ଅନ୍ୟ

ତୁଳାଗଦି କାତି ପୋକ

Icerya purchasi

ପୋକ

ସଂକ୍ଷେପରେ

  • ବୟସ୍କ ଓ ଶୁକ ପ୍ରବଳ ଭାବେ ଗଛର ରସ ଖାଇଥାନ୍ତି ଏବଂ ପ୍ରଚୁର ପରିମାଣରେ ମହୁ ବିନ୍ଦୁ ପ୍ରସ୍ତୁତ କରିଥାନ୍ତି.
  • ପତ୍ର ଝାଉଁଳି ଯିବା ଓ ଅଗରୁ ଗଛ ମରିଯିବା ଲକ୍ଷଣ ଦେଖାଯାଇପାରେ.
  • ଅତ୍ୟଧିକ ମହୁ ବିନ୍ଦୁ ର ଉପଲବ୍ଧତା କଳା ଫିମ୍ପିର ବିକାଶ ପାଇଁ ସାହାଯ୍ୟ କରିଥାଏ.
  • ଗଛର ସତେଜତା କମି ଯାଇଥାଏ ଏବଂ ଫଳ ମାନ ଓ ଉତ୍ପାଦନତା ଯଥେଷ୍ଟ ପରିମାଣରେ କମିଯାଇଥାଏ.

ମଧ୍ୟ ଦେଖା ଯାଇପାରେ

5 ଫସଲ ଗୁଡିକ
ଲେମ୍ବୁଜାତୀୟ
ପିଜୁଳି
ଆମ୍ବ
ଗୋଲାପ
More

ଅନ୍ୟ

ଲକ୍ଷଣ

ବୟସ୍କ ଓ ଶୁକ ପ୍ରବଳ ଭାବେ ଗଛର ରସ ଖାଇଥାନ୍ତି ଏବଂ ପ୍ରଚୁର ପରିମାଣରେ ମହୁ ବିନ୍ଦୁ ପ୍ରସ୍ତୁତ କରିଥାନ୍ତି. ଏହି ମହୁ ବିନ୍ଦୁ ସମ୍ବେଦନଶୀଳ ଗଛର କାଣ୍ଡ, ଡାଳ, ପତ୍ର ଏବଂ ଫୁଲଫଳକୁ ପୁରା ଘୋଡାଇ ରଖି ଥାଏ. ଗଛର ରସ କମି ଯିବା ଯୋଗୁଁ ପତ୍ର ଝାଉଁଳି ଯାଏ ଏବଂ ଛୋଟ ଡାଳ ସବୁ ଆଗରୁ ମରିବା ଆରମ୍ଭ ହୋଇଯାଏ. ଖାଇବା ସମୟରେ ପ୍ରଚୁର ପରିମାଣର ହନି ଡ଼ିଉ ପ୍ରସ୍ତୁତ ହୁଏ ଯାହା ପାତ୍ରରେ ଏକ ପରସ୍ତ କରି ଦେଇଥାଏ ଏବଂ ଏହା କଳା ଫିମ୍ପିର ବିକାଶକୁ ପ୍ରୋତ୍ସାହନ ଦେଇଥାଏ. ଅତ୍ୟଧିକ ସଂକ୍ରମଣ ସମୟରେ ପତ୍ରଝଡ଼ା ଓ ଛୋଟ ଡାଳ ର ଅଗରୁ ମରିଯିବା ସହ ଆଲୋକ ସଂଶ୍ଳେଷଣ ର ହାର କମିଯାଇଥାଏ. ଏହାଦ୍ୱାରା ଗଛର ସତେଜତା କମି ଯାଇଥାଏ ଏବଂ ଫଳ ମାନ ଓ ଉତ୍ପାଦନତା ଯଥେଷ୍ଟ ପରିମାଣରେ କମିଯାଇଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଏହି ପୋକର ଶିକାରୀ ଭାବେ ଲେଡିବାର୍ଡ ଓ ଲେସଉଇଙ୍ଗ ଅନ୍ୟତମ. ନିର୍ଦ୍ଧିଷ୍ଟ ପ୍ରାକୃତିକ ଶତ୍ରୁ ମଧ୍ୟରେ ଭେଡାଳିଆ ବିଟିଲ (vedalia beetle), ରୋଡାଲିଆ କାର୍ଡିନାଲିସ (Rodolia cardinalis) ଯାହାର ଯୁବ ଲାର୍ଭା କାତି ପୋକର ଅଣ୍ଡା ଖାଇଥାନ୍ତି ଏବଂ ବୟସ୍କ ଲାର୍ଭା ସବୁ ଅବସ୍ଥାର କାତି ପୋକ ଖାଇଥାନ୍ତି. ପରଜୀବୀ ମାଛି, କ୍ରିପ୍ଟୋଚାଏଟମ ଇସେରିୟା (Cryptochaetum iceryae) ମଧ୍ୟ ଏହି ପୋକର ଏକ ପ୍ରଭାବୀ ପରଜୀବୀ ଅଟେ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. କାତି ଓ ଶୁକ ସବୁ ଏକ ବହଳିଆ ମହମ ପରସ୍ତ ଦ୍ୱାରା ଘୋଡାଇ ହୋଇଥିବା ଯୋଗୁଁ ରାସାୟନିକ କୀଟନାଶକ ଦ୍ୱାରା ଏହାର ନିୟନ୍ତ୍ରଣ କଷ୍ଟକର ହୋଇଥାଏ. ଏସିଟାମିପ୍ରିଡ଼ (acetamiprid) ଏବଂ ମାଲାଥିଅନ (malathion) ର ସକ୍ରିୟ ଉପାଦାନ ଥିବା କୀଟନାଶକ ଏହି ପୋକ ନିୟନ୍ତ୍ରଣ ପାଇଁ ଅନୁମୋଦନ କରାଯାଇଥାଏ. ଅଣ୍ଡା ଦେବା ପରେ ତୁରନ୍ତ ପେଟ୍ରୋଲିଅମ ଟେଲର ସ୍ପ୍ରେ କଲେ ଶୁକ ଗୁଡିକୁ ଘଉଡ଼ାଇ ଯାଇ ପାରେ ଓ ଗଛ ଟିସୁରେ ଖାଇବାରୁ ବଞ୍ଚିତ କରାଯାଇପାରେ.

ଏହାର କାରଣ କଣ

ତୁଳାଗଦି କାତି ପୋକ ଆଇସେରିୟା ପୁର୍ଚାସି (Icerya purchasi) ଗଛର ଫ୍ଲୋଏମ ରୁ ରସ ଶୋଷଣ କରିବା ଯୋଗୁଁ ଏହି ଲକ୍ଷଣ ଦେଖାଦେଇଥାଏ. କିଛି ଅଞ୍ଚଳରେ ଅନ୍ୟ ଜାତିର ପୋକ ଅଧିକ ଦେଖାଦେଇପାରେ, ଉଦାହରଣ ସ୍ୱରୂପ ପ୍ଲାନୋକୋକସ ସାଇଟ୍ରି (Planococcus citri). ଏହି କାତି ପୋକ ପ୍ରାୟ 10-15 ମିମି ଲମ୍ବା ଏବଂ ଏହାର ଜୀବନ ଚକ୍ର ଅନୁକୂଳ ପରିସ୍ଥିତିରେ ପ୍ରାୟ 2 ମାସ ହୋଇଥାଏ. ମାଈ କାତି ପୋକ ପାଖାପାଖି 1000 ଅଣ୍ଡା ଦେଇଥାଏ ଯାହା ପେଟ ପାଖରେ ଏକ ତୁଳା ପରି ଖୋପରେ ନେଇ ପତ୍ର ଉପରେ ଦେଇଥାଏ. ନୂଆକରି ଫୁଟିଥିବା ଶୁକ (କିମ୍ବା ଗୁରୁଣ୍ଡୁ ଥିବା ପୋକ) ପ୍ରଥମେ ସାଧାରଣତଃ ପତ୍ରର ଶିରା କଡେ କଡେ ଏବଂ ନୁଆଁ ଡାଳ ଖାଇଥାଏ. ଯେତେବେଳେ ସେମାନେ ବଡ଼ ହୁଅନ୍ତି ସେମାନେ ଶାଖା ଏବଂ ଗଣ୍ଡି ଉପରେ ମଧ୍ୟ ଦେଖାଯାଆନ୍ତି କିନ୍ତୁ ଫଳ ଉପରେ କ୍ଵଚିତ ଦେଖାଯାଆନ୍ତି. ଏହି ପୋକ ଓଦା ଏବଂ ଥଣ୍ଡା ପରିବେଶ କୁ ପସନ୍ଦ କରେ ଏବଂ ଲେମ୍ବୁ ଜାତୀୟ ଫସଲର ଘଞ୍ଚ ଡାଳପତ୍ର ମଧ୍ୟରେ ଭଲ ଭାବେ ବିକଶିତ ହୋଇଥାନ୍ତି. ଯେତେବେଳେ ଏମାନେ ବଢନ୍ତି ଏକ ବହଳିଆ ତୁଳା ପରି ମହମ ପରି ପରସ୍ତ ତିଆରି କରନ୍ତି ଯାହା ସେମାନଙ୍କୁ ରକ୍ଷା କରିଥାଏ. ପିମ୍ପୁଡି ମାନେ କାତି ପୋକ ଦ୍ୱାରା ପ୍ରସ୍ତୁତ ମହୁ ବିନ୍ଦୁ ଖାଇଥାନ୍ତି ଓ ପ୍ରାକୃତିକ ଶତ୍ରୁ କୀଟ ମାନଙ୍କୁ ବାଧା ଦେଇ ଏମାନଙ୍କୁ ସାହାଯ୍ୟ କରିଥାନ୍ତି. ଏହି ପୋକର ବିକଳ୍ପ ପୋଷକ ଫସଲ ଗୁଡିକ ମଧ୍ୟରେ ମୋରା (Mora), ଆକାଶିଆ (Acacia) ଏବଂ ରୋଜମାରିନସ (Rosmarinus) ର ସ୍ପେସିସ ଅନ୍ୟତମ. କିନ୍ତୁ ଏହା ଅନେକ ପ୍ରକାର ଫଳ ଏବଂ ଜଙ୍ଗଲୀ ଗଛ ତଥା ଅଳଙ୍କାରିକ ବୁଦାରେ ମଧ୍ୟ କ୍ଷୟକ୍ଷତି କରିଥାନ୍ତି.


ସୁରକ୍ଷାତ୍ମକ ଉପାୟ

  • ତୋଟା କୁ ନିୟମିତ ଭାବେ କାତିପୋକର ଉପସ୍ଥିତି ପାଇଁ ନିରୀକ୍ଷଣ କରନ୍ତୁ.
  • ଗୋଟେ ଗଛରେ ବହୁତ ସବୁଜ ଛୋଟ ଡାଳ ବାଛି ପ୍ରତ୍ୟେକ ଡାଳ ରେ ଅଣ୍ଡା ସହ ଥିବା ବୟସ୍କ କାତି ପୋକ ର ଉପସ୍ଥିତି ଦେଖନ୍ତୁ.
  • ଅତ୍ୟଧିକ କୀଟନାଶକର ବ୍ୟବହାର କରନ୍ତୁ ନାହିଁ କାରଣ ଏହା ପ୍ରାକୃତିକ ଶତ୍ରୁ ମାନଙ୍କୁ ନକାରାତ୍ମକ ଭାବେ ପ୍ରଭାବ ପକାଇପାରେ.
  • ଗଛ ସବୁ କାଣ୍ଟଛାଣ୍ଟ କଲେ କାନୋପି ରେ ଭଲ ବାୟୁ ପ୍ରବାହ ହୋଇପାରିବ.
  • ଗଛରୁ ବାହାରିଥିବା ଗଜା ଓ ଫସଲ ଅବଶେଷ କୁ ଜମିରୁ ବାହାର କରିଦିଅନ୍ତୁ.
  • ପାଚେରୀ ଓ ଟ୍ରାପ ର ବ୍ୟବହାର କରି ପିମ୍ପୁଡି ନିୟନ୍ତ୍ରଣ କରନ୍ତୁ ଯାହା ଏହି କାତି ପୋକ କୁ ସାହାଯ୍ୟ କରିଥାଏ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ