Prays oleae
ପୋକ
ଲକ୍ଷଣ ମୁଖ୍ୟତଃ ବର୍ଷର ସମୟ ଉପରେ ନିର୍ଭର କରିଥାଏ। ପତ୍ର ଖିଆ ପିଢୀ ପତ୍ରର ଦୁଇଟି ବାହ୍ୟ ସ୍ତର ମଧ୍ୟରେ ସୁଡଙ୍ଗ କରିଥାଏ ଓ ପତ୍ରର ତଳପଟେ ପ୍ରଚୁର ମଳ ତ୍ୟାଗ କରିଥାଏ। ଖାଇବା ଢାଞ୍ଚା ଏକ ଝରକା ଭଳି ଦେଖାଯାଏ। ଫୁଲ ଖାଉଥିବ ପିଢୀ ଅନେକ ଛୋଟ ଫୁଲକୁ ରେଶମୀ ସୂତାରେ ବୁଣି ବସା ପ୍ରସ୍ତୁତ କରିଥାଏ। ଖାଇବା ପ୍ରକ୍ରିୟା ପ୍ରଚୁର ମଳର ଦାନା ର ଅବସ୍ଥିତି ସୁଚେଇ ଥାଏ। ଫଳ ଖାଇବା ପିଢୀରେ, ଛୋଟ ଫଳରେ ସହଳ ଗ୍ରୀଷ୍ମରେ ଲାର୍ଭା ବିନ୍ଧ କରିଥାଏ ଓ ଯେତେବେଳେ ସଂପୂର୍ଣ୍ଣ ବୃଦ୍ଧି ପାଇଥାନ୍ତି ମାଟିରେ ପ୍ୟୁପା କରିବା ପାଇଁ ସହଳ ଶରଦ ଋତୁରେ ସେଠାରୁ ପ୍ରସ୍ଥାନ କରିଥାଏ। ଫଳରେ ଏହି କ୍ଷତି ଅକାଳ ଫଳଝଡାର ପ୍ରତ୍ୟକ୍ଷ କାରଣ ଅଟେ।
କିଛି ପରଭକ୍ଷୀ ଅଛନ୍ତି ଯଥା- ପିମ୍ପୁଡି, କ୍ରାଇସୋପିଡ଼ ଏବଂ ଭୃଙ୍ଗ ଯାହାକି ଗୋଟିଏ କିମ୍ବା କେତେକ ପିଢୀର ଅଣ୍ଡା ଖାଇଥାଏ। ବିରୁଡିର କିଛି ଜାତି, ଟ୍ରାଇକୋଗ୍ରାମା ଇଭାନେସେନସ ଏବଂ ଏଜେନିଆସ୍ପିସ ଫସିକୋଲିସ ଆଦି ପରଜୀବୀ ଅଟନ୍ତି। ବାସିଲସ ଥୁରିଞ୍ଜିଏଂସିସ କୃସ୍ତାକି ଦ୍ରବଣ ମଧ୍ୟ ଅଲିଭ ପ୍ରଜାପତିର ସଂଖ୍ୟା ଯଥେଷ୍ଟ କମାଇ ଥିବାର ଦେଖା ଯାଇଛି। ବୟସ୍କ ପ୍ରଜାପତି ଧରିବା ପାଇଁ ଫେରୋମୋନ ଜନ୍ତା ଅତି ଫଳପ୍ରସୂ ଅଟେ ଏବଂ ସହଳ ବସନ୍ତରେ ସ୍ଥାପନ କରାଯିବା ଉଚିତ।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ସଙ୍ଗମରେ ବ୍ୟାଘାତ କିମ୍ବା ଏଥିଲିନ ପ୍ରୟୋଗ ଏହି କୀଟର ଫଳପ୍ରସୂ ନିୟନ୍ତ୍ରଣ କରିଥାଏ। ଅର୍ଗାନୋଫସଫେଟ ଥିବା ପଦାର୍ଥ ଫୁଲ ଖାଉଥିବା (ପ୍ରଥମ ପିଢୀ) ଲାର୍ଭା ଅବସ୍ଥାରେ ପ୍ରୟୋଗ କରିଲେ ଉତ୍ତମ ଭାବରେ ନିୟନ୍ତ୍ରଣ ହୋଇପାରେ।
କଢ, ପତ୍ର ଏବଂ ଫଳରେ କ୍ଷତି ପ୍ରାୟସ ଓଲି ନାମକ ଜାତିର ଲାର୍ଭାର ତିନୋଟି ପିଢୀ ଦ୍ଵାରା ହୋଇଥାଏ। ବୟସ୍କ ପ୍ରଜାପତିର କିଛି କଳା ଦାଗ ଏବଂ ରୌପ୍ୟ ଧାତବ ଔଜ୍ଜ୍ଵଲ୍ୟ ସହିତ ଧୂସର ଆଗ ଡେଣା ଥାଏ, ଯାହାକି କିଛି ପ୍ରଜାପତିରେ ରହେ ନାହିଁ। ପଛ ଡେଣାରେ ଏକରୂପ ଧୂସର ବର୍ଣ୍ଣ ଥାଏ। ପିଢୀ ଅନୁସାରେ ଲାର୍ଭା ବର୍ଣ୍ଣ ଓ ଆକାରରେ ପରିବର୍ତ୍ତନ ହୋଇଥାଏ। ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ପିଢୀ ଅଲିଭ ଗଛର ଏକ ନିର୍ଦ୍ଧିଷ୍ଟ ଅଂଶ ପାଇଁ ସ୍ଵତନ୍ତ୍ର ଅଟେ। ପ୍ରଥମ ପିଢୀର ଲାର୍ଭା (ପତ୍ର ପିଢୀ) ମଧ୍ୟ ବସନ୍ତରେ ଦେଖାଯାଏ ଓ କଢ ମଧ୍ୟରେ ଏବଂ ବିଳମ୍ବ ଅବସ୍ଥାରେ ଫୁଲ ଖାଇଥାଏ। ଦ୍ଵିତୀୟ ପିଢୀର ଲାର୍ଭା (ଫୁଲ ପିଢୀ) ସହଳ ଗ୍ରୀଷ୍ମରେ ବାହାରି ଥାଏ ଏବଂ ଅଧିକ କ୍ଷତିକାରକ ଅଟେ। ମାଈ ପୋକ କାଣ୍ଡ ନିକଟରେ ଛୋଟ ଫଳରେ ଅଣ୍ଡା ଦେଇଥାଏ ଏବଂ ଛୋଟ ନୂଆ ଲାର୍ଭା ଫଳରେ ବିନ୍ଧା କରି ଖାଇଥାଏ, ଯାହା ଫଳରେ ଫଳଝଡା ଅଧିକ ହୋଇଥାଏ। ସର୍ବଶେଷରେ, ଯେଉଁ ପିଢୀ ଫଳରୁ ବାହାରି ଥାଏ, ପତ୍ର ଆଡକୁ ଗତି କରିଥାଏ, ଯେଉଁଠି ସେମାନେ ସୁଡଙ୍ଗ କରି ପତ୍ର ସୁଡଙ୍ଗକାରୀ କୀଟ ଭଳି ପତ୍ରର ଦୁଇ ବାହ୍ୟ ସ୍ତର ମଧ୍ୟରେ ସୁଡଙ୍ଗ କରିଥାଏ।