ଅନ୍ୟ

ମକା, କ୍ଷୁଦ୍ରଶସ୍ୟ ଓ ଜୋୱାରର ଗନ୍ଧି ପୋକ

Euschistus spp.

ପୋକ

5 mins to read

ସଂକ୍ଷେପରେ

  • ପତ୍ର ଉପରେ କଣାର ଧାଡି ଦେଖା ଯାଇଥାଏ । ରୁଗୁଡିଆ ବୃଦ୍ଧି , ଗଛର ବିକୃତି.
  • କମ୍ ଅମଳ ହୋଇଥାଏ.
  • ପଛ ପଟେ ତ୍ରୀକୋଣ ଚିତ୍ର ଥିବା ମାଟିଆ, ଗଂଧ ହେଉଥିବା ପୋକ ଦେଖା ଯାଇଥାଏ.

ମଧ୍ୟ ଦେଖା ଯାଇପାରେ


ଅନ୍ୟ

ଲକ୍ଷଣ

ଗନ୍ଧି ପୋକ ଗୁଡିକ ମକା ଫସଲକୁ ମୁଖ୍ୟତଃ ଚାରା ଅବସ୍ଥାରେ ବା ପ୍ରାରମ୍ଭିକ ପ୍ରସ୍ଫୁଟନ ସ୍ତରରେ ଆକ୍ରମଣ କରିଥାଏ । ମୁଖ୍ୟ କାଣ୍ଡରେ ହୋଇଥିବା କ୍ଷତିର ଭରଣା କରିବା ପାଇଁ ଚାରା ଗୁଡିକ ଅଧିକ ପିଲ ବା ଡାଳ ତିଆରି କରି ଥାଆନ୍ତି । ଏହି କୀଟର ପତ୍ର ଖାଇବାର ଅଭ୍ୟାସ ଯୋଗୁଁ ପତ୍ରରେ ସମାନ ଅନ୍ତରରେ କଣା ବା ଧାଡି ଥାଏ । କଣା ଗୁଡିକ ଆକାରରେ ବହୁତ ଅଲଗା ହୋଇଥାଏ କିନ୍ତୁ ସାଧାରଣତଃ ହଳଦିଆ ବଳୟ ଦ୍ୱାରା ଘେରି ହୋଇ ଆୟତାକାର କିମ୍ବା ଅଣ୍ଡାକୃତ୍ତିର ହୋଇଥାଆନ୍ତି । କାଣ୍ଡର ଯେଉଁ ସ୍ଥାନକୁ ଗନ୍ଧି ପୋକଟି ଖାଇ ନେଇ ଥାଏ ସେଠାରେ ଅଠାଳିଆ, କ୍ଷତ ଅଂଶ ଦେଖା ଦେଇଥାଏ । ମାରାତ୍ମକ ଭାବେ ସଂକ୍ରମିତ ଫସଲ ଗୁଡିକ ସାଧାରଣତଃ ଭାବେ ବିକୃତ ଆକାରର ହୋଇ ଥାଆନ୍ତି, ସେମାନଂକର ଗଛ ରୁଗୁଡିଆ ହୋଇଥାଏ ଓ କମ୍ ଅମଳ ହୋଇଥାଏ । ଚଁଅର ଗୁଡିକରେ ମଧ୍ୟ ବିକୃତି, ଡେରିରେ ପରିପକ୍ଵତା ଓ ପ୍ରାୟତଃ ଦୂର୍ବଳ ଦାନା ଭର୍ତ୍ତି ଦେଖା ଯାଇଥାଏ। ଗନ୍ଧି ପୋକ ଗୁଡିକ ଭଲ ଉଡନ୍ତି ଓ ଫସଲ ମଧ୍ୟକୁ ବହୁତ୍ ସହଜରେ ସଂକ୍ରମିତ ହୋଇଯାଇ ପାରନ୍ତି, ଯାହା ଦ୍ୱାରା କି ଅମଳରେ କ୍ଷତି ହୋଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ପରଜୀବୀ ଟାଚିନୀଡ ମାଛି ଓ ବିରୁଡି ଗୁଡିକ ପାଡ ପୋକର ଅଣ୍ଡା ଉପରେ ଅଣ୍ଡା ଦେଇ ଥାଆନ୍ତି ଓ ସେମାନଂକ ଲାର୍ଭା ବା ଶୂକ ଗୁଡିକ ନୂଆ ଜନ୍ମିତ ପୋକ ଗୁଡିକୁ ଖାଆନ୍ତି । ପକ୍ଷୀ ଓ ବୁଢିଆଣୀ ଗୁଡିକ ମଧ୍ୟ ସଂକ୍ରମଣକୁ କମେଇ ବାରେ ସହାୟକ ହୋଇ ପାରନ୍ତି । ଇଉକାଲିପଟାସ୍ ଉରୋଗ୍ରାଣଡିସ୍ ର ତେଲ ଉକ୍ତ ପୋକ ଓ ସେମାନଂକ ଛୁଆ ଗୁଡିକ ପାଇଁ ମାରାତ୍ମକ ହୋଇଥାଏ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ । ପାଇରେଥ୍ରୋଏଡ୍ ଥିବା କୀଟନାଶକ ସହ ବିହନର ଉପଚାର ଏହାକୁ କିଛି ପରିମାଣରେ ନିୟନ୍ତ୍ରଣ କରି ପାରିବେ ଓ ଚାରାର ହେଉଥିବା କ୍ଷତିରୁ ବଂଚି ପାରିବେ । ପତ୍ର ସମୂହ ଉପରେ ବାଇଫେନ୍ଥ୍ରୀନ୍ ଉପରେ ଆଧାରିତ କୀଟନାଶକର ପ୍ରୟୋଗ ଦ୍ୱାରା ସଂଖ୍ୟାର ନିୟନ୍ତ୍ରଣ କରାଯାଇ ପାରିବ ।

ଏହାର କାରଣ କଣ

ଜାତି ହିସାବରେ ଏହି ପୋକମାନେ ଅଲଗା ଅଲଗା ହୁଅନ୍ତି । ବୟସ୍କ ମାଟିଆ ପାଡ ପୋକ ଗୁଡିକର ମାଟିଆ ରଂଗର ଢାଲ ଭଳି ଆକୃତି, ଚମଡା ଭଳି ପର ଓ ପଛ ପଟେ ତ୍ରୀକୋଣ ଚିତ୍ର ଥିବା ଦେଖା ଯାଇଥାଏ । ଏଗୁଡିକର ଅଣ୍ଡା ଗୁଡିକ ବେରେଲ ଆକୃତିର ହୋଇଥାଏ ଓ ପତ୍ର ଉପରେ ଗୁଛାକର ଭାବେ ଦିଆ ଯାଇଥାଏ । ଅବିକଶିତ ପୋକ ଗୁଡିକ ପ୍ରାୟ ଅଣ୍ଡାକୃତ ହୋଇଥିବା ବେଳେ କଳା ଓ ଏମାନଂକ ପର ନଥାଏ । ବୟସ୍କ ପୋକ ଓ ଅବିକଶିତ ପୋକ ଗୁଡିକ ନିଜର ଶୋଷଣକ୍ଷମ ଥୁଣ୍ଟ, କୋଷ ଦ୍ୱାରା କାଟିବା ଓ ପଦାର୍ଥ ଭିତରକୁ ଛାଡି ପୋଷଣକୁ ହଜମ କରିବା ଓ ହଜମ୍ ହୋଇଯାଇଥିବା ପଦାର୍ଥକୁ ଫେର୍ ଭିତରକୁ ଶୋଷି ନେବା ଦ୍ୱାରା କ୍ଷତି ପହଂଚେଇ ଥାଆନ୍ତି । ଏହା ଫସଲ ବିକୃତି ବା ରୁଗୁଡିଆ ବୃଦ୍ଧି କରାଏ ଓ ଅଧିକ ସଂଖ୍ୟାରେ ଥିଲେ ଆହୁରି କ୍ଷତି କରିପାରନ୍ତି । ଫଳ ଓ ମଞ୍ଜିରେ, ଏହି ପୋଷଣ ଚାପ ଓ ବିକୃତି ସୃଷ୍ଟି କରିଥାଏ ଯାହାକି ଫସଲର ଗୁଣବତ୍ତାକୁ ପ୍ରଭାବିତ କରିଥାଏ । ଗନ୍ଧି ପୋକର ବହୁତ୍ ଗୁଡାଏ ବିକଳ୍ପ ପୋଷକ ଗଛ ମଧ୍ୟ ଥାଏ ଯେପରିକି ଅନାବନା ଘାସ ଓ ଅନ୍ୟ କେତେକ ଶସ୍ୟ ମୂଳକ ଫସଲ ଯେପରିକି ସୋୟାବିନ୍, ପନିପରିବା ଓ ଆଲ୍ଫାଲଫା ।


ସୁରକ୍ଷାତ୍ମକ ଉପାୟ

  • ଚରମ ସଂଖ୍ୟାରୁ ବଂଚିବା ପାଇଁ ଫସଲ ବିହନକୁ ଶୀଘ୍ର ବୁଣନ୍ତୁ । ପୋକ ଗୁଡିକର ଗମନାଗମନ କୁ କମ୍ କରିବା ପାଇଁ ଜମିରେ ଅବରୋଧକ ଲଗେଇବା ସହାୟକ ହୋଇଥାଏ । ଜମିରେ ଥିବା ଅନାବନା ଘାସକୁ ନିରୀକ୍ଷଣ କରନ୍ତୁ ଓ କାଢି ନିଅନ୍ତୁ । ଅମଳ ପରେ ଜମିରୁ ଫସଲ ଅବଶେଷକୁ କାଢି ନିଅନ୍ତୁ । ହଳ ନ କରିବା ଓ ମାଟିରେ ଆଚ୍ଛାଦନର ଉପସ୍ଥିତି ସଂକ୍ରମଣର ସମ୍ଭାବନାକୁ ବଢେଇ ଦେଇଥାଏ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ