Euschistus servus
ପୋକ
ପାଡ ପୋକ କପା ବକରା ଓ ସ୍କୁଆର ରୁ ପୋଷଣ କରି ଥାଆନ୍ତି. ସେମାନେ ମୁଖ୍ୟତଃ ପୁରୁଣା ବକରା ଉପରେ ଆକ୍ରମଣ କରନ୍ତି ଯେଉଁଥିରେ ପରେ ଦାଗ ଲାଗିଯାଏ ଓ ତୁଳା ଅଳ୍ପ ଜଟ ଲାଗିଯାଏ. ସଂକ୍ରମିତ ମଞ୍ଜି ଶୁକୁଡ଼ି ଯାଏ ଏବଂ ବକରା ନ ଖୋଲି ପାରେ. ଯଦି ନୂଆ ବକରା ଖରାପ ହୋଇଯାଏ, ତାହେଲେ ସେଗୁଡିକ ଝଡି ପାରେ. ବକରା ଭିତରୁ ଭାତୁଡ଼ି ପରି ବୃଦ୍ଧି ବକରା ବାହାରେ ଦାଗ ହୋଇ ଦେଖାଯାଏ. ଏହା ଠିକ ଜାଗାରେ ଦେଖାଯାଏ ଯେଉଁଠି ପୋକ ଭିତର କାନ୍ଥ ପଟେ କଣା କରିଥାଏ. ପୋକ ମଞ୍ଜି ଖାଇବା ଯୋଗୁ କପା ଉତ୍ପାଦନ କମ ହୋଇଥାଏ ଏବଂ ଦାଗ ଲାଗିବ ଫଳରେ ତୁଳାର ଗୁଣବତ୍ତା ମଧ୍ୟ କମିଯାଏ. ପାଡ ପୋକ ଅନ୍ୟ ଅବସରଵାଦୀ ବକରା ପଚା ଜୀବାଣୁ ମାନଙ୍କୁ ସଂକ୍ରମଣ ପାଇଁ ସୁଯୋଗ ଦେଇଥାଏ.
ପରଜୀବୀ ଟାକିନାଇଡ଼ ମାଛି ଏବଂ ବିରୁଡି ଅଣ୍ଡା ପାଡ ପୋକର ଅଣ୍ଡା ପାଖରେ ଅଣ୍ଡା ଦିଅନ୍ତି ଏବଂ ଏମାନଙ୍କର ଲାର୍ଭା ଗନ୍ଧ ପୋକ ଅଣ୍ଡା ଫୁଟିବା ପରେ ତାହାର ଶୁକ ଗୁଡିକୁ ଖାଇ ଦିଅନ୍ତି. ପକ୍ଷୀ ଓ ବୁଢିଆଣୀ ମଧ୍ୟ ସଂକ୍ରମଣ ବୃଦ୍ଧିକୁ କମ କରିପାରେ. ଇଉକାଲିପଟାସ (ଇଉକାଲିପଟାସ ଉରୋଗ୍ରାଣ୍ଡିସ୍) ତେଲ ଏହି ପୋକ ଓ ଶୁକ ପାଇଁ ବିଷାକ୍ତ ହୋଇ ଥାଏ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାରକୁ ମଧ୍ୟ ଧ୍ୟାନ ଦେବା ଦରକାର. ପାଇରାଥ୍ରଇଡ଼ ଫର୍ମୁଲା ଥିବା କୀଟନାଶକ ରେ ବିହନ ଉପଚାର କଲେ କିଛି ହିଁ ପରିମାଣରେ ନିୟନ୍ତ୍ରଣ କରି ଚାରାକୁ କ୍ଷତିରୁ ବଞ୍ଚା ଯାଇପାରେ. ଡିକ୍ରୋଟୋଫୋସ୍ ଏବଂ ବାଇଫେନ୍ଥ୍ରୀନ୍ ଫର୍ମୁଲା ର କୀଟନାଶକ ପତ୍ର ସମୂହ ଉପରେ ସ୍ପ୍ରେ କଲେ ମଧ୍ୟ ପୋକ ଜନସଂଖ୍ୟା ନିୟନ୍ତ୍ରଣ କରା ଯାଇପାରେ.
ବୟସ୍କ ପୋକ ଶୀତ ଦିନରେ ନାଳ ପଠାରେ, ବାଡ଼ ଲାଇନରେ, ବୋର୍ଡ଼ ତଳେ ଏବଂ ନଷ୍ଟ ହୋଇଥିବା ଅନାବନା ଘାସରେ, ଜମିର କଭରରେ ଏବଂ ଗଛ ବକଳାରେ, ମାଟି ଓ ଗଛ ଗଣ୍ଡି ତଳେ ରହିଥାନ୍ତି. ଏମାନେ ବସନ୍ତ ଋତୁର ପ୍ରଥମ ଗରମ ଦିନ ଆରମ୍ଭ ହେଲେ ଯେତେବେଳେ ତାପମାନ 21°Cରୁ ଉପରେ ରହେ ସେତେବେଳେ ସକ୍ରିୟ ହୋଇ ଯାଆନ୍ତି. ସାଧାରଣତଃ ପ୍ରଥମ ପିଢ଼ି ଜଙ୍ଗଲୀ ଗଛରେ ବିକଶିତ ହୋଇଥାଏ ଏବଂ ଦ୍ଵିତୀୟ ପିଢ଼ି ଚାଷ କରା ଯାଉଥିବା ଫସଲରେ ବିକଶିତ ହୋଇଥାଏ. ପ୍ରତେକ ମାଇ ପୋକ ପ୍ରାୟ 100 ଦିନ ମଧ୍ୟରେ 18 ଅଣ୍ଡା ମେଞ୍ଚା ଦେଇଥାଏ ଯେଉଁଥିରେ ହାରାହାରି 60 ଅଣ୍ଡା ଥାଏ. ବୟସ୍କ ପୋକ ବହୁତ ଭଲ ଭାବେ ଉଡି ପାରନ୍ତି ଏବଂ ଅନାବନା ଘାସ ତଥା ଅନ୍ୟ ଫସଲକୁ ସହଜରେ ଯାଇ ପାରନ୍ତି.