Metcalfa pruinosa
ପୋକ
ଏହି ଡିଆଁ ପୋକର ଉପସ୍ଥିତି ବହୁତ ସମୟରେ ପତ୍ରର ତଳପଟେ, କାଣ୍ଡ ରେ ଏବଂ ଫଳରେ ଧଳା ଉଲ ଓ ମହମ ପରି ପଦାର୍ଥ ର ଅବସ୍ଥିତିରୁ ଜଣ ପଡିଥାଏ. ଏହି ପଦାର୍ଥ ପୋକର ଶୁକ ଦ୍ୱାରା ପ୍ରସ୍ତୁତ ହୋଇଥାଏ ଏବଂ କେବେ କେବେ ଭୁଲରେ ଏହାକୁ ମିଲି ବଗ୍ କିମ୍ବା ତୁଳାଗଦି କାତି ପୋକ (ଯାହା ଅଧିକ କ୍ଷତି କରିଥାନ୍ତି) ସଂକ୍ରମଣର ଲକ୍ଷଣ ବୋଲି ଧରି ନିଆଯାଇଥାଏ. ଯଦି ସନ୍ଦେହ ହୁଏ ତାହେଲେ ଜାଣି ରଖନ୍ତୁ ଯେ ଯଦି କିଛି ବିଶୃଙ୍ଖଳା ହୁଏ ତେବେ ଡିଆଁ ପୋକ ଡେଇଁବା ଦେଖାଯାଇଥାଏ. ବୟସ୍କ ଓ ଶୁକର ଶୁଣ୍ଢ ଗଛ ଟିସୁକୁ ଫୋଡି ତାହାର ରସ ଶୋଷିବା ପାଇଁ ଉପଯୁକ୍ତ ହୋଇଥାଏ. ବୟସ୍କ ପୋକ ବହୁତ ସମୟରେ ପ୍ରବଳ ଭାବେ ଖାଇ ପ୍ରଚୁର ପରିମାଣର ଅଧିକ ଶର୍କରା ମହୁ ବିନ୍ଦୁ ଭାବେ ନିର୍ଗତ କରୁଥିବା ଦେଖାଯାଏ ଯାହା କଳା ଫିମ୍ପି ର ବିକାଶ ପାଇଁ ସହାୟକ ହୋଇଥାଏ. ଅସଂଖ୍ୟ ପୋକ ଥିଲେ ନୁଆଁ ଉଠୁଥିବା ଡାଳ ଠିକ ରେ ନ ବଢି ବାଙ୍ଗରା ହୋଇଯାଏ ଏବଂ ଗଛ ଦୁର୍ବଳ ହୋଇଯାଏ. ଏହି ପ୍ରକାର କ୍ଷତି ସିଧାସଳଖ ଭାବେ ପୋକ ମାନକ ଦ୍ୱାରା କିମ୍ବା ସୁବିଧଵାଦୀ ଫିମ୍ପି ଦ୍ୱାରା ହୋଇଥାଏ. ଅନ୍ୟ ସମ୍ବେଦନଶୀଳ ପୋଷକ ଫସଲରେ ନାଟକୀୟ ଭାବେ ଲକ୍ଷଣ ସବୁ ଦେଖାଦେଇପାରେ ଯେଉଁଥିରେ ପତ୍ରର ରଙ୍ଗହୀନ ହେବା, ପତ୍ର ମରିଯିବା, ଡାଳର ଅଗ ଶୁଖିଯିବା ଏବଂ ମଞ୍ଜି ବିକୃତ ହେବ କିମ୍ବା ଶୁକଡିଯିବା ଲକ୍ଷଣ ସମ୍ମିଳିତ ହୋଇଥାଏ.
ଡ୍ରାଇନିଡ଼ ପରିବାରର ଏକ ପରଜୀବୀ ବିରୁଡି, ସିଲୋଡ୍ରାଇନସ ଟିଫ୍ଲୋସିଵା ମେଟକାଲଫା ପ୍ରୁଇନୋସା (Metcalfa pruinosa) ର ଶୁକ ଉପରେ ଅଣ୍ଡା ଦେଇଥାଏ ଏବଂ ଏହାର ସଂଖ୍ୟା କମ କରିବା ପାଇଁ ସାହାଯ୍ୟ କରିପାରେ. ସାବୁନ ର ମିଶ୍ରଣ ପ୍ରୟୋଗ କଲେ ନୁଆଁ ହୋଇଥିବା ଶୁକ ପତ୍ରରୁ ଖସି ଝଡ଼ିଯାଏ. ଆହୁରି ମଧ୍ୟ ଏହା ପତ୍ରରେ ଜମିଥିବା ମହୁ ବିନ୍ଦୁକୁ ଧୋଇବା ରେ ସାହାଯ୍ୟ କରିଥାଏ. କିନ୍ତୁ, ରାସାୟନିକ କୀଟନାଶକ ପ୍ରୟୋଗ ବିନା ଏହି ପୋକ ପୁଣି ଫେରି ଆସିବେ.
ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଏହି ପୋକ ର ଚଳପ୍ରଚଳ ଗୁଣ ଯୋଗୁଁ ରାସାୟନିକ ପଦ୍ଧତି ଦ୍ୱାରା ବୟସ୍କ ପୋକର ନିୟନ୍ତ୍ରଣ କଷ୍ଟକର. ଅସଂଖ୍ୟ ପୋକର ନିୟନ୍ତ୍ରଣ କରିବା ପାଇଁ ଏକ ଉପାୟ ହେଲା ସମୟାନୁସାରେ କୀଟନାଶକ ସ୍ପ୍ରେ କରି ଶୁକ ଗୁଡିକ ନିୟନ୍ତ୍ରଣ କରିବା. ସାଧାରଣତଃ କଳା ଫିମ୍ପିର ନିୟନ୍ତ୍ରଣ ମଧ୍ୟ ଅଧିକ ଲାଭପ୍ରଦ କାରଣ ଏହା ସର୍ବାଧିକ କ୍ଷତି କରିପାରେ. ଡେ଼ଲ୍ଟାମେଥ୍ରୀନ (deltamethrin), ପାଇରାଥ୍ରଏଡ (pyrethroids) କିମ୍ବା ଡାଇମେଥୋଏଟ (dimethoate) ଥିବା ଫର୍ମୁଲା ର ଡାଳପତ୍ର କିମ୍ବା ଫଳରେ ଅନୁମୋଦିତ ମାତ୍ରାରେ ସ୍ପ୍ରେ କଲେ ଏହି ପୋକ ର ନିୟନ୍ତ୍ରଣ ଭଲଭାବେ ହୋଇଥାଏ.
ଡିଆଁ ପୋକ ମେଟକାଲଫା ପ୍ରୁଇନୋସା (Metcalfa pruinosa) ର ବୟସ୍କ ଓ ଶୁକ ଦ୍ୱାରା ଏହି ରୋଗ ହୋଇଥାଏ. ଏହା ବ୍ୟାପକ ମାତ୍ରାରେ ବୃକ୍ଷ ଫସଲକୁ ଆକ୍ରମଣ କରିଥାଏ ଯେଉଁଥିରେ ଲେମ୍ବୁଜାତୀୟ ଫସଲ ଅନ୍ୟତମ. ଏହା ଏକ ପୋକର ବିଭିନ୍ନ ପରିବେଶରେ ଭଲଭାବେ ବଞ୍ଚିବା କ୍ଷମତା ଅଛି. ଅଳ୍ପ ଦୂର ପର୍ଯ୍ୟନ୍ତ ଏହି ପୋକ ଡେଇଁ ଡେଇଁ ଯାଇପାରେ. ଏହା ଆଲୋକ ପ୍ରତି ପ୍ରବଳ ଭାବେ ଆକର୍ଷିତ ହୋଇଥାଏ. ଏହି ପୋକର ଦୂର ଜାଗାକୁ ବିସ୍ତାର କରିବା ପାଇଁ ଅନୁପଯୁକ୍ତ କୃଷି କାର୍ଯ୍ୟ ଓ କର୍ମଚାରୀ ମାନଙ୍କ କାର୍ଯ୍ୟ ର ନିର୍ଣ୍ଣାୟକ ଭୂମିକା ରହିଛି. ବୟସ୍କ ପୋକ ଗୁଡିକ ବାଦାମୀରୁ ଧୂସର ରଙ୍ଗ ଏବଂ ଏହାର ବିଶିଷ୍ଟ ସ୍ପଷ୍ଟ ଉଜ୍ଜ୍ୱଳ ନାରଙ୍ଗୀ ଆଖି ଥାଏ ଓ ତ୍ରିଭୁଜାକାର ଆଗ ଦେଣା ଥାଏ ଯେଉଁଥିରେ ଧଳା ଦାଗ ବିଛାଇ ହୋଇ ପଡିଥାଏ. ଏଗୁଡିକୁ ସହଜରେ ପ୍ରଥମେ ପ୍ରଜାପତି ବୋଲି ଭୁଲ୍ରେ ଧରି ନିଆଯାଏ. ବୟସ୍କ ଏବଂ ଶୁକ ଗୁଡିକ ପ୍ରଚୁର ପରିମାଣର ନେଳିଆ ଧଳା ମହମ ପରି ପଦାର୍ଥରେ ବୋଳି ହୋଇଥାଏ ଏବଂ ଏହା ପରବର୍ତ୍ତୀ ସମୟରେ ସଘନ ଧଳା ବାଳ ପରି ଆକାର ନେଇଥାଏ. ମାଈ ପୋକ ପ୍ରାୟ 100 ଅଣ୍ଡା ହେମନ୍ତ ଋତୁରେ ସାଧରଣତଃ ଡାଳର ବକଳା ଆଗରୁ ଥିବା କ୍ଷତ ଉପରେ କିମ୍ବା କଅଁଳ ବକଳାରେ କଣ କରି ଦେଇଥାଏ. ଯେତେବେଳେ ବସନ୍ତ ଋତୁରେ ପରିସ୍ଥିତି ଅନୁକୂଳ ହୋଇଥାଏ ଅଣ୍ଡା ଫୁଟି ଶୁକ ବାହାରଠାଏ ଓ ସେମାନେ ଗଛ ଟିସୁ ଖାଇବା ଆରମ୍ଭ କରି ଦିଅନ୍ତି. ଏଗୁଡିକ ସାଧାରଣତଃ କମ କ୍ଷତି କରିଥାନ୍ତି, କିନ୍ତୁ ଯେତେବଳେ ଗଛ ରେ ଥଣ୍ଡା ଜନିତ ଆଘାତ ହୋଇଥାଏ, ସେତେବେଳେ ଏକ ସମସ୍ୟା ହୋଇପାରେ.