Chilo partellus
ପୋକ
5 mins to read
କଢ, ଫୁଲ ଏବଂ ଛୁଇଁ ଉପରେ ଲକ୍ଷଣ ଗୁଡିକ ଦେଖାଯାଇଥାଏ. ଫୁଲ ଧରିବା ଅବସ୍ଥାରେ କଢ, ଫୁଲ ଏବଂ ଛୁଇଁ ଛନ୍ଦାଛନ୍ଦି କିମ୍ବା ଜଟଜଟିଆ ହେଲା ପରି ଦେଖାଯାଏ ଯାହା ଲାର୍ଭା ର ମଳ ତ୍ୟାଗ ଯୋଗୁଁ ହୋଇଥାଏ. ନୁଆଁ ଶାଖା ଓ କଢ ଗୁଡିକ ଶୁଖିଲା ପରି ଦେଖାଯାଏ. ଖାଇବା ଯୋଗୁଁ ହୋଇଥିବା କଣା ଗୁଡିକ ଛୁଇଁ ରେ ଦେଖାଯାଏ ଯାହା ମଞ୍ଜି ପାଖରେ ପହଞ୍ଚିବା ପାଇଁ ରାସ୍ତା ଅଟେ. ଚିତ୍ରିତ ଛୁଇଁ ବିନ୍ଧା ପୋକ ଦ୍ୱାରା ପତ୍ର ଓ କାଣ୍ଡ କଣା କରିବା ଯୋଗୁଁ ଶାଖାଗୁଡିକ ଶୁଖିଲା ହୋଇଯାଇଥାଏ.
ଚିତ୍ରିତ ଛୁଇଁ ବିନ୍ଧା ପୋକ ପ୍ରାୟ ପ୍ରାକୃତିକ ଶତ୍ରୁ ମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇପାରେ. ଟାକିନିଡା (Tachinidae) ଜାତିର ପରଜୀବୀ ମାଛି ଏବଂ ବ୍ରାଙ୍କୋନିଡା ଏବଂ ଇକନିଉମୋନିଡା (Braconidae & Ichneumonidae) ଜାତିର ପରଜୀବୀ ବିରୁଡି ର ସଦସ୍ୟ ଏହି ପୋକର ସଂଖ୍ୟା କୁ ସୀମିତ କରିବାରେ ସମର୍ଥ ଅଟନ୍ତି. ଶିକାରୀ ପୋକ (ଲେସଉଇଙ୍ଗ, ଲେଡୀବାର୍ଡ ବିଟିଲ, ବୁଢିଆଣୀ, ଲାଲ ପିମ୍ପୁଡି, ଡ୍ରାଗନଫ୍ଲାଇ, ରବର ଫ୍ଲାଇ, ରେଡୁଭିଡ଼ ବଗ୍ ଏବଂ ପ୍ରେଇଙ୍ଗ ମାଣ୍ଟିସ) ସହିତ ପରଜୀବୀ କୀଟ ଏକତ୍ର ହୋଇ ସଂକ୍ରମଙ୍କୁ 98% ପର୍ଯ୍ୟନ୍ତ କମ କରାଯାଇପାରେ. ଆଜାଦିରାକ୍ଟିନ (azadirachtin) କିମ୍ବା ବାସିଲସ ଥୁରିଜିଏନସିସ (Bacillus thuringiensis) କୁ ପତ୍ର ସିଞ୍ଚନ ଭାବେ ବ୍ୟବହାର କରାଯାଇପାରେ. ଏଗୁଡିକ ଫୁଲ ଧରିବା ଆରମ୍ବ ରୁ ଅମଳ ହେବା ପର୍ଯ୍ୟନ୍ତ ପ୍ରୟୋଗ କରାଯାଇପାରେ. ନିମ ତେଲ କିମ୍ବା BT ଫର୍ମୁଲା ସିଜନ ର ଆରମ୍ଭରେ କେବଳ ଥରେ ମାତ୍ର ଅନୁମୋଦିତ କରାଯାଇଥାଏ କିମ୍ବା ସଂକ୍ରମଣ ଆରମ୍ଭ ହେବା ପରେ ଯଥାଶୀଘ୍ର ପ୍ରୟୋଗ କରାଯିବ ଆବଶ୍ୟକ.
ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଆପଣ ଅନ୍ତର୍ଭେଦି କିମ୍ବା ସଂସ୍ପର୍ଶ କୀଟନାଶକ ବ୍ୟବହାର କରନ୍ତୁ ଯେତେବେଳେ ଅର୍ଥନୈତିକ ଦେହଳୀ ସୀମା 1 ବର୍ଗ କିଲୋମିଟର ରେ 3 ଟି ଲାର୍ଭା ରୁ ଅଧିକ ହୋଇଥାଏ. ଯତ୍ନ ସହକାରେ ରାସାୟନିକ ନିୟନ୍ତ୍ରଣ ପାଇଁ ଔଷଧ ଚୟନ କରନ୍ତୁ ଯେମିତି ସେଗୁଡିକ ଉପକାରୀ କୀଟ ମାନଙ୍କ ସଂଖ୍ୟା ଉପରେ କୁପ୍ରଭାବ ନ ପକାଏ. ପୋକ ସଂକ୍ରମଣ ଆରମ୍ଭରେ ଆଜାଦିରାକ୍ଟିନ (azadirachtin) 1500 ppm @ 5 ମିଲି/ଲିଟର ପ୍ରୟୋଗ କରନ୍ତୁ. କ୍ଲୋରାଣ୍ଟ୍ରାନିଲିପ୍ରୋଲ (chlorantraniliprole) 18.5 EC (0.3 ମିଲି/ଲି), କ୍ଲୋରୋପାଇରିଫସ (chlorpyrifos) 20 EC (2 ମିଲି/ଲି), ପ୍ରୋପେନୋଫସ (profenophos) 50 EC (2ମିଲି/ଲି), ସ୍ପିନୋସାଡ଼ (Spinosad) 45 SC (0.3 ମିଲି/ଲି), ଏମାମେକ୍ଟିନ ବେଞ୍ଜୋଏଟ (Emamectin benzoate) + ଲାମ୍ବଡା ସିହାଲୋଥ୍ରୀନ (lambda-cyhalothrin) 5 EC or ଫ୍ଲୁବେନଡାଇଆମାଇଡ (flubendiamide) 39.35 SC (0.2 ମିଲି/ଲି) ଥିବା ଅନ୍ୟ କୀଟନାଶକ ମଧ୍ୟ ପ୍ରଭାବୀ ରୂପେ ଏହି ପୋକ ର ନିୟନ୍ତ୍ରଣ କରା ଯାଇ ପାରେ.
ଚିତ୍ରିତ ଛୁଇଁ ବିନ୍ଧା ପୋକର ଲାର୍ଭା ଦ୍ୱାରା କ୍ଷୟକ୍ଷତି ହୋଇଥାଏ. ବୟସ୍କ ପ୍ରଜାପତି ପ୍ରଜାପତିର କଳା ଆଗ ଡେଣା ରେ ଧଳା କ୍ରସବ୍ୟାଣ୍ଡ ଦେଖାଯାଏ, ଧଳା ପଛ ଡେଣା ରେ କଳା ବୋର୍ଡ଼ର ଦେଖାଯାଏ. ମାଈ ପୋକ ଗୋଟିଏ ଲେଖାଏ କିମ୍ବା ଛୋଟ ସମୂହ ଭାବେ ଅଣ୍ଡା ପତ୍ର, କଢ ଏବଂ ଫୁଲ ରେ ଦେଇଥାଏ. ସାଗୁଆ-ଧଳା ର ଗାଢ଼ ଚିହ୍ନ ଥିବା ଲାର୍ଭା ର ବାଦାମୀ ମୁଣ୍ଡ ଥାଏ ଏବଂ ଛୋଟ କଳା ବାଳ ଶରୀରରେ ଥିବା କଳା ଭାତୁଡ଼ି ପରି ଅଂଶରେ ଦେଖାଯାଏ. ଏହି ଲାର୍ଭା ପତ୍ରର ଜାଲରେ ପ୍ୟୁପା ଅବସ୍ଥାକୁ ଯାଇଥାଏ. ଲାର୍ଭା ଗୁଡିକ ରାତ୍ରିଚର ଏବଂ ଏହା ବିଭିନ୍ନ ପୋଷକ ଫସଲ ଯଥା ଚଣା, ଝଟା, ଲଙ୍କା, ଚିନାବାଦାମ, ଧୁଆଁପତ୍ର, କପା, ସୋୟାବିନ, ରାଶି, ଆଖୁ, ଜଡ଼ା, ମନ୍ଦାର ଏବଂ ଜଙ୍ଗଲୀ ପୋଷକ ର କାଣ୍ଡ, ଡେମ୍ଫ, ଫୁଲ ଏବଂ ଛୁଇଁ ରେ ଦେଖାଦେଇଥାଏ. ପତ୍ରକୁ ମୋଡି ଜାଲ ପରି କଲା ପରେ ଏମ. ଭିତ୍ରତା (M. vitrata) ତା ଭିତରେ ରହି ଖାଇବା ଚାଲୁ ରଖିଥାଏ. ଚାରା ଅବସ୍ଥାରୁ ଆରମ୍ଭ ହୋଇ ଛୁଇଁ ହେଲା ପର୍ଯ୍ୟନ୍ତ ସଂକ୍ରମଣ ହୋଇଥାଏ. ଅନୁକୂଳିତ ତାପମାନ 20 - 28°C ଭିତରେ ଥାଏ. ଚିତ୍ରିତ କାଣ୍ଡ ବିନ୍ଧା ପୋକ ଦ୍ୱାରା ଉତ୍ପାଦକତାରେ 20-50% ପର୍ଯ୍ୟନ୍ତ କ୍ଷତି ହୋଇପାରେ.