ଅଲିଭ

ଅଲିଭ ବକଳ ଭୃଙ୍ଗ

Phloeotribus scarabaeoides

ପୋକ

5 mins to read

ସଂକ୍ଷେପରେ

  • ଗଛର ବକଳରେ ପ୍ରବେଶ ଛିଦ୍ର ଥାଏ। ବକଳ ତଳେ ଅନୁପ୍ରସ୍ଥ ସୁଡଙ୍ଗ ଦେଖାଯାଏ। ଡାଳ ଓ ଶାଖାରେ ବଳୟାକୃତି ଭାବେ ବକଳ ବାହାରିଯିବା ଏବଂ ମଉଳିଯିବା ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ଅଲିଭ

ଅଲିଭ

ଲକ୍ଷଣ

ସିଧାସଳଖ ବକଳ ତଳେ, ବୟସ୍କ ମାଈପୋକ ପ୍ରବେଶ କଣାର ଗୋଟିଏ ପଟେ ଅନେକ କଣାଯୁକ୍ତ ଅନୁପ୍ରସ୍ଥ ସୁଡଙ୍ଗ ଖୋଳିଥାଏ। ଡାଳ ବା ଶାଖା ଭିତରେ ମାଇପୋକ ପ୍ରାୟ 60 ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ। ଅଣ୍ଡା ଫୁଟି ଲାର୍ଭା ବାହାରିବା ପରେ, ସେମାନେ କାଠର ବାହ୍ୟ କୋମଳ ଅଂଶର ଉପର ଓ ତଳକୁ ବିନ୍ଧ କରିବାକୁ ଆରମ୍ଭ କରନ୍ତି। ପ୍ରବେଶ କଣା ପାଖରେ ବକଳକୁ କାଟି କାଢିଲେ ଏହା ସ୍ପଷ୍ଟ ଦେଖାଯାଏ। ଖାଇବା ଯୋଗୁଁ ଡାଳ ବା ଶାଖାରେ ଆଂଶିକ କିମ୍ବା ସଂପୂର୍ଣ୍ଣ ରୂପେ ବଳୟାକୃତି ଭାବେ ବକଳ ବାହାରିଯାଇଥାଏ, ଡାଳର ଗଠନକୁ ଦୁର୍ବଳ କରିଥାଏ ଏବଂ ପରିବାହୀ ଟିସୂର କ୍ଷତି କରିଥାଏ। ଖାଇବା ଗାଲେରୀ ଭିତରେ ଲାର୍ଭା ପ୍ୟୁପା କରିଥାଏ। ଅଲିଭ ଗଛ ବ୍ୟତୀତ, ଏହି ଭୃଙ୍ଗ ଓଲିଆଣ୍ଡର (ନିରିଅମ ଓଲିଏନ୍ଦର), ବେଳେବେଳେ ଇଉରୋପିଆନ ଆଶ (ଫ୍ରାକ୍ସିନାସ ଏକ୍ସେଲସିଅର) ଏବଂ ଲିଲାକ (ସିରିଞ୍ଜା ଭୁଲଗାରିସ) ଆଦି ଗଛକୁ ଖାଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ବିଭିନ୍ନ ପରିବାରର ଅସଂଖ୍ୟ ପରଭକ୍ଷୀ ବିରୁଡି ଦ୍ଵାରା ଭୃଙ୍ଗ ଆକ୍ରମଣର ଶିକାର ହୋଇଥାଏ। ଏହି ଜାତିଗୁଡିକ ମଧ୍ୟରୁ ଗୋଟିଏ ପ୍ରୟୋଗ କଲେ ଏହାର ନିୟନ୍ତ୍ରଣ ଜନିତ ପ୍ରଭାବ ବର୍ଷରୁ ବର୍ଷ ପରିବର୍ତ୍ତନ ହୋଇଥାଏ। ଚେରୋପାଚସ କ୍ଵାଡ୍ରାମ ପରଭକ୍ଷୀ ବିରୁଡି ହେଉଛି ଅଲିଭ ବକଳ ଭୃଙ୍ଗର ପ୍ରଧାନ ପ୍ରାକୃତିକ ଶତ୍ରୁ , ଯାହାକି ଭୃଙ୍ଗ ସଂଖ୍ୟା 30 - 50% ହ୍ରାସ କରିପାରେ। ପାରେଥ୍ରଏଡ ଭିତ୍ତିକ କୀଟନାଶକର ପ୍ରୟୋଗ ଦ୍ଵାରା ପ୍ରାକୃତିକ ଶତ୍ରୁ ପ୍ରତିକୂଳ ଭାବରେ ପ୍ରଭାବିତ ହୋଇପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଏଥିଲିନ ଭିତ୍ତିକ ଫେରୋମୋନ ଜନ୍ତା ବ୍ୟବହାର କରି ଭୃଙ୍ଗକୁ ଆକର୍ଷିତ କରାଇବା ପାଇଁ ସୁପାରିସ କରାଯାଏ। ଡେଲ୍ଟାମେଥ୍ରିନ ଭଳି ପାଇରେଥ୍ରଏଡ ଭିତ୍ତିକ କୀଟନାଶକ ପ୍ରୟୋଗ ଭୃଙ୍ଗ ସଂଖ୍ୟା ଯଥେଷ୍ଟ ହ୍ରାସ କରାଇଥିବା ପ୍ରମାଣିତ ହୋଇଛି। ଉଭୟ ପ୍ରଣାଳୀ ସମନ୍ଵିତ ଭାବରେ ବ୍ୟବହାର କରିଲେ ଉତ୍ତମ ଫଳ ଦେଖାଇଥାଏ।

ଏହାର କାରଣ କଣ

ଅଲିଭ ବକଳ ଭୃଙ୍ଗ ଦ୍ଵାରା ଏହି ଲକ୍ଷଣ ହୋଇଥାଏ, ଯାହାର ବର୍ଷକ ମଧ୍ୟରେ ପାରିପାର୍ଶ୍ଵିକ ପରିସ୍ଥିତି ଅନୁସାରେ 2 ରୁ 4 ପିଢୀ ହୋଇଥାଏ। ବସନ୍ତ ଓ ସହଳ ଗ୍ରୀଷ୍ମରେ ବୟସ୍କ ଭୃଙ୍ଗ ଜୀବନ୍ତ ଗଛ ଅପେକ୍ଷା ଜାଳେଣୀ ପାଇଁ ରଖିଥିବା କାଠ ଓ କାଟଛାଣ୍ଟ ପରେ କଟା ଦାଗରେ ଅଣ୍ଡା ଦେବାକୁ ଚେଷ୍ଟା କରିଥାଏ। ଲାର୍ଭା ଗୁଡିକ ଜାଇଲୋଫାଗସ ମାନେ ମୁଖ୍ୟତଃ କାଠ ଖାଇଥାଏ। ଏହି କୀଟ ସ୍ଥାନୀୟ ଭାବେ ନୂଆ ଚାଷ ସ୍ଥାନକୁ ଉଡି ଯିବା ପାଇଁ ସମର୍ଥ ଅଟେ। ଯେତେବେଳେ ଆକ୍ରାନ୍ତ କାଠ କିମ୍ବା ରୋପଣ ସାମଗ୍ରୀ ଦୂର ସ୍ଥାନକୁ ପରିବହନ କରାଯାଏ, ଏହା ମଧ୍ୟ ବିସ୍ତାର ଲାଭ କରିଥାଏ। ଆକ୍ରାନ୍ତ ମାତ୍ରା ସାଂଘାତିକ ହେଲେ ଅଲିଭ ଫୁଲ ଓ ଫଳ ସଂଖ୍ୟା ହ୍ରାସ ହୋଇଥାଏ ଏବଂ 70 % ପର୍ଯ୍ୟନ୍ତ ଫସଲ କ୍ଷତି ହୋଇଥାଏ। ଏପରି ଆକ୍ରାନ୍ତ ହେଲେ ଅଲିଭ ଗଛ ପରବର୍ତ୍ତୀ 5 ବର୍ଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଉତ୍ପାଦନହୀନ ହୋଇଥାଏ। ନୂଆ ଗଛର ଅଧିକ ସଂବେଦନଶୀଳତା ଥାଏ, ଯେହେତୁ କ୍ଷତି ଗଣ୍ଡିରେ ବଳୟାକୃତି ଭାବେ ବକଳ ନଷ୍ଟ କରିଥାଏ।


ସୁରକ୍ଷାତ୍ମକ ଉପାୟ

  • ସଂକ୍ରମିତ ଶାଖାକୁ କାଢି ପୋଡିଦେବା କିମ୍ବା ବଗିଚାରୁ ଦୂରରେ ଗଭୀରରେ ପୋତିଦେବା ଉଚିତ। ଏହି ନିୟମ ଗଛ ଅବଶେଷ ଏବଂ କାଟଛାଣ୍ଟ ସାମଗ୍ରୀ ପାଇଁ ମଧ୍ୟ ପ୍ରଯୁଜ୍ୟ ଅଟେ। କୀଟର ସଂକେତ ପାଇଁ ଅଲିଭ ଗଛ ମନିଟର କରନ୍ତୁ। ଶାଖାର ପ୍ରତି ମିଟରରେ ଯଦି 3 ଟିରୁ ଅଧିକ କୀଟ ଗାଲେରୀ ଦେଖାଯାଏ, ଅଲିଭ ଅମଳ କମିବା ଆଶା କରାଯାଏ। ସୁନିଶ୍ଚିତ କରନ୍ତୁ ଯେ ବଗିଚା ପାଖରେ ଅଲିଭ ବକଳ ଭୃଙ୍ଗର ବିକଳ୍ପ ପୋଷକ ଦେଖାଯାଏ ନାହିଁ। ବକଳ ଭୃଙ୍ଗ ପ୍ରତି ପ୍ରାକୃତିକ ପ୍ରତିରୋଧକତା ବଢାଇବା ପାଇଁ ସମତୁଲ ସାର ପ୍ରୟୋଗ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ