ଅଲିଭ

ଅଲିଭ ଫଳ ମାଛି

Bactrocera oleae

ପୋକ

5 mins to read

ସଂକ୍ଷେପରେ

  • ପାଚିଲା ଫଳରେ ତ୍ରିଭୁଜାକାରର କଣା ସ୍ପଷ୍ଟ ଦେଖାଯାଏ। ତାହା ପ୍ରଥମେ ଗାଢ ସବୁଜ ଥାଏ, କିନ୍ତୁ ପରେ ହଳଦିଆ-ମାଟିଆରେ ପରିଣତ ହୋଇଥାଏ। ଫଳ ସଶ ଲାର୍ଭା ଖାଇବା ଦ୍ଵାରା କ୍ଷତିଗ୍ରସ୍ତ ହୋଇଥାଏ। ଅଲିଭ ଫଳ ଶୁଖିଯାଇ ଝଡି ଯାଇପାରେ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ଅଲିଭ

ଅଲିଭ

ଲକ୍ଷଣ

ପାଚିଲା ଫଳରେ ମାଇପୋକ ଅଣ୍ଡା ଦେଇଥିବା କଣା ସ୍ପଷ୍ଟ ଭାବରେ ଦେଖାଯାଏ। ତାହାର ଏକ ନିର୍ଦ୍ଧିଷ୍ଟ ତ୍ରିଭୁଜ ଆକାର ଥାଏ ଏବଂ ପ୍ରଥମେ ଗାଢ ସବୁଜ ଥାଏ, କିନ୍ତୁ ପରେ ହଳଦିଆ-ମାଟିଆରେ ପରିଣତ ହୋଇଥାଏ। ଫଳ ମଧ୍ୟରେ ଖାଇବା ପ୍ରକ୍ରିୟା ଯୋଗୁଁ ଅଧିକ କ୍ଷତି ହୋଇଥାଏ। ଅଲିଭ ଫଳ ଶୁଖିଯାଇ ଝଡି ଯାଇପାରେ। ଏହି ଆଘାତ ବ୍ୟାକ୍ଟେରିଆ ଓ କବକର ପ୍ରବେଶ କଣା ଭାବେ କାର୍ଯ୍ୟ କରିଥାଏ। ଅମଳ ଓ ଫଳର ଗୁଣବତ୍ତା ପ୍ରଭାବିତ ହୋଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଅଲିଭ ଫଳ ମାଛି ନିୟନ୍ତ୍ରଣକୁ ଆଣିବା ପାଇଁ ଆକ୍ରାନ୍ତ ବଗିଚାରେ କିଛି ପରଭକ୍ଷୀ ବିରୁଡି ଛାଡନ୍ତୁ। ଓପିଅସ କନକଲର, ନିଗାଲିଓ ମେଡିଟେରାନସ, ଫୋପିଅସ ଆରିସନସ, ଡାଇଆଚଶ୍ମିମୋର୍ଫା କ୍ରାସି କିମ୍ବା ଇଉରିତୋମା ମାର୍ଟେଲି ଆଦି ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି। ଲାସିୟପ୍ଟେରା ବେରଲେସିଆନା ମଧ୍ୟ ଏକ ପରଭକ୍ଷୀ ଅଟେ। ପ୍ରାକୃତିକ ବିକର୍ଷକ ଭାବରେ ନିମ୍ବ ଗଛ ନିର୍ଯ୍ୟାସ କିମ୍ବା ରୋଟେନନ ବ୍ୟବହାର କରାଯାଇ ପାରେ। ମାଇପୋକକୁ ଅଣ୍ଡା ଦେବାରୁ ବଞ୍ଚିତ କରିବା ପାଇଁ କାଓଲିନ ଗୁଣ୍ଡ ସଫଳ ଭାବରେ ବ୍ୟବହୃତ ହୋଇଛି। କପର ଭିତ୍ତିକ ବିକର୍ଷକ ( ବୋର୍ଡକ୍ସ ମିଶ୍ରଣ, କପର ହାଇଡ୍ରୋଅକ୍ସାଇଡ, କପର ଅକ୍ସିକ୍ଳୋରାଇଡ ) ଆଦି ନିରାକରଣ ଉପଚାର ଅଟେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ମାଛି ସଂଖ୍ୟା ଅର୍ଥନୈତିକ ସୀମା ପହଞ୍ଚିଲେ, ଡାଇମେଥୋଏଟ, ଡେଲ୍ଟାମେଥ୍ରିନ, ଫସମେଟ କିମ୍ବା ଇମିଡାକ୍ଳୋରିଡ ଥିବା କୀଟନାଶକ ବ୍ୟବହାର କରାଯାଇ ପାରେ। ନିରାକରଣ ଉପଚାର ଯଥା- ବିଷାକ୍ତ ପ୍ରୋଟିନ ଥୋପ କିମ୍ବା ମାଛି ସମୂହକୁ ଧରିବା ଦ୍ଵାରା ସମ୍ଭବ ହୋଇଥାଏ।

ଏହାର କାରଣ କଣ

ବ୍ୟାକଟ୍ରୋସିଆ ଓଲି ନାମକ ଅଲିଭ ଫଳ ମାଛିର ଲାର୍ଭା, ଅଲିଭ ଗଛ ଯାହାର କେବଳ ପୋଷକ ଅଟେ, ଯୋଗୁଁ ଏହି ଲକ୍ଷଣ ଦେଖାଯାଏ। ବୟସ୍କମାନେ କଳା ମାଟିଆ ଶରୀର, କମଳା ବର୍ଣ୍ଣର ମୁଣ୍ଡ ଏବଂ ବକ୍ଷର ଉଭୟ ପଟେ ଧଳା କିମ୍ବା ହଳଦିଆ ଦାଗ ସହିତ ପ୍ରାୟ 4 - 5 ମିମି ଲମ୍ବା ହୋଇଥାଏ। ଗାଢ ଶିରା ଏବଂ ଅଗ୍ର ପାଖରେ ଏକ ଗାଢ ଦାଗ ସହିତ ଡେଣା ଅର୍ଦ୍ଧ ସ୍ଵଚ୍ଛ ହୋଇଥାଏ। ଅଲିଭ ଫଳ ମାଛି ବୟସ୍କ ଭାବରେ କିଛି ମାସ ବଞ୍ଚି ରହିପାରେ। ମାଇପୋକ ଉଦର ତଳେ ଥିବା ଫୋଡଣି ଦ୍ଵାରା ପାଚିଲା ଫଳର ଚୋପା କଣା କରି ଭିତରେ ଗୋଟିଏ ଅଣ୍ଡା ରଖିଥାଏ। ଜୀବନ କାଳରେ ମାଇପୋକ ପ୍ରାୟ 400 ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ। ଲାର୍ଭା କ୍ରିମ ଧଳା ବର୍ଣ୍ଣର ହୋଇଥାଏ ଏବଂ ଫଳ ଶସ ଖାଇ ଅଧିକ କ୍ଷତି କରିଥାଏ ଓ ଅକାଳ ଫଳ ଝଡା କରିଥାଏ। ତାପମାତ୍ରା ଅନୁସାରେ (ଅନୁକୂଳ ହେଉଛି 20-30 °C) ବର୍ଷରେ ଅଲିଭ ମାଛିର 2 ରୁ 5 ପିଢୀ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ, ପ୍ରତିରୋଧୀ କିସମ ଚୟନ କରନ୍ତୁ। ମାଛି ଧରିବା ଓ ସେମାନଙ୍କ ସଂଖ୍ୟା ଜାଣିବା ପାଇଁ ଅଠାଳିଆ କିମ୍ବା ଫେରୋମୋନ ଜନ୍ତା ବ୍ୟବହାର କରନ୍ତୁ। ଅଧିକ କ୍ଷତି ଏଡାଇବା ପାଇଁ ସହଳ ଅମଳ କରନ୍ତୁ ଏବଂ ଅମଳରେ ହ୍ରାସର କ୍ଷତିପୂରଣ ଗୁଣବତ୍ତା ବଢିବା ଦ୍ଵାରା ହୋଇପାରେ। କୀଟ ସଂଖ୍ୟା ବୃଦ୍ଧି ଏଡାଇବା ପାଇଁ ବଗିଚାର ପରିଚ୍ଛନ୍ନତା ରକ୍ଷା କରନ୍ତୁ। ଗଛ ଓ ଜମିରୁ ସଂକ୍ରମିତ ଫଳ କାଢି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ