ଅନ୍ୟ

ଭୂମଧ୍ୟସାଗରୀୟ ଫଳ ମାଛି

Ceratitis capitata

ପୋକ

ସଂକ୍ଷେପରେ

  • ଫଳରେ ଛୋଟ କଣା ହୋଇଯାଏ.
  • ସଂକ୍ରମିତ ଫଳ ପାଚି ନଷ୍ଟ ହୋଇଯାଏ କିମ୍ବା ଅପରିପକ୍ଵ ଅବସ୍ଥାରେ ଝଡି ଯାଏ.
  • ଚିନି ଶିରା ପରି ପଦାର୍ଥ ନିର୍ଗତ ହୁଏ.
  • ମାଛିଗୁଡିକର ରୂପେଲି ବେକ ରେ କଳା ଚିହ୍ନ ଥାଏ.
  • ତମ୍ବା ରଙ୍ଗର ପେଟରେ ଗାଢ଼ ପଟ୍ଟୀ ଥାଏ.
  • ଡେଣା ପାରଦର୍ଶୀ ଥାଏ.

ମଧ୍ୟ ଦେଖା ଯାଇପାରେ

14 ଫସଲ ଗୁଡିକ
ବାଦାମ
ଆପେଲ
ଆପ୍ରିକଟ
କଦଳୀ
More

ଅନ୍ୟ

ଲକ୍ଷଣ

ମାଛି ଦ୍ୱାରା ସଂକ୍ରମିତ ହୋଇଥିବା ଫଳରେ ଛୋଟ ଛୋଟ କଣା ମାଈ ମାଛିର ଅଣ୍ଡା ଦେବା ଜାଗାରେ ଦେଖା ଦେଇଥାଏ. ସଂକ୍ରମିତ ଫଳ ଅପରିପକ୍ଵ ସମୟରେ ପାଚିଯାଏ ଓ ସଢ଼ିଯାଏ. ଏଥରୁ ଚିନି ଶିରା ପରି ପଦାର୍ଥ ବୁନ୍ଦା ବୁନ୍ଦା ହୋଇ ନିର୍ଗତ ହୋଇପାରେ ଏବଂ ବେଳେ ବେଳେ ତଳେ ପଡ଼ିଯାଏ. ଅବସରଵାଦୀ କବକ ଏହି ଛୋଟ କଣା ଚାରିପାଖରେ ବିକଶିତ ହୋଇଥାନ୍ତି କିମ୍ବା ଫଳ ପଚି ଯାଏ. ମାଛିଗୁଡିକର ରୂପେଲି ବେକ ରେ କଳା ଚିହ୍ନ ଥାଏ. ତମ୍ବା ରଙ୍ଗର ପେଟରେ ଗାଢ଼ ପଟ୍ଟୀ ଥାଏ. ଡେଣା ପାରଦର୍ଶୀ ଥାଏ, ଯେଉଁଥିରେ ହାଲକା ବାଦାମୀ ରଙ୍ଗର ପଟ୍ଟୀ ଓ ଧୂସର ଦାଗ ସଵୁ ଥାଏ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

କିଛି ପରଜୀବୀ ଏବଂ ଶିକାରୀ ପୋକ ବ୍ୟବହାର କରି କିଛି ମାତ୍ରାରେ ଜୈବିକ ନିୟନ୍ତ୍ରଣ କରାଯାଇପାରେ. ଏହି ମାଛି ସେରାଟିଟିସ୍ କାପିଟାଟା (Ceratitis Capitata) ବିଭିନ୍ନ ପ୍ରକାର ପରଜୀବୀ କବକ ଯଥା ବିଉଭେରିଆ ବସିଆନା (Beauveria Bassiana) ଓ ଅନ୍ୟ କବକ ଏବଂ କିଛି ସୂତ୍ରଜୀବ ପ୍ରତି ସଂବେଦନଶୀଳ ଅଟେ. କେତେ ମାତ୍ରାରେ ଏହି ନିୟନ୍ତ୍ରଣ ସଫଳ ହେବ ତାହା ବିଶେଷ କରି ଫସଲର ପ୍ରକାର ଉପରେ ନିର୍ଭର କରେ. ସମ୍ଭାବିତ ଭାବେ ସଂକ୍ରମିତ ହୋଇଥିବା ଅଞ୍ଚଳରୁ ଆସୁଥିବା ଫଳକୁ ଗରମ ପାଣି ର ବାଷ୍ପ (ଉଦାହରଣ - 44°C ତାପମାନରେ 8 ଘଣ୍ଟା ପର୍ଯ୍ୟନ୍ତ) ଦ୍ୱାରା ଉତ୍ତାପ ଉପଚାର, ଗରମ ପାଣି, କୃତ୍ରିମ ଗରମ ପବନ ଏବଂ ଥଣ୍ଡା ଉପଚାର କରି ହେବ. ଏହି ନିୟନ୍ତ୍ରଣ ଭଣ୍ଡାରଣ, ପରିବହନ କିମ୍ବା ଉଭୟ ସମୟରେ ଲାଗୁ କରିହେବ. କିନ୍ତୁ ଏହି ସବୁ ପଦ୍ଧତି ଫଳର ସଞ୍ଚୟ ସୀମା କୁ କମ କରିଦିଏ. ଫସଲ କୁ ରକ୍ଷା କରିବା ପାଇଁ ସମୟ ହିସାବରେ ସ୍ଟିନୋସାଡ଼ ମଧ୍ୟ ସ୍ପ୍ରେ କରିହେବ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଫଳକୁ ମାଛିରୁ ରକ୍ଷା କରିବା ପାଇଁ କୀଟନାଶକ ଦ୍ୱାରା ଡୁବେଇ ଉପଚାର କରିବା ଏକ ଗ୍ରହଣୀୟ ପଦ୍ଧତି. ଫସଲରେ ସୁରକ୍ଷାତ୍ମକ ଭାବେ ସ୍ପ୍ରେ କରିବା ଦ୍ୱାରା ମଧ୍ୟ ଏହି ମାଛି ଆକ୍ରମଣରୁ ରକ୍ଷା ମିଳିପାରେ. କିନ୍ତୁ ଏହା ବହୁତ ମାହାଙ୍ଗା ହୋଇପାରେ. ଉପଯୁକ୍ତ କୀଟନାଶକ ଯେମିତିକି ମାଲାଥିଅନ (malathion) ସ୍ପ୍ରେ ସହିତ ମାଛି ଧରିବା ପାଇଁ କିଛି ପ୍ରୋଟିନ ଖାଦ୍ୟ ମିଶାଇ ଜାଲ ପ୍ରୟୋଗ କଲେ ଉଭୟ ଅଣ୍ଡିରା ଓ ମାଈ ମାଛି ଆକର୍ଷିତ ହୋଇଥାନ୍ତି. ଏହି ନିୟନ୍ତ୍ରଣ ପଦ୍ଧତି ଅଧିକତର ଭାବେ ଗ୍ରହଣୀୟ ଅଟେ.

ଏହାର କାରଣ କଣ

ଭୂମଧ୍ୟସାଗରୀୟ ଫଳ ମାଛିର (Ceratitis capitata) ଲାର୍ଭା ଦ୍ୱାରା ଖାଇବା ଯୋଗୁଁ ଲକ୍ଷଣ ସବୁ ଦେଖାଦେଇଥାଏ. ଯଦିଓ ଏହା ଭୂମଧ୍ୟ ସାଗର ଅଞ୍ଚଳ ହିସାବରେ ନାମିତ ହୋଇଛି, କିନ୍ତୁ ଏହା ଏହି ଅଂଚଳ ସହିତ, ଉପ ସହର ଆଫ୍ରିକା, ମଧ୍ୟ ପ୍ରାଚ୍ୟ, ଦକ୍ଷିଣ ଓ ମଧ୍ୟ ଆମେରିକା ଏବଂ ଅଷ୍ଟ୍ରେଲିଆ ରେ ଦେଖାଦେଇଥାଏ. ମାଇ ମାଛି ପାଚୁଥିବା ଫଳ କିମ୍ବା କୋଳି ର ନରମ ଚୋପା ଫୋଡି କଣା କରିଥାଏ ଓ ସେଥିରେ ଚୋପା ତଳେ ଅଣ୍ଡା ଦେଇଥାଏ. ଅଣ୍ଡା ଫୁଟିଆଲା ପରେ ଲାର୍ଭା ଫଳ ଭିତରେ ରସ ଖାଇଥାଏ. ସାଧାରଣତଃ ଏହା ଏତେ କ୍ଷତି କରିଥାଏ ଯେ ସଂକ୍ରମିତ ଫଳ ଖାଇବା ପାଇଁ ଉପଯୁକ୍ତ ହୋଇ ନଥାଏ. ଏହା ବହୁତ ପ୍ରକାର ଫସଲ ରେ ଖାଇଥାଏ. ଯଦି ପସନ୍ଦର ଫସଲ ଆଖ ପାଖରେ ନଥାଏ ଏହା ସହଜରେ ନୂଆ ପ୍ରକାର ଫସଲ ଉପରେ ଆକ୍ରମଣ କରିପାରେ. ପ୍ରମାଣ ରହିଛି ଯେ ଏହି ମାଛି ଅଵସରଵାଦୀ କବକ କୁ ମଧ୍ୟ ପରିବହନ କରିଥାଏ ଯାହା ମାଛି ଦ୍ୱାରା ସଂକ୍ରମିତ ଫଳକୁ ଆକ୍ରମଣ କରିପାରେ. ଏହା ଏକ ପୋକ ଯାହା ଅତି ଶୀଘ୍ର ବ୍ୟାପିଥାଏ ଏବଂ ବିଭିନ୍ନ ପ୍ରକାର ପରିବେଶରେ ବଞ୍ଚିପାରେ. ଯଦିଓ ଏହା ବ୍ୟାପକ ତାପମାନ ର ରେଞ୍ଜରେ ବଞ୍ଚିପାରେ, 10-30 °C ତାପମାନ ଏହା ପାଇଁ ଅନୂକୁଳ ରେଞ୍ଜ ଅଟେ.


ସୁରକ୍ଷାତ୍ମକ ଉପାୟ

  • ତୋଟାରେ ଏହି ମାଛି ଦେଖାଗଲେ ଦୟା କରି ଦେଶର କ୍ୱାରାଣ୍ଟାଇନ ନିୟମ ଗୁଡିକୁ ପାଳନ କରନ୍ତୁ.
  • ପୋକ ନିରୀକ୍ଷଣ କାରି ଜାଲ କିମ୍ବା ଫେରମୋନ ଜାଲ ବ୍ୟବହାର କରି ମାଛି ଚିହ୍ନଟ କରନ୍ତୁ.
  • ମାଛିର ଚିହ୍ନଟ ପରେ ସମ୍ପୃକ୍ତ ଅଧିକାରୀଙ୍କୁ ସଂଗେ ସଂଗେ ଜଣାନ୍ତୁ.
  • ଆଶଙ୍କା ଥିବା କୌଣସି ସଂକ୍ରମିତ ଫଳ ଅନ୍ୟ ଜାଗାକୁ ନିଅନ୍ତୁ ନାହିଁ.
  • ରପ୍ତାନି ଉପଯୋଗୀ ଫଳ ସବୁ କାଗଜ କିମ୍ବା ପଲିଥିନ ରେ ଗୁଡେଇ ରଖନ୍ତୁ.
  • ସମସ୍ତ ସଂକ୍ରମିତ ଫଳ ଡବଲ ବ୍ୟାଗ ରେ ରଖି ଅଳିଆ ଡବା ରେ ସଂଗ୍ରହ ପାଇଁ ଫୋପାଡ଼ି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ