ଅଲିଭ

କଳା କାତିପୋକ

Saissetia oleae

ପୋକ

ସଂକ୍ଷେପରେ

  • ନିର୍ଗତ ହୋଇଥିବା ମହୁ ବିନ୍ଦୁ ପିମ୍ପୁଡି ମାନଙ୍କୁ ଆକର୍ଷଣ କରେ ଏବଂ କଳା ଫିମ୍ପି ସୃଷ୍ଟି ପାଇଁ ସାହାଯ୍ୟ କରେ.
  • ପଚା ପତ୍ର ଅସମୟରେ ଝଡ଼ିଯାଏ.
  • ଗଛ ବାଙ୍ଗରା ହୋଇଯାଏ.
  • ପତ୍ରର ତଳ ପଟେ ଓ କାଣ୍ଡରେ କଳା କାତି ପୋକ ମେଞ୍ଚା ମେଞ୍ଚା ହୋଇ ଦେଖାଯାଏ.

ମଧ୍ୟ ଦେଖା ଯାଇପାରେ

6 ଫସଲ ଗୁଡିକ
ଆପ୍ରିକଟ
ଲେମ୍ବୁଜାତୀୟ
କଫି
ଅଲିଭ
More

ଅଲିଭ

ଲକ୍ଷଣ

କଳା କାତିପୋକ ବହୁ ସଂଖ୍ୟାରେ ପତ୍ର ଓ କାଣ୍ଡ ରେ ଖାଇଥାନ୍ତି ଏବଂ ପ୍ରଚୁର ପରିମାଣରେ ରସ ଶୋଷିଥାନ୍ତ ଯାହା ଫଳରେ ଗଛର ସାଧାରଣ ଭାବେ ଦୁର୍ବଳ ହୋଇଯାଏ ଏବଂ ଏହା ବାଙ୍ଗରା ହୋଇଯାଏ. ଖାଇବା ସମୟରେ ସେମାନେ ପ୍ରଚୁର ପରିମାଣର ଅଠାଳିଆ ମହୁ ବିନ୍ଦୁ ପ୍ରସ୍ତୁତ କରିଥାନ୍ତି ଯାହା ତଳେ ପଡି ପାଖରେ ଥିବା ପତ୍ର ଓ ଫଳ ରେ ଏକ ମୋଟା କଳା ପଦାର୍ଥ ର ପରସ୍ତ ତିଆରି ପଡିଥାଏ. ଏହି ମହୁ ବିନ୍ଦୁ ପିମ୍ପୁଡି ମାନଙ୍କୁ ଆକର୍ଷିତ କରେ ଓ ଅତି ଶୀଘ୍ର କଳା ଫିମ୍ପି ଏଥିରେ ସୃଷ୍ଟି ହୋଇଥାନ୍ତି. ଏହି ଫିମ୍ପି ଜମିଥିବା ଶର୍କରା ଉପରେ ବଞ୍ଚିଥାନ୍ତି. ଏହା ଫଳରେ ଆଲୋକ ସଂଶ୍ଳେଷଣ ର ମାତ୍ରା କମି ଯାଇଥାଏ. ଅତି ମାତ୍ରାରେ ସଂକ୍ରମିତ ପତ୍ର ଅସମୟରେ ଝଡି ଯାଏ. ବୟସ୍କ ପୋକ ଗୁଡିକ ଗାଢ଼ ଧୂସର କିମ୍ବା ବାଦାମୀ ରୁ କଳା ମେଞ୍ଚା ମେଞ୍ଚା ହୋଇ ପତ୍ରର ତଳ ପଟେ ଏବଂ କାଣ୍ଡ ରେ ଦେଖାଯାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

କେତେକ ପରଜୀବୀ ବିରୁଡି ଯଥା ସ୍କୁଟେଲିଷ୍ଟା କାଏରୁଲିଆ (Scutellista caerulea), ଡାଇ ଭେର ସୀନେର୍ଵସ (Diversinervus elegans) ଏବଂ ମେଟାଫାଇକସ ହେଲଭୋଲସ (Metaphycus helvolus)ଏବଂ ଲେଡିବାର୍ଡ଼ (Chilocorus bipustulatus) ର କିଛି ପ୍ରଜାତି କଳା କାତିପୋକ କୁ ଠିକ ପରିସ୍ଥିତିରେ ଦମନ କରିପାରେ. ତୋଟାରେ ଥିବା ପ୍ରାକୃତିକ ଶତ୍ରୁ ମାନଙ୍କୁ ରକ୍ଷା କରିବା ପାଇଁ ବ୍ୟାପକ ପ୍ରଭାବୀ କୀଟନାଶକ ର ବ୍ୟବହାର କରନ୍ତୁ ନାହିଁ. କାନୋଲା ତେଲ କିମ୍ବା ଫିମ୍ପି ରୁ ପ୍ରସ୍ତୁତ ଜୈବିକ କୀଟନାଶକ ମଧ୍ୟ ବ୍ୟବହାର କରି କଳା କାତିପୋକ ର ନିୟନ୍ତ୍ରଣ କର ଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଉଭୟ ପାର୍ଶ୍ୱରେ ଅଠା ଥିବା ଟ୍ରାପକୁ ଡାଳପତ୍ରରେ ଝୁଲାଇ ରଖି ଶୂକ ମାନଙ୍କର ଉପସ୍ଥିତିକୁ ଆକଳନ କରନ୍ତୁ. ଯଦି ଦେହଳୀ ସୀମାରୁ (threshold limit) ରୁ ଅଧିକ ସଂଖ୍ୟାରେ ଦେଖାଯାଏ ତେବେ ସଂକୀର୍ଣ୍ଣ ରେଞ୍ଜର ଖଣିଜ ଧଳା ତେଲର ସ୍ପ୍ରେ କିମ୍ବା ପୋକ ବୃଦ୍ଧି ନିୟନ୍ତ୍ରକ ପାଇରିପ୍ରକ୍ସିଫେନ (pyriproxyfen) ପ୍ରୟୋଗ କରାଯାଇପାରେ. କ୍ଲୋରୋପାଇରିଫସ ଥିବା ଫର୍ମୁଲା ମଧ୍ୟ ପ୍ରୟୋଗ କରାଯାଇପାରେ.

ଏହାର କାରଣ କଣ

ବୟସ୍କ ମାଈ କଳା କାତିପୋକ ପ୍ରାୟ 5 ମିମି ବ୍ୟାସର ହୋଇଥାଏ ଏବଂ ଏହାର ରଙ୍ଗ ଗାଢ଼ ବାଦାମୀ କିମ୍ବା କଳା ହୋଇଥାଏ. ଏହାର ପିଠିରେ ଏକ H ଆକାରର ଏକ ହୁଡ଼ା ଥାଏ. ସେମାନେ ଆଗ ଡାଳ ଓ ଶାଖାକୁ ହେମନ୍ତ ଋତୁର ଶେଷ ସମୟରେ ଯାଇଥାନ୍ତି ଓ ସେଥିରେ ପୁରା ଜୀବନ ବିତାଇଥାନ୍ତି. ଯୁବ କାତି ପୋକ (କ୍ରଲର) ଗୁଡିକ ହଳଦିଆ ରୁ ନାରଙ୍ଗୀ ରନଗର ହୋଇଥାନ୍ତି ଓ ପତ୍ର ଏବଂ ଆଗ ଡାଳ ରେ ଦେଖାଦେଇଥାନ୍ତି. ସେମାନେ ଚାଲି ଚାଲି କିମ୍ବା ବେଳେବେଳେ ପବନ ଦ୍ୱାରା ଉଡେଇ ହୋଇ ଯାଇଥାନ୍ତି ଏବଂ ପତ୍ରର ତଳ ପଟେ ଶିରା ର କଡେ କଡେ ରହନ୍ତି. ସେମାନେ କାଣ୍ଟଛାଣ୍ଟ ହୋଇନଥିବା ମୁଖ୍ୟତଃ ଉତ୍ତର ଦିଗ ରେ ଥିବା ଗହଳିଆ ଡାଳପତ୍ରରେ ବଞ୍ଚିଥାନ୍ତି. ଅପରପକ୍ଷରେ ଖୋଲା, ଭଲ ପବନ ଚଳପ୍ରଚଳ ହେଉଥିବା ଫସଲରେ କଳା କାତିପୋକ କୁ ସାହାଯ୍ୟ ମିଳି ନଥାଏ. ପ୍ରତିକୂଳ ପରିବେଶରେ ଗୋଟେ ବର୍ଷରେ ସେମାନେ ଏକରୁ ଦୁଇ ପୀଢ଼ି ଏବଂ ଜଳସେଚିତ ତୋଟାରେ ଦୁଇ ପୀଢ଼ି ପର୍ଯ୍ୟନ୍ତ ରହି ପାରନ୍ତି. ବିକଳ୍ପ ପୋଷକ ଫସଲ ମଧ୍ୟରେ ଲେମ୍ବୁ ଜାତୀୟ ଫସଲ, ପିସ୍ତା, ନାସପାତି, ଟାକୁଆ ଥିବା ଫଳ ଗଛ ଏବଂ ଡାଳିମ୍ବ ଅନ୍ୟତମ.


ସୁରକ୍ଷାତ୍ମକ ଉପାୟ

  • ଅଲିଭ ଗଛକୁ ନିୟମିତ ଭାବେ କଳାକାତି ପୋକ ର ସଂକ୍ରମଣ ଦେଖିବା ପାଇଁ ନିରୀକ୍ଷଣ କରନ୍ତୁ.
  • ଆବଶ୍ୟକ ଅନୁସାରେ ଡାଳପତ୍ର କାଣ୍ଟଛାଣ୍ଟ କଲେ ବାୟୁ ପ୍ରବାହ ବଢିଥାଏ ଓ କଳା କାତିପୋକ ର ଜୀବନ ଚକ୍ରରେ ବାଧା ସୃଷ୍ଟି ହୋଇଥାଏ.
  • ଅଳ୍ପ ସଂକ୍ରମଣ ହେଲେ ସଂକ୍ରମିତ ଡାଳ ପତ୍ରକୁ ହାତରେ ବାହାର କରି କିମ୍ବା ପୋକଗୁଡିକୁ ଚାପି ମାରିଦେଇ ହେବ.
  • ସଂକ୍ରମିତ ଡାଳପତ୍ର କୁ ବାହାର କରି ତୋଟାରୁ କିଛି ଦୂରରେ ଜଳାଇ ଦିଅନ୍ତୁ କିମ୍ବା ଗଭୀର ମାଟିରେ ପୋତିଦିଅନ୍ତୁ.
  • ଅତ୍ୟଧିକ କୀଟନାଶକ ବ୍ୟବହାର କରନ୍ତୁ ନାହିଁ କାରଣ ଏହା ପୋକର ପ୍ରାକୃତିକ ଶତ୍ରୁ ମାନଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ.
  • କିଛି ଅଠାଳିଆ ପଦାର୍ଥ କୁ ଗଛର ଗଣ୍ଡିର ଗୋଲେଇରେ ଲଗାଇଲେ ପିମ୍ପୁଡି ମାନଙ୍କ ଠାରୁ ସୁରକ୍ଷା ମିଳିବ.
  • ଗୋଟିଏ ଗଛରଡାଳପତ୍ର ପାଖ ଗଛର ଡାଳପତ୍ର ସହିତ ଯେମିତି ଲାଗି ନରହେ ସେଥିପାଇଁ ଯଥେଷ୍ଟ କାଣ୍ଟଛାଣ୍ଟ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ