Elasmopalpus lignosellus
ପୋକ
ଏଲାସ୍ମୋପାଲ୍ପସ୍ ଲିଗ୍ନୋସେଲ୍ୟୁସ୍ ପ୍ରଜାତିର ସଁବାଳୁଆ ମକା ପତ୍ରରୁ ପୋଷଣ କରି ପାରନ୍ତି କିନ୍ତୁ ଅଧିକ କ୍ଷତି ସେତେବେଳେ ହୁଏ ଯେତେବେଳେ ଏମାନେ କାଣ୍ଡର ମୂଳରେ ପୋଷଣ ସୁଡଂଗ ବନେଇ ଥାଆନ୍ତି, ସାଧାରଣତଃ ବିଳମ୍ବ ଚାରା ଅବସ୍ଥାରେ ଦେଖାଯାଏ । ଏମାନେ କାଣ୍ଡର ଭିତର କୋଷ ଗୁଡିକୁ ଖାଇ ଯାଆନ୍ତି ଯାହାକି ପରେ ଲାର୍ଭାଜନିତ ପ୍ରଚୁର କଚଡା ଦ୍ୱାରା ଭର୍ତ୍ତି ହୋଇଯାଏ ଓ ଏହା କ୍ଷତ ସ୍ଥାନରୁ ହିଁ ଦେଖାଯାଏ । ଏହି ପ୍ରକାରର ଲକ୍ଷଣ ଗୁଡିକ ମଞ୍ଜ କିଳା ରୋଗର ଲକ୍ଷଣ ଭଳି ଦେଖାଯାଏ । ଫସଲ ଗୁଡିକ ସାଧାରଣତଃ ବିକୃତ ହୋଇଥାଆନ୍ତି ଓ ରୁଗୁଡିଆ ବୃଦ୍ଧି ସହିତ ଅଳ୍ପ ଚଁଅର ଥାଏ । । ବ୍ୟାଧିତ ପାଣି ଓ ପୋଷଣ ପରିବହନ ଦ୍ୱାରା ଗଛ ମଉଳି ଓ ଝାଉଁଳି ଯିବା, ତଥା ପଡିଯିବା ଓ କିଛି କ୍ଷେତ୍ରରେ ମରିଯିବା ଦେଖାଯାଏ । ମକାର ତଳ କାଣ୍ଡ ବିନ୍ଧା ସଁବାଳୁଆ ଗୁଡିକ ପାଇଁ ଗରମ ଓ ଶୁଷ୍କ ପାଣିପାଗ ସୁହାଇଥାଏ ଓ ଅତ୍ୟଧୀକ ଗରମ ଓ ଶୁଷ୍କ ପାଣିପାଗ ଆହୁରି ଅଧିକ କ୍ଷତି କରିଥାଆନ୍ତି.
ଏହାର ବହୁତ ଗୁଡାଏ ପରଭକ୍ଷୀ ଶତ୍ରୁ ଅଛନ୍ତି, କିନ୍ତୁ କାଣ୍ଡ ଓ ଡାଳ ଭିତରେ ଯେହେତୁ ଲାର୍ଭା ଭଲ ଭାବେ ସୁରକ୍ଷିତ ହୋଇ ରହି ଥିବାରୁ, ଏହାର ଫଳପ୍ରସୂ ନିୟନ୍ତ୍ରଣ କଷ୍ଟକର ହୋଇଥାଏ. କିଛି କ୍ଷେତ୍ରରେ, ଓର୍ଗିଲସ୍ ଏଲାମୋପାଲ୍ପି ଓ କ୍ଲେଲୋନସ୍ ଏଲାମୋପାଲ୍ପି ପରଜୀବିନାଶକ ବ୍ରାକ୍ନୋଏଡ୍ ବିରୁଡି ସଂଖ୍ୟାର ପ୍ରବଳତାକୁ ମଧ୍ୟ ବଦଳେଇ ଦେଇପାରେ. ନ୍ୟୁକ୍ଲିଓ ପଲିହେଡ୍ରୋସିସ୍ ଭୂତାଣୁ (ଏନ୍.ପି.ଭି), ଆସ୍ପରଗିଲିୟସ୍ ବ୍ୟାସିଆନା କବକ କିମ୍ବା ବ୍ୟାସିଲସ୍ ଥ୍ୟୁରିଂଜେନେସିସ୍ ଜୀବାଣୁ ଉପରେ ଆଧାରିତ ଜୈବୀକ କୀଟନାଶକ ମଧ୍ୟ ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ
ଲାର୍ଭା ମାନଙ୍କୁ ମାରିବା ପାଇଁ ଦାନାଦାର କିମ୍ବା ତରଳ ମିଶ୍ରଣକୁ ସିଆରରେ ବ୍ୟବହାର କରା ଯାଇପାରେ. ଟିଓଡାଇକାର୍ବ ଓ ଫ୍ୟୁରାଟିଓକାର୍ବ ଥିବା ପଦାର୍ଥ ମକାର ଉପଚାର ପାଇଁ ପ୍ରୟୋଗ କରିବା ସବୁଠାରୁ ଭଲ ଫଳପ୍ରସୂ ହୋଇଥାଏ. କ୍ଲୋରୋପାଇରିଫୋସ୍ ଓ ଟିଓଡାଇକାର୍ବ କୁ ପତ୍ର ଉପରେ ସିଞ୍ଚନ କରିବା ମଧ୍ୟ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ.
ପ୍ରଜାପତି ଗୁଡିକର ରଂଗ ଆଂଚଳିକ ଓ ପାଣିପାଗ ଜନିତ କାରଣ ଯୋଗୁଁ ଅଲଗା ଅଲଗା ହୋଇଥାଏ । ଅଣ୍ଡିରା ମାନଙ୍କ ଆଗ ପରରେ ବିଛେଇ ହୋଇଥିବା କଳା ଦାଗ ସହ ମାଟିଆ-ହଳଦିଆ ରଂଗର ହୋଇଥାଏ ଯାହାକି ଧାର ଆଡେ ଅଧିକ ଘନ ହୋଇଥାଏ, ଯେଉଁଠି ବିସ୍ତୃତ ଗାଢ ମାଟିଆ ଗାର ଦେଖିବାକୁ ମିଳିଥାଏ. ମାଈ ପୋକର ଆଗ ପର ନାଲିଆ କିମ୍ବା ବାଇଗଣୀ କାତି ସହ ଧୂସରିଆ କଳା ରଂଗର ହୋଇଥାଏ. ଉଭୟ ଲିଂଗର ପଛ ପର ରୂପେଲି ଦାଗ ସହ ସ୍ୱଚ୍ଛ ହୋଇଥାଏ. ଲାର୍ଭାଗୁଡିକ ପତଳା ଓ ବାଳୁଆ ହୋଇଥାଆନ୍ତି ଯାହା ଉପରେ ଏକାନ୍ତର ବାଇଗଣି ଓ ଧଳା ପଟ୍ଟୀ ଦେହ ଚାରିପାଖରେ ଦେଖାଯାଏ. ଏମାନଙ୍କୁ ହଲେଇଦେଲେ ଏମାନେ ବହୁତ ତୀବ୍ର ଭାବେ ହଲିବା ଆରମ୍ଭ କରିଦିଅନ୍ତି. ମାଟି ପୃଷ୍ଠରୁ ଟିକିଏ ତଳେ ଏମାନେ ରେସମି ଜାଲରୁ ନୀର୍ମିତ ଟ୍ୟୁବ୍ ବା ସୁଡଂଗ ମଧ୍ୟରେ ରହି ଥାଆନ୍ତି ଓ ମୂଳ ଓ ଫସଲ କୋଷରୁ ପୋଷଣ କରିବା ପାଇଁ ବାହାରକୁ ବାହାରନ୍ତି. ଶୁଷ୍କ ସମୟ କିମ୍ବା ଓ ଭଲ ଭାବେ ନିଷ୍କାସିତ ବାଲିଆ ମାଟି ଏହି ପୋକ ପାଇଁ ମୂଖ୍ୟତଃ ଅନୂକୁଳ ହୋଇଥାଏ. ଜମିର 80% କ୍ଷମତାର ଜଳସେଚନ କରିବା ଦ୍ୱାରା ପୋକ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସହାୟକ ହୋଇଥାଏ.