ ରହନ୍ତି ଓ ଗଛ ରସ ଶୋଷନ୍ତି । ଦୂର ଜାଗାକୁ ଏହାର ବିସ୍ତାର ଆକ୍ରାନ୍ତ ଗଛ ସାମଗ୍ରୀ ଦ୍ଵାରା ହୁଏ । ସ୍ଥାନୀୟଭାବରେ , ଗୁରୁଣ୍ଡିବା ଛୁଆମାନେ ଅତି ସକ୍ରିୟ ଓ ଗତିଶୀଳ ଏବଂ ଗୋଟିଏ ଗଛରୁ ଅନ୍ୟ ଗଛର ଶାଖା ସ୍ପର୍ଶ ଥିଲେ ସହଜରେ ଯାଆନ୍ତି । ସେମାନଙ୍କ ଜୀବନ ଚକ୍ରରେ ତାପମାତ୍ରା ଓ ଆର୍ଦ୍ରତା ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଏ । 30 ଡିଗ୍ରୀ C ରେ ଗୁରୁଣ୍ଡିବା ଛୁଆର ବିକାଶ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୁଏ । କନିଅର କାତି ପୋକ ସାଧାରଣତଃ ଅଲିଭ ଗଛର ଏକ ଗୌଣ କୀଟ ବୋଲି ଧରାଯାଏ । ଅନ୍ୟ ପୋଷକ ଗଛ ମଧ୍ୟରେ ଏପଲ , ଆମ୍ବ , ତାଳ ,କନିଅର ଓ କମଳା ଜାତୀୟ ପ୍ରଧାନ ।


ସୁରକ୍ଷାତ୍ମକ ଉପାୟ

  • ଲଗାଇବା ସମୟରେ ଗଛ ଗଛ ମଧ୍ୟରେ ଯଥେଷ୍ଟ ଯଥେଷ୍ଟ ବ୍ୟବଧାନ ଦିଅନ୍ତୁ । ବିଭିନ୍ନ ଗଛର ଶାଖା ପରସ୍ପର ସ୍ପର୍ଶ ନହେବା ପାଇଁ ପ୍ରଚୁର କାଟଛାଣ୍ଟ କରନ୍ତୁ । କାତି ପୋକର ଲକ୍ଷଣ ପାଇଁ ବଗିଚା ନିରୀକ୍ଷଣ କରନ୍ତୁ ଓ ଯଦି ସଂଖ୍ୟା କମ ଅଛି ହାତରେ କୋରି କାଢିଦିଅନ୍ତୁ । ଆମଦାନୀ ହୋଇଥିବା ସବୁ ବଂଶ ବିସ୍ତାର ସାମଗ୍ରୀରେ କାତି ପୋକର ଉପସ୍ଥିତି ଯାଞ୍ଚ କରନ୍ତୁ । ଅଧିକ ଆକ୍ରାନ୍ତ ସାମଗ୍ରୀ ପରିବହନ କରନ୍ତୁ ନାହିଁ । ବ୍ୟାପକ କୀଟନାଶକ ବ୍ୟବହାର କରନ୍ତୁ ନାହିଁ , ଏହା ଉପକାରୀ କୀଟକୁ ପ୍ରଭାବ ପକାଇବ । ଅତ୍ୟଧିକ ଆକ୍ରାନ୍ତ ଗଛ କାଢି ନୂଆ ଗଛ ଲଗାଇବା କଥା ଚିନ୍ତା କରନ୍ତୁ । ଜନ୍ତା କିମ୍ବା ପ୍ରତିବନ୍ଧକ ରଖି ପିମ୍ପୁଡି ଧରନ୍ତୁ ବା ବାଧା ଦିଅନ୍ତୁ ଯାହାକି ଏମାନଙ୍କୁ ରକ୍ଷା କରେ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ