କପା

ତମ୍ବାଖୁ କଢ ଖିଆ ପୋକ

Chloridea virescens

ପୋକ

ସଂକ୍ଷେପରେ

  • କଢ, ଫୁଲ ଏବଂ ଅଗର କୋମଳ ପତ୍ର ରେ କ୍ଷତି ହୋଇଥାଏ.
  • କଢ ହଳଦିଆ ହୋଇଯାଇ ଗଛରୁ ତଳେ ପଡ଼ିଯାଏ.
  • ଫଳ ର ମୂଳରେ ପୋକ ଖିଆ କଣା ଥାଏ.
  • ଫମ୍ପା ହୋଇଥିବା ଫଳ ଉପରେ କଣା କଣା ଦେଖାଯାଏ.
  • ହଳଦିଆ ସବୁଜ ରଙ୍ଗରୁ ବାଦାମୀ ରଙ୍ଗ ର ଲାର୍ଭା ଯାହାର ପାର୍ଶ୍ବରେ ବାଦାମୀ ପଟ୍ଟୀ ଥାଏ.

ମଧ୍ୟ ଦେଖା ଯାଇପାରେ

9 ଫସଲ ଗୁଡିକ

କପା

ଲକ୍ଷଣ

ଫସଲ କିସମ ଅନୁସାରେ ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ. ଲାର୍ଭା କାଢ଼, ଫୁଲ ଏବଂ ଟିପର କୋମଳ ପତ୍ର ରେ କଣା କରି ଖାଇଥାଏ ଯାହା ଫଳରେ ବଢୁଥିବା ଟିସୁ ନଷ୍ଟ ହୋଇଯାନ୍ତି. ଗଛର ଅନ୍ୟ ଅଂଶ ଯେପରିକି ପତ୍ର, ଡେମ୍ଫ ଏବଂ କାଣ୍ଡ କୁ ମଧ୍ୟ ଏହି ଲାର୍ଭା ଆକ୍ରମଣ କରେ ଯେତେବେଳେ ଫୁଲ ଫଳ ଇତ୍ୟାଦି ପ୍ରଜନକ ଅଂଶ ନଥାଏ. ସଂକ୍ରମିତ କଢ଼ ହଳଦିଆ ହୋଇ ଗଛରୁ ଝଡି ଯାଇପାରେ. ଶିମ୍ବ ଜାତୀୟ ଫସଲ ଏବଂ କପା ରେ କଣା ଏବଂ ଓଦା ମଳ ଫଳର ମୂଳ ପାଖରେ ଦେଖାଦେଇଥାଏ. ଲାର୍ଭା ଦ୍ୱାରା ଖାଇବା ଯୋଗୁଁ କଣା ଦେଖାଯିଵା ସାଧାରଣ କଥା. କେତେକ କ୍ଷେତ୍ରରେ ଫଳ ଭିତରୁ ପୁରା ଖାଲି ହୋଇଯାଏ ଏବଂ ପଚିବା ଆରମ୍ଭ ହୋଇଯାଏ. କପା ରେ କ୍ଷୟକ୍ଷତି ର ପ୍ରକାର ଏବଂ ଆଘାତର ମାତ୍ରା, ମକାଖିଆ ପୋକ ଦ୍ୱାରା ସଂକ୍ରମଣ ରେ ନଷ୍ଟ ହେବା ସହ ସମାନ ଅଟେ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ପ୍ରାକୃତିକ ଶତ୍ରୁ ଯେମିତିକି ବିରୁଡି (Polistes spp.), ବଡ-ଆଖିଆ ଓଡ଼ଶ, ଡାମସେଲ ଓଡ଼ଶ, ଛୋଟ ଡାକୁ ଓଡ଼ଶ (Orius spp.) ଏବଂ ବୁଢିଆଣୀ କୁ ଉତ୍ସାହିତ କରିବା ଆବଶ୍ୟକ. ଟ୍ରାଇକୋଗ୍ରାମା ପ୍ରେଟିଓସମ୍ (Trichogramma Pretiosum) ଏବଂ କାର୍ଡିଓଚିଲ୍ସ ନାଇଗ୍ରୀସେପ୍ସ (Cardiochiles Nigriceps) ପରଜୀବୀ ପନିପରିବା ଫସଲରେ ଓ କୋଟେସିଆ ମାର୍ଜିନିଭେଣ୍ଟ୍ରିସ୍ (Cotesia Marginiventris) ପରଜୀବୀ ଅନ୍ୟ ଫସଲରେ ପ୍ରୟୋଗ କରାଯାଇପାରେ. ଅନ୍ୟ ପରଜୀବୀ ଯାହାକୁ ବ୍ୟବହାର କରାଯାଇପାରେ, ସେଗୁଡିକ ହେଲା: ଆର୍କାୟିଟାସ୍ ମାର୍ମୋରାଟସ୍ (Archytas Marmoratus), ମିଟିଓରସ୍ ଅଟୋଗ୍ରାଫାଏ (Meteorus Autographae), ନେଟେଲିଆ ସାୟେ (Netelia Sayi), ପ୍ରିସ୍ଟୋମେରସ୍ ସ୍ପିନେଟର୍ (Pristomerus Spinator) ଏବଂ କ୍ୟାମ୍ପୋଲେଟିସ୍ ଏସ୍ପିପି (Campoletis Spp)) ର ବହୁତ ପୋକ. ବ୍ୟାସିଲସ୍ ଥ୍ୟୁରଂଜେନେସିସ୍ (Bacillus Thuringiensis), ନୋଯ଼େମା ଏସ୍ପିପି (Nosema spp.), ସ୍ପାଇକାରିଆ ରାଇଲେୟି (Spicaria Rileyi) ର ଫର୍ମୁଲା କିମ୍ବା ନିଉକ୍ଲିଆର ପଲିହେଡ୍ରସିସ ଭୁତାଣୁ ସ୍ପ୍ରେ କରି ତମ୍ବାଖୁ କଢ ଖିଆ ପୋକ କୁ କାମ କରି ହେଵ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଏହି ପୋକ ର ନିୟନ୍ତ୍ରଣ ବିଭିନ୍ନ କାରଣ ଯୋଗୁଁ କଷ୍ଟସାଧ୍ୟ ହୋଇଥାଏ. କ୍ଲୋରାଣ୍ଟ୍ରାନିଲିପ୍ରୋଲ୍ (Chlorantraniliprole), ଫ୍ଲୁବେନଡାୟାମାଇଡ୍ (Flubendiamide) କିମ୍ବା ଏସ୍ଫେନ୍ଭାଲେରେଟ୍ (Esfenvalerate) ଥିବା କୀଟନାଶକ ପ୍ରୟୋଗ କରି କଢଖିଆ ପୋକ କୁ ନିୟନ୍ତ୍ରଣ କରା ଯାଇପାରେ. କେତେକ ମୁଖ୍ୟ କୀଟନାଶକ ଯେମିତିକି ପାଇରଥ୍ରଇଡ ପ୍ରତି ଏହି ପୋକ ପ୍ରତିରୋଧି ହୋଇଯାଇଛି. ବ୍ୟାପକ ରୂପେ କାମ କରୁଥିବା କୀଟନାଶକ କୁ ବ୍ୟବହାର କରିବା ଅନୁଚିତ କାରଣ ଏହା ଉପକାରୀ ପୋକଙ୍କୁ ମାରି ଦେଇଥାଏ.

ଏହାର କାରଣ କଣ

ତମ୍ବାଖୁ କଢ ଖିଆ ପୋକ କ୍ଲୋରାଇଡିଏ ଭାଇରେସେନ୍ସ (Chloridea Virescens) ନାମକ ପୋକ ଦ୍ୱାରା କ୍ଷୟକ୍ଷତି ହୋଇଥାଏ. ବିଭିନ୍ନ ଫସଲରେ ଏହା ଏକ ମହତ୍ୱପୂର୍ଣ୍ଣ କୀଟ. ଏହି କୀଟ ଆକ୍ରମଣ କରୁଥିବା ଫସଲ ମାନଙ୍କ ମଧ୍ୟରେ ସୋୟାବିନ ଏବଂ କପା (ସାଧାରଣତଃ ମରୁଭୂମିରେ) ଅନ୍ୟତମ. ଏହି ପ୍ରଜାପତି ଗୁଡିକ ଏବଂ ଏମାନଙ୍କର ଡେଣା ସବୁ ବାଦାମୀ ରଙ୍ଗର ହୋଇଥାଏ ବେଳେବେଳେ ହାଲୁକା ସବୁଜ ରଙ୍ଗ ବି ରହିଥାଏ. ଆଗ ଡେଣା ରେ ତିନୋଟି ଗାଢ଼ ବାଦାମୀ ପଟ୍ଟୀ ଏପଟେ ସେପଟେ ଦେଖାଦେଇଥାଏ ଯାହାର ଧାର କ୍ରିମ ରଙ୍ଗର ହୋଇଥାଏ. ପଛ ଡେଣା ଗୁଡିକ ଧଳାଳିଆ ଏବଂ ଧାରରେ ଗାଢ଼ ରଙ୍ଗ ର ପଟ୍ଟୀ ଥାଏ. ମାଇ ପ୍ରଜାପତି ଗୋଲାକାର ଚେପଟା ଅଣ୍ଡା ଫୁଲରେ, ଫଳରେ ଓ ଟିପରେ ଥିବା ଅନ୍ୟ ବର୍ଦ୍ଧିଷ୍ଣୁ ଅଂଶରେ ଦେଇଥାଏ. ପରିପକ୍ଵ ଲାର୍ଭା ସବୁଠୁ ଅଧିକ ଅନିଷ୍ଟକାରୀ ଅଟନ୍ତି କାରଣ ସେମାନେ ବହୁତ ଫୁଲ, ଫଳ ଆକ୍ରମଣ କରିପାରନ୍ତି ଏବଂ ଡେରି ସିଜନ ପର୍ଯ୍ୟନ୍ତ କ୍ଷୟକ୍ଷତି କରିପାରନ୍ତି ଯେତେବେଳେ ଗଛକୁ ବଦଳାଇ ହବ ନାହିଁ. ପ୍ରଜାପତି ଗୁଡିକ 20°C ରେ 25 ଦିନ ପର୍ଯ୍ୟନ୍ତ ଜୀବିତ ରହି ପାରନ୍ତି.


ସୁରକ୍ଷାତ୍ମକ ଉପାୟ

  • ଯଦି ଉପଲବ୍ଧ ଥାଏ, ସହନଶୀଳ କିସମର ଗଛ ଲଗାନ୍ତୁ.
  • ଅଳ୍ପ ଦିନିଆ କିସମର ଫସଲ ଲଗାନ୍ତୁ କିମ୍ବା ସଅଳ ଲଗାନ୍ତୁ.
  • ସବୁଠୁ ଅଧିକ ଫୁଲ ଧରିବାର 1 - 2 ସପ୍ତାହ ପରେ ଏହି ପୋକର ଲକ୍ଷଣ କୁ ନିରୀକ୍ଷଣ କରନ୍ତୁ.
  • ଫେରୋମନ ଟ୍ରାପ ବ୍ୟବହାର କରି ପ୍ରଜାପତି ଧରିବା କିମ୍ବା ନିରୀକ୍ଷଣ କରା ଯାଇପାରେ.
  • ଗଛରୁ ଗଛ ମଧ୍ୟରେ ଯଥେଷ୍ଟ ଦୂରତା ରଖନ୍ତୁ.
  • ଉତ୍ତମ ଅନାବନା ଘାସ ନିୟନ୍ତ୍ରଣ ଯୋଜନା କରନ୍ତୁ.
  • ସନ୍ତୁଳିତ ସାର ପ୍ରୟୋଗ କରନ୍ତୁ.
  • ଅତ୍ୟଧିକ ଜଳସେଚନ କରନ୍ତୁ ନାହିଁ.
  • ଯଦି ସମ୍ଭବ ହୁଏ ଫସଲ ପରିଚାଳନା କରି ଶୀଘ୍ର ପଚାନ୍ତୁ.
  • ଅମଳ ପରେ ସବୁ ଡାଳପତ୍ର କୁ ସଫା କରନ୍ତୁ ଯାହା ଦ୍ୱାରା ପରବର୍ତ୍ତୀ ସିଜନ ରେ ପୋକ ଆସିବେ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ