କପା

ବକରା ଘୁଣି ପୋକ

Anthonomus grandis

ପୋକ

5 mins to read

ସଂକ୍ଷେପରେ

  • ଫୁଲ କଢ଼ରେ ଛୋଟ କଣା ଦେଖାଯାଏ ଯାହା ବାଦାମୀ ରଙ୍ଗ ହୋଇ ଝଡି ଯାଏ.
  • ଫୁଲ ମଧ୍ୟ ହଳଦିଆ ରଙ୍ଗ ହୋଇଯାଏ ଏବଂ ବୟସ ଆଗରୁ ଝଡ଼ିଯାଇଥାଏ.
  • ବକରା ର ବିକାଶ ବ୍ୟାଧିତ ହୋଇ ଯାଇଥାଏ କିମ୍ବା ବକରା ଟି ପଚି ଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କପା

ଲକ୍ଷଣ

ବୟସ୍କ ଘୁଣି ପୋକ ଫୁଲ ଫଳ ଧରୁଥିବା ଅଂଶ ତଥା ବକରା ଖାଇଥାଏ. ବେଳେବେଳେ ପତ୍ରର ଡେମ୍ଫ ଏବଂ ବଢୁଥିବା ଅଗ ମଧ୍ୟ ଖାଇଥାଏ. ଆକ୍ରମଣର ପ୍ରାରମ୍ଭିକ ସମୟରେ ପୋକ ଖାଇବା ଯୋଗୁଁ କଢ଼ର ପାର୍ଶ୍ବରେ ଦେଖା ଯାଉଥିବା ଛୋଟ ପୋଷକ କଣା ହୋଇଯାଏ କିମ୍ବା ଛୋଟ ବଥ ପରି ବଢିଥିବା ଅଂଶ ଯାହା ଅଣ୍ଡା ଦେବା ଜାଗା ରେ ଥାଏ. କଢ଼ ର ହାନି ଯୋଗୁଁ ଅସମୟରେ ଫୁଲ କିମ୍ବା ଛୋଟ ବକରା ରଙ୍ଗ ହୀନ ହୋଇଯାଇ ଝଡି ଯାଇଥାଏ ଯାହା ଭିତରେ ଲାର୍ଭା ଥାଏ. ବଡ଼ ବକରା ଯେଉଁଥିରେ କଣା ଥାଏ ସାଧାରଣତଃ ଗଛରେ ହିଁ ରହିଥାଏ ଓ ଖୋଲି ନ ପାରେ. ଅନ୍ୟପକ୍ଷରେ ସେହି ବକରା ସବୁ ଅବସରଵାଦୀ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇ ପଚି ଯିବାର ସମ୍ଭାବନା ରହିଛି. ବୟସ୍କ ପୋକ ପତ୍ରର ଡେମ୍ଫ କୁ ଗଛ ବଢିବା ସମୟରେ ଆକ୍ରମଣ କଲେ ପତ୍ର ଝାଉଁଳି ଶୁଖି ଯାଏ କିନ୍ତୁ ସହ ଲାଗି ରହିଥାଏ. ଏହି ଅବସ୍ଥା କୁ ସାଧାରଣତଃ ''କଳା ପତାକା'' ବୋଲି କୁହାଯାଏ.

Recommendations

ଜୈବିକ ନିୟନ୍ତ୍ରଣ

କାଟୋଲାକୁସ୍ ଗ୍ରାଣ୍ଡିସ୍ ପରି ପରଜୀବୀ ବିରୁଡି ଫସଲରେ ଛାଡି କିମ୍ବା ଏହି ବିରୁଡି ମାନଙ୍କୁ ଉତ୍ସାହିତ କରି ବକରା ଘୁଣି ପୋକ ର ନିୟନ୍ତ୍ରଣ କରାଯାଇପାରେ. ବିଏଉଭେରିଆ ବାସିୟାନା କବକ, ବ୍ୟାସିଲସ୍ ଥୁରିନଜିଏନ୍ସିସ୍ ଜୀବାଣୁ କିମ୍ବା କିଲୋ ଇରିଡିସେଣ୍ଟ ଭୁତାଣୁ (CIV) ରୁ ନିର୍ମିତ ଜୈବିକ କୀଟନାଶକ ମଧ୍ୟ ପ୍ରୟୋଗ କରି ଏହି ପୋକ ର ନିୟନ୍ତ୍ରଣ କରାଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ଡେ଼ଲ୍ଟାମେଥ୍ରୀନ ପରିକା ସିନ୍ଥେଟିକ ପାଇରଥରାଇଡ କୀଟନାଶକ ବକରା ଘୁଣି ପୋକ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଇପାରେ. ଆର୍ଦ୍ର ପରିବେଶରେ ନିୟନ୍ତ୍ରଣ ପ୍ରଭାବୀ ହୋଇଥାଏ. ଫେରମୋନ ଟ୍ରାପ ବ୍ୟବହାର କରି ଘୁଣି ପୋକ ର ନିରୀକ୍ଷଣ ତଥା ନିୟନ୍ତ୍ରଣ କୀଟନାଶକ କିମ୍ବା ଜୈବିକ ପଦାର୍ଥ ପ୍ରୟୋଗ ଦ୍ୱାରା କରା ଯାଇପାରେ.

ଏହାର କାରଣ କଣ

ବକରା ଘୁଣି ପୋକ ଆନ୍ଥୋନୋମୁସ୍ ଗ୍ରାଣ୍ଡିସ୍ ର ଉଭୟ ବୟସ୍କ ଓ ଶୁକ କ୍ଷତି କରିଥାନ୍ତି. ବୟସ୍କ ବିଟିଲ ପ୍ରାୟ 6 ମିମି ଲମ୍ବା ଯାହାର ପତଳା ଶୁଣ୍ଢ ଥାଏ ଯାହା ର ରଙ୍ଗ ଗାଢ଼ ବାଦାମୀ-ଲାଲ ରୁ ବାଦାମୀ କିମ୍ବା କଳା ହୋଇଥାଏ. ସେମାନେ କପା ଫସଲ ଜମିର ପାଖରେ ଥିବା ଉତ୍ତମ ଜଳ ନିଷ୍କାସିତ ଜାଗାରେ ଶୀତ ଦିନ ସାରା ରହିଥାନ୍ତି. ଶୀତ ଦିନ ସାରା ନିଷ୍କ୍ରିୟ ରହିବା ପରେ ଏମାନେ ଜମିରୁ ବାହାରନ୍ତି ଓ କପା ଫସଲରେ ବସନ୍ତ ଆରମ୍ଭ ରୁ ଖରା ଦିନ ଅଧା ସରିବା ମଧ୍ୟରେ ପ୍ରବେଶ କରିଥାନ୍ତି. ବସନ୍ତ ର ଶେଷ ସମୟରେ ଏମାନେ ସବୁଠାରୁ ଅଧିକ ବ୍ୟାପିଥାନ୍ତି ଯେତେବେଳେ ବକରା ର ବିକାଶ ହେଉଥାଏ. ମାଇ ବିଟିଲ ବଢୁଥିବା କପା ବକରାରେ ଅଣ୍ଡା ଦିଏ. ମଲାଈ ପରି ସଫେଦ ଗୋଡ ନଥିବା C ଆକାରର ଲାର୍ଭା ବକରା କିମ୍ବା ବକରା ଧରିଥିବା ଅଂଶରେ 10 ଦିନ ପର୍ଯ୍ୟନ୍ତ ଖାଇଥାଏ ଓ ପରେ ପ୍ୟୁପା ରେ ପରିଣତ ହୁଏ. ଅଣ୍ଡାରୁ ବୟସ୍କ ପର୍ଯ୍ୟନ୍ତ ଜୀବନ ଚକ୍ର ପ୍ରାୟ ଖରା ଦିନରେ ପ୍ରାୟ ତିନି ସପ୍ତାହ ହୋଇଥାଏ. ବକରା ଘୁଣି ପୋକ ଏକ ବର୍ଷରେ 8 ରୁ 10 ପୀଢ଼ି ପର୍ଯ୍ୟନ୍ତ ବଂଶବୃଦ୍ଧି କରିପାରେ.


ସୁରକ୍ଷାତ୍ମକ ଉପାୟ

  • ନିଜ ଦେଶରେ ଲାଗୁ ଥିବା କ୍ୱାରାଣ୍ଟାଇନ ନିୟମ ବିଷୟରେ ଅବଗତ ରୁହନ୍ତୁ.
  • ଡେରି ସିଜନ ରେ ଗଛ ଲଗାନ୍ତୁ ଯାହା ଫଳରେ ସର୍ବାଧିକ ପୋକ ସଂଖ୍ୟା ସମୟରୁ ବଂଚିପାରିବ.
  • ବଜାରରେ ବହୁତ ସହନଶୀଳ କିମ୍ବା ପ୍ରତିରୋଧି କିସମର ବିହନ ଉପଲବ୍ଧ ଅଛି ଏବଂ ସେଥିରୁ ଉପଯୁକ୍ତ ବିହନ ଚୟନ କରନ୍ତୁ.
  • ନିୟମିତ ଭାବେ କପା ଫସଲକୁ ପୋକର ଲକ୍ଷଣ ପାଇଁ ନିରୀକ୍ଷଣ କରନ୍ତୁ.
  • ଅତ୍ୟଧିକ ସାର ପ୍ରୟୋଗ କରନ୍ତୁ ନାହିଁ ଏବଂ ଅତ୍ୟଧିକ ଜଳସେଚନ ବି କରନ୍ତୁ ନାହିଁ.
  • ଅପରିପକ୍ଵ ଘୁଣି ପୋକ ଗରମ ଓ ଶୁଖିଯିବା ପ୍ରତି ସମ୍ବେଦନଶୀଳ ଅଟନ୍ତି.
  • ସେଥିପାଇଁ ଗଛ ଅବଶେଷକୁ ଜମିରୁ ବାହାର କରି ଦିଅନ୍ତୁ.
  • ଏହାଦ୍ୱାରା ଜମିରେ ଥିବା ଏହି ପୋକର ଲାର୍ଭା କିମ୍ବା ପ୍ୟୁପା ପ୍ରତିକୂଳ ପରିବେଶ ରେ ଆସି ନଷ୍ଟ ହୋଇଯିବେ.
  • ଗଛ ଅବଶେଷ କୁ ଜମିରେ ଚାଷ ନ କରି ବାହାର କରି ଦିଅନ୍ତୁ,ଫସଲ ଅବଶେଷକୁ ସମ୍ପୁର୍ଣ ଭାବେ ବାହାର କରି ନିଅନ୍ତୁ.
  • ସଂକ୍ରମିତ ଗଛ କୁ ଅନ୍ୟ ଜମିରେ ମଧ୍ୟ ପକାନ୍ତୁ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ